16 ୩:୧୬ ୧ କର ୬:୧୯; ୨ କର ୬:୧୬. ତୁମିମଃନ୍ କାୟି ନଃଜାଣାସ୍ ? ତୁମିମଃନ୍ ଇସ୍ୱରାର୍ ମନ୍ଦିର୍, ଆର୍ ଇସ୍ୱରାର୍ ଆତ୍ମା ତୁମିମଃନ୍କାର୍ ବିତ୍ରେ ବାସା କଃରେଦ୍ । 17 ଜଦି କୁୟି ଲକ୍ ଇସ୍ୱରାର୍ ମନ୍ଦିର୍କେ ନଃସ୍ଟ୍ କଃରେଦ୍, ତବେ ଇସ୍ୱର୍ ତାକେ ନଃସ୍ଟ୍ କଃରେଦ୍; କାୟିତାକ୍ବଃଲେକ୍ ଇସ୍ୱରାର୍ ମନ୍ଦିର୍ ପବିତ୍ର, ସେ ମନ୍ଦିର୍ ତୁମିମଃନ୍ ।
Publicidade