ମୁଦ୍ରାମଃନ୍
1 ତାର୍ହଃଚେ ମୁୟ୍ଁ ମେଣ୍ଡାହିଲାକେ ସାତ୍ଗଟ୍ ମୁଦ୍ରା ବିତ୍ରେହୁଣି ହଃର୍ତୁ ମୁଦ୍ରାକ୍ ବାଙ୍ଗ୍ତାର୍ ଦଃକ୍ଲେ, ଆର୍ ଚାରି ଜିବ୍ଜଃତୁ ବିତ୍ରେ ହୁଣି ଏକ୍ଲାକେ ବିଜ୍ଲିର୍ ସଃବଦ୍ ହର୍ ଇରି କଃଉତାର୍ ସୁଣ୍ଲେ, "ଆଉ ।" 2 ସେତାକ୍ ମୁୟ୍ଁ ଦଃକ୍ଲେ, ଆର୍ ଦଃକା, ଗଟେକ୍ ଦବ୍ ଗଳା, ଆରେକ୍ ତାକ୍ ଚାଲାଉତା ଲକାର୍ ଆତେ ଗଟେକ୍ ଦଃଣୁ, ତାକ୍ ଗଟେକ୍ ମୁକୁଟ୍ ଦିଆ ଅୟ୍ଲି, ଆର୍ ସେ ଜିଣ୍ତା ଲକ୍ ଅୟି ଜିଣୁକ୍ ବାରାୟ୍ ଗଃଲା ।