Marido e mulher
O casamento é aliança sagrada entre marido e mulher, instituída por Deus desde o Éden. A Bíblia define papéis complementares fundados em amor, respeito e fidelidade mútua.
Instituição divina
Deus criou homem e mulher e os uniu em uma só carne. O casamento é projeto divino que reflete o amor de Cristo pela Igreja.
ଇତାର୍ ହଃଚେ ଇସ୍ୱର୍ ଅଃହ୍ଣାର୍ ମୁର୍ତିୟେ ମାନାୟ୍କେ ଉବ୍ଜାଣ୍ କଃଲା; ଇସ୍ୱର୍ ନିଜାର୍ ମୁର୍ତିୟେ ସେ ମାନାୟ୍ ତିଆର୍ କଃଲା; ଅଃଣ୍ଡ୍ରା ଆର୍ ମାୟିଜି କଃରି ସେ ସେମଃନ୍କେ ତିଆର୍ କଃଲା।
ଇସ୍ୱର୍ କୟ୍ଲା, "ମାନାୟ୍ ଅଃବ୍କା ଗଟେକ୍ ଲକ୍ ରେତାର୍ ନିକ ନାୟ୍, ମୁୟ୍ ତାର୍ ଗିନେ ତାର୍ ରୁହ୍ ହର୍ ସଃଙ୍ଗ୍ଉଆଳି ମାୟ୍ଜି ହାଜିନ୍ଦ୍।"
ଇତାର୍ ଗିନେ ମାନାୟ୍ ନିଜାର୍ ଆୟା ଉବାକେ ଚାଡି ଅଃହ୍ଣାର୍ ମାୟ୍ଜି ସଃଙ୍ଗ୍ ଜତାୟ୍ ରଃୟ୍ଦ୍, ଆର୍ ସେମଃନ୍ ଗଟେ ଗଃଗାଳ୍ ଅଃଉତି।
ଜିସୁ କୟ୍ଲା, "ତୁମିମଃନ୍ କାୟିରି ଦଃର୍ମ୍ ସାସ୍ତର୍ ନଃହଳାସ୍ ? ରାଜି ଉବ୍ଜାୟ୍ଲା ମାପୁର୍ ଆଗେହୁଣି ସେମଃନ୍କେ ଅଃଣ୍ଡ୍ରା ଆର୍ ଟକି କଃରି ତିଆର୍ କଃରିଆଚେ । ଆର୍ କୟ୍ଲା, ‘ଇତାର୍ ଗିନେ ମାନାୟ୍ ଆୟାଉବାକ୍ ଚାଡେଦ୍ ଆର୍ ଅଃହ୍ଣାର୍ ମାୟ୍ଜି ଟାଣେ ମଃନ୍ ଦଃୟଃଦ୍ ଆର୍ ଦୁୟ୍ ଲକ୍ ଗଟେକ୍ ଅଃଉତି ।’ ଇତାକ୍ ସେମଃନ୍ ଆର୍ ବିନ୍ ନଃଉତି, ମଃତର୍ ଗଟେକ୍ ଅଃଉତି; ବଃଲେକ୍ ଜାୟ୍ରି ଇସ୍ୱର୍ ମିସାୟ୍ ଆଚେ, ମାନାୟ୍ ସେରି ଅଃଲ୍ଗା ଅଃଲ୍ଗା ନଃକେର ।"
Papéis no casamento
O marido ama e a mulher respeita. Ambos se submetem voluntariamente a Deus e um ao outro, em parceria e unidade.
ଏ ଅଃଣ୍ଡ୍ରାମଃନ୍, କ୍ରିସ୍ଟ ଜଃନ୍କଃରି ମଣ୍ଡ୍ଳିକେ ଲାଡ୍ କଃରି, ତାର୍ ଗିନେ ନିଜାର୍ ଜିବନ୍ ଦିଲା, ତୁମିମଃନ୍ ହେଁ ଟିକ୍ ସେନ୍କଃରି ନିଜାର୍ ନିଜାର୍ ମାୟ୍ଜିମଃନ୍କେ ଲାଡ୍ କଃରା । କ୍ରିସ୍ଟ ମଣ୍ଡ୍ଳିକେ ବାକ୍ୟ ଆର୍ ଜାଣାୟି ଦୟ୍ ନିର୍ମୁଳ୍କଃରି ଇସ୍ୱର୍କେ ଦିଲା, ଆରେକ୍ ମଣ୍ଡ୍ଳିକେ ଜଃଜ୍ମାନ୍ ସଃଙ୍ଗ୍ ପବିତ୍ର, ନିର୍ଦସି ଦାଗ୍ ନାୟ୍ ଆର୍ ସୁନ୍ଦୁର୍କଃରି ନିଜାର୍ କଃଲା । ଅଃଣ୍ଡ୍ରାମଃନ୍ ହେଁ ନିଜାର୍ ନିଜାର୍ ମାୟ୍ଜିମଃନ୍କେ ନିଜାର୍ ନିଜାର୍ ଗଃଗାଳ୍ ହର୍ ଲାଡ୍ କଃର୍ତା ଦଃର୍କାର୍, ଜେ ନିଜାର୍ ମାୟ୍ଜିକ୍ ଲାଡ୍ କଃରେଦ୍, ସେ ନିଜ୍କେ ଲାଡ୍ କଃରେଦ୍ । କେଏ ହେଁ ନିଜାର୍ ଗଃଗାଳ୍କେ ଗିଣ୍ ନଃକେର୍ ମଃତର୍ ଗଃଗାଳାର୍ ହସ୍ହାଳ୍ କଃରେଦ୍ ଆର୍ ତାର୍ ଜଃତୁନ୍ କଃରେଦ୍, ସେନ୍କଃରି କ୍ରିସ୍ଟ ମଣ୍ଡ୍ଳିର୍ ଜଃତୁନ୍ ନେଉଁଲା ।
ଏ ମାୟ୍ଜିମଃନ୍ ତୁମିମଃନ୍ ଜଃନ୍କଃରି ମାପୁରାର୍ ତଃଳିଆ, ସେନ୍କଃରି ନିଜାର୍ ନିଜାର୍ ଅଃଣ୍ଡ୍ରାର୍ ତଃଳିଆ ଅଃଉଆ । ବଃଲେକ୍ କ୍ରିସ୍ଟ ଜଃନ୍କଃରି ମଣ୍ଡ୍ଳିର୍ ମୁଣ୍ଡ୍ ହର୍, ଅଃଣ୍ଡ୍ରା ହେଁ ମାୟ୍ଜିର୍ ମୁଣ୍ଡ୍ ହର୍, ଆରେକ୍ କ୍ରିସ୍ଟ ଅଃହ୍ଣାର୍ ଗଃଗାଳ୍ହର୍ ମଣ୍ଡ୍ଳିର୍ ମୁକ୍ତିକାରି । ହେଁ ମଣ୍ଡ୍ଳି ଜଃନ୍କଃରି କ୍ରିସ୍ଟର୍ ତଃଳିଆ, ସେନ୍କଃରି ମାୟ୍ଜିମଃନ୍ ହେଁ ସଃବୁ ବିସୟେ ଅଃହ୍ଣା ଅଃହ୍ଣାର୍ ଅଃଣ୍ଡ୍ରାର୍ ତଃଳିଆ ଅଃଉଅତ୍ ।
ମଃତର୍ ଇରି ତୁମିମଃନାର୍ ଗିନେ ହେଁ ଦଃର୍କାର୍, ସଃବୁ ଅଃଣ୍ଡ୍ରା ନିଜାର୍ ମାୟ୍ଜିକ୍ ଜିବନ୍ ହର୍ ଲାଡ୍ କଃର, ଆର୍ ସଃବୁ ମାୟ୍ଜିମଃନ୍ ନିଜାର୍ ଅଃଣ୍ଡ୍ରାକେ ମାନ୍ତି କଃର ।
ଏ ମାୟ୍ଜିମଃନ୍, ଜିସୁ ମାପୁରାର୍ ମିଳାମିସାୟ୍ ଟିକ୍ ଚାଲ୍ଚାଲ୍ତି ହଃର୍କାରେ ନିଜାର୍ ନିଜାର୍ ଅଃଣ୍ଡ୍ରାର୍ କଃତାମାନି ଚାଲା ।
ଏ ଅଃଣ୍ଡ୍ରାମଃନ୍ ନିଜାର୍ ନିଜାର୍ ମାୟ୍ଜିମଃନ୍କେ ଲାଡ୍ କଃରା, ସେମଃନ୍କେ ସାଦା ନାୟ୍ ।
ସେରଃକମ୍, ଏ ମାୟ୍ଜିମଃନ୍, ତୁମିମଃନ୍ ନିଜାର୍ ନିଜାର୍ ଡକ୍ରାଦିମଃନାର୍ କଃତା ମାନା ଜଃନ୍କଃରି ସେମଃନାର୍ ବିତ୍ରେ କେଏ କେଏ ମାପୁରାର୍ କଃତାକ୍ ନଃମାନ୍ଲେ ହେଁ ତୁମିମଃନାର୍ ଡିରାର୍ ସଃଙ୍ଗ୍ ନିକ ବେବାର୍ ଦଃକି ମାପୁରାର୍ କଃତାୟ୍ ନୟ୍ଲେକ୍ହେଁ ଅଃହ୍ଣା ଅଃହ୍ଣାର୍ ଡକୁର୍ସି ମନାର୍ ବେବାର୍ ଦଃକି ବାଦୁଲ୍ତି । କାୟିତାକ୍ ବଃଲେକ୍ ତୁମାର୍ ନିକଗୁଣ୍ କଃଡେ ନିକ ଦଃକି ସେମଃନ୍ ସିକ୍ତି ।
ଏ ଅଃଣ୍ଡ୍ରାମଃନ୍, ସେନ୍କଃରି ତୁମାର୍ ମାୟ୍ଜିମଃନ୍କେ ଦୁର୍ବଳ୍ ବଃଲି ଜାଣି ସେମଃନ୍କେ ସଃମ୍ବାଳି କଃରି ବାସା କଃରା । ସେମଃନ୍କେ ମାୟ୍ନ୍ କଃରା । ସେମଃନ୍ ହେଁ ତୁମିମଃନାର୍ ସଃଙ୍ଗ୍ ଇସ୍ୱରାର୍ ତଃୟ୍ ଜିବନ୍ ହର୍ ଦାନ୍ ହାଉତି । ତୁମିମଃନ୍ ସେମଃନ୍କେ ଟିକ୍ ବେବାର୍ କଃଲେକ୍, ତୁମିମଃନାର୍ ପାର୍ତନାୟ୍ ବାଦା ନାସେ ।
Fidelidade e união
O casamento é honroso e deve ser preservado com fidelidade. O cordão de três dobras não se rompe facilmente.
ଏକ୍ଲା ଟାଣୁ ଦୁୟ୍ଲକ୍, ନିକା କାୟତାକ୍ବଃଲେକ୍ ସେମଃନ୍ ନିଜାର୍ କଃସ୍ଟାର୍ ବଃଲ୍ ହଃଳ୍ ହାଉତି। ସେମଃନ୍ ଅଦୁର୍ଲେକ୍, ଗଟେଲକ୍ ତାର୍ ସଃଙ୍ଗୁଆଡ଼ିକେ ଉଟାୟିଦ୍; ମଃତର୍ ଜେ ଅଦୁର୍ତାବଃଳ୍ ଗଟେଲକ୍ ହଃକା ରଃୟିଦ୍ ଆର୍ ତାକେ ଉଟାଉଁକ୍ କେଏ ନରେତି, ସେ ଦଃଣ୍ଡାର୍ ଜୟିଗ୍। ଆରେକ୍ ଦୁୟ୍ଲକ୍ ଗଟେ ଟାଣେ ସୟିଲେକ୍ ଉସୁମ୍ ଅଃଉତି; ମଃତର୍ ଏକ୍ଲାଲକ୍ କଃନ୍କଃରି ଉସୁମ୍ ଅଃଉଁହାରେ? ଜଃବେ କେଏ ଏକ୍ଲା ରେତାଲକେ ଆରାୟିଦ୍, ତଃବେ ଦୁୟ୍ ଲକ୍ ତାକେ ବିରଦ୍ କଃର୍ତି; ଆରେକ୍, ତିନିଗୁଣ୍ ଡର୍ ବେଗି ଚିଡି ନଃକେରେ।
ଗୁଣ୍କାରି ମାୟିଜି କାକେ ମିଳିଆଚେ ? ମୁକ୍ତାତଃୟିହୁଣି ସେରି ବେସି ମଲ୍।
ତାର୍ ଡକ୍ରାସିର୍ ହୁର୍ଦୟ୍ ତାର୍ ଉହ୍ରେ ଆସ୍ରକଃରେଦ୍, ଆର୍ ତାର୍ ଅଃନେକ୍ ଲାବ୍ ଅୟିଦ୍।
ଜୁୟି ଲକ୍ ମାୟିଜି ହାୟିଦ୍ ସେ ନିକ ଜିନିସ୍ ହାୟିଦ୍, ସେ ଇସ୍ୱରାର୍ ତଃୟିହୁଣି ଦଃୟା ଅୟିଦ୍।
ଗଃର୍ ଆର୍ ଦଃନ୍ ଆୟା ଉବାର୍ ତଃୟି ହୁଣି ହାଉତା ଅଃଦିକାର୍ ;ମଃତର୍ ବୁଦିମତି ମାୟିଜି ଇସ୍ୱରାର୍ ତଃୟି ହୁଣି ମିଳେଦ୍।
ଗୁଣ୍କାରି ମାୟ୍ଜି ନିଜାର୍ ଡକ୍ରାସିର୍ ମୁକୁଟ୍ ହର୍; ମଃତର୍ ଜେ ଲାଜାର୍ କାମ୍ କଃରେଦ୍ ସେ ଡକ୍ରାସିର୍ ଆଡ୍ ନଃସ୍ଟ୍କାରି ଗାଉ ହର୍।
ତୁମାର୍ ଜଃର୍ନିୟା ଦନ୍ୟ ଅଃଉଅ; ଆର୍ ତୁମି ନିଜାର୍ ଦଃଙ୍ଗ୍ଡା ବଃଳାର୍ ଡକୁର୍ଦି ମଃନ୍କାର୍ ସଃଙ୍ଗ୍ ସଃର୍ଦା କଃରା। ସେ ଲାଡାର୍ ଚିତାଳ୍ ହର୍, ଆର୍ ସୁନ୍ଦୁର୍ ସଃମ୍ୱର୍, ତାର୍ ଉର୍ବୁକ୍ ସଃବୁବଃଳ୍ ମଃନ୍ହୁର୍ତ୍ କଃରେଦ୍।
Permanecer juntos
O que Deus uniu, o homem não separe. A Bíblia protege o casamento e orienta sobre convivência, perdão e perseverança conjugal.
ତୁମିମଃନ୍ ଜୁୟ୍ସଃବୁ କଃତା ଲେକି ଆଚାସ୍, ସେ ସଃବୁର୍ ଉତୁର୍ ଇରି, ବିବା ନଃଉତାର୍ ଅଃଣ୍ଡ୍ରାର୍ ଗିନେ ନିକ; ମଃତର୍ ଦାରିକାମ୍ ଡିରାର୍ ଗିନେ ହଃତି ଅଃଣ୍ଡ୍ରାର୍ ନିଜାର୍ ମାୟ୍ଜି ଦଃର୍କାର୍, ଆର୍ ହଃତି ମାୟ୍ଜିର୍ ଗଟେକ୍ ଗଟେକ୍ ଅଃଣ୍ଡ୍ରା ରେଅତ୍ । ଅଃଣ୍ଡ୍ରା ନିଜାର୍ ମାୟଜିକେ ତାର୍ ହାଉତାର୍ ହୁରୁଣ୍ କଃର, ଆରେକ୍ ହେଁ ସେରଃକମ୍ ମାୟ୍ଜି ତାର୍ ଅଃଣ୍ଡ୍ରା ହାଉତାର୍ ହୁରୁଣ୍ କଃର । ମାୟ୍ଜିର୍ ନିଜାର୍ ଗଃଗାଳ୍ ଉହ୍ରେ ଅଃଦିକାର୍ ନାୟ୍, ମଃତର୍ ଅଃଣ୍ଡ୍ରାର୍ ଆଚେ; ସେରଃକମ୍ ଡକ୍ରାସିର୍ ହେଁ ନିଜାର୍ ଅଃହ୍ଣାର୍ ଗଃଗାଳ୍ ଉହ୍ରେ ଅଃଦିକାର୍ ନାୟ୍ ମଃତର୍ ମାୟ୍ଜିର୍ ଆଚେ । ଦୁୟ୍ଲକ୍ ହେଁ ନାୟ୍ ନଃବେଲା; କେଜାଣ୍ ପାର୍ତ୍ନା ଗିନେ ବେଳା ହାଉଁକେ ଦୁୟ୍ଲକ୍ ହେଁ ମାନାମାନିଅୟ୍ ଚଃନେକାର୍ ଗିନେ ବିନେ ଅୟି ରେଉଁ ହାରାସ୍; ଆର୍ ତୁମିମଃନ୍କାର୍ ଗଃଗାଳ୍ ଉଟ୍ତାର୍ ତେବାଉଁକେ ନାହାର୍ତାର୍ ଗିନେ ସୟ୍ତାନ୍ ଜଃନ୍କ୍ରି ତୁମିମଃନ୍କେ କଃଟ୍ହାଳ୍ ନଃବୁଜେ, ଇତାର୍ ଗିନେ ଆରେକ୍ ମିସା ।
ମଃତର୍ ବିବା ଅୟ୍ଲାର୍ ମଃନ୍କେ ମୁଁୟ୍ ଜଃବର୍ କଃଉଁଲେ, ମୁୟ୍ଁ ନୟ୍ ମଃତର୍ ମାପୁର୍ କଃଉଁଲା ମାୟ୍ଜି ନିଜାର୍ ଅଣ୍ଡ୍ରାତଃୟ୍ ହୁଣି ବିନେ ନଃଉଅ ମଃତର୍ ଜଦି ସେ ବିନ୍ ଅୟ୍ଦ୍, ତଃବେ ସେ ଆରେକ୍ ବିବା ନଃକେର, ଆର୍ ନିଜାର୍ ଅଣ୍ଡ୍ରାସଃଙ୍ଗ୍ ମିସ ଆର୍ ଅଃଣ୍ଡ୍ରା ନିଜାର୍ ମାୟ୍ଜିକେ ନଃଚାଡ ।
ଅୟିଲେକ୍ ହେଁ ଜଦି ଅବିସ୍ୱାସି ବିନ୍ବିନ୍ ଅଃଉଁକେ ମଃନ୍ କଃର୍ତି, ତବେ ସେମଃନ୍ ବିନ୍ବିନ୍ ଅଃଉଅତ୍, ଅଃନ୍କା ତଃୟ୍ ସେ ବାୟ୍ କି ବେଣି ଗତି ନାୟ୍; ଇସ୍ୱର୍ ତୁମିମଃନ୍କେ ସୁସ୍ତାୟ୍ ବେବାର୍ କଃରୁକେ କୁଦିଆଚେ । ତଃବେ ଏ ବିସ୍ୱାସି ମାୟ୍ଜି ତୁୟ୍ ଜେ ଅଃହ୍ଣାର୍ ଅଃଣ୍ଡ୍ରାର୍ ମୁକ୍ଳାଉତାର୍ ହର୍ ଅଃଉସି, ଇରି କାୟି ନଃଜାଣ୍ସି ? କି ଏ ବିସ୍ୱାସି ଡକ୍ରାସି ତୁୟ୍ ଜେ ନିଜାର୍ ଡକୁର୍ଦିର୍ ମୁକ୍ଳାଉତାର୍ କଃତା ଅଃଉସି ଇରି କାୟି ନଃଜାଣ୍ସି ?
ଅଃଣ୍ଡ୍ରା ଜିବନ୍ ରେତା ହଃତେକ୍ ତାର୍ ଡକୁର୍ସି ତାର୍ ସଃଙ୍ଗ୍ ବିବା ବାନ୍ଦୁଣେ ବାନ୍ଦି ଅୟି ରଃୟ୍ଦ୍, ମଃତର୍ ଅଃଣ୍ଡ୍ରା ମଃରି ଗଃଲେକ୍ ମାୟ୍ଜି ଇ ବିଦି ତଃୟ୍ହୁଣି ମୁକ୍ଳେଦ୍ ।