ସଃରାସଃରି କଃତା
18 ମୁୟ୍ ଜହନ୍ । ଜୁୟି ଲକ୍ମଃନ୍ ଇ ପୁସ୍ତକାର୍ ଆସୁଲା ଦିନ୍ ଗଃଟ୍ତା ବିସୟ୍ ସଃବୁ ସୁଣ୍ତି, ସେମଃନ୍କେ ମୁୟ୍ ସାକି ଦଃୟି ଜଃଗ୍ରାତ୍ କଃରାଉଁଲେ, ଜଦି ଇତି କେଏ କାୟିରି ଜଳେଦ୍, ତଃବେ ଇ ପୁସ୍ତକ୍ ତଃୟ୍ ଲେକା ଅୟ୍ଲା ମଃର୍ଡି ତଃୟ୍ ଇସ୍ୱର୍ ତାକ୍ ଡଃଣ୍ଡ୍ ଦଃୟ୍ଦ୍ । 19 ଆର୍ ଇ ପୁସ୍ତକାର୍ ଆସୁଲା ଦିନ୍ ଗଃଟ୍ତା ବିସୟେ ହୁଣି କେଏ ଜଦି କାୟିରି ଚାଡେଦ୍, ତଃବେ ଇସ୍ୱର୍ ତାକ୍ ଇ ପୁସ୍ତକ୍ ତଃୟ୍ ଲେକା ଅୟ୍ଲା ଜିବନ୍ ଗଃଚାର୍ ହଃଳ୍ ଆର୍ ପବିତ୍ର ଗଃଳ୍ ନଃଦେୟ୍ ।