22 ୧:୨୨ ତର୍ ସବୁମଃନେ କଃତେକ୍ ହର୍ନା ପୁସ୍ତକେ ନିର୍ମୁଳ୍ ମଃନେ । ଅଃବେ ତୁମିମଃନ୍ ସେତାର୍ ହଃଚେ ଜାତା ଲକ୍ ଅୟ୍ରିଲାକ୍, ନିଜ୍ ନିଜ୍କେ ନିର୍ମୁଳ୍ କଃରି ଆଚାସ୍, ତୁମିମଃନ୍ ସଃତ୍ ମାନିକଃରି ହେଟ୍କପଟିଆ ନଃୟ୍କଃରି ବାୟ୍ମଃନ୍କେ ଲାଡ୍ କଃର୍ତାର୍ ଗିନେ ଅଃହ୍ଣା ଅଃହ୍ଣାର୍ ଆତ୍ମାକେ ନିର୍ମୁଳ୍ କଃରି ରିଲାକେ ମଃନ୍ ଦେୟ୍କଃରି ଏକ୍ମଃନେ ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା । 23 ଜଃନ୍କଃରି ତୁମିମଃନ୍ ନଃସ୍ଟ୍ ଅଃଉତା ବିଆନେ ହୁଣି ନାୟ୍ ମଃତର୍ ନସ୍ଟ୍ ନଃଉତାର୍ ବିଆନେ ହୁଣି ବଃଲେକ୍ ଇସ୍ୱରାର୍ ଜିବନ୍ ଆର୍ ସଃବୁ ଦିନାର୍ ବଃଚନେ ଆରେକ୍ ଗଟ୍ତର୍ ଜଃର୍ନ୍ ଅୟି ଆଚାସ୍ । 24 ସାସ୍ତରେ ଲେକା ଆଚେ,
"ନଃର୍ ଜାତି ରଃନ୍ହର୍ ସେମଃନାର୍ ସଃବୁ ତଃରାସ୍ ବଃନାର୍
ହୁଲ୍ ହର୍ ।
ରଃନ୍ ସୁକିଜାୟ୍ଦ୍ ଆର୍ ହୁଲ୍ ଜଃଳିଜାୟ୍ଦ୍ ।
25 ମଃତର୍ ଇସ୍ୱରାର୍ ବଃଚନ୍ ଜୁଗେଜୁଗେ ରଃୟ୍ଦ୍ ।"
ଇରି ସେ ନିକ କବୁରାର୍ କଃତା, ଜୁୟ୍ରି ତୁମାର୍ ତଃୟ୍ ପର୍ଚାର୍ ଅୟ୍ରିଲି ।