9 ତଃବେ ସଃତ୍ ନଃକେର୍ତା ଲକ୍ ତ ଇସ୍ୱରାର୍ ରାଇଜେ ଅଃଦିକାରି ନଃଉତି, ଇରି କାୟି ତୁମିମଃନ୍ ନଃଜାଣାସ୍ ? ବୁଲ୍କି ନଃଜାହା, ଦାରିଆ କି ହୁଜେରି କି ଅଃଣ୍ଡ୍ରାଅଃଣ୍ଡ୍ରା ଟକିଟକି ଦାରି କଃର୍ତାର୍ କି ଟକି ହର୍ ଚାଲ୍ଚାଲ୍ତି କି ବେସୁଆ, 10 କି ଚର୍ କି ଦଃନ୍ଲଃବି ମାତୁଆଳି କି ଲିନ୍ଦାକଃରୁ କି ବିନ୍ ଲକାର୍ ଆସ୍ତିମଃନ୍ ଚର୍, ଇମଃନ୍ ଇସ୍ୱରାର୍ ରାଇଜାର୍ ଅଃଦିକାରି ନଃଉତି । 11 ଆର୍ ତୁମିମଃନ୍କାର୍ ବିତ୍ରେ କୁୟି କୁୟି ଲକ୍ମଃନ୍ ଇରଃକମ୍ ରିଲାୟ୍; ମଃତର୍ ମାପୁର୍ ଜିସୁ କ୍ରିସ୍ଟର୍ ନାଉଁଏ ଆର୍ ଅଃମିମଃନାର୍ ଇସ୍ୱରାର୍ ଆତ୍ମା ତଃୟ୍ ତୁମିମଃନ୍କେ ଦଃଉଆ ଅୟିଆଚେ, ନିର୍ମୁଳ୍ କଃରା ଅୟି ଆଚାସ୍ ଆର୍ ଦଃର୍ମି ବଃଲି ଗଃଣା ଅୟି ଆଚାସ୍ ।
Publicidade
Publicidade