15 ତୁମିମଃନାର୍ ଗଃଗାଳ୍ ଜେ କ୍ରିସ୍ଟର୍ ଗଃଗାଳ୍ ହର୍, ଇତି ନଃଜାଣାସ୍ କି ? ତଃବେ ମୁଁୟ୍ କ୍ରିସ୍ଟର୍ ଗଃଗାଳ୍କେ ନଃୟ୍କଃରି ବେସୁଆ ଗଃଗାଳ୍ କଃରିନ୍ଦ୍ କି ? ସେରି କଃବେହେଁ ନଃଉଅ । 16 କି ଜେ ବେସୁଆ ସଃଙ୍ଗ୍ ମିସିଜାୟ୍ଦ୍, ସେ ତାର୍ ସଃଙ୍ଗ୍ ଗଟେକ୍ ଗଃଗାଳ୍ ଅୟ୍ଦ୍, ଇରି କାୟି ତୁମିମଃନ୍ ନଃଜାଣାସ୍ ? କାୟିତାକ୍ କଃଉଆ ଅୟିଆଚେ, "ସେ ଦୁୟ୍ଲକ୍ ଗଟେକ୍ ଗଃଗାଳ୍ ଅଃଉତି ।" 17 ମଃତର୍ ଜେ ମାପୁର୍ ସଃଙ୍ଗ୍ ମିସେଦ୍, ସେ ତାର୍ସଃଙ୍ଗ୍ ଆତ୍ମାୟ୍ ଗଟେକ୍ ଅୟ୍ଦ୍ ।
18 ବେସୁଆ କାମ୍ ଚାଡି ଦିଆସ୍ । ମାନାୟ୍ ଜୁୟି ହାହ୍ ହେଁ କଃରେଦ୍, ସେରି ଗଃଗାଳାର୍ ବିଟାଳ୍ ନଃକେରେ; ମଃତର୍ ଜେ ବେସୁଆ ଅୟ୍ଦ୍, ସେ ନିଜାର୍ ଗଃଗାଳାର୍ ବିରୁଦେ ହାହ୍ କଃରେଦ୍ । 19 ତୁମିମଃନ୍କାର୍ ଗଃଗାଳ୍ ଜେ ଇସ୍ୱରାର୍ ତଃୟ୍ ହୁଣି ହାୟ୍ଲା ତୁମିମଃନ୍କାର୍ ବିତ୍ରେ ବାସାକଃର୍ତା ପବିତ୍ର ଆତ୍ମାର୍ ମନ୍ଦିର୍, ଇରି କାୟି ନଃଜାଣାସ୍ ? ଆର୍ ତୁମିମଃନ୍ ନିଜେ ନିଜାର୍ ନାୟ୍, ମଃତର୍ ଇସ୍ୱରାର୍ । 20 କାୟିତାକ୍ବଃଲେକ୍ ତୁମିମଃନ୍ ବଃଡେ ମଲେ ଗେନ୍ଲାର୍; ଇତାର୍ ଗିନେ ତୁମିମଃନ୍କାର୍ ଗଃଗାଳ୍ ଇସ୍ୱରାର୍ ଜଃଜ୍ମାନ୍ ଗିନେ ବେବାର୍ କଃରା ।