1 କ୍ରିସ୍ଟ ଗଃଗାଳେ ଦୁକ୍ ବୟ୍ଗ୍ କଃରି ରିଲାକ୍ ତୁମିମଃନ୍ ହେଁ ସେରଃକମ୍ ମଃନ୍ ଦଃରି ଅଃହ୍ଣାମଃନ୍କେ ନିକ କଃରି ତିଆର୍ କଃରା, ବଃଲେକ୍ ଜେ କ୍ରିସ୍ଟର୍ ଗିନେ ଗଃଗାଳେ ଦୁକ୍ବୟ୍ଗ୍ କଃରିଆଚେ, ସେ ହାହ୍ ଚାଡି ଆଚେ, 2 ଜଃନ୍କଃରି ତୁମିମଃନ୍ ଇ ଜଃଗତାର୍ ଜିବନାର୍ ବାକି କାଳ୍ ମାନାୟ୍ର୍ କଃରାପ୍ ଇଚା ହଃର୍କାରେ ଜିବନ୍କାଟି ନଃକେରି ଇସ୍ୱରାର୍ ଇଚା ହଃର୍କାରେ ଜିବନ୍ କାଟା । 3 ସେତାକ୍ ଅଜିଉଦିମଃନାର୍ ଇଚା ହଃର୍କାରେ କାମ୍ କଃରି ତୁମିମଃନ୍ ଜଃତି ଦିନ୍ କଃରାପ୍ କାମ୍, କଃରାପ୍ ଇଚା, ମଃଦ୍ କାତାର୍, ରଃଙ୍ଗ୍ରଃସିଆ, ମାତୁଆଳି ଆର୍ କିଚ୍କିଚା ମୁର୍ତିହୁଜା କଃର୍ତି ରିଲାସ୍ । 4 ଇ ରଃକମ୍ ଉତ୍ହାତ୍ ବାଟେ ତୁମିମଃନ୍ ସେମଃନାର୍ ସଃଙ୍ଗ୍ ଦଃବ୍ଳି ନଃଜାହାସ୍, ଇରି ସେମଃନ୍ କାବା ଅୟି ତୁମିମଃନାର୍ ବେସି ଲିନ୍ଦା କଃର୍ତି । 5 ମଃତର୍ ଜୁୟି ଇସ୍ୱର୍ ଜିବନ୍ ରିଲା ଆର୍ ମଃଲାଲକ୍ମଃନାର୍ ବିଚାର୍ କଃରେଦ୍, ତାର୍ ଚଃମେ ସେମଃନ୍କେ ଇସାବ୍ ଦେଉଁକେ ହଃଳେଦ୍ ।
Publicidade