11 ତାର୍ହଃଚେ ମୁୟ୍ ଦଃକ୍ଲେ, ସଃର୍ଗ୍ ଦୁଆର୍ ଉଗାଳି ଅୟିଆଚେ ଆର୍ ସେତି ଗଟେକ୍ ଦବ୍ଳା ରଃଙ୍ଗାର୍ ଗଃଳା ଆଚେ । ସେ ଗଳା ଚାଲାଉତା ଲକାର୍ ନାଉ ବିସ୍ୱାସାର୍ ଜୟ୍ଗ୍ ଆର୍ ସଃତ୍ । ତାର୍ ବିଚାର୍ ନ୍ୟାୟ୍ ଆର୍ ଦଃର୍ମେ ଜୁଜ୍ କଃରୁକେ ବାଚା ଅୟିଆଚେ । 12 ତାର୍ ଆକି ଜୟ୍ ଅଳା ହର୍ ଆର୍ ତାର୍ ମୁଣ୍ଡେ ଗାଦେକ୍ ମୁକୁଟ୍ ରିଲି । ତାର୍ ଗଟେକ୍ ନାଉ ଲେକା ଜାୟ୍ରିଲି, ମଃତର୍ ସେରି କାୟିରି, ତାକ୍ ଚାଡି ଆରେକ୍ କେଏ ହେଁ ନଃଜାଣ୍ତି । 13 ସେ ହିନ୍ଦିରିଲା ବଃସ୍ତର୍ ବଃନି ତଃୟ୍ ବୁଡାୟ୍ ଅୟ୍ରିଲି । ସେ "ଇସ୍ୱରାର୍ ବାକ୍ୟ" ନାଉଁଏ ଜାଣାସୁଣା । 14 ସଃର୍ଗାର୍ ସଃଇନ୍ ମଃନ୍ଦା ନିର୍ମୁଳ୍, ଦବ୍, ମଃସିଣ୍ ବଃସ୍ତର୍ ହିନ୍ଦି ଦବ୍ ଗଳାମଃନାର୍ ଉହ୍ରେ ଚଃଗି ତାର୍ ହଃଚେ ହଃଚେ ଜାତି ରିଲାୟ୍ । 15 ତାର୍ ଟଣ୍ଡେ ହୁଣି ଗଟେକ୍ ଦାରୁଆ କଃଣ୍ଡା ବାରାଉତି ରିଲି । ସେ କଃଣ୍ଡା ସଃଙ୍ଗ୍ ସେ ହୁର୍ତିବିର୍ ସଃବୁ ଜାତିକ୍ ଆରାୟ୍ଦ୍ । ଆରେକ୍ ସେମଃନ୍କେ ସେ ଲଃଉଆ ଡାଙ୍ଗ୍ ସଃଙ୍ଗ୍ ସାସନ୍ କଃରେଦ୍ ଆର୍ ସଃବ୍କେ ସଃକ୍ତିମାନ୍ ଇସ୍ୱରାର୍ ଜଃବର୍ ରିସା ହର୍ ଅଙ୍ଗୁର୍କେ ସେ ଗଃଣା କୁଣ୍ଡେ ନିଜେ ହିଳିକଃରି ଅଙ୍ଗୁର୍ ରଃସ୍ ବାର୍ କଃରେଦ୍ । 16 ତାର୍ ବଃସ୍ତର୍ ଉହ୍ରେ ଆର୍ ଜଃଙ୍ଗେ ଇ ନାଉ ଲେକା ଅୟ୍ରିଲି, "ରଃଜା ମଃନାର୍ ରଃଜା ଆର୍ ମାପୁର୍ ମଃନାର୍ ମାପୁର୍ ।"
Publicidade
Publicidade