Seguir a Jesus
Seguir a Jesus é o convite mais transformador da Bíblia. Jesus chamou pescadores, cobradores de impostos e pessoas comuns para deixar tudo e segui-lo. Esse chamado continua vivo hoje.
O chamado de Jesus
Jesus disse: 'Segue-me'. Esse convite simples e poderoso mudou a vida de pescadores, publicanos e pessoas comuns ao longo da história.
ଜିସୁ ସେ ଦୁଇ ବାଇକେ ଡାକି କଇଲା, "ମର୍ ସଙ୍ଗ୍ ଆସା, ମୁଇ ତମ୍କେ ଲକ୍ମନ୍କେ ମାପ୍ରୁର୍ବାଟେ ଆନ୍ବାଟା ସିକାଇବି ।" ସେଦାପ୍ରେ ସେମନ୍ ଜାଲ୍ ଚାଡି, ଜିସୁର୍ ପଚେ ପଚେ ଗାଲାଇ ।
ଜିସୁ ମାତିଉକେ ଡାକ୍ଲା
ଜିସୁ ତେଇଅନି ଉଟି ଜିବାବେଲେ ମାତିଉ ନାଉଁର୍ ଗଟେକ୍ ସିସ୍ତୁ ମାଙ୍ଗୁକେ, ତାର୍ ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବା ଜାଗାଇ ବସିରଇଲାଟା ଦେକି କଇଲା, "ମର୍ ସଙ୍ଗ୍ ଆଉ ।" ମାତିଉ ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବା ଜାଗାଇଅନି ଉଟି ଜିସୁର୍ ସଙ୍ଗ୍ ଗାଲା ।
ଜିସୁ ପିଲିପ୍ ଆରି ନିତନିଏଲ୍କେ ଡାକ୍ବାଟା
ତାର୍ ଆରକର୍ ଦିନେ ଜିସୁ ଗାଲିଲି ଦେସେ ଜିବାକେ ମନ୍ କଲା । ଆରି ସେ ଜିବା ବେଲେ ପିଲିପ୍କେ ବେଟ୍ପାଇ ତାକେ କଇଲା, "ମର୍ ସଙ୍ଗ୍ ଆଉ ।"
ଜିସୁର୍ ସିସ୍ ଅଇବାକେ ମନ୍ କର୍ବା ଲକ୍ମନ୍
ସେମନ୍ ଜିବାବେଲେ ବାଟେ ଗଟେକ୍ ଲକ୍ ଜିସୁକେ କଇଲା, "ତମେ ଜନ୍ ଜାଗାଇ ଜାଇସା, ମୁଇ ତମର୍ସଙ୍ଗ୍ ଆଇବି ।"
ଜିସୁ ତାକେ କଇଲା, "କକପାନ୍ଦିର୍ ପାଆର୍ ଆଚେ, ଚଡଇମନ୍କେ ଗୁଡା ଆଚେ, ମାତର୍ ମାପ୍ରୁ ପାଟାଇରଇବା ନର୍ପିଲା ମକେ ବସ୍ବାକେ ନିଜର୍ ଗର୍ ନାଇ ।"
ତାର୍ପଚେ ଜିସୁ ଆରିଗଟେକ୍ ଲକ୍କେ କଇଲା, "ମର୍ସଙ୍ଗ୍ ଆଉ ।" ମାତର୍ ସେ କଇଲା, "ପର୍ତୁମ୍ ଜାଇ ମର୍ ବାବାକେ ଦନ୍ କରିଆଇବାଜାକ ମକେ ଆଦେସ୍ ଦିଆ ।" ମାତର୍ ଜିସୁ ତାକେ କଇଲା, "ମଲାଲକ୍ମନ୍ ମଲାଲକ୍ମନ୍କେ ଦନ୍ କର୍ବାକେ ଚାଡିଦିଆସ୍, ମାତର୍ ତମେ ଜାଇ ପର୍ମେସରର୍ ରାଇଜ୍ ଜାନାଆ ।" ଆରିଗଟେକ୍ ଲକ୍ କଇଲା, "ମାପ୍ରୁ ମୁଇ ତମର୍ସଙ୍ଗ୍ ଆଇବି, ମାତର୍ ଗରର୍ ଲକ୍ମନ୍କେ ଗାଲିନି ବଲି କଇକରି ଆଇବାକେ ଆଦେସ୍ ଦିଆ ।"
ମାତର୍ ଜିସୁ ତାକେ କଇଲା, "ଜେ କସ୍ବାବେଲେ ନଙ୍ଗଲ୍ଦାରି ପଚେ ଦେକିଲାଗିରଇସି, ସେ ପର୍ମେସରର୍ ରାଇଜର୍ ସେବା କର୍ବାକେ ଅଦିକାର୍ ନ ପାଏ ।"
O custo do discipulado
Seguir a Jesus exige renúncia. É preciso tomar a cruz diariamente, deixar tudo para trás e amar a Cristo acima de qualquer outro vínculo.
ତାର୍ପଚେ ଜିସୁ ସିସ୍ମନ୍କେ କଇଲା, "କେ ମିସା ମର୍ ସଙ୍ଗ୍ ଆଇବାକେ ମନ୍ କଲେ, ନିଜର୍ ମନ୍ କଲାଟା ସବୁ ଚାଡିଦେଇ, ନିଜର୍ କୁର୍ସ ବଇବାକେ ଅଇସି, ଆରି ମର୍ ପଚେ ପଚେ ଇଣ୍ଡ୍ବାକେ ଅଇସି ।
"ଜେ ମର୍ ଲଗେ ଆସିକରି ନିଜର୍ ବାବା, ମାଆ, ମାଇଜି ପିଲା, ବାଇ ବଇନି ଆରି ନିଜ୍କେ ମର୍ତେଇଅନି ଅଦିକ୍ ଆଲାଦ୍ କର୍ସି, ସେ ମର୍ ସିସ୍ ଅଇନାପାରେ । ଗଟେକ୍ ଲକ୍ ମର୍ ପଚେ ପଚେ ଇଣ୍ଡ୍ବାର୍ଆଲେ, ତାକେ ଦିଆଅଇଲା କୁରୁସ୍ ବଇକରି ନ ଇଣ୍ଡେ ବଇଲେ, ସେ କେବେ ମର୍ ସିସ୍ ଅଇନାପାରେ ।
ପିତର୍ ଜିସୁକେ କଇଲା, "ଦେକା ଆମେ ଆମର୍ ସବୁ ଚାଡିଦେଇ ତମର୍ ସଙ୍ଗ୍ ଆଇଲୁଆଚୁ ।"
ଜିସୁ ସେମନ୍କେ କଇଲା, "ମୁଇ ତମ୍କେ ସତ୍ କାତା କଇଲିନି, ଜେ ମର୍ ସଙ୍ଗ୍ ଆଇବାକେ ଆରି ପର୍ମେସରର୍ ନିମାନ୍ କାତା ଜାନାଇବାକେ ଗର୍ ଦୁଆର୍, ବାଇ ବଇନି, ମା ବାବା, ପିଲାଟକି ଆରି ଜମିବାଡି ଚାଡିକରି ଆଚେ, ସେ ସତ୍ସେ, ନିଜର୍ ଚାଡିରଇଲା ସବୁ ବିସଇତେଇଅନି ସଏ ବାଗ୍ ଅଦିକ୍ ଏ ଜୁଗେ ପାଇସି । ଗର୍ ଦୁଆର୍, ବାଇ ବଇନି, ମାଆ ବାବା, ପିଲାଟକି ଆରି ଜମିବାଡି ଏ ସବୁ ଦିନ୍ସୁ ଅଦିକ୍ ପାଇସି ଆରି ତାର୍ ସଙ୍ଗ୍ ଗେଞ୍ଜ୍ନା ମିସା ପାଇସି । ମାତର୍ ଆଇବା ଜୁଗେ ପର୍ମେସରର୍ ରାଇଜେ, ସେ ନ ସାର୍ବା ଜିବନ୍ ପାଇସି । ମାତର୍ ଜନ୍ ଲକ୍ମନ୍ ଆଗ୍ତୁ ଅଇତେରଇବାଇ, ସେମନ୍ ପଚେ ରଇବାଇ । ଆରି କେ କେ ପଚେ ରଇବାଇ, ସେମନ୍ ଆଗ୍ତୁ ରଇବାଇ ।"
Caminhar com Cristo
Quem segue a Jesus não anda em trevas, mas tem a luz da vida. Ele nos convida a crescer nele e a servir como Ele serviu.
ଜିସୁ ଦୁନିଆର୍ ଉଜଲ୍
ଜିସୁ ଆରିତରେକ୍ ପାରୁସିମନ୍କେ କଇଲା, "ମୁଇସେ ଏ ଦୁନିଆର୍ ଉଜଲ୍ । ଜନ୍ ଲକ୍ ମର୍ ପଚେ ପଚେ ଆଇସି, ସେ ଜିବନର୍ ଉଜଲ୍ ପାଇସି । ଆରି କେବେ ମିସା ଆନ୍ଦାରେ ନ ରଏ ।"
ଜନ୍ ଲକ୍ ମର୍ ସେବା କର୍ବାକେ ମନ୍ କଲାନି, ସେ ମର୍ ସଙ୍ଗ୍ ଆସ । ମୁଇ ଜନ୍ ଜାଗାଇ ରଇବି, ମର୍ ସେବା କାମ୍ କର୍ବା ଲକ୍ମନ୍ମିସା ସେ ଜାଗାଇ ରଇବାଇ । ଆରି ସେ ମର୍ ଆରି ମର୍ ବାବା ପର୍ମେସରର୍ ସନ୍ମାନ୍ ପାଇସି ।"
ସେନ୍ତାରି ଚଲାଚଲ୍ତି କର୍ବାକେ ପର୍ମେସର୍ ତମ୍କେ ଡାକ୍ଲାଆଚେ । କିରିସ୍ଟ ତମର୍ପାଇ ଦୁକ୍କସ୍ଟ ମୁର୍ଚି କରି, ତମେ ଚଲାଚଲ୍ତି କର୍ବାଟା ଦେକାଇଆଚେ । ସେ କେବେ ପାପ୍କରି ନ ରଇଲା ଆରି ତାର୍ ଟଣ୍ଡେଅନି ଗଟେକ୍ ମିସା ମିଚ୍କାତା ନ ବାରଇ ରଇଲା । ଲକ୍ମନ୍ ତାକେ କିଜାଇଲାବେଲେ ସେ ନିନ୍ଦା କାତାକଇ ଟଣ୍ଡ୍ ଲାଗାଏ ନାଇ । ତାକେ ଦୁକ୍ କସ୍ଟ ଦେଲାକେ ସେ ଦମ୍କାଏ ନାଇ । ମାତର୍ କାଇ ଅନିଆଇ ନ କର୍ବା ପର୍ମେସର୍କେ ସବୁ ବିସଇ ଚାଡିଦେଲା ।
ମାତର୍ ତାର୍ ବାଦୁଲେ ଆମେ ପର୍ମେସରର୍ ସତ୍ ବିସଇର୍ ଆଲାଦ୍ ଜାନାଉଁ । ସେନ୍ତାରି ମୁଣ୍ଡ୍ ଇସାବେ ରଇବା କିରିସ୍ଟର୍ ପାରା ଆମେ ସବୁ ବିସଇତେଇ ସିଦ୍ ଅଇ, ତାର୍ ପାରା ଅଇବୁ ।