Milagres
Os milagres manifestam o poder soberano de Deus. Desde a criação até os sinais de Jesus e dos apóstolos, Deus intervém sobrenaturalmente na história para revelar sua glória e amor.
O Deus dos milagres
Para Deus nada é impossível. Ele abriu o mar, fez cair fogo do céu e ressuscitou mortos. Seu poder não tem limites.
ଜିସୁ ସେମଃନ୍କେ ଦଃକି କୟ୍ଲା, "ଇରି ମାନାୟ୍ କଃରୁ ନଃହାରେ ମଃତର୍ ଇସ୍ୱର୍ ସଃବୁ କଃରୁହାରେ ।"
ଜିସୁ ସେମଃନ୍କେ ଦଃକି କୟ୍ଲା, "ଇରି ମାନାୟ୍ କଃରୁ ନଃହାରେ ମଃତର୍ ଇସ୍ୱର୍ ସଃବୁ କଃରୁହାରେ ।"
କାୟିତାକ୍ବଃଲେକ୍ ଇସ୍ୱରାର୍ କୟ୍ଲା ଟଣ୍ଡାର୍ କଃତା କଃବେ ହେଁ ନଃହିଟେ ।"
ତାର୍ହଃଚେ ମସା ସଃମ୍ନ୍ଦ୍ ଉହ୍ରେ ତାର୍ ଆତ୍ ଟେକ୍ଲାକେ, ମାପୁର୍ ସେ ରାତି ସଃରା ଅଃପର୍ବଳ୍ ହୁର୍ବ୍ ବାଟାର୍ ହଃବନ୍ ହଃଟାୟ୍ ସଃମ୍ନ୍ଦ୍କେ ହଃଚ୍ହାକ୍ ହେଲାୟ୍କଃରି ସୁକାୟ୍ଲା, ଆର୍ ହାଣି ଦୁୟ୍ ବାଗ୍ ଅୟ୍ଲି। ତଃବେ ଇସ୍ରାଏଲାର୍ ଲଃକ୍ମଃନ୍ ସୁକ୍ଲା ବାଟାୟ୍ ଇଣ୍ଡ୍ଲା ହର୍ ସେମଃନ୍ ସଃମ୍ନ୍ଦ୍ ମଃଜିକେ ଇଣ୍ଡ୍ଲାୟ୍, ଆରେକ୍ ସେମଃନାର୍ କାତା ବାଟ୍ୟା ଆର୍ ଡେବ୍ରି ବାଟ୍ୟା ହୁଣି କଃତି ହର୍ ଅୟ୍ଲି।
Milagres pela fé
Se tiverdes fé como um grão de mostarda, movereis montanhas. A fé é a chave que acessa o poder miraculoso de Deus.
ଜିସୁ ସେମଃନ୍କେ କୟ୍ଲା, "ତୁମାର୍ ଅଃଳକ୍ ବିସ୍ୱାସ୍ ଗିନେ, କାୟିତାକ୍ବଃଲେକ୍ ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଜଦି ଗଟେକ୍ ସଃର୍ସୁ ମୁଞ୍ଜି ହର୍ ତୁମାର୍ ବିସ୍ୱାସ୍ ରଃୟ୍ଦ୍, ତଃବେ ଇ ଡଙ୍ଗୁର୍କେ, ‘ଇତିହୁଣି ସେତି ଗୁଚି ଜାଆ,’ ବଃଲି କୟ୍ଲେକ୍, ଗୁଚି ଜାୟ୍ଦ୍; ଆର୍ ବିସ୍ୱାସାର୍ ବଃଳେ କାୟିରି ହେଁ ନଃହାର୍ତାର୍ ନାୟ୍ ।
ଜିସୁ ସେମଃନ୍କେ କୟ୍ଲା, "ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଜଦି ତୁମାର୍ ବିସ୍ୱାସ୍ ଆଚେ, ଆର୍ ତୁମିମଃନ୍ ଅବିସ୍ୱାସ୍ ନଃକେରାସ୍, ତଃବେ ଇ ଡୁମ୍ବୁର୍ ଗଃଚ୍କେ ଜଃନ୍କାର୍ ଅୟିଆଚେ, ଅଃତେକ୍ ହଃକା କଃରାସ୍ ସେରି ନାୟ୍, ମଃତର୍ ଜଦି ଇ ଡଙ୍ଗୁର୍କେ ହେଁ ‘ଉଟ୍କି ଅୟି ସଃମ୍ନ୍ଦେ ଜାୟ୍ ଅଦୁର୍’ ବଃଲି କଃଉଆସ୍, ତଃବେ ସେରଃକମ୍ ଅୟ୍ଦ୍ ।
ଜିସୁ ତାକ୍ କୟ୍ଲା, "କାୟିରି କଃଉଁଲିସ୍ ? ଜଦି କଃରୁ ହାର୍ସି ! ବିସ୍ୱାସ୍ କଃର୍ତା ଲକାର୍ ଗିନେ ସଃବୁ ଅଃଉଁ ହାରେ ।"
ଜିସୁ ଚେଲାମଃନ୍କେ ଦଃକି କୟ୍ଲା, "ଇରି ମାନାୟ୍ର୍ ଗିନେ ହାବଳ୍, ମଃତର୍ ଇସ୍ୱରାର୍ ଗିନେ ନୟ୍ । ବଃଲେକ୍ ଇସ୍ୱର୍ ତଃୟ୍ ସଃବୁ ଉସାସ୍ ।"
ମଃତର୍ ଜିସୁ କୟ୍ଲା, "ଜାୟ୍ରି ମାନାୟ୍ମଃନାର୍ ଆତେ ନାୟ୍, ସେରି ଇସ୍ୱରାର୍ ତଃୟ୍ ଅୟ୍ଦ୍ ।"
ଆର୍ ଜିସୁ ସେ ଲକ୍ମଃନାର୍ ଅବିସ୍ୱାସ୍ ଗିନେ ସେତି ବୁତେକ୍ ସଃକ୍ତିର୍ କାମ୍ ନଃକେଲା ।
Sinais e prodígios
Os apóstolos realizaram sinais e maravilhas em nome de Jesus. Os dons do Espírito incluem a operação de milagres e a fé sobrenatural.
"ଏ ଇସ୍ରାଏଲ୍ ଲକ୍ମଃନ୍ ଇ ସଃବୁ କଃତା ସୁଣା ନାଜରିତାର୍ ଜିସୁ କଃତେକ୍ ସଃକ୍ତିର୍ କାମ୍, କାବା ଅଃଉତା କାମ୍, ଆର୍ ଚିନା ଦଃକାୟ୍ ତୁମିମଃନାର୍ ଚଃମେ ଇସ୍ୱରାର୍ ହଃଟାୟ୍ଲା ଲକ୍ ବଃଲି ଚିନାୟ୍ଅୟ୍ ଆଚେ, ତାର୍ ତଃୟ୍ ଇସ୍ୱର୍ ଜେ ତୁମିମଃନାର୍ ବିତ୍ରେ ଇତି ସଃବୁ କାମ୍ କଃରିଆଚେ, ଇରି ତୁମିମଃନ୍ ନିଜେ ନିଜେ ଜାଣାସ୍ ।
ସେମଃନ୍ ପାର୍ତ୍ନା କଃଲା ହଃଚେ ଜୁୟ୍ତି ରୁଣ୍ଡି ରିଲାୟ୍ ସେଟାଣ୍ ଲଃଦ୍ବଃଦି ଗଃଲି, ଆରେକ୍ ସଃବୁଲକ୍ ପବିତ୍ର ଆତ୍ମାୟ୍ ହୁର୍ନ୍ଅୟ୍ ବଃଡେ ସାସେ ଇସ୍ୱରାର୍ କଃତା କଃଉଁକେ ଦଃର୍ଲାୟ୍ ।
ସ୍କେବାର୍ ହୟିସିମଃନ୍
ଆରେକ୍ ଇସ୍ୱର୍ ପାଉଲ୍ ଆତେହୁଣି କାବା ଅଃଉତା ସକ୍ତିର୍ କାମ୍ କଃର୍ତି ରିଲା । ଅଃନ୍କାର୍ କି ପାଉଲ୍ ବାଉର୍ତା ରୁମାଲ୍ ଆର୍ ବଃସ୍ତର୍ ରଗିମଃନାର୍ ତଃୟ୍ ଆଣ୍ଲେକ୍ ସେମଃନାର୍ ତଃୟ୍ ହୁଣି ରଗ୍ ଚାଡି ଜାତି ରିଲି, ଆର୍ ଦୁସ୍ଟ୍ ଆତ୍ମାମଃନ୍ ବାରୟ୍ ଜାତି ରିଲାୟ୍ ।
ଜୁୟ୍ସଃବୁ ଚିନା ଆର୍ କାବାଅଉତା କାମ୍ ଆରେକ୍ ସଃକ୍ତିର୍ କାମ୍ ପେରିତ୍ମଃନାର୍ ଚିନା ହର୍, ସେସଃବୁ ସଃତ୍କଃରି ତୁମିମଃନାର୍ ବିତ୍ରେ ବଃଡେ ସାସେ ସାଦୁନ୍ ଅୟିଆଚେ ।
ଆରେକ୍, ଇସ୍ୱର୍ ମଣ୍ଡ୍ଳି ତଃୟ୍ ହଃର୍ତୁ ପେରିତ୍, ଦୁୟ୍ ଲଃମରେ ବାବ୍ବାଦି, ତିନି ଲଃମରେ ଗୁରୁ, ହଃଚେ କାବା ଅଃଉତା ସଃକ୍ତି, ତାର୍ହ୍ଚେ ଉଜ୍ କଃର୍ତା ସଃକ୍ତି, ହଃର୍କେ ଉହ୍କାର୍ କଃର୍ତା ସଃକ୍ତି, ଆର୍ ମୁଳିକାର୍ ସଃକ୍ତି, ବିନ୍ବିନ୍ ହର୍ ବାସା କଃଉତା ସଃକ୍ତି ଦେୟ୍ ଆଚେ ।
କାୟିତାକ୍ବଃଲେକ୍ ଗଟ୍ଲକେ ଆତ୍ମା ସଃଙ୍ଗ୍ ଗ୍ୟାନାର୍ ସଃବୁ କଃଉଁକେ, ଆର୍ ବିନ୍ଲକେ ସେ ଗ୍ୟାନାର୍ କବୁର୍ ସିକାଉଁକ୍ ସକ୍ତି ଦଃୟ୍ଦ୍ । ଆରେକ୍ ଗଟ୍ ଲକେ ସେ ଆତ୍ମା ତଃୟ୍ ବିସ୍ୱାସ୍, ଆରେକ୍ ଗଟେକ୍କେ ସେ ଆତ୍ମା ତଃୟ୍ ଉଜ୍ କଃର୍ତା ସଃକ୍ତି ଦଃୟ୍ଦ୍ । ବିନ୍ ଲକେ ବିନ୍ ବିନ୍ ସକ୍ତିର୍ କାମ୍ କଃର୍ତା ସଃକ୍ତି; ଆରେକ୍ ଏକ୍ଲାକେ ଇସ୍ୱରାର୍ କବୁର୍ କଃଉତା ସଃକ୍ତି, ବିନ୍ଲକେ ପବିତ୍ର ଆତ୍ମା ଆର୍ ବିଟାଳ୍ ଆତ୍ମା ଚିନ୍ତା ସଃକ୍ତି, ଆରେଗଟ୍ ଲକେ ବିନ୍ବିନ୍ ନଃଉଆଁ ବାସା କଃଉତା ସଃକ୍ତି, ଆରେକ୍ ଏକ୍ଲାକେ ବିନ୍ବିନ୍ ନଃଉଆଁ ବାସାର୍ ଅଃର୍ତ୍ କଃରୁକେ ସଃକ୍ତି ଦିଆ ଅୟ୍ଦ୍ ।
ମଃତର୍ ଜିସୁ କୟ୍ଲା, "ତାକ୍ ମଃନା କଃରା ନାୟ୍; କାୟିତାକ୍ବଃଲେକ୍ ଇବାନ୍ୟା କୁୟି ମାନାୟ୍ ନାୟ୍, ଜେ କି ମର୍ ନାଉ ଦଃରି କାବା ଅଃଉତା କାମ୍ କଃରେଦ୍ ଆର୍ ସେଦାହ୍ରେ ମକ୍ ଲିନ୍ଦା କଃରେଦ୍ । କାୟିତାକ୍ବଃଲେକ୍, ଜୁୟି ଲକ୍ ଅଃମାର୍ ବିରୁଦେ ନାୟ୍, ସେ ଅଃମାର୍ ଦଃଳାର୍ ଲକ୍ ।
Milagres de cura e provisão
A oração da fé salvará o enfermo. Deus provê, cura e intervém quando clamamos a Ele com fé genuína.
ବିସ୍ୱାସାର୍ ପାର୍ତନା ସେ ରଗିକେ ଉଜ୍ କଃରେଦ୍, ଆରେକ୍ ମାପୁର୍ ତାକ୍ ଉଟାୟିଦ୍ ଆର୍ ଜଦି ସେ ହାହ୍ କଃରି ରଃୟ୍ଦ୍, ତଃବେ ତାକ୍ କେମା କଃରେଦ୍ । ତଃବେ, ଏକ୍ ଆରେକାର୍ ଚଃମେ ଅଃହ୍ଣା ଅଃହ୍ଣାର୍ ହାହ୍ ମାନିଜଃହା, ଆରେକ୍ ଉଜ୍ ଅଃଉଁକେ ଏକ୍ଆରେକାର୍ ଗିନେ ପାର୍ତନା କଃରା । ଦଃର୍ମି ଲକାର୍ ପାର୍ତ୍ନା ଗାଦେକ୍ କାମ୍ ସାଦୁନ୍ କଃରୁ ହାରେ ।
ଏଲିୟ ଅଃମାର୍ ହର୍ ଲକ୍ ରିଲା; ବଃର୍ସା ନଃଉତା ଗିନେ ସେ ଗଟେକ୍ ମଃନେ ପାର୍ତ୍ନା କଃଲା, ଆରେକ୍ ତିନି ବଃର୍ସ୍ ଚଅ ମାସ୍ ହଃତେକ୍ ହୁର୍ତିବିଏ ବଃର୍ସା ନଃୟ୍ଲି । ସେ ଆରେକ୍ ଗଟ୍ତର୍ ପାର୍ତ୍ନା କଃଲାକ୍ ଅଃଗାସେ ହୁଣି ବଃର୍ସା ଅୟ୍ଲି, ଆରେକ୍ ବୁୟ୍ଁ ଅଃହ୍ଣାର୍ ହଃଳ୍ ହଃଳାୟ୍ଲି ।
ଆରେକ୍ ସେ ହାଁଚ୍ଗଟ୍ ରୁଟି ଆର୍ ଜଳେକ୍ ମାଚ୍କେ ଦଃରି ସଃର୍ଗ୍ ହାକ୍ ଦଃକି ସେରି ଆସିର୍ବାଦ୍ କଃଲା ଆରେକ୍ ବାଙ୍ଗି ଲକ୍ମଃନ୍କେ ଦେଉଁକେ ଚେଲାମଃନ୍କେ ଦେଉଁକେ ଦଃର୍ଲା । ସେତାକ୍ ସଃବୁ ଲକ୍ ଆଦାର୍ ହୁର୍ନେ କାୟ୍ଲାୟ୍ ଆର୍ ତାକାର୍ ତଃୟ୍ ଉବ୍ରି ରିଲାର୍ ଚେଲାମଃନ୍ ବାର ଡଃଲା ବାଙ୍ଗ୍ଲା ରୁଟିମଃନ୍ ବେଟ୍ଲାୟ୍ ।
ଜିସୁ ଗଟେକ୍ କୁବ୍ଳି ମାୟ୍ଜିଟକିକ୍ ନିକ କଃଲା
ଗଟ୍ତର୍ ଜିସୁ ବିସାଉଁଣିବାର୍ ଦିନ୍ ଗଟେକ୍ ପାର୍ତ୍ନା ଗଃରେ ସିକ୍ୟା ଦେତିରିଲା । ଆର୍ ଦଃକା ସେତି ଗଟେକ୍ ଦୁସ୍ଟ୍ ଆତ୍ମା ଡଃସିରିଲା ମାୟ୍ଜି ରିଲି, ସେ ଅଃଟ୍ର ବଃର୍ସ୍ ହଃତେକ୍ କୁବ୍ଳି ଅୟ୍ରିଲି, ସେ ସଃଳ୍କେ ଅୟି ଟିଆ ଅଃଉଁକେ ନଃହାର୍ତିରିଲି । ଜିସୁ ତାକ୍ ଦଃକି ଲଃଗେ କୁଦି କୟ୍ଲା, "ଏ ଆୟା, ତୁୟ୍ ନିକ ଅୟ୍ଲିସ୍ !" ଆର୍ ଜିସୁ ତାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲା, ଆର୍ ସେଦାହ୍ରେ ସେ ସଃଳ୍କ୍ ଅୟି ଟିଆ ଅୟ୍ଲି, ଆର୍ ସେ ଇସ୍ୱରାର୍ ଗୁଣ୍ଗାଉଁକେ ଦଃର୍ଲି ।
ମଃତର୍ ଜିସୁ ବିସାଉଁଣିବାର୍ ଦିନ୍ ଉଜ୍ କଃଲାକ୍ ପାର୍ତ୍ନାଗଃରାର୍ ମୁଳିକା ରିସା ଅୟ୍କଃରି ଲକ୍ମଃନ୍କେ କୟ୍ଲା, "କାମ୍ କଃରୁକେ ଚଅ ଦିନ୍ ଆଚେ, ତଃବେ ସେସଃବୁ ଦିନ୍ ଆସିକଃରି ନିକ ଅଃଉଆ, ମଃତର୍ ବିସାଉଣିବାରେ ନିକ ଅଃଉଁକେ ଆସା ନାୟ୍ ।"
ମଃତର୍ ମାପୁର୍ ତାକେ କୟ୍ଲା, "ରେ ହେଟ୍କପଟ୍ୟା, ତୁମିମଃନ୍ ସଃବୁଲକ୍ କାୟିରି ବିସାଉଁଣି ଦିନ୍ ତୁମାର୍ ବଃଇଲ୍ କି ଗଃଦ ସାଳେହୁଣି ମେଲି ନଃୟ୍ କାୟି ହାଣି ନଃକାଳାଉଆସ୍ ? ତଃବେ ଦଃକା ଅଃଟ୍ର ବଃର୍ସ୍ ହଃତେକ୍ ସୟ୍ତାନ୍ ତଃୟ୍ହୁଣି କୁବ୍ଳି ଅୟ୍ରିଲି ଅବ୍ରାହାମାର୍ ବଃଉଁସାର୍ ଇ ମାୟ୍ଜିଟକି କାୟି ବିସାଉଁଣିବାରେ ନିଜାର୍ ବାନ୍ଦୁଣ୍ ତଃୟ୍ହୁଣି ମୁକୁଳ୍ତାର୍ ଦଃର୍କାର୍ ନଃରିଲି ?" ଆର୍ ଜିସୁ ଇ କଃତାସଃବୁ କୟ୍ଲାକ୍, ତାର୍ ବିରଦିସଃବୁ ଲାଜ୍ ହାୟ୍ଲାୟ୍, ମଃତର୍ ଲକ୍ମଃନ୍ଦା ସେ କଃରିରିଲା ସଃବୁ କାବା କାମ୍ ଗିନେ ସଃର୍ଦା କଃରୁକେ ଦଃର୍ଲାୟ୍ ।
ଜିସୁ ଇବାନ୍ୟା ହଃର୍ତୁମେ ଗାଲିଲିର୍ କାନା ଗଃଳେ କାବା ଅଃଉତା ଚିନା ଆରୁମ୍ କଃରି ଅଃହ୍ଣାର୍ ଜଃଜ୍ମାନ୍ ଦଃକାୟ୍ଲା, ଆର୍ ତାର୍ ଚେଲାମଃନ୍ ତାର୍ତଃୟ୍ ବିସ୍ୱାସ୍ କଃଲାୟି ।
ସେତାକ୍ ସେତି ରିଲା ଲକ୍ମଃନ୍ ଜିସୁ କଃଲାର୍ କାବା ଅଃଉତା ଚିନା ଦଃକି କଃଉଁକେ ଦଃର୍ଲାୟ୍, "ଜୁୟି ବାବ୍ବାଦି ଜଃଗତାର୍ ଆସ୍ତାର୍ ରିଲି, ଏ ବାୟ୍ଦ୍ରେ ସେ ।"
ଜିସୁ ତାକ୍ କୟ୍ଲା, "ତୁୟ୍ କାୟି ମକ୍ ଦଃକ୍ଲାକ୍ ବିସ୍ୱାସ୍ କଃଲିସ୍ ? ଜୁୟି ଲକ୍ମଃନ୍ ନଃଦେକି ବିସ୍ୱାସ୍ କଃରି ଆଚ୍ତି, ସେମଃନାର୍ ବାୟ୍ଗ୍ ।"
ଇ ପୁସ୍ତକାର୍ ବାବ୍
ଜିସୁ ଚେଲାମଃନାର୍ ମୁୟେ ଇବାନ୍ୟା ଗାଦେକ୍ ବିନ୍ ବିନ୍ ରଃକମାର୍ କାବା ଅଃଉତା ଚିନା କଃଲା, ସେସଃବୁ ଇ ପୁସ୍ତକ୍ ଲଃଗେ ଲେକା ନୟ୍; ମଃତର୍ ତୁମିମଃନ୍ ଜଃନ୍କଃରି ବିସ୍ୱାସ୍ କଃରାସ୍ ଜେ, ଜିସୁ ଇସ୍ୱରାର୍ ହୟିସି କ୍ରିସ୍ଟ, ଆରେକ୍ ବିସ୍ୱାସ୍ କଃରି ଜଃନ୍କଃରି ତୁମିମଃନ୍ ତାର୍ ନାଉଁଏ ଜିବନ୍ ହାଉଆସ୍, ଇତାର୍ ଗିନେ ଇ ସଃବୁ ଲେକା ଜାୟ୍ ଆଚେ ।
ସଃଡେବଃଳ୍ ଜୁୟି ବିନ୍ ଚେଲା ଆଗ୍ତୁ ମଃସୁଣ୍ ଲଃଗେ ଆସିରିଲା, ସେ ହେଁ ବିତ୍ରେ ହୁରି ଦଃକ୍ଲା ଆର୍ ବିସ୍ୱାସ୍ କଃଲା; ମଃତର୍ ମଃଲା ଲକ୍ମଃନାର୍ ବିତ୍ରେହୁଣି ଜିସୁକେ ଜେ ଜିବନ୍ ହାୟ୍ଁ ଉଟୁକ୍ ଅୟ୍ଦ୍, ଦଃର୍ମ୍ ସାସ୍ତର୍ ତଃୟ୍ର୍ ଇ ବଃଚନ୍ ସେମଃନ୍ ସଃଡେବଃଳ୍ ହଃତେକ୍ ବୁଜି ନଃରିଲାୟ୍ ।
Discernimento nos sinais
A Bíblia alerta contra falsos milagres e sinais enganosos. Devemos provar os espíritos e não seguir sinais que desviam de Deus.
ତାର୍ହଃଚେ ମୁୟ୍ ଦଃକ୍ଲେ, ସାହ୍ ଟଣ୍ଡେହୁଣି, ଜଃତୁର୍ ଟଣ୍ଡେହୁଣି ଆର୍ ବମ୍ଳାଉତା ବାବ୍ବାଦିର୍ ଟଣ୍ଡେହୁଣି ବେଙ୍ଗ୍ ହର୍ ତିନିଗଟ୍ ବିଟାଳ୍ ଆତ୍ମା ବାରାୟ୍ଲାୟ୍ । ସେମଃନ୍ କାବା ଅଃଉତା କାମ୍ କଃର୍ତା ବୁତ୍ ଆତ୍ମାମଃନ୍ । ଇ ତିନିଗଟ୍ ଆତ୍ମାମଃନ୍ ସଃକ୍ତିମାନ୍ ଇସ୍ୱରାର୍ ବଃଡ୍ ଦିନାର୍ ଜୁଜାର୍ ଗିନେ ସଃବୁ ଜଃଗତାର୍ ରଃଜାମଃନ୍କେ ଗଟେତଃୟ୍ କଃରୁକେ ସେମଃନାର୍ ହାକ୍ ବାରାୟ୍ ଗଃଳାୟ୍ ।
କାବା ଅଃଉତା ଚିନା ଦଃକାଉଁକ୍ କୟ୍ଲାୟ୍
ସଃଡେବଃଳ୍ ସାସ୍ତ୍ରି ଆର୍ ପାରୁସିମଃନାର୍ ବିତ୍ରେ କଃତି ଲକ୍ ଜିସୁକେ କୟ୍ଲାୟ୍, "ଏ ଗୁରୁ, ଅଃମିମଃନ୍ ତର୍ ତଃୟ୍ହୁଣି ଗଟେକ୍ କାବା ଅଃଉତା ଚିନା ଦଃକୁକେ ମଃନ୍ କଃରୁଲୁ ।"
ମଃତର୍ ଜିସୁ ସେମଃନ୍କେ କୟ୍ଲା, "ଦୁସ୍ଟ୍ ଆର୍ ଇସ୍ୱର୍କେ ବିସ୍ୱାସ୍ ନଃକେର୍ତା ଲକ୍ମଃନ୍ ଚିନା ଲଳ୍ତି," ମଃତର୍ ବାବ୍ବାଦି ଜୁନସାର୍ ଚିନା ଚାଡି କାୟି ଚିନା ହେଁ ସେମଃନ୍କେ ଦିଆ ନୟେ । କାୟିତାକ୍ବଃଲେକ୍ ଜୁନସ୍ ଜଃନ୍କଃରି ତିନି ଦିନ୍ ଆର୍ ତିନି ରାତି ବଃଡ୍ ମାଚାର୍ ହେଟ୍ ବିତ୍ରେ ରିଲା, ସେନ୍କଃରି ନଃରାର୍ ହୟିସି ତିନି ଦିନ୍ ତିନି ରାତି ମାଟି ବିତ୍ରେ ରଃୟ୍ଦ୍ ।
ଅଃବିସ୍ୱାସି ଗଃଳ୍
ସଃଡେବଃଳ୍ ଜୁୟି ଗଃଳେ ଜିସୁର୍ ଗାଦେକ୍ ସଃକ୍ତିର୍ କାମ୍ କଃରା ଅୟ୍ରିଲି, ସେ ଗଃଳ୍ମଃନ୍କେ ଜିସୁ ଲିନ୍ଦା କଃରୁକେ ଦଃର୍ଲା, କାୟିତାକ୍ବଃଲେକ୍ ସେମଃନ୍ ହାହ୍ ଚାଡି ନଃରିଲାୟ୍ । "ଚି, ଦଃଣ୍ଡାର୍ ଜୟ୍ଗ୍ କରାଜିନ୍, ଚି, ଦଃଣ୍ଡାର୍ ଜୟ୍ଗ୍ ବେତ୍ସାଇଦା, କାୟିତାକ୍ବଃଲେକ୍ ତୁମିମଃନାର୍ ବିତ୍ରେ ଜୁୟି ଜୁୟି ସଃକ୍ତିର୍ କାମ୍ କଃରା ଅୟିଆଚେ, ସେରିମଃନ୍ ସଃବୁ ସର୍ ଆର୍ ସିଦନ୍ ତଃୟ୍ଁ କଃରା ଅୟ୍ରିଲେକ୍, ସେମଃନ୍ କଃଡେବଃଳ୍ ହୁଣି ବାସ୍ତା ହିନ୍ଦି ଚାରେ ବଃସି ହାହ୍ ଚାଡି ରିଲାୟ୍ହୁଣି । ଅୟିଲେକ୍ ହେଁ ମୁଁୟ୍ ତୁମିମଃନ୍କେ କଃଉଁଲେ, ଇସ୍ୱର୍ ବିଚାର୍ କଃର୍ତା ଦିନ୍ ସର୍ ଆର୍ ସିଦନ୍ ତଃୟ୍ର୍ ଲକ୍ମଃନ୍କେ ଅଃଦିକ୍ ଦଃୟା ଦଃକାୟ୍ଦ୍ । ଏ କପୁର୍ନାହୁମ୍ ତଃୟ୍ର୍ ଲକ୍ମଃନ୍, ତୁମି କାୟି ନିଜେ ସଃର୍ଗେ ହଃତେକ୍ ଉଟୁକ୍ ମଃନ୍ କଃରୁଲାସ୍ ? ତୁମିକେ ନଃର୍କେ ହଃକା ଅୟ୍ଦ୍, କାୟିତାକ୍ବଃଲେକ୍ ତୁମାର୍ ତଃୟ୍ ଜୁୟି ଜୁୟି ସଃକ୍ତିର୍ କାମ୍ କଃରା ଅୟିଆଚେ, ସେରି ସଃବୁ ଜଦି ସଦମ୍ ତଃୟ୍ କଃରା ଅୟ୍ରିଲେକ୍, ସେରି ଆଜି ହଃତେକ୍ ରିଲିହୁଣି । ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଇସ୍ୱର୍ ବିଚାର୍ କଃର୍ତା ଦିନ୍ ତୁମାର୍ ତଃୟ୍ହୁଣି ସଦମ୍ ଦେସାର୍ ଲକ୍ମଃନ୍କେ ଅଃଦିକ୍ ଦଃୟା ଦଃକାୟ୍ଦ୍ ।"
A criação como milagre
O próprio corpo humano é milagre de Deus. Toda a criação testifica do poder e da sabedoria do Criador.
ମଃତର୍ ମାପୁର୍ ତାର୍ ଇଚାୟ୍ ଚିନା ଦଃୟିଦ୍; ଦଃକା, ଗଟେକ୍ ବାଳତ୍ଟକି ଆଙ୍ଗେ ଅୟି ଗଟେକ୍ ଅଃଣ୍ଡ୍ରାହିଲା ଜଃଲମ୍ କଃରେଦ୍ ଆର୍ ତାର୍ନାଉଁ ଇମାନୁୟେଲ୍ (ଅଃମାର୍ସଃଙ୍ଗ୍ ମାପୁର୍) ନାଉ ସଃଙ୍ଗାଉଆ।
ବାବ୍ବାଦିର୍ ତଃୟ୍ହୁଣି ଇସ୍ୱରାର୍ ଇ ଜୁୟି କଃତା ଜଃନ୍କଃରି ହୁରୁଣ୍ ଅୟ୍ଦ୍, ଇତାର୍ ଗିନେ ଇ ସଃବୁ ଗଃଟ୍ଲି । ସେ ବାବ୍ବାଣି ଅଃଉଁଲି, "ଗଟେକ୍ ଦଃଙ୍ଗ୍ଳି ଟକି ଆଙ୍ଗେ ଅୟ୍ଦ୍ ଆର୍ ସେ ଗଟେକ୍ ହିଲା ଜଃଲମ୍ କଃରେଦ୍, ଆର୍ ଲକ୍ମଃନ୍ ତାର୍ ନାଉ ଇମାନୁଏଲ୍ ବଃଲି ସଃଙ୍ଗାଉତି ।" ଇ ନାଉଁଆର୍ ଅଃର୍ତ୍, ଅଃମାର୍ ସଃଙ୍ଗ୍ ଇସ୍ୱର୍ ଆଚେ ।
ମଃତର୍ ସେମଃନ୍ ତାକ୍ ସଃମ୍ନ୍ଦ୍ ଉହ୍ରେ ଇଣ୍ଡ୍ତାର୍ ଦଃକି ଡୁମା ବଃଲି ବେଲ୍କି ଅୟ୍ଲାୟ୍ । କାୟିତାକ୍ବଃଲେକ୍ ସଃବୁଲକ୍ ତାକ୍ ଦଃକି ଡିରି ଗଃଲାୟି ।
ମଃତର୍ ଜିସୁ ତଃତ୍କାଣ୍ ତାକାର୍ ସଃଙ୍ଗ୍ କଃତାଅୟ୍ କୟ୍ଲା, "ଡିରା ନାୟ୍ ସାସ୍ ଦଃରା, ଇରି ତ ମୁଁୟ୍ ।"
ମଃତର୍ ଜିସୁ ଇରି ସୁଣି ଜାଇରସ୍କେ କୟ୍ଲା, "ଡିରା ନାୟ୍, ମଃତର୍ ବିସ୍ୱାସ୍ କଃର୍ ଆର୍ ସେ ବଚେଦ୍ ।"
ଆରେକ୍, ଜିସୁ ଜଃଡେବଃଳ୍ ଜିତ୍ ଡଙ୍ଗ୍ରାର୍ କଃଳ୍କି ଲଃଗେ ଅୟ୍ଲା, ସଃଡେବଃଳ୍ ସଃର୍ନେ ଚେଲାମଃନ୍ଦା ଦଃକିରିଲା ସଃବୁ ସଃକ୍ତିର୍ କାମାର୍ ଗିନେ ସଃର୍ଦା ଅୟି ଆଉଲି ଅୟ୍କଃରି ଇସ୍ୱରାର୍ ଗୁଣ୍ କଃଉ କଃଉ କୟ୍ଲାୟ୍, "ମାପୁରାର୍ ନାଉଁଏ ଜୁୟି ରଃଜା ଆସୁଲା, ତାର୍ ବଃଡ୍ ବାୟ୍ଗ୍, ସଃର୍ଗାର୍ ସୁସ୍ତା ଆର୍ ଇସ୍ୱରାର୍ ଜଃଜ୍ମାନ୍ ଅଃଉଅ ।"
ସେ ଇ ସଃବୁ କଃତା କୟ୍ଲା ହଃଚେ, ସେମଃନ୍ ଦଃକୁଦଃକୁ କଃଣ୍ଡେକ୍ ମେଗ୍ ଆସି ଜିସୁକେ ଉହ୍ରେ ନଃୟ୍ଗଃଲି ଆର୍ ସେମଃନ୍ ତାକେ ଦଃକୁ ନାହାର୍ଲାୟ୍ ।
ସେତାକ୍ ମୁୟ୍ଁ ବୁୟେଁ ଅଦୁର୍ଲେ ଆର୍ ମର୍ ଗିନେ ଇ କଃତା ସୁଣା ଗଃଲି, "ସାଉଲ୍, ସାଉଲ୍, କାୟିତାକ୍ ମକ୍ କଃସ୍ଟ ଦେଉଁଲିସ୍ ?"
ଆଟ୍ ତରାର୍ ଡଃଣ୍ଡ୍ ଜିଟ୍କା
ତାର୍ହଃଚେ ମାପୁର୍ ମସାକେ କୟ୍ଲା " ତୁୟ୍ ପାରର୍ ଚଃମେ ଜାଆ; ବଃଲେକ୍ ମୁୟ୍ ଜଃନ୍କଃରି ଲକ୍ମଃନାର୍ ବିତ୍ରେ ଇ ସଃବୁ ଚିନା ଦଃକାୟ୍ନ୍ଦ୍। ଆରେକ୍ ମୁୟ୍ ମିସରାର୍ ଲକ୍ ମଃନାର୍ ଜିବନେ ଜାୟ୍ ଜାୟ୍ରି କଃରିଆଚି ଆର୍ ସେମଃନାର୍ ବିତ୍ରେ ମର୍ ଚିନା ହର୍ ଜୁୟି ଜୁୟି କାମ୍ କଃରି ଆଚି, ସେସଃବୁ କଃତା ତୁମିମଃନ୍ ଜଃନ୍କଃରି ନିଜାର୍ ହିଲା ଆର୍ ନାତିହୁତିମଃନ୍କେ କଃଉଁକେ ହାରାସ୍, ଆରେକ୍ ମୁଁୟ୍ ଜେ, ମାପୁର୍ ଇସ୍ୱର୍ ଇରି ଜାଣୁକେ ହାରାସ୍।"