A volta de Jesus
A volta de Jesus é uma das maiores promessas da Bíblia. Cristo prometeu que retornará em glória, e os cristãos vivem na expectativa desse dia triunfante.
A promessa do retorno
Jesus prometeu aos discípulos que voltaria. Os anjos confirmaram essa promessa na ascensão, e os apóstolos ensinaram que Ele virá com poder.
ମର୍ ବାବାର୍ ଗରେ ରଇବାକେ ବେସି ବାକ୍ରା ଆଚେ । ଆରି ତେଇ ମୁଇ ତମର୍ ପାଇ ଜାଗା ଟିକ୍ କର୍ବାର୍ ଗାଲିନି । ଜଦି ଏଟା ସତ୍ ନଇତା ଆଲେ, ମୁଇ ତମ୍କେ ଏନ୍ତି ବଲି ନ କଇତି । ଆରି ମୁଇ ଜାଇ ତମର୍ ପାଇ ଜାଗା ଟିକ୍ କଲା ପଚେ, ଆରି ତରେକ୍ ବାଉଡି ଆସି ତମ୍କେ ମର୍ ସଙ୍ଗ୍ ଡାକିନେବି । ମୁଇ ଜନ୍ ଜାଗାଇ ରଇବି, ସେ ଜାଗାଇ ତମେ ମର୍ ସଙ୍ଗ୍ ରଇସା ।
ଏତ୍କି କାତା ସେମନ୍କେ କଇସାରାଇଲା ପଚେ, ସେମନ୍ ଜିସୁକେ ସର୍ଗେ ନେବାଟା ଦେକ୍ଲାଇ । ଗଟେକ୍ ଚେଲ୍କା ବାଦଲ୍ ଆସି ଡାବିଅଇଲାକେ ସେ ବାନା ଅଇଗାଲା । ଆରି ସେମନ୍ ତାକେ ଦେକି ନାପାର୍ଲାଇ । ସେ ସର୍ଗେ ଗାଲାପଚେ ମିସା ସେମନ୍ ଆଁକି ମରାଇକରି ଉପ୍ରେ ସେ ଦେକ୍ତେ ରଇଲାଇ । ସେଡ୍କିବେଲେ ଏଦେ ଦେକା ! ଦବ୍ ପଚିଆ ପିନ୍ଦ୍ଲା ଦୁଇ ଲକ୍, ସେମନର୍ ମୁଆଟେ ଆସି ଟିଆଅଇଲାଇ । ଆରି କଇଲାଇ "ଏ ଗାଲିଲିର୍ ଲକ୍ମନ୍, ତମେ କାଇକେ ଇତି ଟିଆଅଇ ଆକାସେ ଦେକ୍ଲାସ୍ନି ? ଏ ଜିସୁକେ ପର୍ମେସର୍ ତମର୍ଟାନେଅନି ସର୍ଗେ ନେଲା ଆଚେ । ସେ ସର୍ଗେ ଜେନ୍ତି ଜାଇରଇଲା, ସେନ୍ତାରିସେ ଦର୍ତନିତେଇ ଆଇବାଟା ଦେକ୍ସା ।"
ଜେ କି ଏ ସବୁ ବିସଇର୍ ପାଇ ସାକି ଦେଇସି, ସେ କଇଲାନି ଉଁ ମୁଇ ଦାପ୍ରେସେ ଆଇଲିନି ! ସେନ୍ତାରିସେ ଅ ବେ ! ମାପ୍ରୁ ଜିସୁ ଆଉ !
ଜିସୁ କଇଲାନି "ସୁନା ମୁଇ ଦାପ୍ରେ ଆଇଲିନି । ଲକ୍ମନ୍ କରିରଇବା କାମ୍ ଇସାବେ ମୁଇ ସେମନ୍କେ ପୁରୁସ୍କାର୍ ଦେବି ।
Os sinais e o momento
Ninguém sabe o dia nem a hora. Jesus alertou sobre falsos sinais e nos chamou à vigilância constante, pois Ele virá como ladrão na noite.
"ସେ ଦିନ୍, ସେ ବେଲା କେବେ ଆଇସି, କେ କଇନାପାରତ୍ । ପର୍ମେସରର୍ ପିଲା ମୁଇ ମିସା କି ସରଗର୍ ଦୁତ୍ମନ୍ ମିସା ସେ କାତା ନାଜାନତ୍, ବାବା ପର୍ମେସର୍ ଆକା ଜାନିଆଚେ । ନଅର୍ ବେଲେ ଜେନ୍ତାରି ଗଟିରଇଲା, ସମାନ୍ ସେନ୍ତାରିସେ ନର୍ପିଲା ମୁଇ ଆଇବା ବେଲା ମିସା । ପୁର୍ତିବି ଉପ୍ରେ ପାନି ବର୍ତି ଅଇବାବେଲେ ଅନି ନଅ ପାନିଜାଜେ ପୁର୍ବା ଜାକ, ଲକ୍ମନ୍ କାଆ ପିଇ ଅଇ ବିବା କାମେ ତେରେପେତେ ଅଇରଇଲାଇ । ପାନିତେଇ ସେମନ୍ ବଅଁଲି ଜିବା ଜାକ, କାଇଟା ଅଇଲାନି, ଜାନି ନ ରଇଲାଇ । ନର୍ପିଲା ମୁଇ ଆଇବା ବେଲେ ସମାନ୍ ସେନ୍ତାରି ଅଇସି ।
"ମାତର୍ ସବୁ ଗଟ୍ନା କେବେ ଆରି ଜେଡେବେଲା ଅଇସି ବଲିକରି କେ ମିସା ନାଜାନତ୍ । ସରଗର୍ ଦୁତ୍ କି ସତ୍ ମାପ୍ରୁର୍ ପିଲା ମୁଇ ମିସା ନାଜାନି । ମର୍ ବାବା ପର୍ମେସର୍ ଗଟେକ୍ ଲକ୍ସେ ଜାନିଆଚେ ।
ଏ ବାଇମନ୍, ମାପ୍ରୁ ଜିସୁର୍ ଦିନ୍ କେବେ ଆରି କେଡେବେଲେ ଗଟ୍ସି, ସେ ବିସଇ ତମ୍କେ ଆରି ଅଦିକ୍ ଲେକ୍ବାକେ ଲଡା ନାଇ, କାଇକେବଇଲେ ମାପ୍ରୁର୍ ଦିନ୍ ଗଟେକ୍ ଚର୍ ରାତିଆ ଗରେ ଆସି ପୁର୍ଲାପାରା କେଟ୍ସି । ଜେଡେବେଲେ ଲକ୍ମନ୍ ସାନ୍ତିସଙ୍ଗ୍ ରଇକରି ଆମ୍କେ ଆରି କାଇ ବିପଦ୍ ନ ଆସେ ବଲି ବାବ୍ତେରଇବାଇ, ସେଡ୍କିବେଲେ ଅଟାତ୍ ଗାଗ୍ଡେଅଇ ରଇଲା ମାଇଜିକେ ପିଲା ଜନମ୍ ଅଇବାବେଲର୍ ଦୁକାସୁକାପାରା ବିନାସର୍ ବେଲା ଆସି କେଟ୍ସି । ଆରି ସେମନ୍ କାଇଟା କଲେମିସା ତେଇଅନି ବଁଚି ନାପାରତ୍ ।
ସେନ୍ତି ବଇଲେ ତମେ ଜାଗ୍ରତ୍ ଅଇ ରୁଆ, କାଇକେ ବଇଲେ ତମର୍ ମାପ୍ରୁ କେଡେବେଲା ଆଇସି, ତମେ ନାଜାନାସ୍ । କେଡେବଲ୍ ଚର୍ ପୁର୍ସି ବଲି ଜାନିରଇଲେ, ଗର୍ ସାଉକାର୍ ଜାଗ୍ରତ୍ ରଇ ଚର୍କେ ଗରେ ପୁର୍ବାକେ ନ ଦେଏ । ତମେ ମିସା ସବୁବେଲେ ଜାଗ୍ରତ୍ ରଇକରି ତିଆର୍ ଅଇ ରୁଆ । କାଇକେ ବଇଲେ ତମେ ଜାଗି ନ ରଇଲା ବେଲେସେ ନର୍ପିଲା ମୁଇ ଉଟିଆଇବି ।
ଏ ବାଇବଇନିମନ୍, ମାପ୍ରୁ ଜିସୁକିରିସ୍ଟ ଆରିତରେକ୍ ଆଇବା ବିସଇ ଆରି ତାର୍ଲଗେ ଆମେ ସବୁଲକ୍ ରୁଣ୍ଡ୍ଅଇବା ବିସଇ, ତମ୍କେ ଆମେ ବାବୁଜିଆ କଲୁନି । କାର୍ଲଗେଅନି ମିସା ମାପ୍ରୁର୍ ଦିନ୍ କେଟ୍ଲାବେ, ବଲିକରି ସୁନିଦେଇ କିଲ୍ବିଲ୍ ଉଆନାଇ । ଜଦି ସେ କବର୍ ଆମେ ବବିସତ୍କାତା କଇଲୁ କି ଜାନାଇଲୁ ନଇଲେ ଚିଟିଟାନେ ଲେକିଆଚତ୍ ବଲି ସୁନ୍ଲେ ମିସା ସେନ୍ତାର୍ ଉଆନାଇ । କେ ମିସା ସେନ୍ତାରିକରି ତମ୍କେ ବୁଲ୍ ବାଟେ ନ ନେଅ । କାଇକେବଇଲେ ପର୍ତୁମ୍ ଦରମର୍ ପାଇ ବିରଦ୍ ଅଇସି । ତାର୍ପଚେ ବିନାସ୍ କରୁ ଜେ କି ପାପି ମୁନୁସ୍ ଆଇବା ଦର୍କାର୍ । ସେ ପାପି ମୁନୁସ୍ ନ ସାର୍ବା ମରନେ ଜାଇସି । ସେ ଦୁରାଚାର୍ ମୁନୁସ୍ ଜନ୍ ସବୁ ବିସଇ ପର୍ମେସରର୍ ବଲି ଲକ୍ମନ୍ ପୁଜା କଲାଇନି, ସବୁର୍ଟାନେଅନି ସେ ନିଜେ ମୁକିଅ ବଲି କଇସି । ଜେନ୍ତି କି ପର୍ମେସରର୍ ମନ୍ଦିରେ ବସିକରି ମୁଇ ଆକା ପର୍ମେସର୍, ବଲି ଦେକାଇ ଅଇସି ।
A glória da segunda vinda
Cristo voltará nas nuvens, com poder e grande glória. Os mortos em Cristo ressuscitarão, e os vivos serão arrebatados para encontrá-lo nos ares.
କାଇକେବଇଲେ ମାପ୍ରୁ ନିଜେ ଆଦେସ୍ ଦେଇ, ମୁକିଆ ଦୁତର୍ ସର୍ ଆରି ପର୍ମେସରର୍ ବାଜାମଇରି ସଙ୍ଗ୍ ସର୍ଗେ ଅନି ଉତର୍ସି । ଜିସୁକିରିସ୍ଟକେ ବିସ୍ବାସ୍କରି ଜନ୍ଲକ୍ମନ୍ ମରିଆଚତ୍ ସେମନ୍ ତେଇ ପର୍ତମେ ଉଟ୍ବାଇ । ତାର୍ପଚେ ଆମେ ଜେତ୍କି ଲକ୍ ଜିବନ୍ ରଇବୁ, ସେବେଲେ ମେଗ୍ମାଲାଇଅନି ସେମନର୍ସଙ୍ଗ୍ ଉତ୍ରିକରି ସବୁବେଲେ ମାପ୍ରୁର୍ ସଙ୍ଗ୍ ସରଗ୍ପୁରେ ରଇବୁ ।
ସେଦିନ୍ମନ୍କେ, ସେ ଦୁକର୍ ଗଟ୍ନା ଅଇଲାପଚେ
ବେଲ୍ ଉଜଲ୍ ନ ଦେଇକରି ଆନ୍ଦାର୍ ଅଇଜାଇସି ଆରି ଜନ୍ ମିସା ଉଜଲ୍ ନ ଦେଏ ।
ତାରାମନ୍ ବାଦ୍ଲେଅନି ଅଦର୍ବାଇ ଆରି ବାଦ୍ଲେ ଉଜଲ୍ ରଇବାଟାମନ୍କେ ପର୍ମେସର୍ ଆଲାଇଦେଇସି ।
"ସେବେଲା ନର୍ପିଲା ମୁଇ, ବେସି ବପୁତେଇ ଆରି ଡାକ୍ପୁଟା ସଙ୍ଗ୍ ବାଦଲ୍ଟାନେ ଆଇବାଟା ଲକ୍ମନ୍ ଦେକ୍ବାଇ । ସେବେଲା ମର୍ ଦୁତ୍ମନ୍କେ ପାଟାଇକରି ଦୁନିଆ ସାର୍ଲାଅନି ଆରି ସରଗ୍ ଚିଡ୍ଲା ତେଇଅନି ପର୍ମେସର୍ ବାଚ୍ଲା ଲକ୍ମନ୍କେ ଟୁଲିଆଇବି ।"
ଜେଡେବେଲା ନର୍ପିଲା ମୁଇ ରାଜାଅଇ ମର୍ ସରଗର୍ ଦୁତ୍ମନର୍ ସଙ୍ଗ୍ ଆଇବି, ଆରି ମର୍ ଡାକ୍ପୁଟା ବସ୍ବା ଜାଗାଇ ବସ୍ବି, ସବୁ ଜାତିର୍ ଲକ୍ ମର୍ ମୁଆଟେ ଟୁଲ୍ ଅଇବାଇ । ସେଡ୍କି ବେଲା ଗଉଡ୍ ଜେନ୍ତି ମେଣ୍ଡା ଆରି ଚେଲିମନ୍କେ ବେଗ୍ଲାଇସି, ସେନ୍ତି ନର୍ପିଲା ମୁଇ ଲକ୍ମନ୍କେ ଦୁଇ ଦଲ୍ କରି ବାଗ୍ କର୍ବି । ଦରମ୍ ଲକ୍ମନ୍କେ ଉଜା ବାଟେ ଆରି ବିନ୍ ଲକ୍ମନ୍କେ ମର୍ ଡେବ୍ରି ବାଟେ ସଙ୍ଗଇବି ।
ତାର୍ପଚେ ସରଗ୍ ଉଗାଡି ଅଇଲାଟା ମୁଇ ଦେକ୍ଲି । ଆରି ଏଦେ ଦେକା ! ଗଟେକ୍ ଦବ୍ ଗଡା ଆଇବାଟା ଡିସ୍ଲା । ଗଡା ଚାଲାଉର୍ ନାଉଁ ଅଇଲାନି ବିସ୍ବାସ୍ କର୍ବାଟା ଆରି ସତ୍ଟା । ସେ ଅନିଆଇ ନ କରି ତାର୍ ଜୁଇଦ୍ କର୍ସି ଆରି ଜିତ୍ସି । ତାର୍ ଆଁକି ଲାଗ୍ତେ ରଇବା ଜଇପାରା ରଇଲା । ଆରି ତାର୍ ମୁଣ୍ଡେ ବେସି ମୁକୁଟ୍ ପିନ୍ଦି ରଇଲା । ଜନ୍ ନାଉଁ ତାର୍ ଉପ୍ରେ ଲେକା ଅଇରଇଲା, ସେଟାକେ ଚାଡିଦେଲେ ଆରି କେ ନାଜାନିରଇଲାଇ । ତାର୍ ବସ୍ତର୍ ବନିତେଇ ବୁଡାଇଲାପାରା ରଇଲା । ତାର୍ ନାଉଁ ରଇଲା ପର୍ମେସରର୍ ବାକିଅ । ସର୍ଗର୍ ସନିଅମନ୍ ଦବ୍ ବସ୍ତର୍ ପିନ୍ଦିକରି ଆରି ଦବ୍ଗଡାଇ ବସି ତାର୍ ପଚେ ପଚେ ଜାଇତେରଇଲାଇ । ତାର୍ ଟଣ୍ଡେଅନି ଗଟେକ୍ ଗଜିଆ କାଣ୍ଡା ବାରଇଲା । ସେଟାସଙ୍ଗ୍ ସେ ଏ ଜଗତର୍ ରାଇଜ୍ମନ୍କେ ଆରାଇସି । ସେ ଡାଟ୍ ସଙ୍ଗ୍ ତାକର୍ ଉପ୍ରେ ସାସନ୍ କର୍ସି । ବେସି ବପୁ ରଇବା ପର୍ମେସରର୍ ରିସା ସେମନ୍କେ ଦେକାଇସି । ସେ ତାର୍ ସତ୍ରୁମନ୍କେ ମାଣ୍ଡିକରି ରମ୍ଦିଦେଇସି । ଜେନ୍ତାରିକି ଅଙ୍ଗୁର୍ ପିଚ୍କିକରି ରସ୍ ବାର୍କରାଇସି । ତାର୍ ବସ୍ତରେ, ଜଙ୍ଗେ, ଏ ନାଉଁ ଲେକାଅଇରଇଲା । "ସବୁରାଜାମନର୍ ଉପ୍ରେ ରଇବା ରାଜା, ସବୁ ମାପ୍ରୁମନର୍ ଉପ୍ରେ ରଇବା ମାପ୍ରୁ ।"
ତେବେ କେ ମିସା ମର୍ପାଇ ଆରି ମର୍ ବାକିଅର୍ ଲାଜ୍ ଅଇସି, ଜେଡ୍କିବେଲେ ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ନିଜର୍ ଆରି ବାବାର୍, ଆରି ସୁକଲ୍ ଦୁତ୍ମନର୍ ମଇମାସଙ୍ଗ୍ ବାଉଡି ଆଇବି, ସେଡ୍କିବେଲେ ତାର୍ ବିସଇ ନେଇ ଲାଜ୍ଅଇବି ।
Vivendo na expectativa
A certeza do retorno de Cristo nos chama a viver em santidade, aguardando novos céus e nova terra onde habita a justiça.
ମାତର୍ ଏ ଆଲାଦର୍ ବାଇମନ୍, ମାପ୍ରୁ ଦେକ୍ବା ଇସାବେ, ଗଟେକ୍ ଦିନ୍ଜେ ଅଜାର୍ ବରସ୍ ପାରା, ଆରି ଅଜାର୍ ବରସ୍, ଗଟେକ୍ ଦିନ୍ ପାରା, ଏ ମୁଲିକା ରଇଲା ବିସଇ ତମେ ପାସ୍ରା ନାଇ । ଅଲସମ୍ ଅଇସି ବଲି କେତେଲକ୍ ଏତାଇଲାଇନି, ମାତର୍ ମାପ୍ରୁ ନିଜେ କାତା ଦେଲା ବିସଇ ସେନ୍ତାର୍ ଅଲ୍ସମ୍ କରେନାଇ । ମାତର୍ କେମିସା ଜେନ୍ତିକି ବିନାସ୍ ନଅତ୍, ସେମନ୍ ସବୁ ମନ୍ ବାଦ୍ଲାଇବାଇ, ଏଟା ସେ ମନ୍କରି ତମର୍ ପାଇ ବଲି ଅଲ୍ସମ୍ ଅଇଲାନି ।
ମାପ୍ରୁର୍ ଦିନ୍ ଚର୍ ଆଇଲା ରକାମ୍ କେଟିଜାଇସି । ସେ ଦିନେ ବାଦଲ୍ ସବୁ ବେସି ସବଦ୍ ସଙ୍ଗ୍ ନସ୍ଟ ଅଇଜାଇସି, ବାଦ୍ଲେ ଉଜଲ୍ ରଇବାଟାମନ୍ ସବୁ ସିଲିଜାଇସି, ପୁର୍ତିବି ଆରି ସିତି ରଇଲା ଲକ୍ମନ୍ ତିଆର୍ କଲା ଜେତେକ୍ ସବୁ ଜିନିସ୍ ପଡିଜିବାଇ ।
ଏ ସବୁ ବିସଇ ଏ ରକାମ୍ ଆଜିଜାଇସି, ତେବର୍ ପାଇ ତମେମନ୍ ବେସି ସୁକଲ୍ ଆରି ଜାଗ୍ରତ୍ସଙ୍ଗ୍ ରଇବାର୍ ଆଚେ। ମାପ୍ରୁ ଆଇବା ଦିନ୍କେ ଜାଗି କରି, ସେଟାଜେନ୍ତି ଦାପ୍ରେ ଆଇସି, ସବୁ ବେଲେ ଦରମ୍ ଚଲାଚଲ୍ତି କର୍ବାର୍ ଆଚେ ।
ଆମେ ସେ ସପତ୍ କଲା ଇସାବେ ନୁଆଁ ବାଦଲ୍ ଆରି ନୁଆଁ ପୁର୍ତିବିକେ ଜାଗ୍ଲୁନି । ସେଟା ଦରମ୍ଲକର୍ ବାସା ଅଇବା ଜାଗା ଅଇସି ।
ଆମେ ସବୁ ଲକ୍ ତରେକ୍ ମର୍ବୁ ଆରି ତାର୍ପଚେ ପରମେସରର୍ ମୁଆଟେ ବିଚାର୍ ଦିନେ ଟିଆଅଇବୁ । ସେନ୍ତାରିସେ କିରିସ୍ଟ ମିସା ସବୁ ଲକର୍ ପାପ୍ ନିଜେ ନେବାକେ ବଲି ଇସାବେ ତରେକ୍ ସେ ସର୍ପାଇ ଅଇଲା । ସେ ଆରି ତରେକ୍ ଆଇଲାବେଲେ, ଆମର୍ ପାପର୍ପାଇ ସେ ନ ଆସେ । ମାତର୍ ତାକେ ଜାଗି ରଇଲା ଲକ୍ମନ୍କେ ଉଦାର୍ କର୍ବାକେ ଆଇସି ।