Pensamentos
A Bíblia ensina que somos fruto dos nossos pensamentos. Por isso, Deus nos chama a renovar a mente, pensar em coisas nobres e guardar o coração com toda diligência.
Pensar no que é bom
Paulo nos exorta a pensar no que é verdadeiro, honesto, justo, puro, amável e de boa fama. A mente renovada é o caminho da transformação.
ସଃରାସଃରି, ଏ ବାୟ୍ବେଣିମଃନ୍ ଜୁୟି ସଃବୁ ବିସୟ୍ ସଃନ୍ମତାର୍ ସଃତ୍, ଲାଡାର୍, ଟିକ୍, ନିର୍ମୁଳ୍, ଡାକେହୁଟାରି, ବିସୟ୍ ରଃୟ୍ଦ୍, ସେ ସଃବୁ ବିସୟ୍ ଚିତା କଃରା ।
ତୁମିମଃନ୍ ଇ ଜଃଗତାର୍ ରିତି ହଃର୍କାରେ ଜିବନ୍ କାଟା ନାୟ୍ । ଇସ୍ୱର୍ ତୁମିମଃନାର୍ ମଃନ୍ବାବ୍କେ ବାଦ୍ଲାଅ ଆର୍ ତୁମାର୍ ମଃନ୍ ହୁରାହୁରି ବାବେ ବାଦ୍ଲ । ତଃନ୍ଅୟ୍ଲେକ୍, ଇସ୍ୱରାର୍ ଇଚା କାୟିରି, ତାର୍ ଆକାୟ୍ କୁୟି ସଃବୁ ବିସୟ୍ ସଃତ୍, ମଃନ୍କେ ଗଃଲାର୍ ଆର୍ ସିଦ୍, ଇରି ତୁମିମଃନ୍ ଜାଣୁକେ ହାରାସ୍ ।
ତଃବେ ଅଃହ୍ଣା ଅଃହ୍ଣାର୍ ମଃନ୍ହର୍ ଅଃଟାବିଳା ବାନ୍ଦିକଃରି ଜାଗ୍ରତ୍ ରିଆ, ଆର୍ ଜିସୁ କ୍ରିସ୍ଟର୍ ଆୟ୍ଲା ବଃଳ୍ ଜୁୟି ଦଃୟାର୍ ଉଦାର୍ ତୁମାର୍ ଉହ୍ରେ ଅୟ୍ଦ୍, ସେତି ହୁରାହୁରି ଆସା କଃରା ।
ଇସ୍ୱର୍ ଅଃମିମଃନାର୍ ମଃନ୍ ବିତ୍ରେ କାମ୍ ସାଦୁନ୍ କଃର୍ତା ଅଃହ୍ଣାର୍ ସଃକ୍ତି ହଃର୍କାରେ ଅଃମିମଃନାର୍ ମାଗ୍ତାର୍ ଆର୍ ବାବ୍ତାର୍ ତଃୟ୍ହୁଣି ଅଃଦିକ୍ ବୁତେକ୍ ସାଦୁନ୍ କଃରେଦ୍; ଜୁଗେଜୁଗେ ବଃଉଁସ୍ ବଃଉଁସ୍ ହଃତେକ୍ ମଣ୍ଡ୍ଳି ଆର୍ କ୍ରିସ୍ଟ ଜିସୁର୍ ତଃୟ୍ହୁଣି ତାର୍ ଜଃଜ୍ମାନ୍ ଅଃଉଅ । ଆମେନ୍ ।
Guardar a mente
A Palavra de Deus discerne os pensamentos e intenções do coração. Guardar a mente é proteger a alma das armadilhas do pecado.
କାୟିତାକ୍ବଃଲେକ୍ ଇସ୍ୱରାର୍ କଃତା ଜିବନ୍ ଆର୍ କାମ୍ ହୁରା କଃର୍ତାର୍, ଆରେକ୍ ଦୁୟ୍ବାଟ୍ ଦାର୍ ରେତା କଃଣ୍ଡା ତଃୟ୍ହୁଣି ଅଃଦିକ୍ ଲାଗୁଣ୍, ଆର୍ ଜିବନ୍ ଆର୍ ଆତ୍ମା, ଗଃଟି ଆର୍ ଆଡ୍ ବିତ୍ରେ ରିଲା ସୁଇଁ ହଃତେକ୍ ବେଦି ଜାୟ୍ଦ୍ ଆରେକ୍ ମଃନାର୍ ଚିତା ଆର୍ ବାବାର୍ ନିକ ବିଚାର୍ କଃରେଦ୍ ।
ତୁମାର୍ ହୁର୍ଦୟ୍କେ ଜଃତୁନେ ରଃକା; କାୟିତାକ୍ବଃଲେକ୍ ସେତିହୁଣି ଜିବନାର୍ ଜଃରିୟାହାଣି ଉବ୍ଜାଣ୍ ଅୟିଦ୍।
ତୁମି ନିଜାର୍ ହାଦ୍ ସଃଳ୍କେ କଃରି ହଃକାଉଆ ଆର୍ ତୁମାର୍ ସଃବୁ ବାଟ୍ ଟିକ୍ ରଃୟିଦ୍।
ମାନାୟ୍ ମଃନ୍କାର୍ ଆକି ଲଃଗେ କୁୟି କୁୟି ରଃସ୍ତା ନିକ ଡିସ୍ତିରଃୟ୍ଦ୍ ; ମଃତର୍ ସେସ୍କେ ମଃର୍ନାର୍ ରଃସ୍ତା ରଃୟିଦ୍।
ମାନାୟ୍ର୍ ସଃବୁ ବାଟ୍ ତାର୍ ଆକାୟ୍ ଟିକ୍, ମଃତର୍ ଇସ୍ୱର୍ ମଃନାର୍ କଃତା ତୁଳେଦ୍।
Os caminhos de Deus são mais altos
Os pensamentos de Deus são infinitamente superiores aos nossos. Devemos entregar nossos pensamentos a Ele e confiar em sua sabedoria.
ବଃଲେକ୍ ଇସ୍ୱର୍ କଃଉଁଲା, ମର୍ ଜଜ୍ନା ତୁମାର୍ ଜଜ୍ନା ହର୍ ନୟ୍; କି ତୁମାର୍ ବାଟ୍ ମର୍ ବାଟ୍ ହର୍ ନୟ୍।
ଦୁସ୍ଟ୍ ନିଜାର୍ ବାଟ୍ ଆର୍ ଅଃଦଃର୍ମି ନିଜାର୍ ବାବ୍ନା ଚାଡି ଦେଉଅ; ଆର୍ ସେ ମାପୁର୍ ହାକ୍ ବାଉଡ଼୍, ତଃବେ ସେ ତାକେ କେମା କଃରେଦ୍,ଆର୍ ସେ ଅଃମାର୍ ଇସ୍ୱରାର୍ ହାକ୍ ବାଉଡ଼୍, କାୟିତାକ୍ ବଃଲେକ୍ ସେ ବେସି ଦଃୟା କଃରେଦ୍।
ଇସ୍ୱରାର୍ ତାଣେ ତୁମାର୍ ସଃବୁ କାମ୍ ସଃହ୍ରି ଦିୟାସ୍, ତଃବେ ତୁମି ସଃବୁକାମେ ଜିତୁହାରାସ୍।
Pensamento e conduta
Do coração procedem os males. A Bíblia nos adverte a não se preocupar excessivamente e a ter pensamentos sóbrios e disciplinados.
ଜିସୁ ଆରେକ୍ ସେମଃନ୍କେ କୟ୍ଲା, "ଜାୟ୍ରି ଲକ୍ମଃନାର୍ ତଃୟ୍ହୁଣି ହଃଦାୟି ବାରାୟ୍ଦ୍, ସେରି ତାକ୍ ବିଟାଳ୍ କଃରେଦ୍ । କାୟିତାକ୍ବଃଲେକ୍ ଲକାର୍ ବିତ୍ରେ ହୁଣି ବଃଲେକ୍ ଲକ୍ମଃନାର୍ ମଃନ୍ ବିତ୍ରେ ହୁଣି କଃରାପ୍ ଚିତା, ଚର୍ କଃରୁକେ, ଦାରି କଃରୁକେ, ନଃର୍ଅଃତ୍ୟା, ବେସୁଆ, ଲଃବ୍ କାମ୍, ମିଚ୍ କଃଉତାର୍, ଅଃଳ୍ସିଆ, ଅଃକାର୍ ଅଃଉତାର୍, ଲକାର୍ ବିରୁଦେ ଲିନ୍ଦାକଃତା କଃଉତାର୍, ଗଃର୍ବ୍ ଦଃକାୟ୍ ଅଃଉତାର୍, ବକୁଆ ବୁଦି । ଇରିମଃନ୍ ସଃବୁ ଲକାର୍ ମଃନ୍ ବିତ୍ରେ ହୁଣି ହଃଦାୟି ବାରାଉଁଲି ଆର୍ ଲକ୍ମଃନ୍କେ ବିଟାଳ୍ କଃରୁଲି ।"
"ଇତାର୍ ଗିନେ ମୁଁୟ୍ ତୁମିମଃନ୍କେ କାଉଁଲେ, କାୟିରି କାଉଁନ୍ଦ୍ ଆର୍ କାୟିରି ହିଉଁନ୍ଦ୍, ଇବାନ୍ୟା ତୁମାର୍ ଜିବନାର୍ ଗିନେ, କି କାୟିରି ହିନ୍ଦୁନ୍, ଇବାନ୍ୟା ତୁମାର୍ ଗଃଗାଳାର୍ ଗିନେ ହେଁ ଚିତା କଃରାନାୟ୍ । କାଦି ତଃୟ୍ହୁଣି ଜିବନ୍ ଆର୍ ବଃସ୍ତର୍ ତଃୟ୍ହୁଣି ଗଃଗାଳ୍ କାୟି ବଃଡ୍ ନାୟ୍ ?
"ଆରେକ୍ ପାର୍ତ୍ନା କଃର୍ତାବଃଳ୍ ଇସ୍ୱର୍କେ ଅଜିଉଦି ଲକାର୍ ହର୍ ଚୁଚାହଲ୍ୟା କଃତାମଃନ୍ କୟ୍ ତର୍କେ ତର୍ ପାର୍ତ୍ନା କଃରାନାୟ୍, କାୟିତାକ୍ବଃଲେକ୍ ସେମଃନ୍ ବୁତେକ୍ କଃତା କୟ୍ ପାର୍ତ୍ନା କଃଲେକ୍ ଇସ୍ୱର୍ ସେମଃନାର୍ କଃତା ସୁଣେଦ୍ ବଃଲି ମଃନେ ବାବ୍ତି ।
ଇ ବିତ୍ରେ ଗାଦା ଲକ୍ମଃନ୍ ରୁଣ୍ଡି ତାକାର୍ ତାକାର୍ ଉହ୍ରେ ମାଡା ଚଃଗା ଅଃଉତି ରିଲାୟ୍, ସଃଡେବଃଳ୍ ଜିସୁ ଅଃହ୍ଣାର୍ ଚେଲାମଃନ୍କେ କଃଉଁକେ ଦଃର୍ଲା, "ପାରୁସିମଃନାର୍ କମିର୍ ହର୍ ହେଟ୍କପଟ୍ ବିସୟେ ଜଃଗ୍ରାତ୍ ଅୟ୍ରିଆ । ମଃତର୍ ଜାୟ୍ରି ନଃଡିସେ ଇରଃକମ୍ ଡାହି ଅୟ୍ଲାର୍ କାୟିରି ନାୟ୍, ଆର୍ ଜାୟ୍ରି ଜାଣା ନଃହେଳେ ଇରଃକମ୍ ଲୁକ୍ଲାର୍ କାୟିରି ନାୟ୍ଁ, ବଃଲେକ୍ ତୁମିମଃନ୍ ଜାୟ୍ ଜାୟ୍ରି ଅଃନ୍ଦାରେ କୟ୍ ଆଚାସ୍ ସେରି ସଃବୁ ସୁଣା ଅୟ୍ଦ୍, ଆରେକ୍ ଜାୟ୍ରି କାହାଟ୍ ଡାହ୍ଲା ବିତୁର୍ ବଃକ୍ରାୟ୍ ଲୁକ୍ଣେ କୟ୍ ଆଚାସ୍ ସେରି ଚାନି ଉହ୍ରେ ପର୍ଚାର୍ କଃରା ଅୟ୍ଦ୍ ।"
"ମଃତର୍ ମର୍ ସଃଙ୍ଗୁଆଳି ଜେ ତୁମିମଃନ୍, ତୁମିମଃନ୍କେ କଃଉଁଲେ, ଜୁୟି ଲକ୍ ତୁମାର୍ ଗଃଗାଳ୍କେ ମଃର୍ନେ ମାରେଦ୍, ମଃତର୍ ତାର୍ହଃଚେ ଆର୍ କାୟିରି କଃରୁ ନାହାରେ, ସେମଃନ୍କେ ଡିରା ନାୟ୍ । ମଃତର୍ କାକେ ଡିରାସ୍, ସେରି ମୁଁୟ୍ ତୁମିକେ ଜାଣାୟ୍ଦ୍, ମଃର୍ନେ ମାର୍ଲା ହଃଚେ ନଃର୍କେ ହଃକାଉଁକେ ଜୁୟି ଇସ୍ୱରାର୍ ଅଃଦିକାର୍ ଆଚେ ତାକ୍ ଡିରିକଃରି ରିଆ । ହେଁ ମୁଁୟ୍ ତୁମିକେ ସଃତ୍ କଃଉଁଲେ ତାକ୍ ଡିରା ।"
"ହାଁଚ୍ଗଟ୍ ଜଃଟ୍ୟା ଚେଳେ କାୟି ଜଳେକ୍ କାସୁ ଡାବୁୟ୍ ବିକା ନଃଉତି ? ଆର୍ ସେମଃନାର୍ ବିତ୍ରେ ଗଟେକ୍ ହେଁ ଇସ୍ୱର୍ ନଃହାସ୍ରେ । ମଃତର୍ ତୁମିମଃନାର୍ ମୁଣ୍ଡାର୍ ସଃର୍ନେ ବାଳ୍ ହେଁ ଗଃଣା ଅୟିଆଚେ । ଡିରା ନାୟ୍ ତୁମିମଃନ୍ ଗାଦେକ୍ ଗଃର୍ ଜଃଟ୍ୟା ଚେଳେ ହୁଣି ଅଃଦିକ୍ ବଃଡ୍ ।"
"ଆର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜୁୟ୍ମାନାୟ୍ ଲକାର୍ ମୁଏଁ ମକ୍ କ୍ରିସ୍ଟ ବଃଲି କୟ୍ଦ୍, ନଃରାର୍ ହୟିସି ହେଁ ଇସ୍ୱରାର୍ ଦୁତ୍ ମଃନାର୍ ମୁଏଁ ତାକେ ଜାଣି ଆଚି ବଃଲି କୟ୍ଦ୍ । ମଃତର୍ ଜୁୟ୍ମାନାୟ୍ ଲକାର୍ ମୁଏଁ ମକ୍ ନଃଜାଣି ବଃଲେଦ୍, ମୁଁୟ୍ ହେଁ ଇସ୍ୱରାର୍ ଦୁତ୍ମଃନାର୍ ମୁଏଁ ତାକ୍ ନଃଜାଣି ବଃଲିନ୍ଦ୍ ।"
"ଆର୍ ଜୁୟ୍ମାନାୟ୍ ନଃରାର୍ ହୟିସି ବିରୁଦେ କଃତା କୟ୍ଦ୍ ତାକ୍ କେମା ଦିଆ ଅୟ୍ଦ୍, ମଃତର୍ ଜୁୟି ମାନାୟ୍ ପବିତ୍ର ଆତ୍ମା ବିରୁଦେ ଲିନ୍ଦା କଃତା କୟ୍ଦ୍ ତାକେ କେମା ଦିଆ ନୟ୍ ।"
"ଆର୍ ଜଃଡେବଃଳ୍ ସେମଃନ୍ ତୁମିମଃନ୍କେ ପାର୍ତ୍ନା ଗଃରାର୍ ବଃଡ୍ ଲକ୍ ଆର୍ ଅଃଦିକାରି ଲକ୍ମଃନାର୍ ଚଃମେ ଆଣ୍ତି, ସଃଡେବଃଳ୍ ତୁମିମଃନ୍ ଅଃହ୍ଣାର୍ ଗିନେ କଃନ୍କଃରି ଆର୍ କାୟି ଉତୁର୍ ଦିଆସ୍ ଆର୍ କାୟିରି କଃଉଆସ୍ ସେତାକ୍ ଚିତା କଃରା ନାୟ୍ । କାୟିତାକ୍ବଃଲେକ୍ କାୟିରି କଃଉଁକେ ଅୟ୍ଦ୍ ସେରି ପବିତ୍ର ଆତ୍ମା ସଃଡେବଃଳ୍ ତୁମିକେ ସିକାୟ୍ଦ୍ ।"
ଲକ୍ମଃନାର୍ ବିତ୍ରେ ଗଟ୍ଲକ୍ ଜିସୁକେ କୟ୍ଲା, "ଏ ଗୁରୁ, ମର୍ ବାୟ୍କ୍ ମର୍ ସଃଙ୍ଗ୍ ଦାଦି ଅଃର୍ଜ୍ଲା ଦଃନ୍ ବାଟା କଃରୁକେ କଃଉ ।"
ମଃତର୍ ଜିସୁ ତାକ୍ କୟ୍ଲା, "ଏ ବାୟ୍, କେଏ ମକେ ତୁମିମଃନାର୍ ଉହ୍ରେ ବିଚାର୍ କଃରୁକେ ଆର୍ ବାଟା କଃରୁକେ ଅଃଦିକାର୍ ଦିଲାଆଚେ ?" ଆରେକ୍ ସେ ସେମଃନ୍କେ କୟ୍ଲା, "ଜଃଗ୍ରାତ୍ ସଃବୁ ରଃକମ୍ ଲଃବ୍ ତଃୟ୍ହୁଣି ଦୁରିକ୍ ରିଆ, କାୟିତାକ୍ବଃଲେକ୍ ଗଟ୍ ଲକାର୍ ଜିବନ୍ ତାର୍ ଦଃନ୍ ବିତ୍ ଉହ୍ରେ ବଃର୍ସା ନଃକେରେ ।"
ଆର୍ ଜିସୁ ସେମଃନ୍କେ ଇ କଃତା କୟ୍ଲା, "ଗଟେକ୍ ମାଜନ୍ ଲକାର୍ ହଃଦାୟି ବୁତେକ୍ ତାସ୍ ଅୟ୍ଲି, ସେତାକ୍ ସେ ମଃନେ ମଃନେ ଚିତା କଃରି କୟ୍ଲା, ‘କାୟି କଃରିନ୍ଦ୍ ? କାୟିତାକ୍ବଃଲେକ୍ ତାସ୍ ରୁଣ୍ଡାୟ୍ କଃରି ସଃଙ୍ଗାଉଁକେ ଟାଣ୍ ନାୟ୍ ।’ ଆରେକ୍ ସେ କୟ୍ଲା, ‘ଇରି କଃରିନ୍ଦ୍, ମର୍ ଗଃଦ୍ୟା ସଃବୁ ବଃସ୍ଳାୟ୍ନ୍ଦ୍ ଆର୍ ବଃଡ୍ ବଃଡ୍ କଃରି ବାନ୍ଦିନ୍ଦ୍ ଆର୍ ସେତି ମର୍ ଗଅଁ ସଃବୁ ସଃଙ୍ଗାୟ୍ନ୍ଦ୍ । ଆର୍ ମୁୟ୍ଁ ମର୍ ହଃରାଣ୍କେ କୟ୍ଦ୍, ରେ ହଃରାଣ୍, ବୁତେକ୍ ବଃର୍ସାର୍ ହାଁୟ୍ ତର୍ ଜଃବର୍ କାଦିକଣ୍ଡା ଆଚେ, ବିସାଉ, କାଆ, ଆର୍ ସଃର୍ଦାକଃର୍ ।’ ମଃତର୍ ଇସ୍ୱର୍ ତାକ୍ କୟ୍ଲା, ‘ରେ ନିର୍ବୁଦିଆ ଆଜି ରାତି ତର୍ ହଃରାଣ୍ ତର୍ ତଃୟ୍ହୁଣି ନିଆ ଅୟ୍ଦ୍, ସେତାକ୍ ଜାୟ୍ ଜାୟ୍ରି ରୁଣ୍ଡାୟ୍ ଆଚ୍ସି, ସେରି ସଃବୁ କାର୍ ଅୟ୍ଦ୍ ?’"
"ଜେ ଅଃହ୍ଣାର୍ ଗିନେ ଦଃନ୍ ଅଃର୍ଜେଦ୍, ମଃତର୍ ଇସ୍ୱରାର୍ ଆକାୟ୍ ସେ ମାଜନ୍ ନାୟ୍, ତାକେ ଅଃନ୍କାର୍ ଅୟ୍ଦ୍ ।"
ଜିସୁ ଅଃହ୍ଣାର୍ ଚେଲାମଃନ୍କେ କୟ୍ଲା, "ଇତାର୍ ଗିନେ ମୁଁୟ୍ ତୁମିମଃନ୍କେ କଃଉଁଲେ, କାୟିରି କାଉଁନ୍ଦ୍ ଇରି କୟ୍ କଃରି, ତୁମିମଃନାର୍ ଜିବନ୍ ଗିନେ ଆରେକ୍ କାୟିରି ହିନ୍ଦୁନ୍ଦ୍, ଇରି କୟ୍ କଃରି ତୁମିମଃନାର୍ ଗଃଗାଳ୍ ଗିନେ ହେଁ ଚିତା କଃରା ନାୟ୍ । କାୟିତାକ୍ବଃଲେକ୍ କାଦି ତଃୟ୍ହୁଣି ଜିବନ୍ ଆର୍ ବଃସ୍ତର୍ ତଃୟ୍ହୁଣି ଗଃଗାଳ୍ ବଃଡ୍ । ଚେଳେମଃନାର୍ କଃତା ବାବି ଦଃକା, ସେମଃନ୍ ନଃବୁଣ୍ତି କି ନଃକାଟ୍ତି, ଆରେକ୍ ସେମଃନାର୍ ତାସ୍ ଗଃଦ୍ୟା ଗଃର୍ ନାୟ୍, ଆର୍ ଇସ୍ୱର୍ ସେମଃନ୍କେ କାଦି ଦେଉଁଲା, ତୁମିମଃନ୍ ଚେଳେମଃନାର୍ ତଃୟ୍ହୁଣି କଃତେକ୍ ଅଃଦିକ୍ ବଃଡ୍, ଆରେକ୍ ତୁମିମଃନାର୍ ବିତ୍ରେ କେଏ ଚିତା କଃରି କଃରି ଅଃହ୍ଣାର୍ ଆୟ୍ଁସ୍ କଃଣ୍ଡେକ୍ ବାଡାଉଁ ହାରେ ? ବଃଲେକ୍ ତୁମିମଃନ୍ ସଃବ୍କେ ଗଟେକ୍ ସାନ୍ କାମ୍ ହେଁ କଃରୁ ନଃହାରାସ୍, ତଃବେ ବିନ୍ ସଃବୁ ବିସୟ୍ ଚିତା କାୟିତାକ୍ କଃରୁଲାସ୍ ? ବଃନ୍ ହୁଲ୍ମଃନାର୍ କଃତା ବାବି ଦଃକା, ସେରିମଃନ୍ କଃନ୍କଃରି ସୁତା ନଃକାଟ୍ତି କି ସେମଃନାର୍ ଗିନେ ବଃସ୍ତର୍ ନଃବୁଣ୍ତି, ଅୟିଲେକ୍ ହେଁ ମୁଁୟ୍ ତୁମିମଃନ୍କେ କଃଉଁଲେ, ସଲ୍ମନ୍ ରଃଜା ହେଁ ଅଃହ୍ଣାର୍ ସଃର୍ନେ ଦଃନ୍ ରଃୟ୍କଃରି, ଗଟେକ୍ ହୁଲ୍ ହର୍ ହେଁ ସୁନ୍ଦୁର୍ ବଃସ୍ତର୍ ହିନ୍ଦି ନଃରିଲା । ମଃତର୍ ଜୁୟି ରଃନ୍ ଆଜି ହଃଦାୟି ଆଚେ ଆର୍ କାଲି ଚୁଲି ବିତ୍ରେ ହଃକା ଅୟ୍ଦ୍, ତାକ୍ ଜଦି ଇସ୍ୱର୍ ଅଃନ୍କାର୍ ବେସ୍ ଦେଉଁଲା, ତଃବେ ଏ ଅଃଳକ୍ ବିସ୍ୱାସିମଃନ୍ ସେ ତୁମିକେ କଃତେକ୍ ଅଃଦିକ୍ ନଃଦେୟ୍ ।"
"ଆରେକ୍ କାୟିରି କାହାସ୍ ଆର୍ କାୟିରି ହିଉଆସ୍, ସେରିମଃନ୍ ଲଳି ବୁଲା ନାୟ୍ ଆର୍ ଚିତା ହେଁ କଃରା ନାୟ୍ । କାୟିତାକ୍ବଃଲେକ୍ ଜଃଗତାର୍ ଅଜିଉଦି ଲକ୍ମଃନ୍ ଇରିମଃନ୍ ଲଳି ବୁଲ୍ତି, ମଃତର୍ ଇ ସଃବୁ ବିସୟ୍ ଜେ ତୁମିମଃନାର୍ ଲଳା ଆଚେ ସେରି ତୁମିମଃନାର୍ ସଃର୍ଗାର୍ ଉବାଦି ଜାଣେଦ୍ । ମଃତର୍ ତୁମିମଃନ୍ ଇସ୍ୱରାର୍ ରାଇଜ୍ ଲଳା, ଆର୍ ଇ ସଃବୁ ବିସୟ୍ ତୁମିମଃନ୍କେ ଦିଆ ଅୟ୍ଦ୍ ।"
"ଏ ସାନ୍ ଦଃଳ୍, ଡିରା ନାୟ୍, କାୟିତାକ୍ବଃଲେକ୍ ତୁମିମଃନ୍କେ ତାର୍ ରାଇଜ୍ ଦେଉଁକେ ତୁମିମଃନାର୍ ସଃର୍ଗାର୍ ଉବାଦିର୍ ବଃଡେ ସଃର୍ଦା । ତୁମିମଃନାର୍ ଜାୟ୍ରି ଆଚେ ସେରି ବିକିକଃରି କଃରି ଗଃରିବ୍ମଃନ୍କେ ଦାନ୍ କଃରା, ଜାୟ୍ରି ନଃସ୍ଟ୍ ନଃହୟ୍ ଅଃନ୍କାର୍ ମଣା ଅଃହ୍ଣା ଅଃହ୍ଣାର୍ ଗିନେ ତିଆର୍ କଃରା, କୁୟ୍ତି ଚର୍ ଚଃମେ ନାସେ ଆର୍ ଅଳ୍ମା ନଃସ୍ଟ୍ ନଃକେରେ ଅଃନ୍କାର୍ ସଃର୍ଗେ ନଃସ୍ଟ୍ ନଃଉତା ଦଃନ୍ ଅଃର୍ଜା; କାୟିତାକ୍ବଃଲେକ୍ ଜୁୟ୍ତି ତୁମାର୍ ଦଃନ୍, ସେତି ତୁମାର୍ ମଃନ୍ ।"
"ତୁମିମଃନ୍ ଅଃଟାବିଳା ବାନ୍ଦି ଅୟ୍ରିଆ, ଆର୍ କୁପି କଃଚ୍ତି ରେଅ, ଆର୍ ମାପୁର୍ ବିବା ବଜି ତଃୟ୍ହୁଣି ବାଉଳି ଆସି କଃହାଟେ ମାର୍ଲା ଦାହ୍ରେ ଜୁୟି ଲକ୍ମଃନ୍ ତାର୍ ଗିନେ ତଃତ୍କାଣ୍ କଃହାଟ୍ ଉଗାଳୁକ୍ ଜାଗି ରେତି, ତୁମିମଃନ୍ ସେମଃନାର୍ ହର୍ ଅୟ୍ରିଆ । ମାପୁର୍ ଆସି ଜୁୟି ଗତିଦଃଙ୍ଗ୍ଳାକ୍ ଜଃଗ୍ରାତ୍ ରିଲାର୍ ଦଃକେଦ୍, ସେମଃନାର୍ ବାୟ୍ଗ୍, ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ସେ ଅଃହ୍ଣାର୍ ଅଃଟା ବାନ୍ଦି କଃରି ସେମଃନ୍କେ କାଉଁକେ ବଃସାୟ୍, ଚଃମେ ଜାୟ୍ ସେବା କଃରେଦ୍ । ଆର୍ ସେ ଜଦି ମଃଜାରାତି କି କୁକ୍ଳାବାସେ ହେଁ ଆସି ସେମଃନ୍କେ ସେନ୍କାର୍ ଦଃକେଦ୍, ତଃବେ ସେ ଦଃଙ୍ଗ୍ଳା ମଃନାର୍ ବାୟ୍ଗ୍ । ମଃତର୍ ଇରି ଜାଣିରିଆ କୁୟି ବେଳାୟ୍ ଚର୍ ଆସେଦ୍ ଇରି ଗଃରାର୍ ସାଉକାର୍ ଜାଣି ରିଲେକ୍, ତାର୍ ଗଃରେ ସିନ୍ଦ୍ ମାରୁକ୍ ନଃଦିଲା ହୁଣି । ତୁମିମଃନ୍ ହେଁ ଜଃଗ୍ରାତ୍ ଅୟ୍ରିଆ, କାୟିତାକ୍ବଃଲେକ୍ ଜୁୟି ବେଳାୟ୍ ତୁମିମଃନ୍ ମଃନେ କଃରି ନଃରିଆସ୍ ସେ ବେଳାୟ୍ ନଃରାର୍ ହୟିସି ଆସେଦ୍ ।"
ସେତାକ୍ ପିତର୍ କୟ୍ଲା, "ଏ ମାପୁର୍ ତୁୟ୍ ଅଃମିମଃନ୍କେ ହଃକା ଇ କଃତା କଃଉଁଲିସ୍, କି ସଃବୁ ଲକ୍କେ କଃଉଁଲିସ୍ ?"
ଜିସୁ ମାପୁର୍ ଉତୁର୍ ଦିଲା, "ଇତାକ୍ ଅଃହ୍ଣାର୍ ଗଃରାର୍ ଦଃଙ୍ଗ୍ଳାମଃନ୍କେ ସଃମାନ୍ ବେଳାୟ୍ ଟିକ୍ ଅୟ୍ରିଲା ହଃଳିବାତ୍ୟା ଦେଉଁକେ ସାଉକାର୍ ଜାକେ ସେମଃନାର୍ ଉହ୍ରେ ବାଚେଦ୍, ଇବାନ୍ୟା ସଃତ୍ ବୁଦିକାରି ଗୁମୁସ୍ତା କେଏ ଆଚେ ? ସାଉକାର୍ ଆସି ତାର୍ ଜୁୟି ଗତିଦଃଙ୍ଗ୍ଳାକ୍ ସେରଃକମ୍ କାମ୍ କଃର୍ତି ରିଲାର୍ ଦଃକେଦ୍, ତଃବେ ସେ ଦଃଙ୍ଗ୍ଳାର୍ ବାୟ୍ଗ୍ । ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ସାଉକାର୍ ସେ ଦଃଙ୍ଗ୍ଳାକେ ତାର୍ ସଃବୁ ସଃମ୍ପତି ଉହ୍ରେ ଅଃଦିକାର୍ ଦଃୟ୍ଦ୍ । ମଃତର୍ ଜଦି ସେ ଗୁମୁସ୍ତା ମର୍ ସାଉକାର୍ ଆସ୍ତାର୍ ବିଲମ୍ ଆଚେ ବଃଲି ମଃନେ ମଃନେ କୟ୍ ଗତିଦଃଙ୍ଗ୍ଳା ଦଃଙ୍ଗ୍ଳିମଃନ୍କେ ମାରୁକ୍ ଆର୍ କାଉଆ ହିଉଆ କଃରି ମାତୁକ୍ ମୁଳ୍ୟାୟ୍ଦ୍, ସେବାନ୍ୟା ଅୟିଲେକ୍ ସେ ଗତିଦଃଙ୍ଗ୍ଳା ଜୁୟି ଦିନ୍ ଜାଗି ନଃରେୟ୍ ଆର୍ ଜୁୟି ବେଳା ସେ ଜାଣି ନଃରେୟ୍, ସେଦିନ୍ ଆର୍ ସେ ବେଳାୟ୍ ତାର୍ ସାଉକାର୍ ଆସେଦ୍, ସାଉକାର୍ ତାକ୍ ଜଃବର୍ ଡଃଣ୍ଡ୍ ଦଃୟି, ହଟ୍କାର୍ ଲକାର୍ ସଃଙ୍ଗ୍ ତାର୍ ବାଗ୍ ସଃମାନ୍ କଃରେଦ୍ ।"
"ଆର୍ ଜୁୟି ଗତିଦଃଙ୍ଗ୍ଳା ଅଃହ୍ଣାର୍ ସାଉକାରାର୍ ମଃନ୍ ଜାଣି ତିଆର୍ ଅୟି ନଃରେୟ୍, କି ତାର୍ ମଃନ୍କେ ଗଃଲା ହର୍ କାମ୍ କଃରି ନଃରେୟ୍, ସେ ଜଃବର୍ ମାଡ୍କାୟ୍ଦ୍ । ମଃତର୍ ଜେ ନଃଜାଣି ମାଡ୍ କାତା ହାୟ୍ଟି କଃରି ରଃୟ୍ଦ୍ ସେ ଅଃଳକ୍ ମାଡ୍ କାୟ୍ଦ୍, ଜାକେ ବୁତେକ୍ ଦିଆ ଅୟିଆଚେ ତାର୍ ତଃୟ୍ହୁଣି ବୁତେକ୍ ମାଗା ଅୟ୍ଦ୍, ଆର୍ ଲକ୍ମଃନ୍ ଜାକେ ବୁତେକ୍ ଦଃୟି ଆଚ୍ତି ତାର୍ ତଃୟ୍ହୁଣି ବୁତେକ୍ ମାଗ୍ତି ।"
"ମୁଁୟ୍ ହୁର୍ତିବିଏ ଜୟ୍ ଲାଗାଉଁକେ ଆସି ଆଚି, ସେରି ଜଦି ଲାଗ୍ଲିନି, ତଃବେ ମର୍ ଆର୍ କାୟି ମଃନ୍ ଆଚେ ? ମଃତର୍ ମକ୍ ଗଟେକ୍ ବାପ୍ତିସମେ ବାପ୍ତିସମ୍ ନେଉଁକେ ଅୟ୍ଦ୍ ଆର୍ ସେରି ନଃଉତା ହଃତେକ୍ ମୁଁୟ୍ କଃନ୍କଃରି କଃସ୍ଟ ହାଉଁଲେ । ମୁଁୟ୍ ହୁର୍ତିବିଏ ସୁସ୍ତା ଦେଉଁକେ ଆସି ଆଚି ବଃଲି କାୟି ତୁମିମଃନ୍ ମଃନେ କଃରୁଲାସ୍ ? ମୁଁୟ୍ ତୁମିମଃନ୍କେ କଃଉଁଲେ, ନାୟ୍, ମଃତର୍ ବେଗଳ୍ କଃରୁକେ ଆସିଆଚି । କାୟିତାକ୍ବଃଲେକ୍ ଆଜି ହଃତେକ୍ ଗଟେ ଗଃରେ ହାଁଚ୍ ଲକ୍ ରିଲେକ୍ ଦୁୟ୍ଲକ୍ ବିରୁଦେ ତିନିଲକ୍, ଆର୍ ତିନିଲକ୍ ବିରୁଦେ ଦୁୟ୍ଲକ୍ ବିନ୍ ବିନ୍ ଅଃଉତି । ହୟିସି ବିରୁଦେ ଉବାସି, ଉବାସିର୍ ବିରୁଦେ ହୟିସି, ଜିସି ବିରୁଦେ ଆୟ୍ସି, ଆୟ୍ସି ବିରୁଦେ ଜିସି, ବୁଆରି ବିରୁଦେ ସଃତୁର୍ସି, ସଃତୁର୍ସି ବିରୁଦେ ବୁଆର୍ସି ବିନ୍ ବିନ୍ ଅଃଉତି ।"
ଆରେକ୍ ଜିସୁ ଲକ୍ମଃନ୍କେ ହେଁ କୟ୍ଲା, "ବୁଡ୍ତି ଦିଗ୍ ବାଟ୍ୟା ମେଗ୍ ଉଟ୍ତାର୍ ଦଃକ୍ଲେକ୍, ସେଦାହ୍ରେ ତୁମିମଃନ୍ କଃଉଆସ୍, ବଃର୍ସା ମାରେଦ୍ ଆର୍ ସେବାନ୍ୟା ଅୟ୍ଦ୍ । ଆରେକ୍ ଦଃକିଣ୍ ଦିଗ୍ ବାଟ୍ୟା ବାଉ ଅଃଉତାର୍ ଦଃକ୍ଲେକ୍, ତୁମିମଃନ୍ କଃଉଆସ୍, ବଃଡେ କଃରା ଅୟ୍ଦ୍, ଆର୍ ସେବାନ୍ୟା ଅୟ୍ଦ୍ । ରେ ହେଟ୍କପଟ୍ୟା, ତୁମିମଃନ୍ ହୁର୍ତିବି ଆର୍ ଅଃଗାସ୍ ଉହ୍ରେ ଚିନା ସଃବୁ ଦଃକି ବୁଜୁ ହାରୁଲାସ୍, ମଃତର୍ ଇ କାଳାର୍ ଚିନା ସଃବୁ କଃନ୍କଃରି ବୁଜୁ ନଃହାରୁଲାସ୍ ?"
"ଆର୍ ତୁମିମଃନ୍ ନିଜେ ନିଜେ କାୟିତାକ୍ ଟିକ୍ ବିଚାର୍ ନଃକେରୁଲାସ୍ ? କାୟିତାକ୍ବଃଲେକ୍ ତୁମାର୍ ବିରଦି ସଃଙ୍ଗ୍ ବିଚାର୍ କଃର୍ତା ଅଃଦିକାରି ଚଃମେ ଜାତା ବଃଳ୍, ବାଟେ ତାର୍ ତଃୟ୍ହୁଣି ମୁକ୍ତ୍ ଅଃଉଁକେ ରାଜିରାମା ଅଃଉଆ, ଚଃନେମଃନେ ସେ ତୁମିକେ ସେ ବିଚାର୍ କଃର୍ତା ଅଃଦିକାରି ହାକ୍ ଜିକି ନଃୟ୍ଦ୍, ଆରେକ୍ ବିଚାର୍ କଃର୍ତା ଅଃଦିକାରି ତୁମିକେ ସଃଇନ୍ମଃନାର୍ ଆତେ ସଃହ୍ରି ଦଃୟ୍ଦ୍ ଆର୍ ସଃଇନ୍ମଃନ୍ ତୁମିକେ ଜଃଇଲେ ହୁରାଉତି । ମୁଁୟ୍ ତୁମିକେ ସଃତ୍ କଃଉଁଲେ, ତୁମି ସଃରା ସଃରି ଗଟେକ୍ କାସୁ ହେଁ ନଃସୁଜ୍ତା ହଃତେକ୍ ସେ ଜଃଗାୟ୍ ହୁଣି କଃନ୍କଃରି ହେଁ ମୁକ୍ଳି ଆସୁ ନଃହାରାସ୍ ।"
ବଃଲେକ୍ ମକ୍ ଦିଲା ଦଃୟା ଗିନେ ମୁୟ୍ଁ ତୁମାର୍ ବିତ୍ରେ ରିଲା ସଃବୁ ଲକ୍କେ କଃଉଁଲେ, ଅଃହ୍ଣାର୍ ବିସୟେ ଜଃନ୍କଃରି ମଃନେ ବାବ୍ତା କଃତା ତାର୍ ତଃୟ୍ହୁଣି ନିଜ୍କେ ଅଃଦିକ୍ ବଃଡ୍ ବଃଲି ମଃନେ ନଃକେରା; ମଃତର୍ ଇସ୍ୱର୍ ଜାକେ ଜଃତେକ୍ ବିସ୍ୱାସ୍ ଦିଲା ଆଚେ, ସେ ହର୍ ସଃବୁଲକ୍ ନିଜ୍କେ ବାବା ।
ଏ ବାୟ୍ବେଣିମଃନ୍, ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟର୍ ନାଉଁଏ ମୁଁୟ୍ ତୁମିମଃନ୍କେ ଗଃଉଆରି କଃରୁଲେ, ଜଃନ୍କଃରି ତୁମିମଃନ୍ ଗଟ୍ କଃତା କଃଉଆ, ଆର୍ ତୁମିମଃନ୍କାର୍ ବିତ୍ରେ ଦଳ୍ବାଗ୍ ନଃଉଅ, ମଃତର୍ ତୁମିମଃନ୍କେ ଗଟେକ୍ ମଃନେ ଗଟେକ୍ ବିଚାରେ ମିସା ।
ମାନାୟ୍ର୍ କଃତାମଃନ୍ ମାନାୟ୍ର୍ ବିତ୍ରେ ରିଲା ଆତ୍ମା ଜାଣେଦ୍ । ସେରଃକମ୍ ଇସ୍ୱରାର୍ କଃତାମଃନ୍ ଇସ୍ୱରାର୍ ଆତ୍ମାକେ ଚାଡି ଆରେକ୍ କେହେଁ ନଃଜାଣେ ।
କେଏ ଅଃହ୍ଣାକ୍ ନଃଟକ । ଜଦି କୁୟ୍ଲକ୍ ଇ ଜଃଗତାର୍ ତୁମିମଃନ୍କାର୍ ବିତ୍ରେ ଅଃହ୍ଣାକ୍ ଗିଆନି ବଃଲି ବାବେଦ୍, ତଃବେ ସେ ଜଃନ୍କଃରି ଗିଆନି ଅଃଉଁ ହାରେ, ଇତାର୍ ଗିନେ ସେ ବଃକୁଆ ହର୍ ଅଃଉଅ ।