ଗଟେକ୍ ଗଃଗାଳେ ଗାଦା ଅଃଙ୍ଗ୍
12 ୧୨:୧୨ ରମି ୧୨:୪,୫. ଜଃନ୍କଃରି ଗଃଗାଳ୍ ଗଟେକ୍, ଆର୍ ସେତିର୍ ଅଃଙ୍ଗ୍ମଃନ୍ ଗାଦା, ମଃତର୍ ଗଃଗାଳାର୍ ସଃବୁ ଅଃଙ୍ଗ୍ମଃନ୍ ଗାଦା ଅୟିଲେକ୍ ହେଁ, ଗଟେକ୍ ଗଃଗାଳ୍, ସେରଃକମ୍ କ୍ରିସ୍ଟ ହେଁ ଗଟେକ୍ । 13 ଜୁୟ୍ତାର୍ ଗିନେ ଅଃମିମଃନ୍ ଜିଉଦି ଅଃଉଁଆ କି ଅଜିଉଦି ଲକ୍, ଗତିଦଃଙ୍ଗ୍ଳା ଅଃଉଁଆ କି ନଃଉଁଆ, ସଃବୁ ଲକ୍ ତ ଗଟେକ୍ ଗଃଗାଳ୍ ଅଃଉଁକେ ଗଟେକ୍ ଆତ୍ମାୟ୍ ବାପ୍ତିସମ୍ ଅୟି ଆଚୁ, ଆରେକ୍ ଗଟେକ୍ ଆତ୍ମା ହାୟ୍ଁ ଆଚୁ ।
14 କାୟିତାକ୍ବଃଲେକ୍ ଗଃଗାଳ୍ତ ଗଟେକ୍ ଅଃଙ୍ଗ୍ ତଃୟ୍ ତିଆର୍ ନାୟ୍, ମଃତର୍ ଗାଦେକ୍ ଅଃଙ୍ଗ୍ ନଃୟ୍ ତିଆର୍ ଅୟିଆଚେ । 15 ହାଦ୍ ଜଦି କୟ୍ଦ୍, "ମୁୟ୍ଁ ଆତ୍ ନାୟ୍, ତଃବେ ଗଃଗାଳାର୍ ଅଃଙ୍ଗ୍ ନଃୟ୍," ତଃବେ ଇତାର୍ ଗିନେ ସେରି ଗଃଗାଳାର୍ ଅଃଙ୍ଗ୍ ନଃୟ୍ କଃରି ରେଉଁ ନାହାରେ । 16 ଆରେକ୍ କାନ୍ ଜଦି କୟ୍ଦ୍, "ମୁୟ୍ଁ ଆକି ନୟ୍, ସେତାକ୍ ଗଃଗାଳାର୍ ଅଃଙ୍ଗ୍ନୟ୍," ତଃବେ ସେତାର୍ଗିନେ ସେରି ଗଃଗାଳାର୍ ଅଃଙ୍ଗ୍ ନଃୟ୍ କଃରି ରେଉଁ ନାହାରେ । 17 ସଃବୁ ଗଃଗାଳ୍ ଜଦି ଆକି ଅୟ୍ଦ୍, ତଃବେ ସୁଣ୍ତାର୍ କୁୟ୍ତିହୁଣି ? ସଃବୁ ଗଃଗାଳ୍ ଜଦି କାନ୍ ଅୟ୍ଦ୍, ତଃବେ ସୁଙ୍ଗ୍ତାର୍ କୁୟ୍ତି । 18 ମଃତର୍ ଇସ୍ୱର୍ ଗଟେକ୍ ଗଟେକ୍ କଃରି ଗଃଗାଳେ ନିଜାର୍ ଇଚା ହଃର୍କାରେ ଜଳିଆଚେ । 19 ଆର୍ ଜଦି ସେ ସଃବୁ ଗଟେକ୍ ଅଃଙ୍ଗ୍ ଅୟ୍ଦ୍, ତଃବେ ଗଃଗାଳ୍ କୁୟ୍ତି । 20 ମଃତର୍ ସଃତ୍କଃରି ଅଃଙ୍ଗ୍ମଃନ୍ ଗାଦେକ୍ ମଃତର୍ ଗଃଗାଳ୍ ଗଟେକ୍ ।
21 "ତର୍ତଃୟ୍ ମର୍ ଲଳା ନାୟ୍ !" ବଃଲି ଆକି ଆତ୍କେ କଃଉଁ ନାହାରେ, କି "ତର୍ତଃୟ୍ ମର୍ ଲଳା ନାୟ୍" ବଃଲି ମୁଣ୍ଡ୍ ହାଦ୍କେ କଃଉ ନାହାଁରେ । 22 ବଃଲେକ୍ ଗଃଗାଳାର୍ ସଃବୁ ଅଃଙ୍ଗ୍ମଃନ୍ ବଃଳେ ଦୁର୍ବୁଳ୍ ବଃଲି ଜାଣାହଃଳେଦ୍ । ଆଦମ୍ ସଃଙ୍ଗ ମିସିରିଲାକେ ସଃବୁ ମାନାୟ୍ ମଃଲାୟ୍ ଆରେକ୍ ଜଃଡେବଃଳ୍ କ୍ରିସ୍ଟର୍ ସଃଙ୍ଗ ମିସ୍ଲାକେ ସଃବୁ ଲକ୍ମଃନ୍ ଜିବନ ହାୟ୍ଲାୟ୍ । 23 ଆରେକ୍ ଗଃଗାଳାର୍ ଜୁୟି ସଃବୁ ଅଃଙ୍ଗ୍ ଅଃଦିକ୍ ଲାଡ୍ ନୟ୍ଲାର୍ ବଃଲି ଅଃମିମଃନ୍କେ ଜାଣା ହଃଳେଦ୍, ସେ ସଃବୁ ଅଃଙ୍ଗ୍କେ ଅଃମିମଃନ୍ ଅଃଦିକ୍ ଲାଡାର୍ ସଃଙ୍ଗ୍ ଜଃତୁନ୍ କଃରୁନ୍ଦ୍; ଆର୍ ଅଃମାର୍ ଜୁୟି ଅଃଙ୍ଗ୍ମଃନ୍କେ ଅଃମି ସଃବୁବଃଳ୍ ନଃଦେକାଉଁ, ସେତାକ୍ ଅଃମିମଃନ୍ ଅଃଦିକ୍ ଜଃତୁନ୍ ନେଉଁନ୍ଦ୍ । 24 ମଃତର୍ ଅଃମିମଃନାର୍ ସୁନ୍ଦୁର୍ ଗଃଗାଳାର୍ ଅଃଙ୍ଗ୍ମଃନାର୍ ସୁନ୍ଦୁର୍ ଅଃଉତା ଲଳା ନାୟ୍ । 25 ମଃତର୍ ଗଃଗାଳ୍ ବିତ୍ରେ ବିରଦ୍ ନଃଗେଟେ ସେତାକ୍, ଅଃଙ୍ଗ୍ମଃନ୍ ସଃମାନ୍ବାବେ ହଃତି ଅଃଙ୍ଗ୍ ଏକ୍ଆରେକାର୍ ଗିନେ ଚିତା କଃର୍ତି । 26 ଆର୍, ଗଟେକ୍ ଅଃଙ୍ଗ୍ ଦୁକ୍ବୟ୍ଗ୍ କଃଲେକ୍ ବିନ୍ ଅଃଙ୍ଗ୍ମଃନ୍ ତାର୍ ସଃଙ୍ଗ୍ ଦୁକ୍ବୟ୍ଗ୍ କଃର୍ତି, ଆର୍ ଗଟେକ୍ ଅଃଙ୍ଗ୍ ଜଃଜ୍ମାନ୍ ହାୟ୍ଲେକ୍ ବିନ୍ ଅଃଙ୍ଗ୍ମଃନ୍ ସଃର୍ଦା ଅଃଉତି ।
27 ତୁମିମଃନ୍କେ କ୍ରିସ୍ଟର୍ ଗଃଗାଳ୍, ଆର୍ ହଃତିଲକ୍ ସେ ଗଃଗାଳାର୍ ଅଃଙ୍ଗ୍ ।