Vida
A vida é um dom precioso de Deus. Desde a concepção até a eternidade, as Escrituras revelam o propósito, o valor e a plenitude da vida que o Senhor nos oferece.
Deus, o autor da vida
O Senhor é quem dá a vida e a sustenta. Cada ser humano foi formado por suas mãos com propósito e intenção divina.
ଇତାର୍ ହଃଚେ ଜେହବା ବୁୟାଁର୍ ଦୁଳିତଃୟ୍ ମାନାୟ୍କ୍ ହାଜି, ତାର୍ ନାସି କାଣାବାଟ୍ ହୁକିକଃରି ଜିବନ୍ ବାଉ ହୁରାୟ୍ଲା; ସେତାକ୍ ମାନାୟ୍ ଜିବନ୍ ହାୟ୍ଲା।
A vida em Cristo
Jesus é o caminho, a verdade e a vida. Nele encontramos sentido, plenitude e a promessa de vida abundante e eterna.
ଜିସୁ ତାକ୍ କୟ୍ଲା, "ମୁୟ୍ ବାଟ୍, ସଃତ୍ ଆର୍ ଜିବନ୍, ମର୍ ଦଃୟି ନଃଗେଲେକ୍ କେଏ ହେଁ ଉବାର୍ ହାକ୍ ଜଃଉଁ ନାହାରେ ।
ଚର୍ ଚରୁକ୍, ମାରୁକ୍ ଆର୍ ନାସ୍ କଃରୁକେ ଆସେଦ୍; ସେମଃନ୍ ଜଃନ୍କଃରି ଜିବନ୍ ହାଉତି ଆର୍ ଜଃବର୍ କଃରି ହାଉତି, ଇତାର୍ ଗିନେ ମୁୟ୍ ଆସିଆଚି ।" ମେଣ୍ଡା ଗଃଉଳ୍ ମେଣ୍ଡାମଃନାର୍ ସଃଙ୍ଗ୍ ମେଣ୍ଡାସାଳେ ଆଚେ
ଜିସୁ ତାକ୍ କୟ୍ଲା, "ମୁୟ୍ ମଃରି ଉଟ୍ତାର୍ ଆର୍ ଜିବନ୍, ଜୁୟି ଲକ୍ ମର୍ ତଃୟ୍ ବିସ୍ୱାସ୍ କଃରେଦ୍, ସେ ଜଦି ମଃରେଦ୍, ଅୟିଲେକ୍ ହେଁ ସେ ବାଚେଦ୍ । ଆରେକ୍ ଜେ ବଚେଦ୍ ଆର୍ ମର୍ ତଃୟ୍ ବିସ୍ୱାସ୍ କଃରେଦ୍, ସେ କଃବେ ହେଁ ନଃମେରେ, ଇରି କାୟି ବିସ୍ୱାସ୍ କଃରୁଲାସ୍ ?"
ଜିସୁ ସେମଃନ୍କେ କୟ୍ଲା, "ମୁୟ୍ ସେ ଜିବନ୍ ଦେତା କାଦି, ଜେ ମର୍ ତଃୟ୍ ଆସେଦ୍, ତାକ୍ କଃବେ ହେଁ ବୁକ୍ ନୟ୍ । ଜେ ମକେ ବିସ୍ୱାସ୍ କଃରେଦ୍, ତାକ୍ କଃବେ ହେଁ ସସ୍ ନୟ୍ ।
ଆର୍ ଜେ ମର୍ ତଃୟ୍ ବିସ୍ୱାସ୍ କଃରେଦ୍, ଦଃର୍ମ୍ ସାସ୍ତର୍ ତଃୟ୍ର୍ ଲେକା ହଃର୍କାରେ, ଜେ ମର୍ ତଃୟ୍ ବିସ୍ୱାସ୍ କଃରେଦ୍ ତାର୍ ଗଃର୍ବେ ହୁଣି ଜିବନ୍ ଦେତା ହାଜ୍ରା ହାଣି ଉଚ୍ଳି ଜାତିରଃୟ୍ଦ୍ ।"
ମୁୟ୍ଁ ଆର୍ ଜିବନେ ନାୟ୍, ମଃତର୍ କ୍ରିସ୍ଟ ମର୍ ତଃୟ୍ ଜିବନ୍ଆଚେ; ଆରେକ୍ ମୁୟ୍ଁ ଗଃଗାଳେ ରଃୟ୍ ଅଃବେ ଜୁୟି ଜିବନ୍ ଚାଲ୍ଚାଲ୍ତି, ସେରି ବିସ୍ୱାସେ ଇସ୍ୱରାର୍ ଜୁୟି ହୟିସି ମକେ ଲାଡ୍କଃରି ମର୍ ଗିନେ ଅଃହ୍ଣାକ୍ ହୁଜା ଦିଲା, ତାର୍ ତଃୟ୍ ବିସ୍ୱାସ୍ କଃରି ବଚୁଲେ ।
ମୁୟ୍ଁ ଆର୍ ଜିବନେ ନାୟ୍, ମଃତର୍ କ୍ରିସ୍ଟ ମର୍ ତଃୟ୍ ଜିବନ୍ଆଚେ; ଆରେକ୍ ମୁୟ୍ଁ ଗଃଗାଳେ ରଃୟ୍ ଅଃବେ ଜୁୟି ଜିବନ୍ ଚାଲ୍ଚାଲ୍ତି, ସେରି ବିସ୍ୱାସେ ଇସ୍ୱରାର୍ ଜୁୟି ହୟିସି ମକେ ଲାଡ୍କଃରି ମର୍ ଗିନେ ଅଃହ୍ଣାକ୍ ହୁଜା ଦିଲା, ତାର୍ ତଃୟ୍ ବିସ୍ୱାସ୍ କଃରି ବଚୁଲେ ।
Vivendo com sabedoria
A Bíblia nos orienta a viver com sabedoria, aproveitando bem o tempo, guardando o coração e buscando a vontade de Deus para cada dia.
ଏ ମର୍ ହ, ସୁଣ୍, ମର୍ କଃତା ଦଃର୍ ସେତି ତର୍ ଆଇଁସ୍ ବାଡେଦ୍।
ତୁମାର୍ ହୁର୍ଦୟ୍କେ ଜଃତୁନେ ରଃକା; କାୟିତାକ୍ବଃଲେକ୍ ସେତିହୁଣି ଜିବନାର୍ ଜଃରିୟାହାଣି ଉବ୍ଜାଣ୍ ଅୟିଦ୍।
ତୁମାର୍ ହୁର୍ଦୟ୍କେ ଜଃତୁନେ ରଃକା; କାୟିତାକ୍ବଃଲେକ୍ ସେତିହୁଣି ଜିବନାର୍ ଜଃରିୟାହାଣି ଉବ୍ଜାଣ୍ ଅୟିଦ୍।
ଜୁୟି ଲକ୍ ବୁଦି ଲାବ୍ କଃରେଦ୍ ନିଜାର୍ ଜିବନ୍କେ ଲାଡ୍ କଃରେଦ୍; ଜେ ବୁଜାମଣା ରଃକ୍ୟା କଃରେଦ୍ ସେ ଆସିର୍ବାଦ୍ ହାୟିଦ୍।
ଜୁୟି ଲକ୍ ବାବିକଃରି କଃତା କୟିଦ୍ ସେ ଜିବନ୍ ରଃକ୍ୟା କଃରେଦ୍; ମଃତର୍ ଚିନ୍ତା ନଃକେରି କଃତା କୟିଦ୍, ସେ ନିଜେ ନଃସ୍ଟ୍ ଅୟିଦ୍।
ବଃଲ୍ସିକ୍ୟା ଜେ ମାନେଦ୍, ସେ ଜିବନାର୍ ରଃସ୍ତାୟି ଇଣ୍ଡେଦ୍; ମଃତର୍ ଜେ ସିକ୍ୟାକେ ଚାଡିଦଃୟିଦ୍ ସେ ଲକ୍ମଃନ୍କେ କଃରାପ୍ ରଃସ୍ତାକେ ନଃୟିଦ୍।
ମଃର୍ନାର୍ ହାନ୍ଦାୟ୍ହୁଣି ଲେଉଟାୟ୍ ଆଣୁକେ ଇସ୍ୱରାର୍ ବିସୟ୍ ଡିର୍ ଜିବନାର୍ ଜଃର୍ନିୟାହାଣି ହର୍।
ଜୁୟି ଲକ୍ ଦଃର୍ମି ଆର୍ ଦଃୟାର୍ ହଃଚେ ଜାୟିଦ୍ ସେ ଜିବନ୍ ଆର୍ ଦଃର୍ମି ଆର୍ ମାୟିନ୍ ଅୟିଦ୍।
ତଃବେ ତୁମି କଃନ୍କଃରି ଚାଲ୍ଚାଲ୍ତି କଃରାସ୍, ସେ ବିସୟେ ଜଃଗ୍ରାତ୍ ଅଃଉଆ, ମୁର୍କ୍ ହର୍ ନାୟ୍ ଗିଆନି ହର୍ ଚାଲାଚାଲ୍ତି କଃରା । ନିକ କାମ୍ କଃରୁକେ ବେଳା ମିଳ୍ଲେକ୍ ଏଳା ଅଃଉଆ ନାୟ୍, ବଃଲେକ୍ ଇରି ନିକ ନୟଲା କାଳ୍ ଆସୁଲି ।
A vida no dia a dia
Cada dia é uma oportunidade de glorificar a Deus. A Escritura nos chama a viver com propósito, confiança e fé prática.
Prioridades e eternidade
Jesus nos lembra que a vida é mais que comida e o corpo mais que roupa. O que importa é buscar o Reino de Deus e viver para a eternidade.
"ଇତାର୍ ଗିନେ ମୁଁୟ୍ ତୁମିମଃନ୍କେ କାଉଁଲେ, କାୟିରି କାଉଁନ୍ଦ୍ ଆର୍ କାୟିରି ହିଉଁନ୍ଦ୍, ଇବାନ୍ୟା ତୁମାର୍ ଜିବନାର୍ ଗିନେ, କି କାୟିରି ହିନ୍ଦୁନ୍, ଇବାନ୍ୟା ତୁମାର୍ ଗଃଗାଳାର୍ ଗିନେ ହେଁ ଚିତା କଃରାନାୟ୍ । କାଦି ତଃୟ୍ହୁଣି ଜିବନ୍ ଆର୍ ବଃସ୍ତର୍ ତଃୟ୍ହୁଣି ଗଃଗାଳ୍ କାୟି ବଃଡ୍ ନାୟ୍ ? ଅଃଗାସାର୍ ଚେଳେମଃନ୍କେ ଦଃକା, ସେମଃନ୍ ନଃବୁଣ୍ତି କି ନଃକାଟ୍ତି, ଆରେକ୍ ହାଲେ ନଃସେଙ୍ଗାଉତି, ଅୟିଲେକ୍ ହେଁ ତୁମାର୍ ସଃର୍ଗାର୍ ଉବାଦି ସେମଃନ୍କେ କାଦି ଦେଉଁଲା । ତୁମିମଃନ୍ କାୟି ସେମଃନାର୍ ତଃୟ୍ହୁଣି ବଃଡ୍ ନାୟ୍ ? ଆରେକ୍ ତୁମିମଃନାର୍ ବିତ୍ରେ କେଏ ଚିତା କଃରି କଃରି ଅଃହ୍ଣାର୍ ଆୟ୍ଁସ୍ କଃଣ୍ଡେକ୍ ବାଡାଉଁ ହାରେ ?"
ଜଦି ଗଟ୍ଲକ୍ ଜଃଗତାର୍ ସଃବୁ ଲାବ୍କଃରି ନିଜାର୍ ଜିବନ୍ ଆରାୟ୍ଦ୍, ତଃବେ ତାର୍ କାୟି ଲାବ୍ ?
ତାର୍ହଃଚେ ଜିସୁ ତାର୍ ଚେଲାମଃନାର୍ ସଃଙ୍ଗ୍ ଲକ୍ମଃନ୍କେ ତାର୍ ଲଃଗେ କୁଦି କୟ୍ଲା, "ଜୁୟି ଲକ୍ ମର୍ ହଃଚେ ଆସୁକ୍ ମଃନ୍ କଃରେଦ୍, ତଃବେ ସେ ଅଃହ୍ଣାର୍ ସଃବୁ ଚାଡି ଅଃହ୍ଣାର୍ କ୍ରୁସ୍ ବୟ୍କଃରି ମର୍ ହଃଚେ ଆସ । କାୟିତାକ୍ବଃଲେକ୍ ଜୁୟି ଲକ୍ ନିଜାର୍ ଜିବନ୍ ବଚାଉଁକେ ମଃନ୍ କଃରେଦ୍, ସେ ଜିବନ୍ ହାରାୟ୍ଦ୍; ମଃତର୍ ଜୁୟ୍ଲକ୍ ମର୍ ଗିନେ ଆର୍ ମର୍ ନିକ କବୁର୍ ଗିନେ ନିଜାର୍ ଜିବନ୍ ଆରାୟ୍ଦ୍, ସେ ତାର୍ ଜିବନ୍କେ ସଃବୁ ଦିନ୍ ଗିନେ ରଃକ୍ୟା କଃରେଦ୍ । ଜଦି ଗଟ୍ଲକ୍ ଜଃଗତାର୍ ସଃବୁ ଲାବ୍କଃରି ନିଜାର୍ ଜିବନ୍ ଆରାୟ୍ଦ୍, ତଃବେ ତାର୍ କାୟି ଲାବ୍ ? ଆର୍ ମାନାୟ୍ ଅଃହ୍ଣାର୍ ଜିବନ୍ ବାଦୁଲେ କାୟିରି ଦେଉଁ ହାରେ ? ଜଦି କୁୟ୍ଲକ୍ ଇ କାଳାର୍ ହାହିମଃନାର୍ ଆର୍ ଦୁସ୍ଟ୍ ଲକ୍ମଃନାର୍ ବିତ୍ରେ ମର୍ ଆର୍ ମର୍ ବଃଚନ୍ ଗିନେ ଲାଜ୍ ଅୟ୍ଦ୍, ନଃରାର୍ ହୟିସି ଜଃଡେବଃଳ୍ ପବିତ୍ର ଦୁତ୍ମଃନାର୍ ସଃଙ୍ଗ୍ ଅଃହ୍ଣାର୍ ଉବାସିର୍ ଜଃଜ୍ମାନ୍ ସଃଙ୍ଗ୍ ଆସେଦ୍, ସଃଡେବଃଳ୍ ସେ ହେଁ ତାର୍ ବିସୟେ ଲାଜ୍ ହାୟ୍ଦ୍ ।"
ଆରେକ୍ ସେ ସେମଃନ୍କେ କୟ୍ଲା, "ଜଃଗ୍ରାତ୍ ସଃବୁ ରଃକମ୍ ଲଃବ୍ ତଃୟ୍ହୁଣି ଦୁରିକ୍ ରିଆ, କାୟିତାକ୍ବଃଲେକ୍ ଗଟ୍ ଲକାର୍ ଜିବନ୍ ତାର୍ ଦଃନ୍ ବିତ୍ ଉହ୍ରେ ବଃର୍ସା ନଃକେରେ ।"
ଆର୍, ଗଟେକ୍ ବଃଲି ସଃତ୍ୟା ଇସ୍ୱର୍ ଜେ ତୁୟ୍, ତକ୍ ଆର୍ ତୁୟ୍ ହଃଟାୟ୍ଲା ଜିସୁ କ୍ରିସ୍ଟକେ ଜାଣ୍ତାର୍ ହଃକା ଅଃମ୍ବର୍ ଜିବନ୍ ।
କାୟିତାକ୍ବଃଲେକ୍ ହାହାର୍ ବୁତି ମଃର୍ନ୍, ମଃତର୍ ଇସ୍ୱରାର୍ ଦଃୟାର୍ ଦାନ୍ ଅଃଉଁଲି, ମାପୁର୍ ଜିସୁ କ୍ରିସ୍ଟର୍ ସଃଙ୍ଗେ ରିଲେକ୍ ଅଃମ୍ବର୍ ଜିବନ୍ ।
ତୁମିମଃନ୍ ଇ ଜଃଗତାର୍ ରିତି ହଃର୍କାରେ ଜିବନ୍ କାଟା ନାୟ୍ । ଇସ୍ୱର୍ ତୁମିମଃନାର୍ ମଃନ୍ବାବ୍କେ ବାଦ୍ଲାଅ ଆର୍ ତୁମାର୍ ମଃନ୍ ହୁରାହୁରି ବାବେ ବାଦ୍ଲ । ତଃନ୍ଅୟ୍ଲେକ୍, ଇସ୍ୱରାର୍ ଇଚା କାୟିରି, ତାର୍ ଆକାୟ୍ କୁୟି ସଃବୁ ବିସୟ୍ ସଃତ୍, ମଃନ୍କେ ଗଃଲାର୍ ଆର୍ ସିଦ୍, ଇରି ତୁମିମଃନ୍ ଜାଣୁକେ ହାରାସ୍ ।
କାୟିତାକ୍ବଃଲେକ୍ ଅଃମିମଃନ୍ ଡିସ୍ତା କଃତାୟ୍ ଜିବନ୍ ନଃକାଟି, ବିସ୍ୱାସେ ଜିବନ୍ କାଟୁଲୁ ।
ସଃବୁ ଲକାର୍ ସଃଙ୍ଗ୍ ସୁସ୍ତାୟ୍ ରେଉଁକ୍ ଚେସ୍ଟା କଃରା, ଆର୍ ପବିତ୍ର ରଃୟ୍ ଜିବନ୍ କାଟୁକେ ଚେସ୍ଟା କଃରା ବଃଲେକ୍ ସେରି ନୟ୍ଲେକ୍ ଇସ୍ୱର୍ କେଏ ଦଃକୁ ନାହାରାସ୍ ।
ଆରେକ୍ ତୁମିମଃନ୍କେ ଦିଲା ଅଃମିମଃନାର୍ ଆଦେସ୍ ହଃର୍କାରେ ତୁମିମଃନ୍କେ ଜଃନ୍କଃରି ସୁସ୍ତାୟ୍ ବାସାକଃରି ଅଃହ୍ଣା ଅଃହ୍ଣାର୍ କାମେ ଲାଗି ନିଜାର୍ ଜିବ୍କା ଅଃର୍ଜୁକ୍ ତୁମାର୍ ମଃନ୍ ଅଃଉଅ, ଇରି ତୁମିମଃନ୍ ରେଉଁକ୍ ଆର୍ ନିଜାର୍ ନିଜାର୍ ଆତେ କାମ୍ କଃରୁକେ ମାନ୍ତିର୍ କଃତା ବଃଲି ମଃନେ ବାବାସ୍, ଇତାର୍ ଗିନେ ଅଃମିମଃନ୍ ତୁମିମଃନ୍କେ ଗଉଆରି କଃରୁଲୁ । ଅଃନ୍କାର୍ କଃଲେକ୍ ତୁମିମଃନ୍ ଅଃବିସ୍ୱାସି ଲକ୍ମଃନାର୍ ତଃୟ୍ ନିକ ଚାଲାଚାଲ୍ତି ଲକ୍ ଅଃଉଆସ୍, ଆର୍ ତୁମିମଃନାର୍ କାୟିରି ହେଁ ଅକେଟ୍ ନୟେ ।
ତୁମିମଃନ୍ ଜାୟ୍ରିହେଁ କଃରାସ୍, ମାପୁର୍ ହାଁୟ୍ କଃଲାହର୍ ସଃର୍ଦାୟ୍ ସେରି କଃରା, ମାନାୟ୍ ହାୟ୍ଁ କଃଲାହର୍ କଃରା ନାୟ୍; ମଃନେ ହଃକାଉଆ ମାପୁରାର୍ ତଃୟ୍ହୁଣି ତାର୍ ହିଲାମଃନ୍ ହାଉତାର୍ ସଃଙ୍ଗାୟ୍ଲାର୍ ପୁରିସ୍କାର୍ ହାଉଆସ୍, କ୍ରିସ୍ଟ ସଃତ୍ଗୁରୁ ଇରିତ ତୁମିମଃନ୍ ମାପୁର୍ କ୍ରିସ୍ଟକେ ସେବା କଃରୁଲାସ୍ ଇତି ଜାଣାସ୍ ।
ଜୁୟି ଲକ୍ ପରିକ୍ୟା ସଃମ୍ବାଳେଦ୍, ତାର୍ ବାୟ୍ଗ୍, କାୟିତାକ୍ବଃଲେକ୍ ମାପୁର୍ ଅଃହ୍ଣାର୍ ଲକ୍ମଃନ୍କେ ଜୁୟି ଜିବନ୍ ମୁକୁଟ୍ ଦେଉଁକେ ସଃୟ୍ତ୍ କଃରିଆଚେ, ଜେ ଇସ୍ୱରାର୍ ଲାଡାର୍ ପରିକ୍ୟା ସିଦ୍ ଅୟ୍ଲା ହଃଚେ ସେ ଲକ୍ ଜିବନ୍ ମୁକୁଟ୍ ହାୟ୍ଦ୍ ।
ତୁମାର୍ ବିତ୍ରେ ଗିଆନି ଆର୍ ବୁଦିଆ ଲକ୍ କେଏ ଆଚେ ? ସେ ଗ୍ୟାନ୍ ଆର୍ ଦିର୍ ସଃଙ୍ଗ୍ ସଃବୁବଃଳ୍ ନିକ କାମ୍ ତଃୟ୍ ଅଃହ୍ଣାର୍ କାମ୍ କଃରି ଦଃକାଅ ।
ସାସ୍ତରେ ଲେକା ଆଚେ,
"ଜଦି ଜେ ଜିବନେ ସୁକ୍ ବୟ୍ଗ୍ କଃରୁକେ
ଆର୍ ସୁକାର୍ ଦିନ୍ ଦଃକୁକ୍ ମଃନ୍ କଃରେଦ୍,
ସେ କଃରାପ୍ କଃତାୟ୍ ଅଃହ୍ଣାର୍ ଜିବ୍କେ
ଆର୍ ଦଃର୍ମ ଜଃଟ୍ତା କଃତାୟ୍ ହୁଣି ଅଃହ୍ଣାର୍ ଟଣ୍ଡ୍କେ ମଦା କଃର ।
ସେ କଃରାପ୍ କାମ୍ ଚାଡିକଃରି ସଃତ୍ କାମ୍ କଃର;
ସେ ସୁସ୍ତା କଜି ତାର୍ ହଃଚେ ହଃଚେ ଜଃଉଅ ।
ସଃବୁ ବିସୟାର୍ ଟିକ୍ ସଃମୟ୍ ଆଚେ ଆର୍ ଅଃଗାସ୍ ତଃଳେ ସଃବୁ ବିସୟାର୍ ଟିକ୍ ସଃମୟ୍ ଆଚେ;
ତୁମି ନିଜାର୍ ଉବା ଆର୍ ଆୟାକେ ମାୟିନ୍ କଃରା; ତଃବେ ତୁମର୍ ମାପୁର୍ ଇସ୍ୱର୍ ତୁମିକ୍ ଜୁୟି ଦେସ୍ ଦଃୟ୍ଦ୍, ସେ ଦେସେ ତୁମି ବୁତେକ୍ ଦିନ୍ ହଃତେକ୍ ବାଚୁ ହାରାସ୍,
ହାକ୍ଲା ବାଳ୍ ସବାହାଉତା ମୁକୁଟ୍, ସେରି ଦଃର୍ମାର୍ ବାଟେ ମିଳେଦ୍।
ଜଃନ୍କଃରି ହାଣାୟ୍ ମୁଉଁର୍ ସାୟ୍ ଡିସେଦ୍ , ସେନ୍କଃରି ହୁର୍ଦ୍ ମାନାୟିକେ ମାନାୟି ଜାଣେଦ୍।