ବର୍ନବା ଆର୍ ସାଉଲ୍କେ ବାଚି ହଟାୟ୍ଲାୟ୍
1 ସଃଡେବଃଳ୍ ଆନ୍ତିଅକିଆର୍ ମଣ୍ଡ୍ଳି ତଃୟ୍ ବର୍ନବା, ସିମିୟନ୍ ଜାକେ ନିଗର୍ ବଃଲି କଃଉତି, କୁରିଣିୟର୍ ଲୁକିଅର୍ ତଃଳିଆ ରଃଜା ହେରଦ୍ ତାକେ ବାଡାୟ୍ ରିଲା ମନହେମ୍ ଆର୍ ସାଉଲ୍ ଅଃନ୍କଃରି ବାବ୍ବାଦି ଆର୍ ସିକାଉତା ଲକ୍ ରିଲାୟ୍ । 2 ସେମଃନ୍ ମାପୁରାର୍ ସେବା ଆର୍ ଉହାସ୍ କଃର୍ତାବଃଳ୍ ପବିତ୍ର ଆତ୍ମା କୟ୍ଲି, ଜୁୟି କାମାର୍ ଗିନେ ଅଃମି ବର୍ନବା ଆର୍ ସାଉଲ୍କେ କୁଦି ଆଚୁ ସେତାକ୍ ସେମଃନ୍କେ ବିନେ କଃରା ।
3 ସେତାକ୍ ସେମଃନ୍ ଉହାସ୍ ଆର୍ ପାର୍ତ୍ନା କଃଲା ହଃଚେ, ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲାୟ୍ ଆର୍ ସେମଃନ୍କେ ହଃଟାୟ୍ଲାୟ୍ ।