Não desista!
'Não desista!' é o grito do céu para a terra. Deus nos encoraja a perseverar na fé, na oração e na esperança, porque a vitória pertence aos que não se rendem.
Força na fraqueza
Os que esperam no Senhor renovam as forças. Deus não se cansa nem se fatiga — Ele dá poder aos fracos e vigor aos cansados.
ତୁଇ କାଇ ନାଜାନୁସ୍? କି ତୁଇ ସୁନୁସ୍ ନାଇଁ? ପୁର୍ତିବିର୍ ସର୍ତେ ତିଆର୍ କଲା ଲକ୍ ମୁଇ ସାରାସାରି ଜାକ ରଇବି; ସବୁବେଲର୍ ମାପ୍ରୁ ପର୍ମେସର୍ କେବେ ମିସା ନ ତାକେ, କି ନ ପୁଣ୍ଡେ, କି କେବେ ମିସା ତାର୍ ଗିଆନର୍ କାତା, କେ ମିସା ବୁଜି ନାପାରତ୍ । ସେ ତାକ୍ଲା ଲକ୍ମନ୍କେ ବପୁ ଦେଇସି ଆରି ବପୁ ନଇଲା ଲକ୍ମନ୍କେ ବପୁ ଦେଇସି । ବେଣ୍ଡିଆ ଲକ୍ମନ୍ ତାକ୍ବାଇ, ଆରି ଦାଙ୍ଗ୍ଡା ପିଲାମନ୍ ଜଟିଆଇ ଅଇ ଅଦର୍ ବାଇ। ମାତର୍ ଜନ୍ ଲକ୍ମନ୍ ସବୁବେଲର୍ ମାପ୍ରୁକେ ଜାଗି ରଇବାଇ, ସେମନ୍ ନୁଆଁ ନୁଆଁ ବପୁ ପାଇବାଇ; ସେମନ୍ ଚଚନ୍ ଚଡଇ ପାରା ଉପ୍ରେ ଉଡ୍ତେ ଜିବାଇ; ସେମନ୍ ନ ତାକ୍ତେ ପାଲାଇବାଇ; ସେମନ୍ ନ ତାକ୍ତେ ଇଣ୍ଡ୍ବାଇ ।
ଲକ୍ମନର୍ ପାଇଁ ପର୍ମେସରର୍ ଆସିର୍ବାଦ୍
ଏ ଜିରୁସାଲାମ୍ ତେଇ ବାସା ଅଇରଇବା ସିଅନର୍ ଲକ୍ମନ୍ ; ତମେ ଆରି ନ କାନ୍ଦାସ୍; ତମର୍ କାନ୍ଦ୍ବାଟା ସବୁବେଲର୍ ମାପ୍ରୁ ନ ପିଟ୍ତେ ଆସିର୍ବାଦ୍ କର୍ସି; ସେ ସୁନ୍ଲା ଦାପ୍ରେ ତମେ ମାଗ୍ଲାଟା ଦେଇସି ।
ପର୍ମେସର୍ ଉଦାର୍ କର୍ବା ପର୍ମାନ୍
ମାତ୍ର ଏ ଜାକୁବ୍, ଜେ ତକେ ତିଆର୍ କଲା, ଏ ଇସ୍ରାଏଲ୍, ଜେ ତକେ ଗଡ୍ଲା ଆଚେ, ସେ ସବୁ ବେଲ୍ର ମାପ୍ରୁ ଏବେ ଏ କାତା କଇଲାଇନି; ଡରା ନାଇ, କାଇକେ ବଇଲେ ମୁଇ ତମ୍କେ ମୁକ୍ଲାଇ ଆଚି; ମୁଇ ତୁମ୍ର ନାଉଁ ଦାରି ତମ୍କେ ଡାକ୍ଲି ଆଚି, ତମେ ମର୍ ଲକ୍ ।
ତମେ ପାନି ଲଗେ ଗାଲାବେଲେ ମୁଇ ତମ୍ର ସଙ୍ଗ ରଇବାଇ ଆରି ସମ୍ଦୁରେ ଗାଲା ବେଲେ ସେ ତମ୍କେ ବୁଡାଇ ନାପାରେ; ତୁମେ ଜଇତେଇ ଗାଲାବେଲେ ଜଇ ନ ଲାଗେ ଜଇଆଲା ତମ୍କେ କାଇଟା କରିନାପାରେ ।
କାଇକେ ବଇଲେ ମୁଇ ସବୁବେଲ୍ ମାପ୍ରୁ, ତମର୍ ପରମେସ୍ର, ଇସ୍ରାଇଲ୍ର ସୁକଲ୍ ସବୁବେଲର୍ ମାପ୍ରୁ, ତମ୍କେ ଉଦାର୍ କର୍ବା ପରମେସ୍ର; ମୁଇ ତମର୍ ମୁକ୍ତିର୍ ବାଦୁଲ୍ ପାରା ମିସର୍ ଦେସ୍ ଆରି ମନ୍ ବାଦ୍ଲାଇବା ବାଦୁଲେ କୁସ୍ ଆରି ସିବା ଦେସ୍ ଦେଇ ଆଚି ।
ଅଲପ୍କେ ମିସା ସାର୍ଦାସଙ୍ଗ୍ ରଇବାକେ, କି ବୁତେକ୍ ରଇଲେ ମିସା ସାର୍ଦା ସଙ୍ଗ୍ ରଇବାକେ ସିକ୍ଲିଆଚି । ପେଟ୍ ପୁର୍ତେ କାଇଲେମିସା, କି ବୁକେ ରଇଲେ ମିସା, ଲଡାକେ ଆଇବା ସବୁ ବିସଇ ରଇଲେ ମିସା, ନ ରଇଲେ ମିସା, ସାର୍ଦାସଙ୍ଗ୍ ରଇବାକେ ମୁଇ ଜାନି । ଏ ସବୁ ଗଟ୍ନା ଆଇଲେ ମିସା ମୁଇ ମୁର୍ଚିକରି ରଇବାକେ ସିକ୍ଲିଆଚି । କାଇକେବଇଲେ, କିରିସ୍ଟ ମକେ ବପୁ ଦେଲାନି ।
ବିସ୍ବାସ୍ କରି ଜିଇବାଟା
ତେବର୍ପାଇ ଆମେ ସାଆସ୍ ନ ଅଇରଇବା ଲକର୍ ପାରା ନ ଅଉଁ । କାଇକେବଇଲେ ଆମର୍ ବାଇରର୍ ଗାଗଡ୍ ମରିମରି ଆଇଲେ, ମିସା ବିତ୍ରେ ରଇବା ଲକ୍ ଦିନ୍କେ ଦିନ୍ ନୁଆ ଅଇ ଆଇଲାନି । କାଇକେ ବଇଲେ ଆମର୍ ଦୁକ୍ କସ୍ଟ ସବୁ ଉନା ଅଇକରି ଚନେକର୍ପାଇ । ମାତର୍ ସେଟା ଆମ୍କେ ନ ସର୍ବା ସବୁଦିନର୍ ମଇମା ଆନ୍ସି । ସେଟା ଆମର୍ ଦୁକ୍ କସ୍ଟ ଟାନେଅନି ବଡ୍ ରଇସି । ତେବର୍ ପାଇ ଆମେ ଏ ଜଗତେ ଡିସ୍ବା ବିସଇ ଆସା ନ କରି ନ ଡିସ୍ବା ବିସଇ ଆସା କଲୁନି । କାଇକେବଇଲେ ଦେକ୍ବା ବିସଇ ସବୁଦିନ୍ ନ ରଏ, ମାତର୍ ନ ଦେକ୍ବା ବିସଇ ସବୁ ଦିନର୍ପାଇ ରଇସି ।
Perseverança na fé
Não perca a confiança, pois ela tem grande recompensa. O justo viverá pela fé, e quem perseverar até o fim será salvo.
ସେଟାର୍ପାଇଁ ତମର୍ ସାଆସ୍ ଚାଡାନାଇ । ମାତର୍ ସେଟା କର୍ତେରୁଆ । କାଇକେ ବଇଲେ ତମର୍ ଇନାମ୍ ବଡ୍ ରଇସି ।
ଆମର୍ ଜନ୍ ଆସା ଉଁ, ବଲି ମାନିଆଇଲୁନି, ତାକେ ଡାଁଟ୍ କରୁ । ଆମେ ଅଇସି କି ନଏଁ ଆଲେ, ବଲି ନ ବାବୁ । କାଇକେବଇଲେ ପର୍ମେସର୍ ଜନ୍ ସପତ୍ କଲାଆଚେ, ସେଟା ସେ କର୍ସି ଆକା । ଆସା, ଆମେ ବିନ୍ ଲକ୍ମନ୍କେ ମନ୍ଦେଇ ସେମନ୍କେ ସାଇଜ କରୁ । ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କରି ନିକ କାମ୍ କରୁ । ଜେନ୍ତିକି ଆରି କେତେଲକ୍ କଲାଇନି, ଆମେ ମିସିବିଡି ରଇବା ବିସ୍ବାସି ବାଇବଇନି ମନର୍ ସଙ୍ଗ୍ ରୁଣ୍ଡ୍ବାକେ ଏଲା ନ କରୁ । ତାର୍ ବାଦୁଲେ ଆମର୍ ସଙ୍ଗାରିମନର୍ ବିସ୍ବାସ୍ ଡାଁଟ୍ କରାଉ । ଆମର୍ ମାପ୍ରୁ ଜିସୁ ଆରିତରେକ୍ ଆଇବା ଦିନ୍ ଲଗେ କେଟି ଆଇଲାନି ।
ତେବର୍ପାଇ ଜନ୍ ଲକ୍ମନ୍ ପର୍ମେସରର୍ ଲଗେ ଆଇବାକେ ମନ୍ କଲାଇନି, ପର୍ମେସର୍ ଆଚେ ବଲି ବିସ୍ବାସ୍ କର୍ବାର୍ ଆଚେ । ଜେତ୍କି ଲକ୍ମନ୍ ତାକେ କଜ୍ବାଇ, ସେ ସେମନର୍ ଆସା କଲାଟା ପୁରାପୁରୁନ୍ କର୍ସି ।
ପର୍ମେସରର୍ ବାକିଅ ଜିବନ୍ରଇବାଟା ଆରି ବେସି ବପୁରଇ ଦୁଇବାଟେ ଦାର୍ରଇବା ଗଟେକ୍ ଲାଗନ୍ କାଣ୍ଡା ପାରା । ସେଟା ଆଡର୍ ଗଁଟି ଆରି ଆଡ୍ ବିତ୍ରେ ରଇବାଟା କାଟ୍ସି । ଗଟେକ୍ ଲକର୍ ମନ୍ ବିତ୍ରେ ରଇବା ସବୁ ବିସଇ ବିଚାର୍ କରିପାର୍ସି । ମନ୍ ବିତ୍ରେ ଲୁଚିରଇବା ସବୁ ବିସଇ ମିସା ।
ସେଟାର୍ ପାଇ ଆମେ ନିକ କାମ୍ କରି ଲାଗି ରଇବୁ। କାଇକେ ବଇଲେ ନ ତାକ୍ଲେ ସେ ସମାନ୍ ବେଲାଇ ପସଲ୍ ପାଇବାର୍ ଅଇସି ।
ମୁଇ ଦାପ୍ରେ ଆଇଲିନି । ଜନ୍ ସତ୍ ସିକିଆ ତମେ ପାଇଆଚାସ୍, ସେଟା ମାନିକରି ରୁଆ । ଜେନ୍ତାରି କି ତମର୍ ଇନାମ୍ କେ ମିସା ଚରାଇନେଇ ନାପାରତ୍ ।
ପର୍ମେସରର୍ ଲକ୍ମନ୍ ଜନ୍ ଲକ୍ମନ୍ କି ତାର୍ ଆଦେସ୍ ନାମ୍ବାଇ, ଆରି ଜିସୁକେ ବିସ୍ବାସ୍ କରି ଆଚତ୍, ସେମନ୍ ମୁର୍ଚିକରି ରଇବାର୍ ଆଚେ ।
ପରିକା ଆରି ଦୁକ୍କସ୍ଟ
ଜନ୍ ଲକ୍ମନ୍ ପରିକା ଆଇଲେ ମିସା ମୁର୍ଚି କରି ରଇବାଇ, ସେମନ୍ କେଡେକ୍ ନିକ କରମର୍ ଲକ୍ । କାଇକେବଇଲେ ସେ ସବୁ ପରିକାଇ ସେମନ୍ ଡାଁଟ୍ ସଙ୍ଗ୍ ଟିଆଅଇଲାପଚେ, ପୁରୁସ୍କାର୍ ପାଇବାଇ । ପର୍ମେସର୍ ତାର୍ ନିଜର୍ ଲକ୍ମନ୍କେ ଜନ୍ ଜିବନର୍ ମୁକୁଟ୍ ଦେବାକେ ସପତ୍ କଲାଆଚେ, ସେମନ୍ ସେଟା ପୁରୁସ୍କାର୍ ଇସାବେ ମିଲାଇବାଇ ।
Deus é refúgio
O Senhor é nosso refúgio e fortaleza. Ele ouve nossas orações, nos consola nas tribulações e transforma choro em dança.
Vitória em Cristo
Jesus venceu o mundo e nos dá vitória. Para Deus nada é impossível, e Ele faz infinitamente mais do que pedimos ou pensamos.
ଜେନ୍ତାରି କି ତମେ ମର୍ତେଇ ରଇକରି ସାନ୍ତି ପାଇସା, ସେଟାର୍ପାଇଁ ମୁଇ ତମ୍କେ ଏ ସବୁ ବିସଇ କଇଆଚି । ଏ ଦୁନିଆଇ ତମର୍ପାଇ ବେସି ଦୁକ୍ କସ୍ଟ ଆଚେ, ମାତର୍ ଡାଟ୍ସଙ୍ଗ୍ ରୁଆ, ମୁଇ ଦୁନିଆର୍ କାରାପ୍ ବପୁ ନସାଇକରି ଜିତିଆଚି ।"
ଜିସୁ ଏ କାତା କଇଲାକେ ତାର୍ ସଙ୍ଗ୍ ଜାଇତେରଇବା ଲକ୍ମନର୍ତେଇଅନି ବେସିଲକ୍ ତାର୍ ସଙ୍ଗ୍ ଜିବାକେ ମନ୍ ନ କରି ଚାଡି ଉଟିଗାଲାଇ । ସେବେଲେ ଜିସୁ ତାର୍ ବାର୍ଟା ସିସ୍ମନ୍କେ ପାଚାର୍ଲା, "ତମେ ମିସା ମକେ ଚାଡିକରି ଉଟିଜିବାକେ ମନ୍ କଲାସ୍ନି କି ?" ସିମନ୍ ପିତର୍ ତାକେ କଇଲା, "ମାପ୍ରୁ ତମ୍କେ ଚାଡି ଆମେ କାର୍ଲଗେ ଜିବୁ ? ତମର୍ଟାନେତା ନ ସାର୍ବା ଜିବନର୍ ବାକିଅ ଆଚେ । ତମେତା ପର୍ମେସରର୍ ଟାନେଅନି ଆଇଲା ସୁକଲ୍ ଲକ୍ ବଲି, ଏବେ ଆମେ ବିସ୍ବାସ୍ କରି ଜାନ୍ଲୁ ।"
ମୁଇ ଜେଡେବଲ୍ ଜିବି, ତମ୍କେ ଟୁରା ପିଲାମନର୍ ପାରା କରି ଚାଡି ନ ଜାଇ । ଆରିତରେକ୍ ତମର୍ ଲଗେ ବାଉଡି ଆଇବି ।
ମାଙ୍ଗା, କଜା ଆରି କାପାଟେ ମାରା
ମାଙ୍ଗା, ତେବେ ତମ୍କେ ଦିଆଅଇସି । କଜା, ତେବେ ମିଲାଇସା, କାପାଟେ ମାରା କାପାଟ୍ ଉଗାଡି ଅଇସି । ଜେ ମାଙ୍ଗ୍ସି, ତାକେ ଦିଆଅଇସି, ଜେ କଜ୍ସି, ସେ ମିଲାଇସି, ଜେ କାପାଟେ ମାର୍ସି ତାର୍ପାଇ କାପାଟ୍ ଉଗାଡି ଦିଆଅଇସି ।
"ବେସି ବଜ୍ ବଇକରି ତାକ୍ଲା ଲକ୍ମନ୍, ମର୍ ଲଗେ ଆସା । ମୁଇ ତମ୍କେ ପୁଣ୍ଡାଇବି । ମର୍ ଜୁଆଡି ବଇ ମର୍ଟାନେଅନି ସିକା । କାଇକେବଇଲେ ମୁଇ ନିଜେ ସୁଆଲ୍ ଆରି ମର୍ ମନ୍ କୁଉଁଲ୍ ଅଇଲାର୍ ଲାଗି ତମେ ମର୍ଲଗେ ପୁଣ୍ଡ୍ସା । ମୁଇ ତମର୍ ଉପ୍ରେ ଜନ୍ ଜୁଆଡି ସଙ୍ଗଇବି ସେଟା ତମ୍କେ ବଇବାକେ ସଅଜ୍ ଅଇସି । ଆରି ତମ୍କେ ଜନ୍ ବଜ୍ ଦେବି, ସେଟା ମିସା ବେସି ଉସାସ୍ ।"
ଜିସୁ ସେମନର୍ ବାଟେ ଦିରେକରି ଦେକି କଇଲା, "ମୁନୁସ୍ମନର୍ଟାନେ ଏଟା ଅଇନାପାରେ, ମାତର୍ ପର୍ମେସରର୍ ଟାନେ ସବୁଟା ଅଇପାର୍ସି ।"
କାଇକେବଇଲେ ପର୍ମେସରର୍ଟାନେ କାଇଟା ମିସା ନ ଅଇବା କାମ୍ ନାଇ, ବଲି କଇଲା ।
Esperança e transformação
O Senhor completa a boa obra que começou em nós. Ele faz novas todas as coisas e dá esperança para o futuro.
ପର୍ମେସର୍ ଜେକି ତମର୍ ମନ୍ ବିତ୍ରେ କାମ୍ କର୍ବାକେ ଆରାମ୍କରିଆଚେ, ଜିସୁକିରିସ୍ଟ ବାଉଡିଆଇବା ଜାକ, ସେଟା କରି ସାରାଇସି ।
ଜେ ଜଦି କିରିସ୍ଟ ସଙ୍ଗ୍ ମିସ୍ଲେ ସେ ଗଟେକ୍ ନୁଆ ଲକ୍ ଅଇସି । ପୁର୍ନା ଚଲାଚଲ୍ତି ଆରି ନାଇନି, ସବୁଜାକ ନୁଆ ଅଇଗାଲା ଆଚେ ।
ନୁଆଁ ସରଗ୍ ଆରି ଜଗତ୍
ତାର୍ପଚେ ଏଦେ ଦେକା ! ନୁଆ ସରଗ୍ ଆରି ନୁଆ ଜଗତ୍ ଦେକ୍ଲି । ପର୍ତୁମ୍ ସରଗ୍ ଆରି ପର୍ତୁମ୍ ଜଗତ୍ ଆରି ଡିସେନାଇ । ସମ୍ଦୁର୍ ମିସା ଆରି ଡିସେନାଇ । ଆରି ସେ ସୁକଲ୍ ନଅର୍ ଦେକ୍ଲି । ସେଟା ରଇଲା ନୁଆ ଜିରୁସାଲେମ୍ । ସର୍ଗେଅନି, ପର୍ମେସର୍ଟାନେଅନି, ସେଟା ଉତ୍ରି ଆଇତେରଇଲା । ଗଟେକ୍ ଦାଙ୍ଗ୍ଡି ଦାଙ୍ଗ୍ଡାକେ ବେଟ୍ ଅଇବାକେ ଗାଲେ କେନ୍ତାଟା ପିନ୍ଦିରଇସି, ସେନ୍ତାରି ତିଆର୍ ପିଆର୍ ଅଇରଇଲା । ବସ୍ବା ଜାଗାଇଅନି ଗଟେକ୍ ବଡ୍ ସବଦ୍ କାତାଅଇବାଟା ମୁଇ ସୁନ୍ଲି "ସାରାସାରି ବେଲେ ପର୍ମେସର୍ ମୁନୁସ୍ଜାତି ସଙ୍ଗ୍ ବାସା ଅଇବାକେ ଆଇଲାଆଚେ । ସେ ତାକର୍ ସଙ୍ଗ୍ ବାସା ଅଇସି । ଆରି ସେମନ୍ ତାର୍ ଲକ୍ ଅଇବାଇ । ପର୍ମେସର୍ ନିଜେ ତାକର୍ ସଙ୍ଗ୍ ରଇସି । ଆରି ସେ ତାକର୍ ପର୍ମେସର୍ ଅଇସି ।" ସେ ତାକର୍ ଆଁସୁ ପୁଚିଦେଇସି । କେ ଆରି ନ ମରତ୍ । କାନ୍ଦାବୁବା, ଦୁକାସୁକା ନ ରଏ । ପୁର୍ନା ବିସଇ ଆରି ନ ଡିସେ ।
Permanecendo firme
Persevere na oração, firme-se na Palavra e fortaleça-se na graça de Cristo. A fé vem pelo ouvir, e o ouvir pela Palavra de Deus.
ନିସତ୍ ନଅଇକରି ଲାଗିରୁଆ । ଜିବନ୍ ପରାନ୍ ଦେଇକରି ପର୍ମେସର୍କେ ସେବା କରା । ଆମ୍କେ ରଇବା ଆସାର୍ ଲାଗି ଆମେ ସାର୍ଦା ଅଉଁ । ଦୁକ୍ କସ୍ଟ ଆଇଲେ ମୁର୍ଚିକରି ରଉଁ । ସବୁବେଲା ପର୍ମେସର୍କେ ପାର୍ତନା କର୍ତେ ରଉଁ ।
ଆମ୍କେ ରଇବା ଆସାର୍ ଲାଗି ଆମେ ସାର୍ଦା ଅଉଁ । ଦୁକ୍ କସ୍ଟ ଆଇଲେ ମୁର୍ଚିକରି ରଉଁ । ସବୁବେଲା ପର୍ମେସର୍କେ ପାର୍ତନା କର୍ତେ ରଉଁ ।
ମର୍ ଆଲାଦର୍ ବାଇବଇନିମନ୍, ଜଦି କେ ତମ୍କେ ଅନିଆଇ କଲେ, ତମେ ବେର୍ ଦାରାନାଇ, କାଇକେବଇଲେ, ପର୍ମେସର୍ସେ ଡଣ୍ଡ୍ ଦେଇସି । କାଇକେ ବଇଲେ ସାସ୍ତରେ ଲେକା ଆଚେ । ମାପ୍ରୁ କଇଲାନି, "ମୁଇ ବେର୍ ଦାର୍ବି । ମୁଇ ଡଣ୍ଡ୍ ଦେବି ।"
ତେବର୍ପାଇ ସୁବ୍କବର୍ ସୁନ୍ବାଟାନେଅନି ବିସ୍ବାସ୍ ଅଇସି । ଆରି କିରିସ୍ଟକେ ଜାନାଇବାଟା ସେ ସୁବ୍କବର୍ ।
ଜନ୍ ଲକ୍ମନ୍କେ ପରମେସର୍ ତାର୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ଡାକ୍ଲାଆଚେ, ଆରି ସେମନ୍ ତାକେ ଆଲାଦ୍ କଲାଇନି, ସେମନର୍ ପାଇ ସେ ସବୁ ମଙ୍ଗଲର୍ ବିସଇ କରାଇଦେଇସି ।
ସବୁ ସାସ୍ତର୍ ପର୍ମେସରର୍ ଟାନେଅନି ଆଇଲା ଆଚେ, ଆରି ସେଟା ଲକ୍ମନ୍କେ ସିକାଇବାକେ, ବୁଲ୍ ଅଇଲାଟା ଟିକ୍ କର୍ବାକେ, ଟିକ୍ ବିସଇ କର୍ବାକେ, ଆରି ଲକ୍ମନ୍କେ ସିକାଇବାକେ ଆମ୍କେ ସାଇଜ କର୍ସି । ଜେନ୍ତାରି କି, ପର୍ମେସର୍କେ ସେବା କର୍ବା ଗଟେକ୍ ଲକ୍ ପୁରାପୁରୁନ୍ ତିଆର୍ ଅଇ, ସବୁ ଦରମ୍ କାମ୍ କର୍ବାକେ ବପୁ ପାଇସି ।
ତୁଇ ମର୍ଟାନେଅନି ସତ୍ ସିକିଆ ସୁନିଆଚୁସ୍ । ସେନ୍ତାରିସେ ଚଲାଚଲ୍ତି କର୍ । ଜିସୁକିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ଏଟା ବିସ୍ବାସ୍ ଆରି ଆଲାଦ୍ ସଙ୍ଗ୍ କର୍ । ଜନ୍ ସୁବ୍କବର୍ ପର୍ମେସର୍ ତକେ ଦେଇଆଚେ, ସେଟାକେ ଦେକାରକା କର୍ । ଆମର୍ ବିତ୍ରେ ରଇବା ସୁକଲ୍ ଆତ୍ମାର୍ ବପୁସଙ୍ଗ୍ ସେଟା ଦେକାରକା କର୍ ।
ନିଜେ ଆମର୍ ମାପ୍ରୁ ଜିସୁ କିରିସ୍ଟ, ଆରି ଜନ୍ ଆମର୍ ବାବା ପର୍ମେସର୍ ଆମ୍କେ ଆଲାଦ୍ କଲା, ସେ ଆକା ଆମ୍କେ ଜିବନ୍ ଦୁକାଇକରି କେବେ ନ ସାର୍ବା ବପୁ ଆରି ଆସା ଦେଇଆଚେ । ସେ ସବୁବେଲେ ସତ୍ କାମ୍ କର୍ବାକେ ଆରି ବାକିଅତେଇ ତବିର୍ ଅଇ ରଇବାକେ ସାଇଜ କର ।
ଜଦି ଆମେ ବୁଲ୍ କରିଆଚୁ ବଲି ପର୍ମେସର୍କେ ନ ଲୁଚାଇତେ କଇଲେ, ସେ ଆମର୍ ସବୁ ପାପ୍ କେମା କର୍ସି । ଆରି ସବୁ କାରାପ୍ କାମେଅନି ଆମ୍କେ ସୁକଲ୍ କର୍ସି ।
ପର୍ମେସର୍କେ ପାର୍ତନା କର୍ବାବେଲେ ଆମେ ଡରିକରି ରଉନାଇ । କାଇକେବଇଲେ ତାର୍ ମନ୍ କଲା ଇସାବେ ଆମେ କାଇଟା ମାଙ୍ଗ୍ଲେ ମିସା ସେ ଆମ୍କେ ଦେଇସି । ଜେଡେବେଲେ ଆମେ ତାକେ ମାଙ୍ଗ୍ଲେ, ସେ ଆମର୍ କାତା ସୁନ୍ସି । ଆମେ ତାକେ ପାର୍ତନାଇ ଜାଇଟା ମାଙ୍ଗ୍ଲେ ସେଟା ଆମ୍କେ ଦେଇସି ।
ସବୁ ବିସ୍ବାସ୍ କର୍ବୁ, ସବୁଟା ଆସାକର୍ବୁ, ସବୁବିସଇ ମୁରଚ୍ବାଟା ନ ଚାଡୁ ।