Morte de Jesus
A morte de Jesus é o sacrifício supremo do amor de Deus. Na cruz, o Cordeiro de Deus carregou os pecados do mundo, satisfez a justiça divina e abriu o caminho da salvação para todos.
O sacrifício na cruz
Jesus disse: 'Está consumado!' Na cruz, Ele cumpriu toda a lei, pagou o preço do pecado e reconciliou a humanidade com Deus.
ଏତ୍କି ବିତ୍ରେ ଜିସୁ ସବୁ ବିସଇ ପୁରାପୁରୁନ୍ ଅଇଲାଟା ଜାନିପାର୍ଲା, ମାତର୍ ସାସ୍ତରର୍ ବବିସତ୍ କାତା ପୁରା କର୍ବାପାଇ ସେ କଇଲା "ମକେ ସସ୍ କଲାନି ।"
ତେଇ ଗଟେକ୍ ନକିଟାନେ ଚପ୍ରା ଅଙ୍ଗୁର୍ ରସ୍ ରଇଲା । ସନିଅମନ୍ ଗଟେକ୍ ସୁତାର୍ ଗର୍ଣ୍ଡା ଚବାଲ୍ଲାଇ ଆରି ଡେଙ୍ଗ୍ ସୁଲ୍ଡାଙ୍ଗ୍ ଟିପେ ବାନ୍ଦି ଜିସୁର୍ ଟଣ୍ଡ୍ଲଗେ ଲାମାଇଦେଲାଇ । ଜିସୁ ସେଟା କାଇକରି "ସାରିଗାଲାବେ ! " ବଲି କଇଲା । ଏତ୍କି କଇକରି ତାର୍ ଆତ୍ମା ସର୍ପିଦେଲା ।
ଜିସୁକେ କୁର୍ସେ ଚଗାଇଲା ପଚେ, ଚାର୍ଟା ସନିଅମନ୍ ତାର୍ ପଚିଆ ନେଇ ଚାରି ବାଗ୍ କଲାଇ । ସବୁ ସନିଅମନ୍କେ ଗଟେକ୍ ଗଟେକ୍ ବାଗ୍ ମିଲ୍ଲା । ସେମନ୍ ଜିସୁ ଉପ୍ରେ ପିନ୍ଦ୍ବା ବସ୍ତର୍ ମିସା ବେଟ୍ଲାଇ । ସେ ବସ୍ତର୍ ସିଲାଇ ନ ଅଇ ଉପ୍ରେଅନି ତଲେ ଜାକ ଗଟେକ୍ସେ ରଇଲା । ସେଟାର୍ପାଇଁ ସେମନ୍ ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ । "ଆମେ ଏ ପଚିଆ ନ ଚିରିକରି ଏଟା କାକେଅଇସି ବଲି ଜାନ୍ବାକେ କେଡ୍ ପୁଟାଉଁ ।" ଜେନ୍ତିକି ସାସ୍ତରେ ଲେକାଅଇଲା କାତା ସିଦ୍ ଅଇବାକେ ଏନ୍ତି ଅଇଲା । "ମର୍ ପଚିଆ ସେମନ୍ ନିଜର୍ ନିଜର୍ ବିତ୍ରେ ବାଟା କଲାଇ, ଆରି ମୁଇ ପିନ୍ଦ୍ବା ପଚିଆର୍ ପାଇ କେଡ୍ପୁଟାଇଲାଇ ।" ସେଟାସେ ସନିଅମନ୍ କଲାଇ । ଜିସୁର୍ କୁର୍ସ ଲଗେ ତାର୍ ଆୟା ମରିୟମ୍, ତାର୍ ଆୟାର୍ ବଇନି, କଲ୍ପାର୍ ମାଇଜି ମରିୟମ୍ ଆରି ମଗ୍ଦଲିନି ମରିୟମ୍ ଟିଆଅଇ ରଇଲାଇ । ଜିସୁ ବେସି ଆଲାଦ୍ କର୍ବା ଗଟେକ୍ ସିସ୍ ତାର୍ ମାଆର୍ ଲଗେ ଟିଆ ଅଇରଇଲାଟା ଦେକି ଜିସୁ ତାର୍ ମାକେ କଇଲା, "ଏଦେ ଦେକା ! ତର୍ ପଅ !"
ତାର୍ ପଚେ ସେ ସିସ୍କେ କଇଲା "ଏଦେ ଦେକା ! ତର୍ ଆୟା !" ସେଦିନେ ଅନି ସେ ସିସ୍ ଜିସୁର୍ ମାକେ ନିଜର୍ ଗରେ ଡାକିନେଲା ।
ଆରି ସେମନ୍ କପ୍ରି ନାଉଁର୍ ଗଟେକ୍ ଜାଗାଇ କେଟିକରି ଜିସୁକେ ଆରି ଚର୍ମନ୍କେ, ତାର୍ ଡେବ୍ରି ବାଟେ ଗଟେକ୍ ଲକ୍କେ ଆରି ଉଜାବାଟେ ଗଟେକ୍ ଲକ୍କେ ଆତେ, ପାଦେ କୁଟିମାରି ଟେକିଦେଲାଇ । ସେବେଲା ଜିସୁ କଇଲା, "ଏ ବାବା ଏମନ୍କେ କେମା କରିଦିଆସ୍, କାଇକେ ବଇଲେ ଏମନ୍ କାଇଟା କଲାଇନି ସେଟା ନାଜାନତ୍ ।" ସେମନ୍ ଜିସୁର୍ ପଚିଆ ନେଇ କାକେ ମିଲ୍ସି ବଲି କେଡ୍ ପୁଟାଇଲାଇ । ସବୁ ଲକ୍ମନ୍ ଟିଆଅଇ ଦେକ୍ବାବେଲେ ଜିଉଦି ନେତାମନ୍ ଜିସୁକେ କିଜାଇକରି ଆଁସ୍ଲାଇ ଆରି କଇଲାଇ "ସେ ବିନ୍ଲକ୍ମନ୍କେ ରକିଆ କଲା, ଜଦି ତୁଇ ପର୍ମେସର୍ ବାଚିପାଟାଇଲା କିରିସ୍ଟ ବଇଲେ ନିଜ୍କେ ରକିଆ କର ।"
ଆରି ସନିଅମନ୍ ଜିସୁର୍ ଲଗେ ଆସିକରି ତାକେ ଗନ୍ଦ୍ବା ରସ୍ ଦେଇ କିଜାଇକରି କଇଲାଇ, । "ତୁଇ ଜଦି ଜିଉଦି ଲକ୍ମନର୍ ରାଜା, ନିଜ୍କେ ରକିଆ କର୍ ।"
ଆରି ତାର୍ କୁର୍ସର୍ ଟିପେ ଏଟା ଜିଉଦିମନର୍ ରାଜା, ବଲି ଲେକି ଅଲାଇଦେଲାଇ ।
ତେଇ ବଡ୍ ବୁଲ୍ କରି କୁର୍ସେ ଚଗାଇଅଇରଇବା ଗଟେକ୍ ଲକ୍ ଜିସୁକେ ନିନ୍ଦା କରି କଇଲା, "ତୁଇ ଜଦି ପର୍ମେସର ବାଚି ପାଟାଇଲା କିରିସ୍ଟ ରାଜା ଜିସୁ ବଇଲେ, ନିଜ୍କେ ରକିଆ କରି ଆମ୍କେ ମିସା ରକିଆ କର୍ ।" ମାତର୍ ଆରି ଗଟେକ୍ ଲକ୍ ତାକେ ଦମ୍କାଇ କରି କଇଲା, "ତୁଇ କାଇ ପର୍ମେସର୍କେ ଡରୁସ୍ ନାଇ କି ? ତୁଇ ମିସା ତାର୍ପାରା ସମାନ୍ ଡଣ୍ଡ୍ ପାଇଲୁସ୍ନି କି ନାଇ ? ଆରି ଆମେ ବୁଲ୍କରି ନିୟମ୍ ଇସାବେ ଡଣ୍ଡ୍ ପାଇଲୁନି । ମାତର୍ ସେତା କାଇ ବୁଲ୍ କରେ ନାଇ ।" ଆରି ସେ ଜିସୁକେ, "ଏ ଜିସୁ, ତୁଇ ନିଜର୍ ରାଇଜେ ରାଜା ଅଇ ଆଇଲେ ମକେ ଏତାଆ ।"
ଜିସୁ ତାକେ କଇଲା, "ମୁଇ ତକେ ସତ୍ କଇଲିନି, ଆଜିସେ ତୁଇ ମର୍ସଙ୍ଗ୍ ପାରଦେସେ ରଇସୁ ।"
ମୁଇଦାନିଆ ବାର୍ଟା ବେଲାଇଅନି ତିନ୍ଟା ଜାକ ଗୁଲାଇ ଦେସ୍ ଆନ୍ଦାର୍ ଅଇଗାଲା । ଦିନ୍ ତିନ୍ଟା ବେଲେ ଜିସୁ ଆଉଲିଅଇ କଇଲା, "ଏଲଇ ଏଲଇ ଲାମା ସବକ୍ତାନି ।" ଆର୍ ଅରତ୍ ଅଇଲାନି, "ଏ ମର୍ ପର୍ମେସର୍ ଏ ମର୍ ପର୍ମେସର୍, ତମେ ମକେ କାଇକେ ଚାଡିଦେଲାସ୍ ?"
ସେଡ୍କି ବେଲେ ମନ୍ଦିରେ ଜୁଲ୍ତେ ରଇବା ପାର୍ଦା ଉପ୍ରେଅନି ତଲେ ଜାକ ଦୁଇ ଗନ୍ଦାଅଇ ଚିରିଅଇଗାଲା । ଦର୍ତନି ଚୁଲ୍ବୁଲି ପାକ୍ନାମନ୍ ସବୁ ପୁଟିଗାଲା ଆରି କବର୍ ଦେଇରଇବା କାଲ୍ମନ୍ ଉଗାଡିଅଇ କେତେକ୍ କେତେକ୍ ପର୍ମେସରର୍ ଦରମ୍ ଲକ୍ମନ୍ ଆରିତରେକ୍ ଜିବନ୍ ଅଇ ଉଟ୍ଲାଇ । ସେମନ୍ କବର୍ ଦେଇରଇବା କାଲେଅନି ଉଟି ଆଇଲାଇ । ଜିସୁ ଆରିତରେକ୍ ଉଟ୍ଲା ପଚେ ଲକ୍ମନ୍, ଏମନ୍କେ ସୁକଲ୍ ଜାଗା ଜିରୁସାଲମେ ଜିବାଟା ଦେକ୍ଲାଇ ।
ଦର୍ତନି ଚୁଲ୍ବୁଲି ବିନ୍ ବିନ୍ ଗଟ୍ନା ଅଇବାଟା ଦେକି, ଜିସୁକେ ଜାଗିରଇବା ସନିଅମନର୍ ମୁକିଅ ଆରି ବିନ୍ ସନିଅମନ୍ ଡରିଗାଲାଇ । ସେମନ୍ କଇଲାଇ, "ସତଇସେ ଏ ନିଜେ ପର୍ମେସରର୍ ପଅ ଆକା !"
ମାତର୍ ସେ ଆମର୍ ଅଦରମ୍ ପାଇଁ କଣ୍ଡିଆ କାବ୍ରା ଅଇଲା ଆରି ଆମର୍ ପାପ୍ର୍ ପାଇଁ ଚୁନ୍ଚୁନା ଅଇଲା; ଆମ ସାନ୍ତିର୍ ବାଦୁଲେ ସାସ୍ତି ତାର୍ ଉପ୍ରେ ପଡ୍ଲା ଆରି ସେ ମାଡର୍ ଲାଗି ଆମେ ନିମାନ୍ ଅଇଲୁ । ଆମେ ସବୁଲକ୍ ମେଣ୍ଡା ମନର୍ ପାରା ବିପଦ୍ ବାଟେ ଗାଲୁଆଚୁ; ଆମେ ସବୁ ନିଜର୍ ନିଜର୍ ବାଟ୍ ବାଟେ ବାଅଡ୍ଲୁ ଆଚୁ; ଆରି, ସବୁବେଲର୍ ମାପ୍ରୁ ଆମର୍ ସବୁ ଲକର୍ ପାପ୍ ଦାରିଗାଲା ଆଚେ। ସେ ବିପଦ୍ ପାଇଲା, ଅଇଲେ ମିସା ସେ ନିଜ୍କେ ଦରମ୍ ଅଇକରି କାଇବଲିକରି କଏନାଇଁ; ପୁଜ୍ବାକେ ନେବା ମେଣ୍ଡା ପାରା, ଚାମ୍ ଚାଡାଇବା ଲକ୍ମନର୍ ମୁଆଟେ ତୁମ୍ପଡି ରଇଲା ମେଣ୍ଡା ପାରା ପଦେକ୍ ମିସା କାଇ ବଲିକରି ନ କଇ ଚୁପ୍ଅଇ ରଇଲା ।
O amor que se entrega
Ninguém tem maior amor do que aquele que dá a vida pelos amigos. Deus prova seu amor em que Cristo morreu por nós quando ainda éramos pecadores.
ନିଜର୍ ମଇତର୍ମନର୍ ଲାଗି ଜିବନ୍ ଦେବାଟା ଅଇଲାନି ସବୁର୍ଟାନେଅନି ବଡ୍ ଆଲାଦ୍ ।
ପର୍ମେସର୍ ଏ ଦୁନିଆର୍ ଲକ୍ମନ୍କେ ଏତେକ୍ ଆଲାଦ୍ କଲାଜେ, ତାର୍ ଗଟେକ୍ ବଲି ପିଲାକେ ସର୍ପିଦେଲା । ଜେ ମିସା ତାକେ ବିସ୍ବାସ୍ କର୍ବାଇ ବଇଲେ, ସେମନ୍ ନସ୍ଟ ନ ଅଇକରି, ନ ସାର୍ବା ଜିବନ୍ ମିଲାଇବାଇ ।
ଆମେ ପରମେସରର୍ ସତ୍ରୁ ରଇଲାବେଲେ ତାର୍ ପିଲା ଆମର୍ ପାଇ ଜିବନ୍ ଦେଲା । ତେଇଅନି ପରମେସର୍ ସଙ୍ଗ୍ ଆମେ ଆରିତରେକ୍ ଜଡିଅଇଲୁ । ତାର୍ ସଙ୍ଗ୍ ଆରିତରେକ୍ ଜଡିଅଇଲା ପଚେ, ଏବେ କିରିସ୍ଟର୍ ଜିବନର୍ ଲାଗି ଆମେ ରକିଆ ପାଇବାକେ କେତେକ୍ ଅଦିକ୍ ନ ପାଉ ?
ଏଟାର୍ଲାଗି ଆଲାଦ୍ କାଇଟା ଆମେ ଜାନ୍ଲୁନି । କିରିସ୍ଟ ଆମର୍ପାଇଁ ତାର୍ ନିଜର୍ ଜିବନ୍ ଦେଲା । ସେନ୍ତାରିସେ ଆମେମିସା ଆମର୍ ମିସିବିଡିରଇବା ବିସ୍ବାସି ବାଇବଇନି ମନର୍ଲାଗି ମର୍ବାକେ ତିଆର୍ ଅଇବାର୍ଆଚେ ।
ଆମର୍ ବୁଲ୍ କାମର୍ପାଇ ଆମର୍ ବାଦୁଲେ ପର୍ମେସର୍ ଜିସୁକେ ଡଣ୍ଡ୍ ଦେଲା । ତାର୍ଲାଗି ଅବ୍କା ଆମର୍ ପାପ୍ସେ ନଏଁ ମାତର୍ ଗୁଲାଇଟାନେ ରଇବା ସବୁଲକର୍ ପାପ୍ ସେ କେମା କର୍ସି ।
ନର୍ଲକ୍ ପାରା ଅଇ ଆଇଲାପଚେ, ସେ ପର୍ମେସରର୍ ଆଦେସ୍ ମାନିକରି, ନିଜ୍କେ ଆରି ଅଦିକ୍ ସାନ୍କଲା । ଲକ୍ମନ୍ ମରାଅତ୍ବଲି ସର୍ପାଇଅଇଲା । ଅବ୍କା ମର୍ବାକେ ନାଇ, ମାତର୍ କୁରୁସ୍ କାଟେ କୁଟିମାରାଇଅଇ ଚଗାଇଅଇବାକେ ମିସା ।
Morte e ressurreição
Jesus morreu e ressuscitou, e a morte não mais tem domínio sobre Ele. Pelo batismo, participamos de sua morte e ressurreição.
ଆମେ ଜାନୁ, କିରିସ୍ଟ ମଲାତେଇଅନି ଉଟ୍ଲାର୍ପାଇ, ସେ ଆରି କେବେ ମିସା ନ ମରେ । ତାର୍ ଉପ୍ରେ ଆରି କେବେ ମରନର୍ ସାସନ୍ ନ ଚାଲେ । ସେ ଜନ୍ ମରନ୍ ପାଇଲା, ତାର୍ଲାଗି ପାପର୍ ବପୁତେଇଅନି ଏକାତରେକ୍ ଆମ୍କେ ମୁକ୍ଲାଇଲା । ସେ ଏବେ ଜନ୍ ଜିବନେ ଜିଇଲାନି, ସେଟା ପରମେସର୍ ସଙ୍ଗ୍ ମିସିକରି ରଇଲା ଜିବନ୍ ।
ତମେ ଜାନାସ୍, ଡୁବନ୍ ନେଲାକେ ଜିସୁକିରିସ୍ଟର୍ ସଙ୍ଗ୍ ମିସିକରି ଆମେ ତାର୍ ମରନେ ମିସା ମିସିଆଚୁ । ସେଟାର୍ପାଇଁ ଡୁବନ୍ ନେଲାପଚେ ଆମେ ତାର୍ ମରନେ ମିସି, ତାର୍ ସଙ୍ଗ୍ ତପି ଅଇଲୁଆଚୁ । ସେ ଜେନ୍ତାରି ବାବାର୍ ଡାକ୍ପୁଟା ବପୁ ସଙ୍ଗ୍ ଆରିତରେକ୍ ଉଟ୍ଲା, ଆମେ ମିସା ସେନ୍ତାରି ନୁଆ ଜିବନ୍ ପାଇକରି ଚଲାଚଲ୍ତି କର୍ବାର୍ ଆଚେ ।
ଆମେ ସବୁ ଲକ୍ ତରେକ୍ ମର୍ବୁ ଆରି ତାର୍ପଚେ ପରମେସରର୍ ମୁଆଟେ ବିଚାର୍ ଦିନେ ଟିଆଅଇବୁ । ସେନ୍ତାରିସେ କିରିସ୍ଟ ମିସା ସବୁ ଲକର୍ ପାପ୍ ନିଜେ ନେବାକେ ବଲି ଇସାବେ ତରେକ୍ ସେ ସର୍ପାଇ ଅଇଲା । ସେ ଆରି ତରେକ୍ ଆଇଲାବେଲେ, ଆମର୍ ପାପର୍ପାଇ ସେ ନ ଆସେ । ମାତର୍ ତାକେ ଜାଗି ରଇଲା ଲକ୍ମନ୍କେ ଉଦାର୍ କର୍ବାକେ ଆଇସି ।
ପିତର୍ କଇଲା, "ଏ ଇସ୍ରାଏଲ୍ ଦେସର୍ ଲକ୍ମନ୍ ତମେ ମୁଇ କଇବା କାତା ସୁନା । ପରମେସର୍ସେ ବାଚି ପାଟାଇଲା ଲକ୍, ନାଜରିତ୍ ଗଡର୍ ଜିସୁ ବଲିକରି ସେ ତମର୍ ଲଗେ ରଇଲା ବେଲେ, ଦେକାଇଦେଲା । ସେଟା କେନ୍ତାର୍ ବଇଲେ, ପରମେସର୍ ତାର୍ତେଇଅନି କାବା ଅଇଜିବା କାମ୍ କଲାଆଚେ । ଏଟା ସତ୍ ବଲି ତମେ ଜାନିଆଚାସ୍ । ତାର୍ ଆଗ୍ତୁର୍ ଜଜ୍ନା ଇସାବେ ସେ କାତା ଦେଇସାରାଇରଇଲା କି, ଜିସୁ ତମର୍ ଆତେ ସର୍ପାଇ ଅଇସି । ତାର୍ପଚେ ତାର୍ ନିୟମ୍ ନ ମାନ୍ବା ଲକ୍ମନ୍ ତାକେ କୁର୍ସେ ଚଗାଇ ମରାଅତ୍ ବଲି ତମେ ତାକେ ଏନ୍ତି କଲାସ୍ । ମାତର୍ ପରମେସର୍ ଜିସୁକେ ମଲାଟାନେଅନି ଆରି ତରେକ୍ ଉଟାଇଲା । ମରନର୍ ବପୁତେଇଅନି ତାକେ ମୁକ୍ଲାଇଲା । କାଇକେବଇଲେ କେ ମିସା ତାକେ ମରାଇକରି ସେ ଜାଗାଇ ସଙ୍ଗଇ ନାପାର୍ଲାଇ ।
ମୁଇ ନିମାନ୍ ମେଣ୍ଡା ଚାରାଉ ଗଉଡ୍ । ନିମାନ୍ ଗଉଡ୍ ମେଣ୍ଡାମନର୍ ଲାଗି ନିଜର୍ ଜିବନ୍ ମିସା ଦେଇସି ।
ଆମର୍ ମାପ୍ରୁ ଜିସୁ ବାଅଡ୍ବାଜାକ, ଜେତ୍କିତର୍ ରୁଟି କାଇସା କି ଏ ମୁତାଇ ଅନି ଡୁକ୍ସା, ତମେ ମାପ୍ରୁର୍ ମରନ୍ ବିସଇର୍ କବର୍ ଜାନାଇସା ।