ଦସିକେ କେମା କଃର୍ତାର୍
5 ମଃତର୍ ଜଦି କେଏ ଦୁକ୍ ଦଃୟ୍ଆଚେ, ସେ ମକ୍ ଦୁକ୍ ନଃଦେୟ୍, ମଃତର୍ କଃତେକ୍ ଇସାବେ ତୁମି ସଃବୁ ଲକ୍କେ ଦୁକ୍ ଦଃୟ୍ଆଚେ । ମୁୟ୍ଁ ଅଃଦିକ୍ ଅଃଟୁଆ ଅଃଉଁକେ ମଃନ୍ ନଃକେରୁଲେ । 6 କଃତେକ୍ ଲକାର୍ ଗିନେ ଇବାନ୍ୟା ଲକ୍ ଜୁୟି ଡଃଣ୍ଡ୍ ହାୟ୍ଆଚେ, ସେରି ତାର୍ ଗିନେ ସଃରି । 7 ଇତାର୍ ଗିନେ କଃନ୍ସ୍ ଅୟିଲେକ୍ ଇବାନ୍ୟା ଲକ୍ ଉବ୍ରି ରିଲା ଦୁକେ ବୁଡି ଜାୟ୍ଦ୍, ଇତାର୍ ଗିନେ ଅଃବେ ତୁମିମଃନ୍କେ ତାକେ କେମା କଃରା ଆର୍ ସୁସ୍ତା ଦିଆସ୍ । 8 ତଃବେ, ସେ ଜଃନ୍କଃରି ତୁମି ଲାଡ୍ କଃରୁଲାସ୍ ଜାଣେଦ୍, ଇତାର୍ ଗିନେ ଲାଡ୍ ବେବାର୍ ତିର୍ କଃରୁକେ ମୁୟ୍ଁ ତୁମିମଃନ୍କେ ଗଃଉଆରି କଃରୁଲେ ।