24 ଜୁୟି ଲକ୍ମଃନ୍ କେଲ୍ତା ହଃଦାୟି ଦଃବୁଳ୍ତି, ସେମଃନ୍ ଦଃବୁଳ୍ତି ସଃତ୍, ମଃତର୍ ଏକ୍ଲା ହ୍କା ପୁରିସ୍କାର୍ ଜିଣେଦ୍, ଇରିକାୟ୍ ତୁମିମଃନ୍ ନଃଜାଣାସ୍ ? ତୁମିମଃନ୍ ଜଃନ୍କଃରି ପୁରିସ୍କାର୍ ହାଉଆସ୍, ଇତାର୍ ଗିନେ ସେନ୍କଃରି ଦଃବ୍ଳା ।
25 କୁଣ୍ ଲକ୍ କେଲ୍ତା ତଃୟ୍ କେଲୁକ୍ ସିକ୍ତାବଃଳ୍ ସେ ସଃବୁ କଃତାୟ୍ ବିଦି ହଃର୍କାରେ କଃରୁକେ ଅୟ୍ଦ୍; ସେମଃନ୍ ନଃସ୍ଟ୍ଅଃଉତା ଜିତ୍ଲା ପୁରିସ୍କାର୍ ହାଉଁକ୍ ସେରି କଃର୍ତି, ମଃତର୍ ଅଃମିମଃନ୍ ନଃସ୍ଟ୍ ନଃଉତାର୍ ପୁରିସ୍କାର୍ ହାଉଁକେ ସେରି କଃରୁଲୁ । 26 ସେତାକ୍ ମୁୟ୍ଁ ଏଣେ ତେଣେ ନାୟ୍, ସଃଳ୍କେ ଦଃବ୍ଳୁଲେ, ମୁଁୟ୍ ବିଦାମାରୁଲେ, ମଃତର୍ ବାଉକେ ମାର୍ଲା ଲକ୍ ହର୍ ନୟ୍ । 27 ମୁୟ୍ଁ କଃସ୍ଟ ସଃମ୍ୱାଳି ଗଃଗାଳକେ ଅଃଟୁଆ କଃରି ଆଚି ଆର୍ ନିଜାର୍ ଆୟ୍ତ୍ ତଃଳେ ସଃଙ୍ଗାୟ୍ ଆଚି କାୟିତାକ୍ବଃଲେକ୍ ବିନ୍ ଲକ୍ମଃନାର୍ ତଃୟ୍ ନିକ କବୁର୍ ପର୍ଚାର୍ କଃରି ରିଲେକ୍ ହେଁ ମୁୟ୍ଁ ନିଜେ ଜଃନ୍କଃରି ହଲ୍ୟାୟ୍ ପୁରିସ୍କାର୍ ଆରାୟ୍ ନଃକେରି ।