Jesus Cristo
Jesus Cristo é o centro de toda a Escritura — Deus encarnado, Salvador do mundo, Senhor dos senhores. Nele habita corporalmente toda a plenitude da divindade.
A divindade de Cristo
No princípio era o Verbo, e o Verbo estava com Deus, e o Verbo era Deus. Jesus é Deus revelado em carne humana.
ଆରୁମେ ବାକ୍ୟ ରିଲି, ବାକ୍ୟ ଇସ୍ୱର୍ ସଃଙ୍ଗ୍ ରିଲା, ସେ ବାକ୍ୟ ହଃକା ଇସ୍ୱର୍ ରିଲା ।
ଆରୁମେ ବାକ୍ୟ ରିଲି, ବାକ୍ୟ ଇସ୍ୱର୍ ସଃଙ୍ଗ୍ ରିଲା, ସେ ବାକ୍ୟ ହଃକା ଇସ୍ୱର୍ ରିଲା । ସେ ଆରୁମେ ଇସ୍ୱର୍ ସଃଙ୍ଗ୍ ରିଲା । ଆରେକ୍ ସେ ବାକ୍ୟର୍ ବଃଳେ ଇସ୍ୱର୍ ସଃବୁ ଉବ୍ଜାଣ୍ କଃଲା, ତାର୍ ବିନା କାୟିରି ହେଁ ଉବ୍ଜାଣ୍ ନଃହୟ୍ ।
ଆର୍ ସେ ବଃଚନ୍ ନଃର୍ ମାନାୟ୍ ଅୟ୍ଲା, ଆର୍ ଦଃୟା ଆର୍ ସଃତ୍ ସଃଙ୍ଗ୍ ହୁରୁଣ୍ ଅୟି ଅଃମାର୍ ବିତ୍ରେ ବାସା କଃଲା; ଆର୍ ଉବାର୍ ତଃୟ୍ହୁଣି ଆୟ୍ଲା ଗଟେକ୍ ବଃଲି ହୟ୍ସିର୍ ଜଃଜ୍ମାନ୍ ହାୟ୍ରିଲା ହର୍ ତାର୍ ଜଃଜ୍ମାନ୍ ଦଃକ୍ଲୁ ।
ଅଃବ୍କା ମାନାୟ୍ ରୁହାର୍ କ୍ରିସ୍ଟର୍ ତଃୟ୍ ଇସ୍ୱରାର୍ ଗୁଣ୍ ହୁରୁଣ୍ କଃରି ରଃୟ୍ ଆଚେ ।
ଅଃବ୍କା ମାନାୟ୍ ରୁହାର୍ କ୍ରିସ୍ଟର୍ ତଃୟ୍ ଇସ୍ୱରାର୍ ଗୁଣ୍ ହୁରୁଣ୍ କଃରି ରଃୟ୍ ଆଚେ । ତାର୍ ସଃଙ୍ଗ୍ ମିସ୍ଲାର୍ ଗିନେ ତୁମିମଃନ୍ ଜିବନେ ହୁରୁଣ୍ ଲାବ୍ କଃରିଆଚାସ୍ ବିନ୍ ସଃବୁ ସଃକ୍ତି ଆର୍ ଅଃଦିକାରି ଉହ୍ରେ କ୍ରିସ୍ଟର୍ ସାସନ୍ ହାଣ୍ ହଃକା ସଃବ୍କେ ବଃଡ୍ ।
କ୍ରିସ୍ଟଜିସୁର୍ ଜଃନ୍କାର୍ ମଃନ୍ ରିଲି, ତୁମିମଃନାର୍ ସେହର୍ ମଃନ୍ ଅଃଉଅ ।
ସେ ଇସ୍ୱର୍ ଅୟି ହେଁ ଇସ୍ୱର୍ ସଃଙ୍ଗ୍ ସଃମାନ୍ ରେଉଁକେ
ନିଜାର୍ ହାୟ୍ଁ ଦଃରିରେତା କଃତା ବଃଲି ନଃବାବ୍ଲା,
ମଃତର୍ ନିଜାର୍ ଇଚା ହଃର୍କାରେ
ସଃବୁ ଚାଡିକଃରି ମାନାୟ ହର୍ ଗତିଦଃଙ୍ଗ୍ଳା ଅୟି
ଅଃହ୍ଣାକ୍ ମଲ୍ ଗଃଣିତା ନଃକେଲା ।
କ୍ରିସ୍ଟଜିସୁର୍ ଜଃନ୍କାର୍ ମଃନ୍ ରିଲି, ତୁମିମଃନାର୍ ସେହର୍ ମଃନ୍ ଅଃଉଅ ।
Jesus, o Filho de Deus
Tu és o Cristo, o Filho do Deus vivo! Jesus revelou o Pai e demonstrou sua autoridade divina por palavras e obras.
ଜିସୁ ସେମଃନ୍କେ ହଃଚାର୍ଲା, "ମଃତର୍ ମୁଁୟ୍ କେଏ ବଃଲି ତୁମିମଃନ୍ କାୟିରି କଃଉଁଲାସ୍ ?"
ସିମନ୍ ପିତର୍ କୟ୍ଲା, "ତୁୟ୍ କ୍ରିସ୍ଟ, ଜିବନ୍ ଇସ୍ୱରାର୍ ହୟିସି ।"
ତାର୍ହଃଚେ ଜିସୁ କୟ୍ଲା, "ଏ ଜୁନସାର୍ ହୟିସି ସିମନ୍ ତର୍ ବାୟ୍ଗ୍, ବଃନି ଆର୍ ମାସ୍ ବଃଲେକ୍ ମାନାୟ୍ ତକେ ଇରି କଃଉଁକେ ନଃକୟ୍କଃରି, ମଃତର୍ ମର୍ ସଃର୍ଗାର୍ ଉବା ନିଜେ ଇରି ତର୍ ମୁଏଁ କୟ୍ ଆଚେ ।
ସେ ବାବ୍ବାଣି ଅଃଉଁଲି, "ଗଟେକ୍ ଦଃଙ୍ଗ୍ଳି ଟକି ଆଙ୍ଗେ ଅୟ୍ଦ୍ ଆର୍ ସେ ଗଟେକ୍ ହିଲା ଜଃଲମ୍ କଃରେଦ୍, ଆର୍ ଲକ୍ମଃନ୍ ତାର୍ ନାଉ ଇମାନୁଏଲ୍ ବଃଲି ସଃଙ୍ଗାଉତି ।" ଇ ନାଉଁଆର୍ ଅଃର୍ତ୍, ଅଃମାର୍ ସଃଙ୍ଗ୍ ଇସ୍ୱର୍ ଆଚେ ।
ହାଁଚ୍ କଳି ସଃଇନ୍ମଃନାର୍ ମୁଳିକା ଆର୍ ତାର୍ ସଃଙ୍ଗ୍ ଜୁୟି ଲକ୍ମଃନ୍ ଜିସୁକେ ଜାଗି ରିଲାୟ୍, ସେମଃନ୍ ଦଃର୍ତି ଲଃଦ୍ବଃଦ୍ଲାର୍ ଗଃଟ୍ଣା ଦଃକି ବଃଡେ ଡିରିକଃରି କୟ୍ଲାୟ୍, "ସଃତ୍କଃରି, ଏ ଇସ୍ୱରାର୍ ହୟିସି ରିଲା ।"
ମଃତର୍ ଜିସୁ ତୁନ୍ହାଳି ରିଲା, କାୟିହେଁ ଉତୁର୍ ନଃଦିଲା ମୁଳ୍ ଜାଜକ୍ ଆରେକ୍ ଗଟ୍ତର୍ ହଃଚାର୍ଲା, "ତୁୟ୍ କାୟି ଉହ୍କାର୍ କାରି ଇସ୍ୱରାର୍ ହୟିସି କ୍ରିସ୍ଟ ?"
ଜିସୁ ତାକ୍ ଉତୁର୍ ଦିଲା, "ହିଁ ମୁଁୟ୍ ସେ, ଆର୍ ତୁମିମଃନ୍ ମୁଁୟ୍ ଜେ ନଃରାର୍ ହୟିସି, ସଃବ୍କେ ବଃଡ୍ ସଃକ୍ତିମାନାର୍ କାତାବାଟ୍ୟା ବଃସ୍ତାର୍ ଆର୍ ଅଃଗାସ୍ ମେଗ୍ମାଳେ ଆସ୍ତାର୍ ଦଃକାସ୍ ।"
ସେତାକ୍ ସେ ସେମଃନ୍କେ କୟ୍ଲା, "ଡିରା ନାୟ୍, ତୁମିମଃନ୍ କ୍ରୁସ୍ ଉହ୍ରେ ଚଃଗାୟ୍ ମାରିରିଲା ନାଜରିତ୍ ଜିସୁକେ ଲଳୁଲାସ୍; ସେ ଉଟି ଆଚେ, ସେ ଇତି ନାୟ୍; ଦଃକା, ଇ ଜଃଗାୟ୍ ସେମଃନ୍ ତାକ୍ ସଃଙ୍ଗାୟ୍ ରିଲାୟ୍ ।
ସଃବୁ ଲକ୍ମଃନ୍ ବାପ୍ତିସମ୍ ନିଲା ହଃଚେ, ଜିସୁ ହେଁ ବାପ୍ତିସମ୍ ନିଲା । ଆର୍ ଜିସୁ ପାର୍ତ୍ନା କଃର୍ତିରିଲା ବଃଳ୍ ସଃର୍ଗ୍ ଉଗାଳି ଅୟ୍ଲି, ଆରେକ୍ ପବିତ୍ର ଆତ୍ମା ହାଣ୍ଡ୍କା ହର୍ ଗଃଗାଳ୍ ଦଃରି ଜିସୁର୍ ଉହ୍ରେ ଉତ୍ରି ଆସି ବଃସ୍ଲି; ଆର୍ ସଃର୍ଗେ ହୁଣି ଗଟେକ୍ କଃତା ସୁଣା ଅୟ୍ଲି, "ତୁୟ୍ ଅଃମାର୍ ଲାଡାର୍ ହଅ, ତର୍ ତଃୟ୍ ଅଃମାର୍ ବଃଡେ ସଃନ୍ମତ୍ ।"
Eu Sou
Jesus disse: antes que Abraão existisse, Eu Sou. Ele se identificou com o nome divino revelado a Moisés na sarça ardente.
ଜିସୁ ସେମଃନ୍କେ କୟ୍ଲା, "ମୁୟ୍ ସଃତ୍ କଃଉଁଲେ, ଅବ୍ରାହାମାର୍ ଜଃଲମ୍ ହୁର୍ବେ ମୁୟ୍ ଆଚି ।"
ତାର୍ ହଃଚେ ମସା ଇସ୍ୱର୍କେ କୟ୍ଲା, "ଜଦି ମୁୟ୍ ଇସ୍ରାଏଲ୍ ମଃନାର୍ ହାକ୍ ଜାୟ୍ କୟ୍ନ୍ଦ୍, ତୁମାର୍ ଦାଦି-ବାବୁମଃନାର୍ ଇସ୍ୱର୍ ମକ୍ ହଃଟାୟ୍ଲା ଆଚେ; ତାର୍ ହଃଚେ ଲଃକ୍ମଃନ୍ ଜଦି ମକ୍ ହଃଚାର୍ତି ତାର୍ ନାଉ କାୟି ନାଉ, ସଃଡେବଃଳ୍ ମୁଁୟ୍ କାୟି ଉତୁର୍ ଦଃୟ୍ନ୍ଦ୍?" ତଃବେ ଇସ୍ୱର୍ ମସାକେ କୟ୍ଲା, "ମୁୟ୍ ଜେ ଆଚି ସେ ଆଚି," ଆରେକ୍ ସେ କୟ୍ଲା, ତୁୟ୍ ଇସ୍ରାଏଲ୍ ଲକ୍ମଃନ୍କେ କଃଉ, ସୟମ୍ବୁ "ମୁୟ୍ ଆଚି" ତୁମିମଃନାର୍ ହାକ୍ ମକ୍ ହଃଟାୟ୍ ଆଚେ।
ଉବା ଆର୍ ମୁୟ୍ ଏକ୍ ।"
ଜିସୁ ସେମଃନ୍କେ କୟ୍ଲା, "ମର୍ ଉବା ସଃବୁବଃଳ୍ କାମ୍ କଃରୁଲା, ଆର୍ ମୁୟ୍ ହେଁ କଃରୁଲେ ।"
ଇ କଃତା ସୁଣି ଜିଉଦି ଲକ୍ମଃନ୍ ଜିସୁକେ ମଃର୍ନେ ମାରୁକ୍ କୁଟ୍ କଃରୁକେ ଦଃର୍ଲାୟ୍; ବଃଲେକ୍ ଜିସୁ ବିସାଉଁଣି ବାରାର୍ ବିଦି ମାନ୍ତି ନଃରିଲା, ସେରି ହଃକା ନାୟ୍, ମଃତର୍ ଜିସୁ ଇସ୍ୱର୍କେ ନିଜାର୍ ଉବା ବଃଲି କୟ୍ ନିଜ୍କେ ଇସ୍ୱର୍ ସଃଙ୍ଗ୍ ସଃମାନ୍ କଃର୍ତି ରିଲା ।
ଇ କଃତା ସୁଣି ଜିଉଦି ଲକ୍ମଃନ୍ ଜିସୁକେ ମଃର୍ନେ ମାରୁକ୍ କୁଟ୍ କଃରୁକେ ଦଃର୍ଲାୟ୍; ବଃଲେକ୍ ଜିସୁ ବିସାଉଁଣି ବାରାର୍ ବିଦି ମାନ୍ତି ନଃରିଲା, ସେରି ହଃକା ନାୟ୍, ମଃତର୍ ଜିସୁ ଇସ୍ୱର୍କେ ନିଜାର୍ ଉବା ବଃଲି କୟ୍ ନିଜ୍କେ ଇସ୍ୱର୍ ସଃଙ୍ଗ୍ ସଃମାନ୍ କଃର୍ତି ରିଲା ।
ଜଃନ୍କଃରି ଉବା ମଃଲା ଲକେ ଉଟାୟ୍ ସେମଃନ୍କେ ଜିବନ୍ କଃରେଦ୍, ସେରଃକମ୍ ହୟିସି ହେଁ ଜାକେ ମଃନ୍ କଃରେଦ୍ ତାକ୍ ଜିବନ୍ ଦଃୟ୍ଦ୍ । ଆର୍ ଉବାସି ହେଁ କାର୍ ବିଚାର୍ ନଃକେରେ, ମଃତର୍ ସଃବୁ ଲକ୍ ଜଃନ୍କଃରି ଉବାକ୍ ଜଃଜ୍ମାନ୍ କଃରୁଲାୟ୍, ସେରଃକମ୍ ହୟ୍ସିକ୍ ହେଁ ମାନ୍ତି କଃର୍ତି, ସେତାର୍ ଗିନେ ହୟ୍ସିକ୍ ସଃବୁ ରଃକମାର୍ ବିଚାର୍ କଃର୍ତା ଅଃଦିକାର୍ ଦଃୟ୍ଆଚେ । ସେବାନ୍ୟା ଅୟିଲେକ୍ ଉବା ଜଃନ୍କଃରି ମାନ୍ତି ହାଉଁଲା, ହୟିସି ହେଁ ସେନ୍କାର୍ ସଃବ୍କାର୍ ତଃୟ୍ହୁଣି ମାନ୍ତି ହାୟ୍ଦ୍; ଜେ ହୟ୍ସିକ୍ ମାୟ୍ନ୍ ନଃକେରେ, ସେ ତାକ୍ ହଃଟାୟ୍ରିଲା ଉବାସିକ୍ ହେଁ ମାନ୍ତି ନଃକେରେ ।"
ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜଃଡେବଃଳ୍ ମଃଲା ଲକ୍ମଃନ୍ ଇସ୍ୱରାର୍ ହୟ୍ସିର୍ ଟଣ୍ଡ୍ ସୁଣ୍ତି, ଆର୍ ଜୁୟି ଲକ୍ମଃନ୍ ସୁଣ୍ତି ସେମଃନ୍ ଜିବନ୍ ହାଉତି, ଅଃନ୍କା ବେଳା ଆସୁଲି ଆର୍ ସେ ବେଳା ଅଃବେ ହେଁ ଆୟ୍ଲିନି ।
O Salvador e Senhor
Jesus é o caminho, a verdade e a vida. Não há outro nome dado entre os homens pelo qual devamos ser salvos.
ଜିସୁ ତାକ୍ କୟ୍ଲା, "ମୁୟ୍ ବାଟ୍, ସଃତ୍ ଆର୍ ଜିବନ୍, ମର୍ ଦଃୟି ନଃଗେଲେକ୍ କେଏ ହେଁ ଉବାର୍ ହାକ୍ ଜଃଉଁ ନାହାରେ ।
ଜିସୁ ତାକ୍ କୟ୍ଲା, "ପିଲିପ୍, ଅଃତେକ୍ କାଳ୍ ଦଃରି ମୁୟ୍ ତୁମାର୍ ସଃଙ୍ଗ୍ ଆଚି, ଆର୍ ଆଜି ହଃତେକ୍ ତୁୟ୍ କାୟି ମକ୍ ଚିନୁ ନଃହାର୍ଲିସ୍ ? ଜେ ମକ୍ ଦଃକି ଆଚେ ସେ ମର୍ ଉବାକ୍ ଦଃକି ଆଚେ; ଅଃମିମଃନ୍କେ ଉବାକ୍ ଦଃକାଉ ବଃଲି ତୁୟ୍ କଃନ୍କଃରି କଃଉଁଲିସ୍ ? ମୁୟ୍ ଜେ ଉବାର୍ ସଃଙ୍ଗ୍ ଆଚି ଆର୍ ଉବା ମର୍ ସଃଙ୍ଗ୍ ଆଚେ, ଇ କଃତା କାୟିରି ବିସ୍ୱାସ୍ କଃରୁ ନଃହାରୁଲିସ୍ ? ମୁୟ୍ ତୁମିମଃନ୍କେ ଜୁୟି କଃତା କଃଉଁଲେ, ସେରି ସଃବୁ ମର୍ ନିଜାର୍ ସିକ୍ୟା ନାୟ୍, ମଃତର୍ ଉବା ମର୍ ତଃୟ୍ ରଃୟ୍ ଅଃହ୍ଣାର୍ କାମ୍ କଃରୁଲା ।
ଜିସୁ ତାକ୍ କୟ୍ଲା, "ମୁୟ୍ ମଃରି ଉଟ୍ତାର୍ ଆର୍ ଜିବନ୍, ଜୁୟି ଲକ୍ ମର୍ ତଃୟ୍ ବିସ୍ୱାସ୍ କଃରେଦ୍, ସେ ଜଦି ମଃରେଦ୍, ଅୟିଲେକ୍ ହେଁ ସେ ବାଚେଦ୍ ।
ଜିସୁ ତାକ୍ କୟ୍ଲା, "ଜଦି ତୁୟ୍ ବିସ୍ୱାସ୍ କଃର୍ସି, ତଃବେ ଇସ୍ୱରାର୍ ଜଃଜ୍ମାନ୍ କାମ୍ ଦଃକ୍ସି ବଃଲି ମୁୟ୍ କାୟି ତକ୍ କୟ୍ ନଃରିଲେ ?"
ତାକେ ଚାଡି କାର୍ ତଃୟ୍ ମୁକ୍ତି ନାୟ୍, କାୟିତାକ୍ବଃଲେକ୍ ଜାର୍ତଃୟ୍ ଆମିମଃନ୍କେ ମୁକ୍ଳୁକ୍ ଅୟ୍ଦ୍, ଅଃଗାସ୍ ତଃଳେ, ମାନାୟ୍ମଃନାର୍ ବିତ୍ରେ କାୟି ନାଉ ଦିଆ ନୟେ ।
ଆର୍ ସେମଃନ୍ ବାଟେ ଜଃଉଁଜଃଉଁ, କୁଣ୍ ଗଟେକ୍ ହାଣିନାଳେ ହଚ୍ଲାୟ୍, ସେତାକ୍ ବେଜୁ କୟ୍ଲା, "ଇତି ତ ହାଣି ଆଚେ, ମର୍ ବାପ୍ତିସମ୍ ହାଉଁକ୍ କାୟି ବାଦା ଆଚେ ?" ପିଲିପ୍ କୟ୍ଲା ତୁୟ୍ ସଃବୁ ମଃନ୍ ହଃରାଣ୍ ସଃଙ୍ଗ୍ ଜଦି ବିସ୍ୱାସ୍ କଃର୍ସି ତଃବେ ଅଃଉଁ ହାରେ । ସେତାକ୍ ବେଜୁ କୟ୍ଲା ଜିସୁ କ୍ରିସ୍ଟ ଜେ ଇସ୍ୱରାର୍ ହୟିସି ଇରି ମୁୟ୍ଁ ବିସ୍ୱାସ୍ କଃରୁଲେ ।
ଆରେକ୍ ବେଜୁ ରଃତ୍ ତେବାଉଁକେ କୟ୍ଲା । ତଃବେ ପିଲିପ୍ ଆର୍ ବେଜୁ ହାଣି ବିତ୍ରେ ଉତୁର୍ଲାୟ୍ ଆର୍ ପିଲିପ୍ ତାକେ ବାପ୍ତିସମ୍ ଦିଲା ।
A supremacia de Cristo
Ele é o resplendor da glória de Deus e a expressão exata do seu ser. Toda a plenitude habita nele e por Ele tudo subsiste.
ସେ ତାର୍ ଜଃଜ୍ମାନାର୍ ଉଜାଳ୍ ଆର୍ ତାର୍ ଗ୍ୟାନାର୍ ମୁର୍ତି, ସେ ଅଃହ୍ଣାର୍ ସଃକାତ୍ ହୁର୍ନ୍ କଃତା ଦଃୟି ସଃବୁ ବିସୟ୍ ଦଃରେଦ୍, ଆରେକ୍ ହାହ୍ କେମା କଃଲା ହଃଚେ ସଃର୍ଗାର୍ ଇସ୍ୱରାର୍ କାତା କୁଚି ବାଟ୍ୟା ବଃସିଆଚେ ।
ସେ ଜୁୟି ଇସାବେ ସଃର୍ଗ୍ ଦୁତ୍ମଃନାର୍ ତଃୟ୍ହୁଣି ଅଃଦିକ୍ ବଃଡ୍ ନାଉଁଆର୍ ଅଃଦିକାରି ଅୟିଆଚେ, ସେ ଇସାବେ ସେ ସେମଃନାର୍ ତଃୟ୍ହୁଣି ଅଃଦିକ୍ ବଃଡ୍ ଅୟିଆଚେ ।
ତଃବେ ଅଃମି ଦଃର୍ମ ବିସ୍ୱାସ୍ କେଏ ମାନୁଲୁ ସେରି ଅଃଟୁଆ କଃରି ଦଃରିରିଆ; ତଃବେ ସଃର୍ଗେ ସଃବୁହାକ୍ ବୁଲିଆଚେ ଜେ ଇସ୍ୱରାର୍ ହୟିସି ଜିସୁ, ସେ ଅଃମିମଃନାର୍ ମୁଳ୍ ଜାଜକ୍ ଅୟ୍ଲାକ୍ ଆସା, ଅଃମିମଃନ୍ ଅଃମିମଃନାର୍ ବିସ୍ୱାସ୍ କଃତାକ୍ ଅଃଟୁଆ ବାବେ ଦଃରୁଆଁ । କାୟିତାକ୍ବଃଲେକ୍ ଜେ ଅଃମିମଃନାର୍ ନିଗାଳ୍ତଃୟ୍ ଅଃମିମଃନ୍କେ ଦଃୟା ଦଃକାଉଁକ୍ ଜୟ୍ଗ୍, ଅଃମିମଃନାର୍ ଇବାନ୍ୟା ମୁଳ୍ ଜାଜକ୍ ନାୟ୍, ମଃତର୍ ସେ ହାହ୍ ନୟ୍ଲା ଲକ୍ ଅୟି ଅଃମିମଃନାର୍ ହର୍ ସଃବୁ ରଃକମେ ପରିକ୍ୟା କଃରାୟ୍ ଅୟ୍ଲା ।
ଜିସୁ ଅଃହ୍ଣାର୍ ମୁଏଁ ରିଲା ସଃତ୍ ସଃର୍ଦା ଗିନେ ଲିନ୍ଦାକ୍ ନଃମାନି କଃରି ସଃମ୍ବାଳି କଃରି କ୍ରୁସ୍ଉହ୍ରେ ମଃର୍ନ୍ ବୟଃଗ୍ କଃଲା, ଆରେକ୍ ଇସ୍ୱରାର୍ ସିଙ୍ଗାସଣାର୍ କାତା ବାଟ୍ୟା ବଃସି ଆଚେ ।
ବଃଲେକ୍, ସଃବୁ ବିସୟେ ଅଃହ୍ଣାର୍ ବାୟ୍ବେଣିମଃନାର୍ ହର୍ ଅଃଉତାର୍ ତାର୍ ଲଳା ରିଲି, ଜଃନ୍କଃରି ସେ ଲକ୍ମଃନାର୍ ହାହାର୍ ହାହ୍ ମାନ୍ତା ଗିନେ ଇସ୍ୱରାର୍ ସେବା ବିସୟେ ଗଟେକ୍ ଦଃୟାକାରି ଆର୍ ବିସ୍ୱାସି ମୁଳ୍ ଜାଜକ୍ ଅୟ୍ଦ୍ ।
ବାୟ୍ଦ୍ରେ ସେ ଅଃମିମଃନାର୍ କଃସ୍ଟ ହାୟ୍ଁ ଆଚେ ଆର୍ ଅଃମିମଃନାର୍ ଦୁକା ସଃବୁ ବୟ୍ ଆଚେ। ଅୟିଲେକ୍ ହେଁ ଅଃମିମଃନ୍ ତାକେ ମାଡ୍ ଅୟ୍ଲାର୍ ଇସ୍ୱର୍ ତାକେ ମାର୍ଲାର୍ ଆର୍ ଦୁକ୍ ହାୟ୍ଲାର୍ ବଃଲି ବୁଜ୍ଲୁ।
ମଃତର୍ ସେ ଅଃମାର୍ ଅଃଦଃର୍ମ୍ ଗିନେ କଃଣ୍ଡିଆ କାବ୍ରା ଅୟ୍ଲା, ଅଃମିମଃନାର୍ ହାହାର୍ ଗିନେ କଃଣ୍ଡ୍ କଃଣ୍ଡ୍ ଅୟ୍ଲା; ଅଃମିମଃନାର୍ ସାନ୍ତି ହାଉତା ଦଃଣ୍ଡ୍ ତାର୍ ଉହ୍ରେ ହଃଳ୍ଲି ଆର୍ ତାକେ ମାଡ୍ ଅୟ୍ଲାକେ ଅଃମି ସୁସ୍ତ୍ ଅୟ୍ଲୁ।
କାୟିତାକ୍ବଃଲେକ୍ ଅଃମିମଃନ୍କାର୍ ଗିନେ ଗଟେକ୍ ହିଲା ଜଃଲମ୍ ଅୟିଆଚେ, ଅଃମିକେ ମାପୁର୍ ଗଟେ ହିଲା ଦଃୟିଆଚେ ଆର୍ ତାର୍ କଃନ୍ଦେ ସଃବୁଲକାର୍ ଦାୟିତାର୍ ବଜ୍ ବୟିଦ୍; ଆରେକ୍ ତାର୍ ନାଉ କାବାକଃରୁ, ମଃତ୍ରି, ସଃକ୍ତିକାରି ମାପୁର୍, ଜୁଗ୍ଜୁଗ୍ ରେତା ଉବା, ସାନ୍ତିର୍ ରଃଜା ଅୟିଦ୍।
Confessar a Cristo
Todo aquele que confessa que Jesus é o Filho de Deus, Deus permanece nele e ele em Deus. A fé em Cristo é a vitória.
ଜେ ଜିସୁକେ ଇସ୍ୱରାର୍ ହୟିସି ବଃଲି ମାନେଦ୍ ଇସ୍ୱର୍ ତାର୍ ତଃୟ୍ ଆଚେ ଆର୍ ସେ ଇସ୍ୱରାର୍ ତଃୟ୍ ଆଚେ ।
ଜେ ଜିସୁକେ ଇସ୍ୱରାର୍ ହୟିସି ବଃଲି ମାନେଦ୍ ଇସ୍ୱର୍ ତାର୍ ତଃୟ୍ ଆଚେ ଆର୍ ସେ ଇସ୍ୱରାର୍ ତଃୟ୍ ଆଚେ ।
ଇରି ହଃକା ଇସ୍ୱରାର୍ ଲାଡ୍ ଅଃମାର୍ ତଃୟ୍ ଜାଣା ହଃଳିଆଚେ ଜେ, ଇସ୍ୱର୍ ଅଃହ୍ଣାର୍ ଗଟେକ୍ବଃଲି ହୟ୍ସିକେ ଜଃଗତେ ହଃଟାୟ୍ଲା, ଜଃନ୍କଃରିକି ଅଃମିମଃନ୍ ଜିସୁର୍ ଗିନେ ଅଃମାର୍ ଜିବନ୍ ହାଉନ୍ଦ୍ । ଅଃମିମଃନ୍ ଜେ, ଇସ୍ୱର୍କେ ଲାଡ୍ କଃଲୁ ସେରି ନଃୟ୍, ମଃତର୍ ସେ ଅଃମିମଃନ୍କେ ଲାଡ୍ କଃଲା, ଆରେକ୍ ଅଃହ୍ଣାର୍ ହୟ୍ସିକେ ଅଃମିମଃନାର୍ ହାହ୍ ବୟ୍ନେଉଁକେ ହଃଟାୟ୍ଲା ଇତି ଇସ୍ୱରାର୍ ଲାଡ୍ ଜାଣାହଃଳୁଲି ।
ଇରି ହଃକା ଇସ୍ୱରାର୍ ଲାଡ୍ ଅଃମାର୍ ତଃୟ୍ ଜାଣା ହଃଳିଆଚେ ଜେ, ଇସ୍ୱର୍ ଅଃହ୍ଣାର୍ ଗଟେକ୍ବଃଲି ହୟ୍ସିକେ ଜଃଗତେ ହଃଟାୟ୍ଲା, ଜଃନ୍କଃରିକି ଅଃମିମଃନ୍ ଜିସୁର୍ ଗିନେ ଅଃମାର୍ ଜିବନ୍ ହାଉନ୍ଦ୍ ।
ଜେ ହାହ୍ କଃରେଦ୍ ସେ ସୟ୍ତାନ୍ ତଃୟ୍ହୁଣି ଜାତ୍ ବଃଲେକ୍ ସୟ୍ତାନ୍ ଆରୁମେ ହୁଣି ହାହ୍ କଃରି ଆସୁଲି । ସୟ୍ତାନାର୍ କାମ୍କେ ନାସ୍ କଃରୁକେ ତ ଇସ୍ୱରାର୍ ହୟିସି ଆୟ୍ଲା ।
ଜିସୁ ଇସ୍ୱରାର୍ ହୟିସି, ଇରି ଜେ ବିସ୍ୱାସ୍ କଃରେଦ୍, ସେ ହଃକା ଜଃଗତ୍କେ ଜିଣେଦ୍ ।
ସେ ସାକି ଜେ, ଇସ୍ୱର୍ ଅଃମିମଃନ୍କେ ଅଃମ୍ବର୍ ଜିବନ୍ ଦଃୟି ଆଚେ, ଆରେକ୍ ସେ ଜିବନ୍ ତାର୍ ହୟିସି ଟାଣେ ଆଚେ । ଜେ ହୟ୍ସିକ୍ ହାୟ୍ଁ ଆଚେ, ସେ ଜିବନ୍ ହାୟ୍ଁ ଆଚେ; ଜେ, ଇସ୍ୱରାର୍ ହୟ୍ସିକେ ନଃହାୟ୍, ସେ ଜିବନ୍କେ ହେଁ ନଃହାୟ୍ ।
ତଃବେ ତୁମି ଜଦି ଟଣ୍ଡେ ଜିସୁକେ ମାପୁର୍ ବଃଲି କଃଉଆସ୍ ଆର୍ ଇସ୍ୱର୍ ତାକେ ମଃଲା ଲକାର୍ ବିତ୍ରେହୁଣି ଉଟାୟ୍ ଆଚେ ବଃଲି ମଃନ୍ ବିତ୍ରେ ବିସ୍ୱାସ୍ କଃରାସ୍ ତଃବେ ମୁକ୍ତି ହାଉଆସ୍;
Viver em Cristo
Já não sou eu quem vive, mas Cristo vive em mim. Ele supre toda necessidade, dá paz e reina como Senhor.
ମୁୟ୍ଁ ଆର୍ ଜିବନେ ନାୟ୍, ମଃତର୍ କ୍ରିସ୍ଟ ମର୍ ତଃୟ୍ ଜିବନ୍ଆଚେ; ଆରେକ୍ ମୁୟ୍ଁ ଗଃଗାଳେ ରଃୟ୍ ଅଃବେ ଜୁୟି ଜିବନ୍ ଚାଲ୍ଚାଲ୍ତି, ସେରି ବିସ୍ୱାସେ ଇସ୍ୱରାର୍ ଜୁୟି ହୟିସି ମକେ ଲାଡ୍କଃରି ମର୍ ଗିନେ ଅଃହ୍ଣାକ୍ ହୁଜା ଦିଲା, ତାର୍ ତଃୟ୍ ବିସ୍ୱାସ୍ କଃରି ବଚୁଲେ ।
ଆରେକ୍, ମର୍ ଇସ୍ୱର୍ କ୍ରିସ୍ଟ ଜିସୁର୍ ତଃୟ୍ ତାର୍ ଜଃଜ୍ମାନାର୍ ଦଃନ୍ ହଃର୍କାରେ ତୁମିମଃନାର୍ ସଃବୁଲକାର୍ ଅକେଟ୍ ହୁରୁଣ୍ କଃରେଦ୍ ।
ଆର୍, କ୍ରିସ୍ଟର୍ ଦିଲା ଜୁୟି ସୁସ୍ତା ବଗ୍ କଃରୁକେ ତୁମିମଃନ୍କେ ଗଟେକ୍ ଗଃଗାଳ୍ ହର୍ କୁଦାୟ୍ ଅୟି ଆଚାସ୍, ସେରି ତୁମିମଃନାର୍ ମଃନେ ରାୟ୍ଜ୍କଃର; ଆରେକ୍ ତୁମିମଃନ୍ ସଃବୁବଃଳ୍ ଦନ୍ୟବାଦ୍ ଦିଆସ୍ ।
କାୟିତାକ୍ ବଃଲେକ୍ ଅଃମିମଃନ୍ ଜୁୟ୍ରି ସେ ଗଃଳ୍ଲାର୍ ସଃବୁ ରଃକମ୍ ସଃତ୍କାମ୍ କଃରୁନ୍ଦ୍ ବଃଲି ଇସ୍ୱର୍ ଆଗ୍ତୁ ହୁଣି ତିର୍ କଃରିରିଲା, ଅଃମି କ୍ରିସ୍ଟ ଜିସୁର୍ ସଃଙ୍ଗ୍ ଚାଲାଚାଲ୍ତି କଃରି ମିସିରିଲାକେ ସେରି ସାଦୁନ୍ ଅୟିଆଚେ ।
କ୍ରିସ୍ଟ ଜଃନ୍କଃରି ଅଃମିମଃନ୍କେ ଲାଡ୍ କଃଲା ଆର୍ ଇସ୍ୱର୍କେ ସଃର୍ଦା କଃରୁକେ ନିଜାର୍ ଜିବନ୍କେ ଅଃମାର୍ ଗିନେ ବାସ୍ନା ବେଟି ଆର୍ ହୁଜା ହର୍ ସଃହ୍ରି ଦିଲା, ତୁମିମଃନ୍ ହେଁ ସେ ରଃକମ୍ ଜିବନ୍ କାଟା ।
ବଃଲେକ୍ ଜଃନ୍କଃରି ଅଃମାର୍ ଗଟେକ୍ ଗଃଗାଳେ ଗାଦେକ୍ ଅଃଙ୍ଗ୍ମଃନ୍ ଆଚେ, ମଃତର୍ ସଃବୁ ଅଃଙ୍ଗ୍ମଃନାର୍ କାମ୍ ଗଟେ ରଃକମ୍ ନାୟ୍ । ସେ ହର୍ ଅଃମି ଅଃନେକ୍ ମଃତର୍ କ୍ରିସ୍ଟର୍ ତଃୟ୍ ଗଟେକ୍ ଅୟି ଜଳି ଅୟି ଆଚୁ, ଅଃମି ଗଟେକ୍ ଗଃଗାଳ୍ ଆର୍ ଗଃଗାଳାର୍ ଅଃଙ୍ଗ୍ମଃନ୍ ହର୍ ଅଃମିମଃନ୍ ଏକ୍ ଆରେକ୍ ସଃଙ୍ଗ୍ ଜଳିଅୟ୍ ଆଚୁ ।
ମଃତର୍ ଜୁୟି ଇସ୍ୱର୍ ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟର୍ ଗିନେ ଅଃମିମଃନ୍କେ ଜିତାୟ୍ଲା ଆଚେ, ତାର୍ ଦନ୍ୟବାଦ୍ ଅଃଉଅ ।
ମଃତର୍ କ୍ରିସ୍ଟକେ ମାପୁର୍ ବଃଲି ନିଜାର୍ ନିଜାର୍ ମଃନ୍ ବିତ୍ରେ ନିର୍ମୁଳେ ମାୟ୍ନ୍ କଃରା । ତୁମି କାୟି କଃରୁକେ ବଃର୍ସା କଃରୁଲାସ୍ ବଃଲି କେଏ ହଃଚାର୍ଲେକ୍, ତାକେ ଉତୁର୍ ଦେଉଁକେ ଜଃଗ୍ରାତ୍ ରିଆ,
କାୟିତାକ୍ବଃଲେକ୍ ଗଟେକ୍ ବଃଲି ଇସ୍ୱର୍ ଆଚେ, ଆର୍ ଇସ୍ୱର୍ ଆର୍ ମାନାୟ୍ମଃନାର୍ ବିତ୍ରେ ଗଟେକ୍ ହଃକା ମଃଜିର୍ ଲକ୍ ଆଚେ, ସେ କ୍ରିସ୍ଟ ଜିସୁ, ଗଟେକ୍ ମାନାୟ୍ ।
O Rei eterno
O Rei dos reis voltará em glória e majestade. Todo joelho se dobrará e toda língua confessará que Jesus Cristo é o Senhor.
ତାର୍ହଃଚେ ମୁୟ୍ ଦଃକ୍ଲେ, ସଃର୍ଗ୍ ଦୁଆର୍ ଉଗାଳି ଅୟିଆଚେ ଆର୍ ସେତି ଗଟେକ୍ ଦବ୍ଳା ରଃଙ୍ଗାର୍ ଗଃଳା ଆଚେ । ସେ ଗଳା ଚାଲାଉତା ଲକାର୍ ନାଉ ବିସ୍ୱାସାର୍ ଜୟ୍ଗ୍ ଆର୍ ସଃତ୍ । ତାର୍ ବିଚାର୍ ନ୍ୟାୟ୍ ଆର୍ ଦଃର୍ମେ ଜୁଜ୍ କଃରୁକେ ବାଚା ଅୟିଆଚେ । ତାର୍ ଆକି ଜୟ୍ ଅଳା ହର୍ ଆର୍ ତାର୍ ମୁଣ୍ଡେ ଗାଦେକ୍ ମୁକୁଟ୍ ରିଲି । ତାର୍ ଗଟେକ୍ ନାଉ ଲେକା ଜାୟ୍ରିଲି, ମଃତର୍ ସେରି କାୟିରି, ତାକ୍ ଚାଡି ଆରେକ୍ କେଏ ହେଁ ନଃଜାଣ୍ତି । ସେ ହିନ୍ଦିରିଲା ବଃସ୍ତର୍ ବଃନି ତଃୟ୍ ବୁଡାୟ୍ ଅୟ୍ରିଲି । ସେ "ଇସ୍ୱରାର୍ ବାକ୍ୟ" ନାଉଁଏ ଜାଣାସୁଣା । ସଃର୍ଗାର୍ ସଃଇନ୍ ମଃନ୍ଦା ନିର୍ମୁଳ୍, ଦବ୍, ମଃସିଣ୍ ବଃସ୍ତର୍ ହିନ୍ଦି ଦବ୍ ଗଳାମଃନାର୍ ଉହ୍ରେ ଚଃଗି ତାର୍ ହଃଚେ ହଃଚେ ଜାତି ରିଲାୟ୍ । ତାର୍ ଟଣ୍ଡେ ହୁଣି ଗଟେକ୍ ଦାରୁଆ କଃଣ୍ଡା ବାରାଉତି ରିଲି । ସେ କଃଣ୍ଡା ସଃଙ୍ଗ୍ ସେ ହୁର୍ତିବିର୍ ସଃବୁ ଜାତିକ୍ ଆରାୟ୍ଦ୍ । ଆରେକ୍ ସେମଃନ୍କେ ସେ ଲଃଉଆ ଡାଙ୍ଗ୍ ସଃଙ୍ଗ୍ ସାସନ୍ କଃରେଦ୍ ଆର୍ ସଃବ୍କେ ସଃକ୍ତିମାନ୍ ଇସ୍ୱରାର୍ ଜଃବର୍ ରିସା ହର୍ ଅଙ୍ଗୁର୍କେ ସେ ଗଃଣା କୁଣ୍ଡେ ନିଜେ ହିଳିକଃରି ଅଙ୍ଗୁର୍ ରଃସ୍ ବାର୍ କଃରେଦ୍ । ତାର୍ ବଃସ୍ତର୍ ଉହ୍ରେ ଆର୍ ଜଃଙ୍ଗେ ଇ ନାଉ ଲେକା ଅୟ୍ରିଲି, "ରଃଜା ମଃନାର୍ ରଃଜା ଆର୍ ମାପୁର୍ ମଃନାର୍ ମାପୁର୍ ।"
ମାପୁର୍ ଜିସୁର୍ ଦଃୟା ସଃବୁ ଲକାର୍ ଉହ୍ରେ ଅଃଉଅ । ଆମେନ୍ ।
ହଃଚେ ସେ ତମାକ୍ କୟ୍ଲା, "ଇହାକ୍ ତର୍ ଆଙ୍ଗଟି ଆଣି ମର୍ ଆତ୍ ଦଃକ୍ ଆର୍ ଆତ୍ ଲାମାୟ୍ ମର୍ କୁଚାୟ୍ ଚିଉ; ଅବିସ୍ୱାସି ନୟ୍କଃରି ସଃତ୍କଃର୍ ।"
ତମା ଜିସୁକେ କୟ୍ଲା, "ମର୍ ମାପୁର୍, ମର୍ ଇସ୍ୱର୍ ।"
ଜିସୁ ଚେଲାମଃନାର୍ ମୁୟେ ଇବାନ୍ୟା ଗାଦେକ୍ ବିନ୍ ବିନ୍ ରଃକମାର୍ କାବା ଅଃଉତା ଚିନା କଃଲା, ସେସଃବୁ ଇ ପୁସ୍ତକ୍ ଲଃଗେ ଲେକା ନୟ୍; ମଃତର୍ ତୁମିମଃନ୍ ଜଃନ୍କଃରି ବିସ୍ୱାସ୍ କଃରାସ୍ ଜେ, ଜିସୁ ଇସ୍ୱରାର୍ ହୟିସି କ୍ରିସ୍ଟ, ଆରେକ୍ ବିସ୍ୱାସ୍ କଃରି ଜଃନ୍କଃରି ତୁମିମଃନ୍ ତାର୍ ନାଉଁଏ ଜିବନ୍ ହାଉଆସ୍, ଇତାର୍ ଗିନେ ଇ ସଃବୁ ଲେକା ଜାୟ୍ ଆଚେ ।
ମୁୟ୍ ଜଃନ୍କଃରି ତୁମିମଃନ୍କେ ଲାଡ୍ କଃରିଆଚି, ତୁମିମଃନ୍ ହେଁ ସେନ୍କଃରି ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା, ଇରି ମର୍ ଆଦେସ୍,
ମୁୟ୍ ତୁମିକେ ସଃତ୍ କଃଉଁଲେ, ଜେ ମୁୟ୍ ହଃଟାୟ୍ ରିଲା ଗଟେକ୍ ଲକେ ଗଃରେ କୁଦି ଦଃରେଦ୍, ସେ ମକ୍ ସେବାନ୍ୟା ଦଃରେଦ୍, ଆର୍ ଜେ ମକ୍ ଦଃରେଦ୍, ମକ୍ ଜେ ହଃଟାୟ୍ ଆଚେ ସେ ଇସ୍ୱର୍କେ ହେଁ ସେ ଦଃରେଦ୍ ।"
ଆରେକ୍ ମୁୟ୍ ସେମଃନ୍କେ ଅଃମ୍ବର୍ ଜିବନ୍ ଦଃୟ୍ନ୍ଦ୍, ଆର୍ ସେମଃନ୍ କଃବେ ନଃସ୍ଟ୍ ନଃଉତି । ଆର୍ ସେମଃନ୍କେ ମର୍ ତଃୟ୍ହୁଣି କେଏ ଚାଡାୟ୍ ନେଉଁ ନଃହାର୍ତି । ମର୍ ଉବା ମକ୍ ଜାୟ୍ରି ଦଃୟ୍ଆଚେ, ସେରି ସଃବୁ ତଃୟ୍ହୁଣି ବଃଡେ ମଲ୍, ଆର୍ ଉବାର୍ ଆତେ ହୁଣି କେଏ ସେରି ଚାଡାୟ୍ ନେଉଁ ନାହାରେ । ଉବା ଆର୍ ମୁୟ୍ ଏକ୍ ।"
ବଃଲେକ୍ ଇସ୍ୱର୍ ଜଃଗତ୍କେ ଅଃତେକ୍ ଲାଡ୍ କଃଲା ଜେ ସେ ଅଃହ୍ଣାର୍ ଗଟେକ୍ ବଃଲି ହୟ୍ସିକ୍ ଦାନ୍ ଦିଲା, ଜଃନ୍କଃରି ଜେହେଁ ତାକେ ବିସ୍ୱାସ୍ କଃରେଦ୍ ସେ ନଃସ୍ଟ୍ ନୟ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ । ଇସ୍ୱର୍ ନିଜାର୍ ହୟ୍ସିକ୍ ଜଃଗତ୍କେ ବିଚାର୍ କଃରୁକେ ନାୟ୍, ମଃତର୍ ଜଃଗତ୍କେ ଜଃନ୍କଃରି ବଚାଉଁକେ ଅୟ୍ଦ୍ ସେତାର୍ଗିନେ ହଃଟାୟ୍ ଆଚେ ।
ଜୁୟି ଲକ୍ ହୟ୍ସିର୍ ତାଣେ ବିସ୍ୱାସ୍ କଃରେଦ୍ ତାର୍ ବିଚାର୍ ନାୟ୍; ମଃତର୍ ଜେ ବିସ୍ୱାସ୍ ନଃକେରେ ତାର୍ ବିଚାର୍ ଅୟି ସଃର୍ଲିନି, ବଃଲେକ୍ ସେ ଇସ୍ୱରାର୍ ଗଟେକ୍ବଃଲି ହୟ୍ସିର୍ ନାଉଁଏ ବିସ୍ୱାସ୍ ନଃକେରେ ।
ଆର୍ ଜେ ଅଃହ୍ଣାର୍ କ୍ରୁସ୍ ଦଃରି ମର୍ ହଃଚେ ହଃଚେ ନାସେ, ସେ ମର୍ ଚେଲା ଅଃଉଁକେ ଜୟ୍ଗ୍ ନାୟ୍ ।
କାୟିତାକ୍ବଃଲେକ୍ ଜୁୟି ଟାଣେ ଦୁୟ୍ କି ତିନିଲକ୍ ମର୍ ନାଉଁଏ ଗଟେତଃୟ୍ଁ ରୁଣ୍ଡ୍ତି, ସେ ଟାଣେ ମୁଁୟ୍ ସେମଃନାର୍ ତଃୟ୍ ରଃୟ୍ନ୍ଦ୍ ।"
ଜିସୁ ଚେଲାମଃନ୍କେ ଦଃକି କୟ୍ଲା, "ଇରି ମାନାୟ୍ର୍ ଗିନେ ହାବଳ୍, ମଃତର୍ ଇସ୍ୱରାର୍ ଗିନେ ନୟ୍ । ବଃଲେକ୍ ଇସ୍ୱର୍ ତଃୟ୍ ସଃବୁ ଉସାସ୍ ।"
ମଃତର୍ ଜିସୁ କୟ୍ଲା, "ଜାୟ୍ରି ମାନାୟ୍ମଃନାର୍ ଆତେ ନାୟ୍, ସେରି ଇସ୍ୱରାର୍ ତଃୟ୍ ଅୟ୍ଦ୍ ।"
ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟର୍ ଦଃୟା ତୁମିମଃନାର୍ ଆତ୍ମାର୍ ସଃଙ୍ଗ୍ ଅଃଉ ।