ଦବ୍ ଗଳାୟ୍ ଚଃଗି ଆସ୍ତା ମାନାୟ୍
11 ତାର୍ହଃଚେ ମୁୟ୍ ଦଃକ୍ଲେ, ସଃର୍ଗ୍ ଦୁଆର୍ ଉଗାଳି ଅୟିଆଚେ ଆର୍ ସେତି ଗଟେକ୍ ଦବ୍ଳା ରଃଙ୍ଗାର୍ ଗଃଳା ଆଚେ । ସେ ଗଳା ଚାଲାଉତା ଲକାର୍ ନାଉ ବିସ୍ୱାସାର୍ ଜୟ୍ଗ୍ ଆର୍ ସଃତ୍ । ତାର୍ ବିଚାର୍ ନ୍ୟାୟ୍ ଆର୍ ଦଃର୍ମେ ଜୁଜ୍ କଃରୁକେ ବାଚା ଅୟିଆଚେ । 12 ତାର୍ ଆକି ଜୟ୍ ଅଳା ହର୍ ଆର୍ ତାର୍ ମୁଣ୍ଡେ ଗାଦେକ୍ ମୁକୁଟ୍ ରିଲି । ତାର୍ ଗଟେକ୍ ନାଉ ଲେକା ଜାୟ୍ରିଲି, ମଃତର୍ ସେରି କାୟିରି, ତାକ୍ ଚାଡି ଆରେକ୍ କେଏ ହେଁ ନଃଜାଣ୍ତି । 13 ସେ ହିନ୍ଦିରିଲା ବଃସ୍ତର୍ ବଃନି ତଃୟ୍ ବୁଡାୟ୍ ଅୟ୍ରିଲି । ସେ "ଇସ୍ୱରାର୍ ବାକ୍ୟ" ନାଉଁଏ ଜାଣାସୁଣା । 14 ସଃର୍ଗାର୍ ସଃଇନ୍ ମଃନ୍ଦା ନିର୍ମୁଳ୍, ଦବ୍, ମଃସିଣ୍ ବଃସ୍ତର୍ ହିନ୍ଦି ଦବ୍ ଗଳାମଃନାର୍ ଉହ୍ରେ ଚଃଗି ତାର୍ ହଃଚେ ହଃଚେ ଜାତି ରିଲାୟ୍ । 15 ୧୯:୧୫ ପ୍ରକା ୧୪:୨୦.ତାର୍ ଟଣ୍ଡେ ହୁଣି ଗଟେକ୍ ଦାରୁଆ କଃଣ୍ଡା ବାରାଉତି ରିଲି । ସେ କଃଣ୍ଡା ସଃଙ୍ଗ୍ ସେ ହୁର୍ତିବିର୍ ସଃବୁ ଜାତିକ୍ ଆରାୟ୍ଦ୍ । ଆରେକ୍ ସେମଃନ୍କେ ସେ ଲଃଉଆ ଡାଙ୍ଗ୍ ସଃଙ୍ଗ୍ ସାସନ୍ କଃରେଦ୍ ଆର୍ ସଃବ୍କେ ସଃକ୍ତିମାନ୍ ଇସ୍ୱରାର୍ ଜଃବର୍ ରିସା ହର୍ ଅଙ୍ଗୁର୍କେ ସେ ଗଃଣା କୁଣ୍ଡେ ନିଜେ ହିଳିକଃରି ଅଙ୍ଗୁର୍ ରଃସ୍ ବାର୍ କଃରେଦ୍ । 16 ତାର୍ ବଃସ୍ତର୍ ଉହ୍ରେ ଆର୍ ଜଃଙ୍ଗେ ଇ ନାଉ ଲେକା ଅୟ୍ରିଲି, "ରଃଜା ମଃନାର୍ ରଃଜା ଆର୍ ମାପୁର୍ ମଃନାର୍ ମାପୁର୍ ।"
17 ତାର୍ହଃଚେ ମୁୟ୍ ଗଟେକ୍ ଦୁତ୍କେ ବେଳ୍ ଉହ୍ରେ ଟିଆ ଅୟ୍ରିଲା । ସେ ଅଃଗାସେ ଉଡ୍ତା ଚେଳେମଃନ୍କେ ଆଉଲି ଅୟ୍କଃରି କୟ୍ଲା, "ଆସା, ଇସ୍ୱରାର୍ ବଃଡ୍ ବଜିଏ ଜଃଉଁକେ ଗଟେତଃୟ୍ଁ ରୁଣ୍ଡା । 18 ରଃଜା, ସଃଇନ୍, ସଃଇନ୍ମଃନାର୍ ମୁଳିକା, ଗଳା, ଆର୍ ଗଳା ଚାଲାଉ, ଗତିଦଃଙ୍ଗ୍ଳା, ସ୍ୱାଦିନ୍, ବଃଡ୍ କି ସାନ୍ ସଃବ୍କାର୍ ମାସ୍ ଆସିକଃରି କାହା ।"
19 ତାର୍ହଃଚେ ମୁୟ୍ ଦଃକ୍ଲେ, ସେ ଗଳା ଚାଲାଉ ଆର୍ ତାର୍ ସଃଇନ୍ ଦଃଳ୍ ବିରୁଦେ ଜୁଜ୍ କଃରୁକେ ସେ ଜଃତୁ ଆର୍ ହୁର୍ତିବିର୍ ସଃବୁ ରଃଜାମଃନ୍ ଆର୍ ସେମଃନାର୍ ସଃଇନ୍ ଦଃଳ୍ ଗଟେକ୍ ଅୟ୍ଲାୟ୍ । 20 ୧୯:୨୦ ପ୍ରକା ୧୩:୧-୧୮.ସେ ଜୁଜ୍ତଃୟ୍ ଜଃତୁ ଆର୍ ତାର୍ ମୁଏଁ କାବା ଅଃଉତା କାମ୍ କଃର୍ତା ସେ ବଃମ୍ଳାଉତା ବାବ୍ବାଦି ଦଃରା ହଃଳି ବନ୍ଦି ଅୟ୍ଲାୟ୍ । ଜୁୟି ଲକ୍ମଃନାର୍ ତଃୟ୍ ଜଃତୁର୍ ଚିନା ରିଲି ଆର୍ ଜୁୟ୍ମଃନ୍ ତାର୍ ମୁର୍ତି କେଏ ସେବା କଃର୍ତି ରିଲାୟ୍, ଜଃତୁ ତାର୍ କାବା ଅଃଉତା କାମ୍ ତଃୟ୍ ସେମଃନ୍କେ ବାମ୍ଳାୟ୍ ରିଲି । ସେ ଜଃତୁ ଆର୍ ସେ ବମ୍ଳାଉତା ବାବ୍ବାଦି ଗଃନ୍ଦକ୍ ଜୟ୍କୁଣ୍ଡେ ଜିବନ୍ ଜିବନ୍ ହଃବ୍ଳାୟ୍ଲାୟ୍ । 21 ଆରେକ୍ ସେମଃନାର୍ ସଃଇନ୍ ଦଃଳ୍, ସେ ଗଳାଚାଲାଉର୍ ଟଣ୍ଡେ ହୁଣି ବାରାଉତା କଃଣ୍ଡା ସଃଙ୍ଗ୍ ମାରା ଅୟ୍ଲାୟ୍ । ଅଃଗାସାର୍ ସଃବୁ ଚେଳେମଃନ୍ ମଃନ୍ ଇଚାୟ୍ ସେମଃନାର୍ ମାସ୍ କାୟ୍ଲାୟ୍ ।