Jovens
Deus tem planos maravilhosos para os jovens. A Bíblia os convida a consagrar a juventude ao Senhor, crescer em sabedoria e ser exemplo para todos em fé, palavra, conduta e amor.
Ninguém despreze a tua mocidade
Paulo exortou Timóteo: sê exemplo dos fiéis na palavra, no procedimento, no amor, no espírito, na fé e na pureza.
ତକେ ଦାଙ୍ଗ୍ଡା ଆଚେ ବଲି କେ ମିସା ଇନ୍ ନ କର । ମାତର୍ ସବୁ ବିସ୍ବାସି ମନର୍ପାଇ ଗଟେକ୍ ସାକିପାରା ନିକ ଚଲାଚଲ୍ତି କର୍ । ସବୁ ବେଲେ ସତ୍ କାତା କଇତେର, ନିକସଙ୍ଗ୍ ଚଲାଚଲ୍ତି କର୍ତେରଇବା, ଲକ୍ମନ୍କେ ଆଲାଦ୍ କର୍ତେରଇବା, କିରିସ୍ଟକେ ବିସ୍ବାସ୍ କର୍ତେରଇବା, ପାପେ ରଅନାଇ ।
ସେନ୍ତାର୍ ସେ ଦାଙ୍ଗ୍ଡାମନ୍କେ ମିସା ନିଜେ ଜାଗରତ୍ ରଇବାକେ ସିକା ।
ଏ ମର୍ ପିଲାଟକିମନ୍, ତମେ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ଆୟା ବାବାର୍ କାତା ମାନିକରି ରୁଆ । ତମେ ଏନ୍ତାରି କର୍ବାର୍ ଆଚେଆକା । ଏନ୍ତାରି ଲେକା ଅଇଲାଆଚେ, ନିଜର୍ ଆୟା ବାବାକେ ସନ୍ମାନ୍ ଦିଆସ୍ । ଜେନ୍ତାରି କି ତମର୍ପାଇ ସବୁ ବିସଇ ମଙ୍ଗଲ୍ ରଇସି । ଆରି ତମେ ସାର୍ଦା ଅଇ ବେସି ଦିନ୍ ଜାକ ଏ ଜଗତେ ବଁଚିରଇସା । ଏଟା ଅଇଲାନି ପର୍ମେସରର୍ ପର୍ତୁମ୍ ଆଦେସ୍ ଜନ୍ଟା କି ସେ ଗଟେକ୍ ଦେଇରଇବା କାତା ମିସା ତେଇ ମିସାଇଆଚେ ।
ଏ ମର୍ ପିଲାଟକିମନ୍, ତମେ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ଆୟା ବାବାର୍ କାତା ମାନିକରି ରୁଆ । ତମେ ଏନ୍ତାରି କର୍ବାର୍ ଆଚେଆକା । ଏନ୍ତାରି ଲେକା ଅଇଲାଆଚେ, ନିଜର୍ ଆୟା ବାବାକେ ସନ୍ମାନ୍ ଦିଆସ୍ । ଜେନ୍ତାରି କି ତମର୍ପାଇ ସବୁ ବିସଇ ମଙ୍ଗଲ୍ ରଇସି । ଆରି ତମେ ସାର୍ଦା ଅଇ ବେସି ଦିନ୍ ଜାକ ଏ ଜଗତେ ବଁଚିରଇସା ।
Lembrar do Criador na juventude
Lembra-te do teu Criador nos dias da tua mocidade. A sabedoria ganha cedo produz frutos duradouros na vida inteira.
ଆରି, ତମେ ଦାଙ୍ଗ୍ଡା ବେଲେ ଅନି ତମ୍କେ ଗଡ୍ଲା ମାପ୍ରୁକେ ଏତାଆ; କାଇକେବଇଲେ ବଏଁକାର୍ ଦିନ୍ ଆଇଲାନି, ଜନ୍ ବର୍ସେ ତମେ କଇସା, ଏ ବର୍ସେ ମର୍ କିଚି ସୁକ୍ ନାଇଁ ବଲିକରି ସେ ସବୁଜାକ ବରସ୍ ଲଗେ କେଟି ଆଇଲାନି ।
ଆରି, ତମେ ଦାଙ୍ଗ୍ଡା ବେଲେ ଅନି ତମ୍କେ ଗଡ୍ଲା ମାପ୍ରୁକେ ଏତାଆ; କାଇକେବଇଲେ ବଏଁକାର୍ ଦିନ୍ ଆଇଲାନି, ଜନ୍ ବର୍ସେ ତମେ କଇସା, ଏ ବର୍ସେ ମର୍ କିଚି ସୁକ୍ ନାଇଁ ବଲିକରି ସେ ସବୁଜାକ ବରସ୍ ଲଗେ କେଟି ଆଇଲାନି । ସେ ସମଏଁ ଆରି ବେଲ୍ ନ ଉଦେ ଆରି ଜନ୍ ଉଜଲ୍ ନଦେଏ, ତାରାମନ୍ ମିସା ଉଜଲ୍ ନ ଦେଅତ୍, ଆରି ପାନି ମାରି ସାର୍ଲା ପଚେ ଆରି ତରେକ୍ ମେଗ୍ ଉଟାଇସି; ସେ ଦିନ୍ ଆଇଲେ ବଡ୍ବଡ୍ ସାଲାପ୍ଗର୍ ବାନ୍ଦୁମନ୍ ଏନେତେନେ ପାଲାଇ ବୁଲ୍ବାଇ ଆରି ବପୁ ରଇବା ଲକ୍ମନ୍ ସବୁ ମୁଣ୍ଡ୍ ଲୁଆଁଇ ଦେବାଇ ଆରି ଗର୍ବା ଲକ୍ମନ୍ ଉନା ଅଇବାକେ କାମ୍ ମିସା ଉନା ଅଇସି, ଆରି ଜର୍କା ବାଟେ ଏରିଏରି ଦେକ୍ବା ମାଇଁଜି ଟକିମନ୍ ବାଟ୍ ବାନା ଅଇଜାଇସି
ଏ ଦାଙ୍ଗ୍ଡାମନ୍, ତମେ ଦାଙ୍ଗ୍ଡାବେଲେ ସାର୍ଦା କରା ଆରି ଦାଙ୍ଗ୍ଡା ବେଲେ ତମର୍ ମନ୍ ନିକ ରଅ, ଆରି ତମର୍ ମନ୍ ନିକ ରଅ ଆରି ଦେକି ଚାଇଁ କରି ଚାଲା; ମାତର୍ ପର୍ମେସର୍ ଏ ସବୁ ବିସୟ୍କେ ନେଇକରି ଗଟେକ୍ ଦିନେ ବିଚାର୍ ଜାଗାଇ ଡାକ୍ସି, ସେଟାର୍ପାଇଁ ତମେ ଜାଗର୍ତା ସଙ୍ଗେ ରୁଆ।
ସେଟାର୍ପାଇଁ ନିଜର୍ ମନ୍କେ ରିସା କରାନାଇଁ ଆରି ତମର୍ ଗାଗଡ୍କେ ଦୁକ୍ ଦୁର୍ କରା; କାଇକେବଇଲେ ଦାଙ୍ଗ୍ଡା ବେଲର୍ ଜିବନ୍ ବେକାର୍ସେ ।
ବୁଡା ଲକ୍ ଆରି ଅମାନିଆଁ ରାଜା ଆରି କାର୍ କାତା ନ ମାନ୍ବା ଲକ୍, ତାକର୍ ବାଦୁଲେ କାକୁର୍ତି ଲକ୍ ଆରି ଗିଆନ୍ ରଇବା ଦାଙ୍ଗ୍ଡା ପିଲା ବେସି ନିକ।
Força e promessa
Os jovens renovam suas forças quando esperam no Senhor. Deus levanta jovens com visões e sonhos para transformar o mundo.
ବେଣ୍ଡିଆ ଲକ୍ମନ୍ ତାକ୍ବାଇ, ଆରି ଦାଙ୍ଗ୍ଡା ପିଲାମନ୍ ଜଟିଆଇ ଅଇ ଅଦର୍ ବାଇ। ମାତର୍ ଜନ୍ ଲକ୍ମନ୍ ସବୁବେଲର୍ ମାପ୍ରୁକେ ଜାଗି ରଇବାଇ, ସେମନ୍ ନୁଆଁ ନୁଆଁ ବପୁ ପାଇବାଇ; ସେମନ୍ ଚଚନ୍ ଚଡଇ ପାରା ଉପ୍ରେ ଉଡ୍ତେ ଜିବାଇ; ସେମନ୍ ନ ତାକ୍ତେ ପାଲାଇବାଇ; ସେମନ୍ ନ ତାକ୍ତେ ଇଣ୍ଡ୍ବାଇ ।
ଆରି, ପର୍ମେସର୍ ସେ ଚାର୍ଟା ବେଣ୍ଡିଆକେ ସର୍ତେ ବିଦିଆ ଆରି ଗିଆନ୍, ବୁଦି ଆରି ଚାଲାକି ଅଇବାକେ ଦେଲା, ଦାନିଏଲ୍ ବେଣ୍ଡିଆ ମନର୍ ଦର୍ସନ୍ ଆରି ସପନର୍ ଅରତ୍ କଇବା ବିସଇରେ ବୁଦିମାନ୍ ଅଇଲାଇ ।
ଆରି,ରାଜା ସେମନ୍କେ ତାର୍ ଲଗେ ଆନ୍ବାକେ ତିନ୍ ବରସ୍ ସମଇ ଦେଇ ରଇଲାଇ, ସେ ଦିନ୍ କେଟ୍ଲା ପଚେ, ବେଜୁ ମନର୍ ମୁକିଆ ସେମନ୍କେ ନବ୍କୁଦ୍ନିସଚର୍ ଲଗେ ଆନ୍ଲାଇ । ଆରି, ରାଜା ସେମନର୍ ସଙ୍ଗେ କାତା ଅଇଲା; ଆରି, ସେମନର୍ ବିତ୍ରେ ଅନି ଦାନିଏଲ୍, ଅନାନିଅ, ମିସାଏଲ୍ ଆରି ଅସ୍ରିଅ ସେମନର୍ ପାରା କେ ଡିସତ୍ ନାଇ; ସେଟାର୍ପାଇଁ ସେମନ୍ ଆସି ରାଜାର୍ ଲଗେ କାମ୍ କର୍ବାକେ ବାଚା ଅଇଲାଇ ।
ଦାଙ୍ଗ୍ଡା ପିଲାମନର୍ ବପୁ ସେମନର୍ ସଜାଇ ଅଇବାଟା, ଡକ୍ରାଲକର୍ ପାଚ୍ଲା ଚେଣ୍ଡି ସେମନର୍ ପାଇଁ ସୁନ୍ଦର୍ ।
ତମର୍ କାମ୍ ନିକ ଆରି ନିମାନ୍ ସଙ୍ଗେ କଲାସ୍ନି କି ନାଇଁ ଗଟେକ୍ ପିଲା ମିସା ନିଜର୍ କାମର୍ ଲାଗି ନିଜର୍ ପରିଚଇ ଦେଇସି ।
Guardar o caminho
Como purificará o jovem seu caminho? Guardando-o segundo a tua Palavra. A Escritura na juventude guarda do pecado a vida inteira.
ଦାଉଦର୍ ପିଲା ଇସ୍ରାଏଲର୍ ରାଜା ସଲ୍ମନ୍ ରାଜାର୍ ନିମାନ୍ ସିକିଆ; ଗିଆନ୍ ଆରି ନିମାନ୍ ସିକିଆ ବୁଜ୍ବାକେ; ଗିଆନର୍ ବାକିଅ ଏତାଇବାକେ; ନିମାନ୍ ଚାଲିଚଲନ୍, ଦରମ୍ଟା ଆରି ନିମାନ୍ ଏତାଇବାଟା ଆରି ନିଆଇ ବିସଇରେ ଗଟେକ୍ ଆଦେସ୍ ପାଲନ୍ କର୍ବାକେ ପାର୍ସି; ଦରମ୍ ଲକ୍ମନ୍କେ ଜାଗର୍ତା ଆରି ଦାଙ୍ଗ୍ଡା ଲକ୍କେ ବିଦିଆ ଆରି ସବୁ ବିସଇ ଜାନି ପିଆସ୍ ଅଇଗାଲା ଆଚେ;
ଏ ମର୍ ପିଲା, ସୁନ୍, ଗିଆନ୍ ଅରଜ୍ ଆରି ତର୍ ମନ୍କେ ସତ୍ ବାଟେ ନେ । ଅଙ୍ଗୁର୍ ରସ୍ କାଇବାକେ ମନ୍ କର୍ନାଇଁ ଆରି ମାଉଁସ୍ କାଉରା ମନର୍ ସଙ୍ଗେ ସଙ୍ଗ୍ସାତି ଅ ନାଇଁ । କାଇକେବଇଲେ ମାତୁଆଲ୍ ଆରି କାଉରା ମନ୍ ଗରିବ୍ ଅଇବାଇ; ଆରି ଗୁନ୍ବା ଲକ୍ମନ୍କେ ଚିର୍ଲା ବସ୍ତର୍ ପିନ୍ଦାଇସି । ତମ୍କେ ଜନମ୍ ଦେଇ ରଇବା ଆୟାବାବାର୍ କାତାକେ ମାନା, ଆରି ଆୟାବାବା ବୁଡାବୁଡି ଅଇଲେ ସରି ସେମନ୍କେ ଅରିଆନ୍ କରାନାଇଁ ।
Coragem e vocação
Deus chamou jovens como Jeremias e Josué para grandes missões. A juventude não é desculpa — é oportunidade de servir poderosamente.
ସେନ୍ତାରିସେ ଏ ଦାଙ୍ଗ୍ଡାମନ୍, ତମେ ବଡ୍ଲକ୍ମନର୍ କାତା ମାନିକରିରୁଆ । ମନ୍ ବିତ୍ରେ ସୁଆଲ୍ ରଇ ଗଟେଲକ୍ ଆରି ଗଟେଲକ୍କେ ସେବା କରାକରି ଅଇରୁଆ । କାଇକେବଇଲେ ସାସ୍ତରେ ଲେକା ଅଇଲାଆଚେ ବଡ୍ପନ୍ ଅଇବା ଲକ୍ମନ୍କେ ପର୍ମେସର୍ ବିରଦ୍ କର୍ସି, ମାତର୍ ମନେ ମନେ ସୁଆଲ୍ ରଇବା ଲକ୍ମନ୍କେ ଦୟା ଦେକାଇସି । ସବୁର୍ଟାନେ ଅନି ବପୁ ରଇବା ପର୍ମେସର୍କେ ନିଜେ ସର୍ପିଉଆ । ତାର୍ ସମାନ୍ ବେଲାଇ ସେ ତମ୍କେ ଉଟାଇସି ।
ଏ ଆଲାଦର୍ ପିଲାଟକିମନ୍, ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ତମେ ବାବା ପର୍ମେସର୍କେ ଜାନିଆଚାସ୍ । ଏ ବଡ୍ ଲକ୍ମନ୍ ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ତମେ କିରିସ୍ଟକେ ଜାନ୍ବା ଲକ୍ ଅଇଆଚାସ୍ । କାଇଟା ତିଆର୍ ନ ଅଇବା ଆଗ୍ତୁ ସେ ରଇଲା । ଏ ଦାଙ୍ଗ୍ଡାମନ୍ ମୁଇ ତମ୍କେ ଲେକ୍ଲିନି, କାଇକେବଇଲେ ତମେ ବିସ୍ବାସେ ଡାଟ୍ ଅଇଆଚାସ୍ । ପର୍ମେସରର୍ ବାକିଅ ସବୁବେଲେ ତମର୍ ମନେ ଆଚେ । ଆରି ସବୁ ରକାମ୍ ପାପ୍ କାମ୍ କରାଇବା ସଇତାନ୍କେ ଆରାଇଆଚାସ୍ ।
ବେସିଆମନର୍ ଦଲେ ମିସ୍ବାର୍ ନାଇ, ମାତୁଆଲ୍ମନର୍ ଦଲେ ଜିବାର୍ ନାଇ, ବିନ୍ ମାଇଜିମନର୍ ସଙ୍ଗ୍ ମିସିରଇବାର୍ ନାଇ, ଲାଗାଜଡା ଅଇବାର୍ ନାଇ ଆରି ଇଁସା ଅଇବାର୍ ନାଇ । ଆମେ ଜେତ୍କି ଲକ୍ ଉଜ୍ଲେ ରଇଆଚୁ, ଟିକ୍ ସଙ୍ଗ୍ ଚଲାଚଲ୍ତି କରୁ ।