ମାଇଜି ଆର୍ ଅଃଣ୍ଡ୍ରା ମଃନ୍କେ ସିକ୍ୟା
1 ୩:୧ ଏପି ୫:୨୨; କଲ ୩:୧୮. ସେରଃକମ୍, ଏ ମାୟ୍ଜିମଃନ୍, ତୁମିମଃନ୍ ନିଜାର୍ ନିଜାର୍ ଡକ୍ରାଦିମଃନାର୍ କଃତା ମାନା ଜଃନ୍କଃରି ସେମଃନାର୍ ବିତ୍ରେ କେଏ କେଏ ମାପୁରାର୍ କଃତାକ୍ ନଃମାନ୍ଲେ ହେଁ ତୁମିମଃନାର୍ ଡିରାର୍ ସଃଙ୍ଗ୍ ନିକ ବେବାର୍ ଦଃକି ମାପୁରାର୍ କଃତାୟ୍ ନୟ୍ଲେକ୍ହେଁ ଅଃହ୍ଣା ଅଃହ୍ଣାର୍ ଡକୁର୍ସି ମନାର୍ ବେବାର୍ ଦଃକି ବାଦୁଲ୍ତି । 2 କାୟିତାକ୍ ବଃଲେକ୍ ତୁମାର୍ ନିକଗୁଣ୍ କଃଡେ ନିକ ଦଃକି ସେମଃନ୍ ସିକ୍ତି । 3 ୩:୩ ୧ ତିମ ୨:୯.ଆର୍ ସୁନ୍ଦୁର୍କଃରି କସା ବାନ୍ଦ୍ତାର୍, ସନାର୍ ମାଳି, ସୁନ୍ଦୁର୍ ହଃଚ୍ୟା ହିନ୍ଦ୍ତାର୍, ଅଃନ୍କଃରି ଜୁୟି ହଃଦାର୍ ବେସ୍, ସେରି ତୁମିମଃନାର୍ ବେସ୍ ନଃଉଅ । 4 ମଃନ୍ ବିତ୍ରାର୍ ଜୁୟି କଃଉଁଣା ଆର୍ ସାନ୍ତି ରିଲା ଗୁପ୍ତ ମଃନ୍ବାବ୍ ଇସ୍ୱରାର୍ ଆକାୟ୍ ବଃଡେ ମଲ୍, ସେରି ହଃକା ତୁମିମଃନାର୍ ନଃସ୍ଟ୍ ନଃଉତା ବେସ୍ ଅଃଉଅ । 5 ବଃଲେକ୍ ହୁର୍ବ୍ କାଳାର୍ ଦଃର୍ମି ମାୟ୍ଜିମଃନ୍ ଇସ୍ୱରାର୍ ତଃୟ୍ ଆସା କଃରି ଅଃହ୍ଣା ଅଃହ୍ଣାର୍ ଡକ୍ରାସିମଃନାର୍ କଃତା ମାନି ଇ ରଃକମ୍ ଅଃହ୍ଣା ଅଃହ୍ଣାକ୍ ବେସ୍ ବାନ୍ଦ୍ତି ରିଲାୟ୍ । 6 ସାରା ସେରଃକମ୍ ଗଟେକ୍ ମାୟ୍ନ୍କାରି ମାୟ୍ଜି ରିଲି । ସେ ଅବ୍ରାହାମାର୍ କଃତା ମାନି ତାକ୍ ମାପୁର୍ ବଃଲି କଃଉତି ରିଲି । ତୁମିମଃନ୍ ଜଦି କୁୟି ବିସୟେ ହେଁ ନଃଡିରି ନିକ ନିକ ମାନ୍ତିର୍ କାମ୍ କଃରାସ୍, ତଃବେ ତୁମିମଃନ୍ ହେଁ ତାର୍ ଜିସି ।