Marido e mulher
O casamento é aliança sagrada entre marido e mulher, instituída por Deus desde o Éden. A Bíblia define papéis complementares fundados em amor, respeito e fidelidade mútua.
Instituição divina
Deus criou homem e mulher e os uniu em uma só carne. O casamento é projeto divino que reflete o amor de Cristo pela Igreja.
ସବୁ ଦିନର୍ ପର୍ମେସର୍ ନିଜର୍ ବାନିମୁର୍ତି ସଙ୍ଗ୍ ନର୍ ଜାତିକେ ତିଆର୍ କଲା, ପର୍ମେସର୍ ତାର୍ ନିଜର୍ ବାନି ମୁର୍ତି ପାରା ତାକେ ମୁନୁସ୍ ଆରି ମାଇଜି କରି ପର୍ମେସର୍ ସେମନ୍କେ ତିଆର୍ କଲା ।
ତାର୍ପଚେ ସବୁବେଲର୍ ମାପ୍ରୁ ପର୍ମେସର୍ କଇଲା, ନର୍ଲକ୍ ଏକ୍ଲା ରଇବାଟା ଟିକ୍ ନାଇ, ମୁଇ ତାର୍ ପାଇଁ ସବୁବେଲେ ରଇ ଜିଇବା କାଇବାକେ ଗଟେକ୍ ମାଇଜି ଟକି ତିଆର୍ କର୍ବି ।
ସେଟାର୍ ପାଇଁ ମୁନୁସ୍ ନିଜର୍ ଆୟା ବାବାକେ ଚାଡି କରି ନିଜର୍ ମାଇଜିର୍ ଲଗେ ବାନ୍ଦିଅଇ କରି ରଇସି, ଆରି ସେମନ୍ ଗଟେକ୍ ଅଇ ରଇବାଇ ।
ଜିସୁ କଇଲା, "ସାସ୍ତରେ ପଡାସ୍ ନାଇ କି ? ଆଦିପୁର୍ବେ ପର୍ମେସର୍ ନର୍ ଲକ୍କେ ମୁନୁସ୍ ଆରି ମାଇଜି କରି ତିଆର୍ କଲା । ସେଡେବେଲେ ମାପ୍ରୁ କଇରଇଲା, ଏଟାର୍ ପାଇ ବଲି ମୁନୁସ୍, ତାର୍ ଆୟା ବାବାର୍ତେଇ ଅନି ବିନେ ଅଇସି ଆରି ସେମନ୍ ଦୁଇ ଲକ୍ ଗଟେକ୍ ଅଇବାଇ । ଆରି ସେମନ୍ ଅଲ୍ଗା ନ ଅଅତ୍, ମିସି ରଇବାଇ । ସେମନ୍ ଦୁଇଲକ୍ ଇସାବେ ନ ରଅତ୍ । ଜନ୍ ଲକ୍ମନ୍କେ ପର୍ମେସର୍ ଜଡିଆଚେ, ଲକ୍ମନ୍ ସେମନ୍କେ ବେଗ୍ଲାଇବାଟା ଟିକ୍ନାଇ ।"
Papéis no casamento
O marido ama e a mulher respeita. Ambos se submetem voluntariamente a Deus e um ao outro, em parceria e unidade.
ଏ ମୁନୁସ୍ମନ୍, କିରିସ୍ଟ ଜେନ୍ତାର୍ ମଣ୍ଡ୍ଲିକେ ଆଲାଦ୍ କରି, ତାକେ ସୁକଲ୍ କର୍ବାକେ ନିଜେ ସର୍ପିଅଇଲା, ସେନ୍ତାରିସେ ତମେ ମିସା ନିଜର୍ ମାଇଜିମନ୍କେ ଆଲାଦ୍କରା । କିରିସ୍ଟ ପର୍ମେସରର୍ ବାକିଅ ସଙ୍ଗ୍ ଆରି ପାନିସଙ୍ଗ୍ ଦଇକରି ମଣ୍ଡ୍ଲିକେ ସୁକଲ୍ କଲା । ମଣ୍ଡଲିକେ ତାର୍ ମୁଆଟେ ଆନ୍ଲାବେଲେ, ମଣ୍ଡଲି ଜେନ୍ତାରି କି, କାଇ ମୁର୍କି ନ ଅଇତେ, ଅସୁକଲ୍ ନଇତେ, କାଇ ଦସ୍ ନ ଅଇତେ ରଇ, ତାର୍ ବାଦୁଲେ ସୁକଲ୍ ଆରି ସିଦ୍ କାରାଇ ତାକେ ଟିଆ କୁରାଇସି । ସେନ୍ତାରିସେ ମୁନୁସ୍ମନ୍ ନିଜର୍ ଗାଗଡ୍କେ ଜତନ୍ କରି ଆଲାଦ୍ କଲାପାରା ନିଜର୍ ମାଇଜିମନ୍କେ ସେନ୍ତାରି କରା । ଜେ ନିଜର୍ ମାଇଜିକେ ଆଲାଦ୍ କର୍ସି, ସେ ନିଜ୍କେ ମିସା ଆଲାଦ୍ କର୍ସି । କେ ମିସା କେବେ ନିଜର୍ ଗାଗଡ୍କେ ଗିନ୍ ନ କରେ । ମାତର୍ ତାର୍ପାଇ ଦୁଆପୁଚା କରି କାଦି କୁଆଇସି । ଜେନ୍ତାରି କି କିରିସ୍ଟ ତାର୍ ମଣ୍ଡଲିର୍ ପାଇ ଜତନ୍ କଲାନି ।
ଏ ମାଇଜିମନ୍ ତମେ ଜେନ୍ତାର୍ ମାପ୍ରୁକେ ସର୍ପିଅଇ ଆଚାସ୍, ସେନ୍ତାରି ତମର୍ ନିଜର୍ ନିଜର୍ ମୁନୁସ୍କେ ମିସା ସର୍ପି ଉଆ । କାଇକେବଇଲେ କିରିସ୍ଟ ଜେ କି ତାର୍ ଗାଗଡ୍ପାରା ରଇବା ମଣ୍ଡଲିର୍ ନେତା ଆଚେ, ସେନ୍ତାରିସେ ମୁନୁସ୍ ମିସା ତାର୍ ମାଇଜିର୍ ନେତା ଆଚେ । କିରିସ୍ଟସେ ତାର୍ ମଣ୍ଡଲିକେ ରକିଆ କଲାଆଚେ । ତେବର୍ପାଇ ମଣ୍ଡ୍ଲି ଜେନ୍ତାର୍ କିରିସ୍ଟକେ ସର୍ପି ଅଇସି, ସେନ୍ତାରି ଏ ମାଇଜିମନ୍, ତମେ ମିସା ସବୁ ବିସଇତେଇ ତମର୍ ମନସ୍ମନର୍ ଟାନେ ସର୍ପି ଅଇବାର୍ଆଚେ ।
ସାରାସାରି ତମେ ଗଟେକ୍ ଗଟେକ୍ ଲକ୍ ନିଜେ ନିଜେ ଆଲାଦ୍ ଅଇଲାପାରା ନିଜର୍ ନିଜର୍ ମାଇଜିକେ ସେନ୍ତାରି କର୍ବାର୍ ଆଚେ । ଆରି ମାଇଜିମନ୍ ତାକର୍ ମୁନୁସ୍ମନ୍କେ ସନ୍ମାନ୍ ଦେବାର୍ ଆଚେ ।
ନୁଆ ଜିବନର୍
ଏ ମାଇଜିମନ୍, ତମେ ନିଜର୍ ନିଜର୍ ମୁନୁସ୍ମନର୍ କାତା ମାନିକରି ରୁଆ । ଜିସୁ କିରିସ୍ଟର୍ ସଙ୍ଗ୍ ମିସିରଇଲାର୍ ପାଇ ଏନ୍ତାରି କର୍ବାଟା ନିକ ।
ଏ ମୁନୁସ୍ମନ୍, ତମେ ନିଜର୍ ନିଜର୍ ମାଇଜିମନ୍କେ ଆଲାଦ୍ କରି ଦରମ୍ ଉଆ ।
ମାଇଜି ମୁନୁସର୍ ପାଇ ସିକିଆ
ସେନ୍ତାରିସେ ତମେ ବିବାଅଇ ରଇବା ଏ ମାଇଜିମନ୍, ନିଜର୍ ନିଜର୍ ମୁନୁସ୍ମନର୍ କାତାମାନିକରି ରୁଆ । କାଇକେବଇଲେ ତାକର୍ ବିତ୍ରେ କେ ଜଦି ପର୍ମେସରର୍ ବାକିଅ ବିସ୍ବାସ୍ ନ କରିରଅତ୍, ତମର୍ ନିକ ଚଲାଚଲ୍ତି ଦେକିକରି ସେମନ୍ ମିସା ମନ୍ ବାଦ୍ଲାଇବାଇ । ତମ୍କେ ପଦେକ୍ କଇବାକେ ନ ପଡେ । କାଇକେବଇଲେ ତମର୍ ସୁଆଲ୍ ଚଲାଚଲ୍ତି ଆରି ପର୍ମେସର୍କେ ମାନିକରି ରଇବାଟା ସେମନ୍ ଦେକ୍ବାଇ ।
ସେନ୍ତାରିସେ ତମେ ବିବାଅଇରଇବା ଏ ମୁନୁସ୍ମନ୍, ନିଜର୍ ମାଇଜିମନର୍ ସଙ୍ଗ୍ ବୁଜାମାନା ଅଇରୁଆ । କାଇକେବଇଲେ ସେମନ୍କେ ତମର୍ଟାନେଅନି ଉନା ବପୁଆଚେ । ସେମନ୍କେ ସନ୍ମାନ୍ ଦିଆସ୍, କାଇକେବଇଲେ ପର୍ମେସର୍ ଦେବା ନ ସାର୍ବା ଜିବନ୍ ତମର୍ ସଙ୍ଗ୍ ସେମନ୍କେ ମିସା ମିଲ୍ସି । ତମର୍ ପାର୍ତନା କର୍ବାଟା ବାଦା ନ ଆଇବାକେ ଏ ସବୁ ଆଦେସ୍ ମାନିକରି ରୁଆ ।
Fidelidade e união
O casamento é honroso e deve ser preservado com fidelidade. O cordão de três dobras não se rompe facilmente.
ଗଟେକ୍ଲକର୍ ତେଇଅନି ଦୁଇଲକ୍ ନିକ, କାଇକେବଇଲେ ସେମନ୍ ନିଜର୍ ନିଜର୍ କସ୍ଟ କଲା ପଲ୍, ପାଇବାଇ। ସେମନର୍ ବିତ୍ରେ ଗଟେକ୍ ଲକ୍ ଅସୁବିଦା ଅଇଲେ ମିସା ଆରି ଗଟେକ୍ ଲକ୍ ସାଇଜ କର୍ସି; ମାତର୍ ଜେ ଗଟେକ୍ ଲକ୍ସେ ରଇସି ତାକେ କାଇ ଅସୁବିଦା ଅଇଲେ ମିସା ସାଇଜ କର୍ବାଲକ୍ କେ ନ ରଅତ୍, ସେ ଗଟେକ୍ କସ୍ଟ ପାଇବା ଲକ୍ । ଆରି ଦୁଇ ଲକ୍ ମିସିକରି ସଇଲେ ତାତି ପୁଟାଇ ଦେଇସି; ମାତର୍ ଏକ୍ଲା ସଇଲେ ଗରମ୍ ଲାଗ୍ସିକି? କେବେ ଜଦି କେ ଏକ୍ଲା ରଇବା ଲକ୍କେ ମାର୍ସି ବଇଲେ ଦୁଇଲକ୍ ଅଇକରି ତାକେ ମାର୍ବାକେ ଚେସ୍ଟା କର୍ବାଇ; ଆରି ତିନ୍ଟା ମିସାଇ ବଁଅଁଲା ଡର୍ ନ ଚିଡେ ।
ଗୁନ୍ଚଲନ୍ ରଇବା ମାଇଁଜି
ଗୁନ୍ଚଲନ୍ ରଇଲା ମାଇଁଜି କେ ପାଇ ପାର୍ସି? ସେ ମତି ମୁକ୍ତାର୍ ତେଇଅନି ଅଦିକ୍ ମୁଲିଅର୍ ଦନ୍ ପାଇସି । ମୁନୁସର୍ ମନ୍ ତାର୍ ଲଗେ ଆକା ଆସା ବର୍ସା କର୍ସି, ଆରି ସେ କାଇ କାମ୍ କଲେ ମିସା ଉନା ନ ଅଏ ।
ଜନ୍ ଲକ୍ ମାଇଁଜି ପାଇସି, ସେ ନିମାନ୍ ଜିନିସ୍ ପାଇସି ଆରି ସବୁବେଲର୍ ମାପ୍ରୁର୍ ଲଗେ ଅନି ଆସିର୍ବାଦ୍ ପାଇସି ।
ଗର୍ ଆରି ଦନ୍ ଆନିଦାଦିମନର୍ ଲଗେ ଅନି ପାଇବାର୍ ଅଦିକାର୍; ମାତର୍ ବୁଦି ମତି ମାଇଁଜି ମାପ୍ରୁର୍ ଲଗେ ଅନି ପାଇବାଇ ।
ବୁଦିରଇଲା ମାଇଁଜି ନିଜର୍ ମୁନୁସର୍ ମୁକୁଟ୍ ପାରା; ମାତର୍ ବୁଦି ନଇଲା ମାଇଁଜି ତାର୍ ମୁନୁସ୍କେ ନସ୍ଟ କର୍ସି।
ତମର୍ ଜର୍ନା ପାନି ଦନିଅ ଅ, ଆରି, ତୁଇ ଦାଙ୍ଗ୍ଡା ବେଲେ ବିବା ଅଇଲା ମାଇଜିର୍ ସଙ୍ଗେ ସାର୍ଦା କର୍ । ଆଲାଦର୍ ସୁନ୍ଦର୍ ଡଙ୍ଗରର୍ କଟ୍ରା ପାରା, ତାର୍ ଦୁଦ୍ ପାନା ତକେ ସାନ୍ତି କର; ଆରି, ତାର୍ ଆଲାଦ୍ରେ ତୁଇ ସବୁବେଲେ ଲାଲାଇ ଅଇ ରଅ ।
Permanecer juntos
O que Deus uniu, o homem não separe. A Bíblia protege o casamento e orienta sobre convivência, perdão e perseverança conjugal.
ବିବା ବିସଇରେ ନିୟମ୍
ଏବେ ତମେ ଲେକ୍ଲାଟାନେ ଜନ୍ ସବୁ ବିସଇ ଆଚେ, ସେ ସବୁର୍ ଉତର୍ ମୁଇ ଦେବି । ତମେ ପାଚାରିରଇଲାସ୍ ବିସ୍ବାସିମନ୍ ବିବା ନ ଅଇବାଟା ନିକ କି ? ଉଁ ସେଟା ସତ୍, ମାତର୍ ବେସି ଲକ୍ ବେବିଚାର୍ କାମେ ଚଲାଚଲ୍ତି କଲାଇନି । ମୁଇ କଇଲିନି ଗଟେକ୍ ଗଟେକ୍ ମୁନୁସ୍କେ ତାର୍ ନିଜର୍ ମାଇଜି ଆରି ଗଟେକ୍ ଗଟେକ୍ ମାଇଜିକେ ତାର୍ ନିଜର୍ ମୁନୁସ୍ ରଇବାର୍ ଆଚେ । ଗଟେକ୍ ମନସ୍ ବିବା ଅଇଲାର୍ ଲାଗି, ତାର୍ ମାଇଜିକେ କରିରଇବା ସବୁ ଦାଇତ୍ କର୍ବାର୍ ଆଚେ । ସେନ୍ତାରିସେ ମାଇଜି ମିସା ତାର୍ ମୁନୁସ୍କେ କର୍ବାର୍ ଆଚେ । ମାଇଜିକେ ତାର୍ ନିଜର୍ ଗାଗଡର୍ ଅଦିକାର୍ ନାଇ, ମାତର୍ ମୁନୁସର୍ ଆଚେ । ସେନ୍ତାରିସେ ମୁନୁସ୍କେ ତାର୍ ନିଜର୍ ଗାଗଡର୍ ଅଦିକାର୍ ନାଇ, ମାତର୍ ମାଇଜିର୍ ଆଚେ । ଦୁଇ ମାଇଜି ମୁନୁସ୍ ବେଗ୍ଲିକରି ନ ରଅତ୍ । ମାତର୍ ବେଗ୍ଲିକରି ରଇବାର୍ ଆଲେ, ଦୁଇ ଲକ୍ ରାଜି ଉଆ । ଜେନ୍ତାରି କି ସେ ବେଗ୍ଲି ରଇବା ବେଲାଇ, ପାର୍ତନା କରିଅଇସି । ମାତର୍ ତାର୍ପଚେ ଆରିତରେକ୍ ଆସି ମିସାଆ । ଏନ୍ତାରିକଲେ ସଇତାନର୍ ପରିକାତେଇ ଅନି ତମେ ରକିଆ ପାଇସା । କାଇକେବଇଲେ ତମ୍କେ ମୁର୍ଚିକରି ରଇବା ବପୁ ଉନା ଆଚେ ।
ମାତର୍ ବିବା ଅଇବା ବିସ୍ବାସିମନ୍କେ ମୁଇ ଆଦେସ୍ ଦେଲିନି, ମୁଇ ଦେଇ ନାଇ ମାତର୍ ମାପ୍ରୁ ଦେଲାନି । ଜଦି ତମେ ଗଟେକ୍ ବିବାଇ ମାଇଜି, ସେନ୍ତାର୍ ଆଲେ ମୁନୁସ୍କେ ଚାଡି ବିନେ ନ ରୁଆ । ଜଦି ତାକେ ଚାଡ୍ଲେ, ବିବା ନ ଅଇତେ ରୁଆ । ନଇଲେ ଆରି ଗଟେକ୍ ତର୍ ନିଜର୍ ମୁନୁସ୍ ସଙ୍ଗ୍ ମିସା । ଜଦି ତମେ ବିବାଇ ମୁନୁସ୍, ନିଜର୍ ମାଇଜିକେ ନ ଚାଡା ।
ସେ ଜାଇଟା ମିସା ଅ, ଜଦି ଗଟେକ୍ ବିସ୍ବାସ୍ ନ କଲା ଲକ୍ ତାର୍ ବିସ୍ବାସି ମାଇଜି କି ମୁନୁସର୍ ଟାନେଅନି ବିନେ ଅଇବାକେ ମନ୍ କଲାନି ବଇଲେ, ସେ ବିନେ ଅ । ଏନ୍ତାରି ଅଇଲେ କିରିସ୍ଟକେ ବିସ୍ବାସ୍ କର୍ବା ମାଇଜି କି ମୁନୁସ୍ ବିବା ବନ୍ଦ୍ନେ ଅନି ମୁକ୍ଲି ଆଚେ । ପର୍ମେସର୍ ତମ୍କେ ସାନ୍ତିସଙ୍ଗ୍ ମିସି ବିଡି ଜିଇବାକାଇବାକେ ଡାକ୍ଲା ଆଚେ । ଅଇପାରେ, ତୁଇ ଗଟେକ୍ ବିସ୍ବାସି ବିବାଅଇଲା ମାଇଜି, ତର୍ ବିସ୍ବାସ୍ ନ କଲା ମୁନୁସ୍କେ କିରିସ୍ଟର୍ ଟାନେ ବିସ୍ବାସ୍ କରାଇପାରୁସ୍ । ସେନ୍ତାରିସେ ତୁଇ ଗଟେକ୍ ବିସ୍ବାସି ବିବାଅଇଲା ମୁନୁସ୍, ତର୍ ବିସ୍ବାସ୍ ନ କଲା ମାଇଜିକେ କିରିସ୍ଟର୍ ଟାନେ ବିସ୍ବାସ୍ କରାଇ ପାରୁସ୍ ।
ବିବା ଅଇବା ବିସଇ ଦେକ୍ଲେ, ମୁନୁସ୍ ବଁଚି ରଇବା ଜାକ, ତାର୍ ମାଇଜି ସଙ୍ଗ୍ ବିବା ବାନ୍ଦନେ ବାନ୍ଦିଅଇରଇସି । ମାତର୍ ମୁନୁସ୍ ମରିଗାଲା ପଚେ ତାର୍ ମାଇଜି ଏ ନିୟମେଅନି ମୁକଲ୍ସି ।