Pão
O pão é símbolo central na Bíblia: do maná no deserto ao pão da vida — Jesus. A Escritura usa o pão para ensinar sobre provisão divina, comunhão e dependência espiritual.
O maná do céu
Deus alimentou Israel no deserto com pão do céu. O maná era diário, fiel e suficiente — retrato da provisão constante de Deus.
ଆରି ସବୁବେଲର୍ ମାପ୍ରୁ ମସାକେ କଇଲା, ମୁଇ ଇସ୍ରାଏଲ୍ ଲକର୍ ଆଉଲି ସୁନ୍ଲି, ତୁଇ ସେମନ୍କେ କଅ,ତମେ ସଞ୍ଜ୍ବେଲାଇ ମାଉସ୍ କାଇସା ଆରି ସାକ୍ଲିଆ ବୁକ୍ ଚାଡ୍ବାକେ କାଦି କାଇସା, ସେଡ୍କିବେଲେ ଜାନି ପାର୍ସା ଜେ ମୁଇସବୁବେଲର୍ ମାପ୍ରୁ । ସଞ୍ଜ୍ବେଲାଇ ଗୁଣ୍ଡ୍ରି ଚଡଇମନ୍ ଆସି ଚାନି ଉପରେ ବର୍ତି ଅଇଲାଇ, ଆରି ସାକାଲ୍ ପାଇବାକେ ଚାନି ଉପ୍ରେ କାକର୍ ପାକାଇଲା । ଆରି କାକର୍ ଉଡି ଗାଲାକେ ମାଟି ଉପରେ ପାତଲ୍ଅଇ ଗୁଲାଗୁଲା ଚେଲ୍କା ଅଦ୍ରି ରବାଟା ଦେକ୍ଲାଇ । ତାର୍ପଚେ ସେଟା ଦେକି ଇସ୍ରାଏଲର୍ ଲକ୍ କାବ ଅଇଜାଇ କାତା ଅଇଲାଇ ଏଟା କାଇଟା? କାଇକେବଇଲେ ସେ ବିସଇରେ ସେମନ୍ ନାଜାନି ରଇଲାଇ, ସେଡ୍କିବେଲେ ମସା ସେମନ୍କେ କଇଲା,ଏଟା ସବୁବେଲର୍ ମାପ୍ରୁ ତମ୍କେ କାଦି ଦେଲା ଆଚେ ।
ଇସ୍ରାଏଲ୍ ବଁସର୍ ଲକ୍ ସେ କାଦିର୍ ନାଅ ମାନା ଦେଲାଇ, ସେଟା ଦନିଆ ପାରା ସୁକଲ୍ ରଇଲା, ଆରି ମୁଚିକନ୍ ମିସାଇଲା ରୁଟିପାରା ସୁଆଦ୍ ରଇଲା ।
O pão da vida
Jesus declarou: 'Eu sou o pão da vida.' Quem vem a Ele nunca terá fome, e quem nele crê jamais terá sede. Ele é o sustento eterno.
ଜିସୁ ସେମନ୍କେ କଇଲା, "ମୁଇ ତମ୍କେ ସତ୍ କଇଲିନି, ଜନ୍ଟା ମସା ତମ୍କେ ଦେଇରଇଲା, ସେଟା ସର୍ଗେଅନି ଆସିରଇଲା କାଦି ନଏଁ । ମାତର୍ ମର୍ ବାବା ତମ୍କେ ସର୍ଗେଅନି ସତ୍ କାଦି ଦେଇସି । ପର୍ମେସରର୍ କାଦି ଅଇଲାନି ଗଟେକ୍ ଲକ୍ ଜେ କି ନ ସାର୍ବା ଜିବନ୍ ଦେବାକେ ସର୍ଗେଅନି ଦୁନିଆଇ ଆସିରଇଲା" ବଲି କଇଲା ।
ଲକ୍ମନ୍ ଜିସୁକେ କଇଲାଇ, "ଆଗିଆଁ ସବୁବେଲେ ଆମ୍କେ ଏ କାଦି ଦିଆ ।"
ତାର୍ ପଚେ ଜିସୁ ସେମନ୍କେ କଇଲା, "ମୁଇ ସେ ଜିବନର୍ କାଦି । ଜନ୍ ଲକ୍ ମର୍ ଲଗେ ଆଇସି, ସେ କେବେ ମିସା ବୁକେ ନ ରଏ । ଆରି କେ ମକେ ବିସ୍ବାସ୍ କର୍ସି ତାକେ କେବେ ମିସା ସସ୍ ନ ଲାଗେ ।
ଉଁ, ମୁଇସେ ଜିବନ୍ ଦେବା କାଦି । ତମର୍ ଆନିଦାଦିମନ୍ ମରୁବାଲିବୁଏଁ ମାନା କାଦି କାଇରଇଲାଇ, ଏଲେମିସା ସେମନ୍ ମଲାଇ । ମାତର୍ ଜନ୍ କାଦି ସର୍ଗେଅନି ଆଇସି, ସେଟା ଜେ କାଇଲେ ମିସା, ନ ମରତ୍ ।
ମୁଇସେ ସର୍ଗେଅନି ଆଇଲା ଜିବନ୍ ଦେବା କାଦି । ଏ କାଦି କାଇଲା ଲକ୍ମନ୍ ସବୁ ଦିନର୍ ପାଇ ବଁଚି ରଇବାଇ । ଏ କାଦି ଅଇଲାନି ମର୍ ଗାଗଡ୍ । ଏ ଦୁନିଆର୍ ଲକ୍ମନ୍ କାଲ୍କାଲ୍ ଜୁଗ୍ଜୁଗ୍ ବଁଚି ରଇବାକେ ମର୍ଗାଗଡ୍ ଦେବି ବଲି କଇଲା ।
ମାତର୍ ଜିସୁ କଇଲା, "ସାସ୍ତରେ ଲେକାଆଚେ ମୁନୁସ୍ ଅବ୍କା ରୁଟି କାଇକରି ନ ବଁଚେ, ମାତର୍ ପର୍ମେସରର୍ ଟଣ୍ଡେ ଅନି ବାରଇବା ସବୁ ବାକିଅ ଟାନେ ବଁଚ୍ସି ।"
Partilha e comunhão
O partir do pão une o corpo de Cristo. Na Ceia, na generosidade e na partilha, expressamos a comunhão com Deus e uns com os outros.
ଆରି ରୁଟି ଦାରିକରି ପର୍ମେସର୍କେ ଦନିଅବାଦ୍ଦେଇ ବାଙ୍ଗାଇ ସେମନ୍କେ ଦେଇକରି କଇଲା, "ଏଟା ମର୍ ଗାଗଡ୍, ଜନ୍ଟା ତମର୍ ପାଇ ଦିଆଅଇଲା ଆଚେ । ମକେ ଏତାଇବା ପାଇ ଏଟା କରା ।"
ଆମର୍ ମାପ୍ରୁ ଜିସୁ ବାଅଡ୍ବାଜାକ, ଜେତ୍କିତର୍ ରୁଟି କାଇସା କି ଏ ମୁତାଇ ଅନି ଡୁକ୍ସା, ତମେ ମାପ୍ରୁର୍ ମରନ୍ ବିସଇର୍ କବର୍ ଜାନାଇସା ।
ଜେଡେବେଲେ ଆମେ ମାପ୍ରୁର୍ କାଦିର୍ପାଇ ରୁଣ୍ଡ୍ବୁ, ଜନ୍ ମୁତାଇଅନି ଆମେ କାଇବୁ, ସେ ମୁତାର୍ପାଇ ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି । ସେ ମୁତାଇଅନି କାଇଲାବେଲେ ଆମେ କିରିସ୍ଟର୍ ବନିତେଇ ମିସ୍ଲୁନି । ଜନ୍ ରୁଟିଆମେ ବାଙ୍ଗାଇବୁ, ସେଟା କାଇଲାବେଲେ କିରିସ୍ଟର୍ ଗାଗ୍ଡେ ମିସ୍ଲୁନି । କାଇକେବଇଲେ ରୁଟି ଗଟେକ୍ ଅଇଲେ ମିସା ଆମେ ବୁତେକ୍ ଲକ୍ ଆଚୁ । ସେ ଗଟେକ୍ ରୁଟି ଆମେ ମିସିକରି କାଇବାବେଲେ ଗଟେକ୍ ଗାଗଡ୍ ଅଇଗାଲୁନି ।
ସେଟାର୍ ପାଇ ତମେ ଏନ୍ତାରି ପାର୍ତନା କର୍ବାର୍ ଆଚେ ।
ଏ ଆମର୍ ସରଗର୍ ବାବା,
ତମର୍ ସୁକଲ୍ ନାଉଁ ଡାକ୍ପୁଟା ପାଅ ।
ତମର୍ ସାସନ୍ ଆସ । ସର୍ଗେ ତମର୍ ମନ୍ କଲାଟା ଜେନ୍ତାରି ସିଦ୍ ଅଇଲାନି,
ଏ ରାଇଜେ ମିସା ସେନ୍ତାରି ତମେ ମନ୍ କଲାଟା ସିଦ୍ ଅ ।
ଆଜି ଆମ୍କେ ଦର୍କାର୍ ରଇଲା କାଦି କାଇବାକେ ଦିଆ ।
ଜେ ଦୟା ସଙ୍ଗେ ଦେକ୍ସି, ସେ ଆସିର୍ବାଦ୍ ପାଇସି; କାଇକେବଇଲେ ତାର୍ କାଇବା କାଦି, ବୁକେ ସସେ ରଇଲା ଲକ୍କେ ବାଟାକରି ଦେଇସି ।
ମାତର୍ ଜିସୁ ସେମନ୍କେ କଇଲା, "ତମେ ସେମନ୍କେ କାଇଟା ମିସା କାଇବାକେ ଦିଆସ୍ ।" ସେମନ୍ ତାକେ କଇଲାଇ, "ଆମେ ଜାଇ ଆଟ୍ ମାସର୍ କୁଲି ଡାବୁ ନେଇ ଏମନ୍କେ ରୁଟି ଗେନିଆନି କୁଆଇବୁ କି ?"
ଜିସୁ ସେମନ୍କେ କଇଲା, "ତମର୍ ଲଗେ କେତେଟା ରୁଟି ଆଚେ ? ଜାଇ ଦେକା ।" ସେମନ୍ ଦେକିଆସି ତାକେ କଇଲାଇ, "ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ।"
ତେଇ ସବୁଲକ୍ ଜେନ୍ତି ଦଲ୍ଦଲ୍ ଅଇ କଅଁଲି ଗାଁସ୍ ଉପ୍ରେ ବସ୍ବାଇ, ଏଟାର୍ପାଇ ଜିସୁ ତାର୍ ସିସ୍ମନ୍କେ ତିଆର୍ଲା । ସେମନ୍ ସଏ ସଏ ଆରି ପଚାସ୍ ପଚାସ୍ ଲକ୍ ଦାଡି ଦାଡି ଅଇ ବସ୍ଲାଇ । ପଚେ ଜିସୁ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି ସରଗ୍ ବାଟେ ଦେକି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି "ରୁଟି ବାଙ୍ଗାଇ ଲକ୍ମନ୍କେ ଦିଆସ୍ ।" ବଲି ସିସ୍ମନ୍କେ ଦେଲା । ଆରି, ସେ ଦୁଇଟା ମାଚ୍ ସବୁକେ ବାଟାକରି ଦେଲା । ତେଇ ସବୁଲକ୍ କାଇକରି ପେଟ୍ ପୁରାଇଲାଇ, ଆରି ସେମନ୍ ବାଙ୍ଗ୍ଲା ରୁଟି ଆରି ମାଚ୍ ରୁଣ୍ଡାଇ ବାର୍ଟା ଡାଲାଇ ପୁରୁନ୍ କଲାଇ ।
Provisão divina
O justo não é desamparado e seus descendentes não mendigam pão. Deus provê com fidelidade o alimento de cada dia.
ପାରୁସି ଆରି ସାଦୁକିମନର୍ ସିକିଆ
ସିସ୍ମନ୍ ଗାଡ୍ ସେପାଟେ ଜିବାବେଲେ ରୁଟି ନେବାକେ ପାସ୍ରି ଜାଇରଇଲାଇ । ଜିସୁ ସେମନ୍କେ କଇଲା, "ଜାଗ୍ରତ୍, ପାରୁସି ଆରି ସାଦୁକିମନର୍ କମିର୍ତେଇଅନି ତରିକ୍ନା ଅଇ ରୁଆ ।" ସେମନ୍ ନିଜର୍ ନିଜର୍ ବିତ୍ରେ କୁଆ ବଲା ଅଇଲାଇ, "ଆମେ ରୁଟି ଆନି ନ ରଇଲାର୍ ପାଇ ସେ ଏନ୍ତାରି କଇଲାନି ।"
ସେମନ୍ କାଇଟା କଇତେ ରଇଲାଇ ସେଟା ଜାନି ଜିସୁ ସେମନ୍କେ କଇଲା, "ତମର୍ ଲଗେ ରୁଟି ନାଇ ବଲି କାଇକେ କୁଆବଲା ଅଇଲାସ୍ନି ? ତମର୍ ବିସ୍ବାସ୍ କେତେ ଦୁର୍ବଲ୍ । ଏବେ ଜାକ ତମେ ବୁଜାସ୍ ନାଇ କି ? ପାଁଚ୍ ଅଜାର୍ ଲକ୍ମନର୍ ବିତ୍ରେ ମୁଇ ପାଁଚ୍ଟା ରୁଟି ବାଟାକରି ରଇବା କାତା ତମେ କାଇ ପାସ୍ରି ଗାଲାସ୍ କି ? ସେଡ୍କିବେଲେ ତମେ କେତେଟା ଡାଲାଇ ବର୍ତି କରି ରଇଲାସ୍ ? ଆରି ଚାରି ଅଜାର୍ ଲକ୍କେ ସାତ୍ଟା ରୁଟିର୍ କାତା ମନେ ନାଇ କି ? ସେଡ୍କିବେଲେ କେତେ ଡାଲା ବର୍ତି କରି ରଇଲାସ୍ ?
"ମୁଇ ରୁଟିର୍ ବିସଇ ନ କଇତେ ରଇଲି, ତମେ କେନ୍ତି ବୁଜାସ୍ ନାଇ ? ମୁଇ କଇଲିନି, ପାରୁସି ଆରି ସାଦୁକିମନର୍ କମିର୍ ପାରା ସିକିଆ ତେଇଅନି ତରିକ୍ନା ଅଇ ରୁଆ ବଲି ।" ସେଡ୍କିବେଲେ ସିସ୍ମନ୍ ବୁଜି ପାର୍ଲାଇ ଜେ, ଜିସୁ ରୁଟିର୍ କମିରର୍ କାତା ନ କଇତେ ରଇଲା, ମାତର୍ ପାରୁସି ଆରି ସାଦୁକିମନର୍ ସିକିଆ ତେଇ ତରିକ୍ନା ଅଇ ରୁଆ ବଲି କଇରଇଲା ।
ଗିଆନି କାମ୍
ତମେ ପାନି ଉପ୍ରେ ନିଜର୍ କାଇବା କାଦି ପାକାଆ, କାଇକେବଇଲେ କେତେ ଦିନ୍ ଗାଲେସରି ସେଟା ପାଇସା। ସାତ୍ ଲକ୍କେ ଚାଡିକରି ଆଟ୍ ଲକ୍କେ ବାଗ୍ କରା; କାଇକେବଇଲେ ପୁର୍ତିବି ଟାନେ କାଇ ବିପଦ୍ ଗଟ୍ସି, ସେ ବିସୟ୍ ତମେ ନାଜାନାସ୍।