ପାଉଲ୍ ଆର୍ ସିଲା ସଃଙ୍ଗ୍ ତିମତି ଗଃଲା
1 ହଃଚେ ପାଉଲ୍ ଦର୍ବି ଆର୍ ଲୁସ୍ତ୍ରା ହେଁ ଆୟ୍ଲା ଆର୍ ସେଟାଣେ ତିମତି ନାଉଁଆର୍ ଗଟେକ୍ ଚେଲା ରିଲା, ସେ ଗଟେକ୍ ବିସ୍ୱାସି ଜିଉଦି ମାୟ୍ଜିର୍ ହୟିସି, ମଃତର୍ ତାର୍ ଉବାସି ଗ୍ରିସ୍ ଲକ୍ ରିଲା । 3 ତାକେ ସଃଙ୍ଗେ ନେଉଁକ୍ ପାଉଲ୍ ମଃନ୍କଃଲା ଆର୍ ସେ ସଃବୁ ହଲିୟେ ରିଲା ଜିଉଦିମଃନାର୍ ଗିନେ ତାକେ ନଃୟ୍ ସୁନତି କଃଲା । କାୟିତାକ୍ ବଃଲେକ୍ ତାର୍ ଉବାସି ଗଟେକ୍ ଗ୍ରିସ୍ ଲକ୍ ବଃଲି ସଃବୁ ଜାଣି ରିଲାୟ୍ ।