A segunda vinda de Cristo
A segunda vinda de Cristo é a esperança suprema da Igreja. Jesus prometeu que voltará com poder e grande glória para julgar os vivos e os mortos e estabelecer seu Reino eterno.
A promessa do retorno
Jesus prometeu voltar. Os anjos declararam que Ele virá da mesma forma como ascendeu. A Igreja aguarda esse dia glorioso com expectativa.
ଆରି କଇଲାଇ "ଏ ଗାଲିଲିର୍ ଲକ୍ମନ୍, ତମେ କାଇକେ ଇତି ଟିଆଅଇ ଆକାସେ ଦେକ୍ଲାସ୍ନି ? ଏ ଜିସୁକେ ପର୍ମେସର୍ ତମର୍ଟାନେଅନି ସର୍ଗେ ନେଲା ଆଚେ । ସେ ସର୍ଗେ ଜେନ୍ତି ଜାଇରଇଲା, ସେନ୍ତାରିସେ ଦର୍ତନିତେଇ ଆଇବାଟା ଦେକ୍ସା ।"
ସେ ସର୍ଗେ ଗାଲାପଚେ ମିସା ସେମନ୍ ଆଁକି ମରାଇକରି ଉପ୍ରେ ସେ ଦେକ୍ତେ ରଇଲାଇ । ସେଡ୍କିବେଲେ ଏଦେ ଦେକା ! ଦବ୍ ପଚିଆ ପିନ୍ଦ୍ଲା ଦୁଇ ଲକ୍, ସେମନର୍ ମୁଆଟେ ଆସି ଟିଆଅଇଲାଇ । ଆରି କଇଲାଇ "ଏ ଗାଲିଲିର୍ ଲକ୍ମନ୍, ତମେ କାଇକେ ଇତି ଟିଆଅଇ ଆକାସେ ଦେକ୍ଲାସ୍ନି ? ଏ ଜିସୁକେ ପର୍ମେସର୍ ତମର୍ଟାନେଅନି ସର୍ଗେ ନେଲା ଆଚେ । ସେ ସର୍ଗେ ଜେନ୍ତି ଜାଇରଇଲା, ସେନ୍ତାରିସେ ଦର୍ତନିତେଇ ଆଇବାଟା ଦେକ୍ସା ।"
ଜିସୁ ବାବାର୍ ଲଗେ ଜିବା ବାଟ୍
ଆରି ଜିସୁ କଇଲା, "ତମେ କିଲ୍ବିଲ୍ ନ ଉଆ, ପର୍ମେସରର୍ଟାନେ ବିସ୍ବାସ୍ କରା । ଆରି ମର୍ଟାନେ ମିସା ବିସ୍ବାସ୍ କରା । ମର୍ ବାବାର୍ ଗରେ ରଇବାକେ ବେସି ବାକ୍ରା ଆଚେ । ଆରି ତେଇ ମୁଇ ତମର୍ ପାଇ ଜାଗା ଟିକ୍ କର୍ବାର୍ ଗାଲିନି । ଜଦି ଏଟା ସତ୍ ନଇତା ଆଲେ, ମୁଇ ତମ୍କେ ଏନ୍ତି ବଲି ନ କଇତି । ଆରି ମୁଇ ଜାଇ ତମର୍ ପାଇ ଜାଗା ଟିକ୍ କଲା ପଚେ, ଆରି ତରେକ୍ ବାଉଡି ଆସି ତମ୍କେ ମର୍ ସଙ୍ଗ୍ ଡାକିନେବି । ମୁଇ ଜନ୍ ଜାଗାଇ ରଇବି, ସେ ଜାଗାଇ ତମେ ମର୍ ସଙ୍ଗ୍ ରଇସା ।
ଜେ କି ଏ ସବୁ ବିସଇର୍ ପାଇ ସାକି ଦେଇସି, ସେ କଇଲାନି ଉଁ ମୁଇ ଦାପ୍ରେସେ ଆଇଲିନି ! ସେନ୍ତାରିସେ ଅ ବେ ! ମାପ୍ରୁ ଜିସୁ ଆଉ !
ଜେ କି ଏ ସବୁ ବିସଇର୍ ପାଇ ସାକି ଦେଇସି, ସେ କଇଲାନି ଉଁ ମୁଇ ଦାପ୍ରେସେ ଆଇଲିନି ! ସେନ୍ତାରିସେ ଅ ବେ ! ମାପ୍ରୁ ଜିସୁ ଆଉ !
ଜିସୁ କଇଲାନି "ସୁନା ମୁଇ ଦାପ୍ରେ ଆଇଲିନି । ଲକ୍ମନ୍ କରିରଇବା କାମ୍ ଇସାବେ ମୁଇ ସେମନ୍କେ ପୁରୁସ୍କାର୍ ଦେବି ।
Os sinais dos tempos
Jesus descreveu os sinais que precederão sua volta: falsos profetas, guerras, fome, terremotos e tribulação. Devemos discernir os tempos sem nos alarmar.
ଦୁକ୍ ଆରି କସ୍ଟ
ଜିସୁ ଜିତ୍ ନାଉଁର୍ ଡଙ୍ଗର୍ ଉପ୍ରେ ବସିରଇଲା ବେଲେ, ତେଇ କେ ନ ରଇଲା ବେଲେ, ସିସ୍ମନ୍ ଆସି ତାକେ ପାଚାର୍ଲାଇ, "ଏ ସବୁଜାକ କେବ୍କେ ଅଇସି ଆମ୍କେ କୁଆ କାଇ ଗଟ୍ନା ଗଟ୍ଲେ ଆମେ ଜାନିପାର୍ବୁ ଜେ ତମର୍ ଆଇବା ବେଲା ଅଇଲାନି ଆରି ଏ ଜୁଗ୍ ସେସ୍ ଅଇସି ବଲି ?"
। ଜିସୁ କଇଲା, "ଜାଗ୍ରତ୍ଅଇକରି ରୁଆ, ଜେନ୍ତିକି କେ ମିସା ତମ୍କେ ନ ନାଡାଅତ୍ । କେତେ କେତେ ଲକ୍ମନ୍ ମର୍ ନାଉଁ ଦାରି ଆସି କଇବାଇ, ‘ମୁଇ ଆକା କିରିସ୍ଟ ମସିଅ ।’ ସେମନ୍ ଏନ୍ତାର୍ କଇ କେତେ କେତେ ଲକ୍ମନ୍କେ ନାଡାଇବାଇ । ତମର୍ ଲଗେ ଅଇତେ ରଇବା ଜୁଇଦର୍ କିଲ୍ବିଲ୍ ଅଇବାଟା ସୁନ୍ସା ଆରି ଦୁରିକେ ଅନି ଅଇତେ ରଇବା ଜୁଇଦର୍ କବର୍ ଜାନ୍ସା । ମାତର୍ ଡରାନାଇ, ବାଇଦରେ ଏନ୍ତି ଗଟ୍ନା ଅଇସି । ମାତର୍ ଏଟାର୍ ଅରତ୍ ନଏଁ ଜେ, ଜୁଗ୍କାଲ୍ କେଟିଗାଲା ।
ତମେ ଦାରାଇ ଅଇ ମାଡ୍ କାଇବାକେ ଆରି ମରନର୍ ଡଣ୍ଡ୍ ପାଇବାକେ ସର୍ପି ଅଇସା । ତମେ ମକେ ବିସ୍ବାସ୍ କଲାର୍ ପାଇ ବଲି ସବୁ ଲକ୍ ଗିନ୍ କର୍ବାଇ । ସେଡ୍କିବେଲେ କେତେ କେତେ ଲକ୍ ତାକର୍ ବିସ୍ବାସ୍ ଆରାଇବାଇ, ତାକର୍ ତାକର୍ ବିତ୍ରେ ଗିନ୍ ଅଇକରି ତାକର୍ ତାକର୍ ବିତ୍ରେ ବିସ୍ବାସେ ବିସ୍ ଦିଆ ଦିଇ ଅଇବାଇ । ସେବେଲେ କେତେ କେତେକ୍ ଟକାବଣ୍ଡା ବବିସତ୍ବକ୍ତା ଆସିକରି ଲକ୍ମନ୍କେ ନାଡାଇବାଇ ।
ଏନ୍ତାରି ଅଇ ପାପ୍ ଅଦିକ୍ ଅଦିକ୍ ଅଇସି ଆରି ପର୍ମେସର୍ ପାଇରଇବା ଲକ୍ମନର୍ ଆଲାଦ୍ ସିତଲ୍ ଅଇଜାଇସି । ମାତର୍ ଜେ ସାରାସାରି ଜାକ ମୁର୍ଚିକରି ରଇସି, ସେ ମୁକ୍ତି ପାଇସି ।
ରାଇଜର୍ ସବୁ ବାସାର୍ ଲକ୍ମନର୍ ଲଗେ, ମାପ୍ରୁର୍ ସାକିଦେବାକେ ଦୁନିଆର୍ ଗୁଲାଇବାଟେ ତାର୍ କାତା ସୁନାଇବାଇ । ତାର୍ପଚେ ସେ ଜୁଗ୍ ସାର୍ସି ।"
ସେବେଲେ ଜନ୍ ଦୁକ୍ ପାଇବାକେ ପଡ୍ସି, ଦୁନିଆ ତିଆର୍ ଅଇଲାଟାନେଅନି ଆଜିକେ ଜାକ ଅଇ ରଇବା ସବୁ କସ୍ଟତେଇଅନି ଅଦିକ୍ ଅଇଜାଇସି । ସେନ୍ତାରି ଦୁକ୍ ଆଗ୍କେ ଆରି କେବେ ନ ଆସେ । ମାତର୍ ପର୍ମେସର୍ ଦୁକର୍ ବେଲା ଉନାକରି ଦେଇଆଚେ । ସେନ୍ତାରି ନ କରିରଇଲେ କେ ମିସା ନ ରଇତାଇ । ମାତର୍ ସେ ବାଚିରଇବା ଲକ୍ମନ୍କେ ଜିଆଇବାପାଇ ପର୍ମେସର୍ ସେ ବେଲା ଉନାକରି ଦେଇଆଚେ ।
ସେବେଲେ କେ ଜଦି ତମ୍କେ ଇତି କିରିସ୍ଟ ଆଚେ ନଇଲେ ତେଇ ସେ ଆଚେ ବଲି କଇସି, ତାକେ ବିସ୍ବାସ୍ କରା ନାଇ । କାଇକେ ବଇଲେ ମୁଇ ନିଜେ ମସିଅ କି ମୁଇ ନିଜେ ବବିସତ୍ବକ୍ତା ବଲାଇଅଇତେ ରଇବା ଟକାବଣ୍ଡାକରୁମନ୍ ସେବେଲେ ଦେକାଇଅଇବାଇ । ସେମନ୍ କାବା ଅଇଜିବା କାମ୍ମନ୍ ଦେକାଇ ପର୍ମେସର୍ ବାଚି ରଇବା ଲକ୍ମନ୍କେ ମିସା ନାଡାଇବାଇ । ଦେକା, ସେ ବେଲା ନ ଆଇବା, ଆଗ୍ତୁ ମୁଇ ତମ୍କେ ଜାନାଇଦେଲିନି ।
ସେବେଲେ କେ ଜଦି ତମ୍କେ ଇତି କିରିସ୍ଟ ଆଚେ ନଇଲେ ତେଇ ସେ ଆଚେ ବଲି କଇସି, ତାକେ ବିସ୍ବାସ୍ କରା ନାଇ । କାଇକେ ବଇଲେ ମୁଇ ନିଜେ ମସିଅ କି ମୁଇ ନିଜେ ବବିସତ୍ବକ୍ତା ବଲାଇଅଇତେ ରଇବା ଟକାବଣ୍ଡାକରୁମନ୍ ସେବେଲେ ଦେକାଇଅଇବାଇ । ସେମନ୍ କାବା ଅଇଜିବା କାମ୍ମନ୍ ଦେକାଇ ପର୍ମେସର୍ ବାଚି ରଇବା ଲକ୍ମନ୍କେ ମିସା ନାଡାଇବାଇ । ଦେକା, ସେ ବେଲା ନ ଆଇବା, ଆଗ୍ତୁ ମୁଇ ତମ୍କେ ଜାନାଇଦେଲିନି ।
"ଦେକା, ଜଦି ଲକ୍ମନ୍ ସେ ମରୁବାଲି ରଇବା ଜାଗାଇ ଆଚେ ବଲି କଇବାଇ, ତମେ ତେଇ ଜାଆ ନାଇ । କି ସେମନ୍ ଇତି ଦେକିଦେକା ସେ ଲୁଚିଆଚେ ବଲି କଇବାଇ, ସେମନ୍କେ ବିସ୍ବାସ୍ କରା ନାଇ ।
ଗଚ୍ ଆରି ତାର୍ ପଲ୍
"ଟକାବଣ୍ଡା କର୍ବା ବବିସତ୍ବକ୍ତାମନର୍ ତେଇଅନି ଜାଗର୍ତା ଅଇରୁଆ, ସେମନ୍ ବାଇରେ ମେଣ୍ଡା ପାରା ଡିସ୍ବାଇ ମାତର୍ ତାକର୍ ମନ୍ ବିତ୍ରେ ବାଲିଆଡୁର୍କାମନର୍ ପାରା ।
କାଇକେବଇଲେ, ଗଟେକ୍ ଦେସର୍ ଲକ୍ମନ୍ ଆରି ଗଟେକ୍ ଦେସର୍ ଲକ୍ମନର୍ ବିରଦେ ଜୁଇଦ୍ କର୍ବାଇ । ଗଟେକ୍ ରାଇଜ୍ ଆରିଗଟେକ୍ ରାଇଜର୍ ବିରଦେ ଉଟ୍ବାଇ । ବେସି ଜାଗାଇ ଦର୍ତନି ଚୁଲ୍ବୁଲ୍ସି, ଆରି ବେସି ଜାଗାଇ ମର୍ଡି ଅଇସି । ଏସବୁ ଗଟ୍ନା ଗଟେକ୍ ପିଲା ଜନମ୍ ଅଇବା ଆଗ୍ତୁ ଆଇବା ଦୁକାସୁକା ପାରା ଅଇସି ।"
"ଏନ୍ତି ସବୁ ଅଇବା ବେଲା ତମେ ଜାଗ୍ରତ୍ ରୁଆ । ଲକ୍ମନ୍ ତମ୍କେ ବାନ୍ଦିକରି ବିଚାର୍ କର୍ବା ଲକ୍ମନ୍କେ ସର୍ପିଦେବାଇ । ସେମନ୍ ନିଆଇ କର୍ବା ଜାଗାଇ ତମ୍କେ ମାରିପାକାଇବାଇ । ତମେ ମର୍ ସିସ୍ ଅଇରଇବା ଲାଗି, ସାସନ୍ କର୍ବା ଲକ୍ମନର୍ଟାନେ ଆରି ରାଜାମନର୍ ମୁଆଟେ ଟିଆ କରାଇବାଇ । ତମେ ମର୍ଟାନେ ବିସ୍ବାସ୍ କଲା ବିସଇ ତେଇ ସାକି ଦେଇସା । ଏ ସବୁ ଗଟ୍ନା ଅଇଜିବା ଆଗ୍ତୁ, ସବୁ ଦେସର୍ ଲକ୍ମନର୍ ଲଗେ, ଏ ନିମାନ୍ କବର୍ କେଟ୍ବାର୍ ଆଚେ ।
ବାଇ ବାଇକେ ମରାଇବାତେଇ ସର୍ପିଦେବାଇ ଆରି ବାବା ପିଲାକେ ମରାଇବାତେଇ ସର୍ପି ଦେବାଇ ଆରି ପିଲାଟକିମନ୍ ତାକର୍ ମାଆ ବାବା ବିରୁଦେ ଉଟିକରି ସେମନ୍କେ ମରାଇବାକେ ସର୍ପିଦେବାଇ । ତମେ ମର ସିସ୍ ଅଇରଇଲାର୍ ଲାଗି ସବୁ ଲକ୍ମନ୍ ତମ୍କେ ଗିନ୍ କର୍ବାଇ । ମାତର୍ ଜେ ସାରାସାରି ଜାକ ମୁର୍ଚି କରି ରଇସି, ସେ ରକିଆପାଇସି ।"
ଦର୍ତନି ଚୁଲ୍ବୁଲ୍ସି । ବଡ୍ ରଗ୍ମନ୍ ଅଇସି ଆରି ଆକାସେ କେବେ ନ ଅଇବା କାବା ଅଇଜିବା ଚିନ୍ମନ୍ ଡିସ୍ସି ।
A vinda gloriosa
Cristo virá nas nuvens com poder e grande glória, enviará seus anjos e reunirá seus escolhidos dos quatro ventos.
ନର୍ପିଲା ଆଇବାଟା
ସେ ଦୁକର୍ବେଲା ସାର୍ବା ବେଲେ, ବେଲ୍ ଜାଉଁଲି ଜାଇସି, ଜନ୍ ଆରି ଉଜଲ୍ ନ ଡିସାଏ, ବାଦ୍ଲେଅନି ତାରାମନ୍ ଅଦର୍ବାଇ ଆରି ବାଦ୍ଲେ ଉଜଲ୍ ଦେବାଟାମନ୍ ସବୁ ବାଟ୍ ବାନା ଅଇଜିବାଇ । ତାର୍ ପଚେ ନରପିଲା ମୁଇ ବାଦ୍ଲେ ଆଇବାଟା ଦେକ୍ସା । ଆରି ଡାକ୍ପୁଟାଅଇ ପାନି ବାଦ୍ଲେ ବପୁ ସଙ୍ଗ୍ ଆଇବାଟା ଦେକି ଦର୍ତନିର୍ ଲକ୍ମନ୍ କାନ୍ଦାବୁବା ଅଇଜିବାଇ । ବଡ୍ ମଇରି ବାଜ୍ସି । ଆରି ଗୁଲାଇ ସରଗର୍ ଗଟେକ୍ କନେ ଅନି ବିନ୍ ବିନ୍ କନେ ରଇବା ମର୍ ବାବା ବାଚି ରଇବା ଲକ୍ମନ୍କେ ଟୁଲିଆଇବାକେ ମୁନୁସ୍ ପିଲା ମୁଇ ମର୍ ଦୁତ୍ମନ୍କେ ପାଟାଇବି ।
ଡୁମ୍ରି ଗଚେଅନି ସିକିଆ
ଡୁମ୍ରି ଗଚେଅନି ସିକା । ଜେଡେବେଲେ ତାର୍ କେନ୍ଦିଅନି ପତର୍ ପାଲୁଆନି କର୍ସି, ଆରି କାଁଚାପତ୍ରିଆ ଡିସ୍ଲେ କାରାଦିନ୍ କେଟ୍ଲା ବଲି ତମେ ଜାନ୍ସା । ସମାନ୍ ସେନ୍ତାର୍ସେ ଏ ସବୁ ଜାକ ଅଇବାଟା ଦେକ୍ଲେ, ସାରାସାରି ଦିନ୍କାଲ୍ ଆରାମ୍ ଅଇଲା ବଲି ତମେ ଜାନା ।
ନର୍ପିଲା ମୁଇ ବାବା ପର୍ମେସରର୍ ଡାକ୍ପୁଟା ପାଇ ସରଗ୍ ଦୁତ୍ମନର୍ ସଙ୍ଗ୍ ଆରି ତରେକ୍ ଆଇବି । ସେଡ୍କି ବେଲେ ମୁଇ ସବୁ ଲକର୍ କରିରଇବା କାମ୍ ଦେକି ପୁରୁସ୍କାର୍ ଦେବି ।
ନର୍ପିଲା ଆଇବାଟା
"ବାଦ୍ଲେ, ବେଲ୍ଟାନେ, ଜନ୍ଟାନେ ତାରାମନର୍ଟାନେ କେବେ ନ ଡିସ୍ବା ଚିନ୍ମନ୍ ଡିସ୍ସି । ଦୁନିଆର୍ ସବୁ ଦେସର୍ ଲକ୍, ବେସି ଦୁକ୍ କସ୍ଟ ପାଇବାଇ । ଜେଡେବେଲା ସମ୍ଦୁରର୍ ବଡ୍ ଲଅଡି ଗରଜ୍ଲେ ଲକ୍ମନ୍ କାଇଟା କର୍ବାର୍ ଆଚେ କାଇଟା ନାଇ ବଲି ବାୟାବିକଲ୍ ଅଇଜିବାଇ । ଆରି ଲକ୍ମନ୍ ଦୁନିଆଇ ଆଇବା ସବୁ ଗଟ୍ନା ଦେକିକରି ‘କାଇକେ ଏନ୍ତି ଅଇଲାନି ?’ ବଲି ଡରିକରି କେତେ ଲକ୍ ମୁର୍ଚା ଅଇଜିବାଇ । କାଇକେ ବଇଲେ ଆକାସେ ରଇଲା ସବୁ ବିସଇ ପର୍ମେସର ଚୁଲ୍ବୁଲାଇ ଦେଇସି । ସେବେଲାଇ ଲକ୍ମନ୍ ପର୍ମେସର୍ ତେଇଅନି ଆସିରଇବା ନର୍ପିଲା ମୁଇ, ବେସି ବପୁସଙ୍ଗ୍ ଆରି ଡାକ୍ପୁଟାଅଇକରି ବାଦ୍ଲେ ଆଇବାଟା ଦେକ୍ବାଇ । ମାତର୍ ଏ ସବୁ ଗଟ୍ନା ଆରାମ୍ ଅଇଲେ ତମେ ଡାଟ୍ସଙ୍ଗ୍ ଟିଆଅଇ ଉପ୍ରେ ଦେକା । କାଇକେ ବଇଲେ ତମର୍ ରକିଆ ପାଇବା ଦିନ୍ ଲଗେ ଆଚେ ।"
ସେବେଲାଇ ଲକ୍ମନ୍ ପର୍ମେସର୍ ତେଇଅନି ଆସିରଇବା ନର୍ପିଲା ମୁଇ, ବେସି ବପୁସଙ୍ଗ୍ ଆରି ଡାକ୍ପୁଟାଅଇକରି ବାଦ୍ଲେ ଆଇବାଟା ଦେକ୍ବାଇ ।
"ସେବେଲା ନର୍ପିଲା ମୁଇ, ବେସି ବପୁତେଇ ଆରି ଡାକ୍ପୁଟା ସଙ୍ଗ୍ ବାଦଲ୍ଟାନେ ଆଇବାଟା ଲକ୍ମନ୍ ଦେକ୍ବାଇ । ସେବେଲା ମର୍ ଦୁତ୍ମନ୍କେ ପାଟାଇକରି ଦୁନିଆ ସାର୍ଲାଅନି ଆରି ସରଗ୍ ଚିଡ୍ଲା ତେଇଅନି ପର୍ମେସର୍ ବାଚ୍ଲା ଲକ୍ମନ୍କେ ଟୁଲିଆଇବି ।"
କାଇକେବଇଲେ ମାପ୍ରୁ ନିଜେ ଆଦେସ୍ ଦେଇ, ମୁକିଆ ଦୁତର୍ ସର୍ ଆରି ପର୍ମେସରର୍ ବାଜାମଇରି ସଙ୍ଗ୍ ସର୍ଗେ ଅନି ଉତର୍ସି । ଜିସୁକିରିସ୍ଟକେ ବିସ୍ବାସ୍କରି ଜନ୍ଲକ୍ମନ୍ ମରିଆଚତ୍ ସେମନ୍ ତେଇ ପର୍ତମେ ଉଟ୍ବାଇ । ତାର୍ପଚେ ଆମେ ଜେତ୍କି ଲକ୍ ଜିବନ୍ ରଇବୁ, ସେବେଲେ ମେଗ୍ମାଲାଇଅନି ସେମନର୍ସଙ୍ଗ୍ ଉତ୍ରିକରି ସବୁବେଲେ ମାପ୍ରୁର୍ ସଙ୍ଗ୍ ସରଗ୍ପୁରେ ରଇବୁ । ଏସବୁ କାତାମନ୍ ସୁନାଇକରି ତମେ ନିଜର୍ ନିଜର୍ ଲକ୍ମନ୍କେ ସାଆସ୍ କରାଆ ।
Vigilância e preparo
Ninguém sabe o dia nem a hora. Jesus nos ordena a vigiar, orar e estar prontos, pois Ele virá quando menos esperamos.
ସେନ୍ତି ବଇଲେ ତମେ ଜାଗ୍ରତ୍ ଅଇ ରୁଆ, କାଇକେ ବଇଲେ ତମର୍ ମାପ୍ରୁ କେଡେବେଲା ଆଇସି, ତମେ ନାଜାନାସ୍ ।
ସେନ୍ତି ବଇଲେ ତମେ ଜାଗ୍ରତ୍ ଅଇ ରୁଆ, କାଇକେ ବଇଲେ ତମର୍ ମାପ୍ରୁ କେଡେବେଲା ଆଇସି, ତମେ ନାଜାନାସ୍ ।
ତମେ ମିସା ସବୁବେଲେ ଜାଗ୍ରତ୍ ରଇକରି ତିଆର୍ ଅଇ ରୁଆ । କାଇକେ ବଇଲେ ତମେ ଜାଗି ନ ରଇଲା ବେଲେସେ ନର୍ପିଲା ମୁଇ ଉଟିଆଇବି ।
ସବୁବେଲା ଜାଗ୍ରତ୍ ରୁଆ
"ମାତର୍ ତମେ ନିଜର୍ ନିଜର୍ ବିସଇ ନେଇକରି ଜାଗ୍ରତ୍ ରୁଆ । ତମର୍ ମନ୍ ସବୁବେଲାଇ ବଜିବାତ୍ କରି ମଦ୍ ପେଣ୍ଡମ୍ କାଇବା ବିସଇ ଆରି କେନ୍ତାର୍ ଜିଇବାର୍ ଅଇସି କେନ୍ତାର୍ ନାଇ ବଲି ଚିନ୍ତାକରି ରଇଲାବେଲେ, ସେ ଦିନ୍ ଅଟାତ୍ ପାନ୍ଦ୍ ପାରା ଆସି ଲାଗିଜାଇସି । ସେନ୍ତାରିସେ ଏ ଦୁନିଆର୍ ସବୁ ଲକ୍କେ ସେଟା ଗଟ୍ସି । ସେ ଦିନ୍ମନ୍କେ ଗଟ୍ବା ସବୁ ବିସଇ ଦେଇ, କାଇ ବିପଦ୍ ନ ଅଇ ଜିବାକେ ଆରି ପର୍ମେସର୍ ପାଟାଇରଇବା ନର୍ପିଲା ମର୍ ମୁଆଟେ ଟିଆ ଅଇବାକେ, ପାର୍ତନା କରି ଜାଗରତ୍ ଅଇରୁଆ ।"
ଇସ୍ପର୍ ଦେବା ଦାନର୍ ନିମାନ୍ ଗୁମସ୍ତା
ମାତର୍ ସବୁ ବିସଇ ସାର୍ବା ବେଲା ଲଗେ କେଟ୍ଲାବେ । ତେବର୍ପାଇ ନିଜେ ଜାଗରତ୍ ରୁଆ ଏନ୍ତାରି କଲେ ତମେ ନିକସଙ୍ଗ୍ ପାର୍ତନା କରିପାରାସ୍ ।
ନିଜେ ସାନ୍ତି ଦେବା ପର୍ମେସର୍ ତମ୍କେ ପୁରାପୁରୁନ୍ କରି ସୁକଲ୍ କର । ଆରି ଆମର୍ ମାପ୍ରୁ ଜିସୁ ଆରିତରେକ୍ ଆଇବା ବେଲେ, ତମର୍ ଆତ୍ମା, ଜିବନ୍, ଗାଗଡ୍ କାଇ ଦସ୍ ପାପ୍ ନ ଅଇକରି ସଙ୍ଗଇ ରଅ ।
ତେବେ ତମେ ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ଏ ଜଗତେ ବାଉଡି ଆଇବାଟା ଜାଗିରଇବାକେ ସବୁ ରକାମର୍ ଆତ୍ମାର୍ ଦାନ୍ ମିଲାଇ ଆଚାସ୍ । ଜେନ୍ତିକି ଆମର୍ ମାପ୍ରୁ ଜିସୁ ଆଇବା ଦିନେ ତମ୍କେ କାଇ ମିସା ନିନ୍ଦା ନ ଅ । ଏଟାର୍ପାଇ ମାପ୍ରୁ ତମ୍କେ ସାରାସାରି ଜାକ ମିସା ତବିର୍ କରି ସଙ୍ଗଇସି ।
A esperança bendita
A aguardamos a bendita esperança e a manifestação da glória do nosso grande Deus e Salvador Jesus Cristo.
କାଇକେ ବଇଲେ ପରମେସର୍ ଗୁଲାଇ ମୁନୁସ୍ଜାତିକେ ପାପେଅନି ମୁକ୍ତି କର୍ବାକେ ତାର୍ ଦୟା ଦେକାଇଲା ଆଚେ । ସେ ଦୟା କଲାକେ, କାରାପ୍ ଚଲାଚଲ୍ତି କର୍ବାଟା ଚାଡିକରି, ବିସ୍ବାସ୍ ନ କର୍ବା ଲକ୍ମନ୍ କର୍ବା ଚଲାଚଲ୍ତି ନ କରି, ସେମନ୍ ଲାଲ୍ସା ଅଇବା ବିସଇ ମନ୍ ନ କର୍ବାକେ ପର୍ମେସର୍ ଆମ୍କେ ସିକାଇଲାନି । ତାର୍ ବାଦୁଲେ ଜେତ୍କି ଦିନ୍ ଆମେ ଏ ଜଗତେ ବଁଚିଆଚୁ, ସେତ୍କି ଦିନ୍ ନିଜେ ଜାଗ୍ରତ୍ ରଇ, ଦରମ୍ ଚଲାଚଲ୍ତି କରି ତାକେ ସାର୍ଦା କରାଇବାକେ ସେ ଆମ୍କେ ବପୁ ଦେଲାନି । ଜନ୍ ବଡ୍ ଦିନ୍ ଆଇବାକେ ଆମେ ଜାଗିଆଚୁ, ସେତ୍କି ଦିନ୍ ଜାକ ଏନ୍ତାରିସେ ଚଲାଚଲ୍ତି କରୁ । ସେ ଦିନେ ଜିସୁକିରିସ୍ଟ ଜେକି ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ, ତାର୍ ସବୁ ଡାକ୍ପୁଟା ସଙ୍ଗ୍ ଏ ଜଗତେ ବାଉଡିଆଇସି । ଏ ଜିସୁ କିରିସ୍ଟ ଆମର୍ ଲାଗି ମର୍ବାକେ ନିଜେ ସର୍ପିଅଇଲା । ପାପର୍ ବାନ୍ଦନେଅନି ମୁକ୍ଲାଇବାକେ ଆରି ତାର୍ପାଇ ସୁକଲ୍ ଲକ୍ କରାଇବାକେ ସେ ଏନ୍ତି କଲା । ସେ ଦେକ୍ବା ଇସାବେ, ଦରମ୍ କାମ୍ କର୍ବାକେ ବେସି ମନ୍ କର୍ବା ଲକ୍ ଅଇବାକେ ମିସା ।
ପର୍ମେସର୍ ଜେକି ତମର୍ ମନ୍ ବିତ୍ରେ କାମ୍ କର୍ବାକେ ଆରାମ୍କରିଆଚେ, ଜିସୁକିରିସ୍ଟ ବାଉଡିଆଇବା ଜାକ, ସେଟା କରି ସାରାଇସି ।
ପର୍ମେସରର୍ ସୁକଲ୍ ଆତ୍ମାକେ ଦୁକ୍ ଦିଆସ୍ ନାଇ । ତାକେ ମୁକଲ୍ବା ଦିନ ଜାକ ଗଟେକ୍ ଚିନ୍ ଇସାବେ ସେ ତମ୍କେ ଦେଲାଆଚେ ।
ସେନ୍ତାରିସେ କିରିସ୍ଟ ମିସା ସବୁ ଲକର୍ ପାପ୍ ନିଜେ ନେବାକେ ବଲି ଇସାବେ ତରେକ୍ ସେ ସର୍ପାଇ ଅଇଲା । ସେ ଆରି ତରେକ୍ ଆଇଲାବେଲେ, ଆମର୍ ପାପର୍ପାଇ ସେ ନ ଆସେ । ମାତର୍ ତାକେ ଜାଗି ରଇଲା ଲକ୍ମନ୍କେ ଉଦାର୍ କର୍ବାକେ ଆଇସି ।
ଆସା, ଆମେ ବିନ୍ ଲକ୍ମନ୍କେ ମନ୍ଦେଇ ସେମନ୍କେ ସାଇଜ କରୁ । ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କରି ନିକ କାମ୍ କରୁ । ଜେନ୍ତିକି ଆରି କେତେଲକ୍ କଲାଇନି, ଆମେ ମିସିବିଡି ରଇବା ବିସ୍ବାସି ବାଇବଇନି ମନର୍ ସଙ୍ଗ୍ ରୁଣ୍ଡ୍ବାକେ ଏଲା ନ କରୁ । ତାର୍ ବାଦୁଲେ ଆମର୍ ସଙ୍ଗାରିମନର୍ ବିସ୍ବାସ୍ ଡାଁଟ୍ କରାଉ । ଆମର୍ ମାପ୍ରୁ ଜିସୁ ଆରିତରେକ୍ ଆଇବା ଦିନ୍ ଲଗେ କେଟି ଆଇଲାନି ।
ମାପ୍ରୁ ପର୍ମେସର୍ ସବୁର୍ଟାନେଅନି ଅଦିକ୍ ବପୁର୍ଟା । ସେ ଏବେ ମିସା ଆଚେ । ସେ ଆଗ୍ତୁ ରଇଲା । ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ରଇସି । ସେ କଇଲାଆଚେ "ଆରାମେଅନି ସବୁ ବିସଇ କର୍ବା ଲକ୍ ମୁଇ, ଆରି ସାରାଇବା ଲକ୍ ମିସା ମୁଇସେ ।"
ମୁଇ ଦାପ୍ରେ ଆଇଲିନି । ଜନ୍ ସତ୍ ସିକିଆ ତମେ ପାଇଆଚାସ୍, ସେଟା ମାନିକରି ରୁଆ । ଜେନ୍ତାରି କି ତମର୍ ଇନାମ୍ କେ ମିସା ଚରାଇନେଇ ନାପାରତ୍ ।
ମାତର୍ ଏ ଆଲାଦର୍ ବାଇମନ୍, ମାପ୍ରୁ ଦେକ୍ବା ଇସାବେ, ଗଟେକ୍ ଦିନ୍ଜେ ଅଜାର୍ ବରସ୍ ପାରା, ଆରି ଅଜାର୍ ବରସ୍, ଗଟେକ୍ ଦିନ୍ ପାରା, ଏ ମୁଲିକା ରଇଲା ବିସଇ ତମେ ପାସ୍ରା ନାଇ ।
ଏ ଆଲାଦର୍ ପିଲାଟକିମନ୍, ମୁଇ ତମ୍କେ ଆରିତରେକ୍ କଇଲିନି କିରିସ୍ଟର୍ ସଙ୍ଗ୍ ମିସିକରି ରୁଆ । ଜେନ୍ତାରି କି ସେ ଆରିତରେକ୍ ଏ ଜଗତେ ବାଉଡିଆଇଲାବେଲେ ତାକେ ବେଟ୍ ଅଇବାକେ ତାକେ ନ ଡରୁ କି ଲାଜ୍ ମିସା ନ ଉଆସ୍ ।