10 ସେ ଦଃର୍ସନ୍ ଦଃକ୍ଲା ହଃଚେ ଆମିମଃନ୍ ତଃତ୍କାଣ୍ ମାକିଦନିଆକେ ଜଃଉଁକେ ତିଆର୍ ଅୟ୍ଲୁ କାୟିତାକ୍ବଃଲେକ୍ ସେମଃନାର୍ ଚଃମେ ସେମଃନାର୍ ତଃୟ୍ ନିକ କବୁର୍ ପର୍ଚାର୍ କଃରୁକେ ଇସ୍ୱର୍ ଆମିମଃନ୍କେ କୁଦି ଆଚେ ବଃଲି ଆମିମଃନ୍ ବୁଜ୍ଲୁ ।
ପିଲିପିଏ ଲୁଦିଆ ମଃନ୍ ବାଦ୍ଲାୟ୍ଲା
11 ସେତାକ୍ ତ୍ରୟା ତଃୟ୍ହୁଣି ହାଣି ଜାଜେ ଅଃମିମଃନ୍ ସାମତ୍ରାକିକେ ଆର୍ ଆର୍କ ବିନ୍ ନିଆପଲିକେ ହଚ୍ଲୁ । 12 ୧୬:୧୨ ମାସିଦନିଆର୍ ଗଃଳାର୍ ହଃର୍ତୁ ଜିଲା, କଃତିଗଟ୍ ଲେକାୟ୍ ମାକିଦନିଆ ଜିଲାର୍ ଗଟ୍ ବଃଡ୍ ବଃସ୍ତି ବଃଲି ଆଚେ, ମାକିଦନିଆର୍ ସେ ଜିଲାର୍ ଗଟ୍ ବଃଡ୍ ବଃସ୍ତି ବଃଲି ଲେକା ଆଚେସେତି ହୁଣି ପିଲିପକେ ଗଃଲୁ, ଇରି ମାକିଦନିଆ ଜିଲାର୍ ଗଟେକ୍ ବଃଡ୍ ଗଃଳ୍ ଆର୍ ରମ୍ ଦେସାର୍ ଲକ୍ମଃନ୍ ଆସି ବାସା କଃର୍ତା ଗଟେକ୍ ଟାଣ୍, ସେ ଗଃଳେ ଆମିମଃନ୍ ବୁତେକ୍ ଦିନ୍ ରିଲୁ । 13 ବିସାଉଁଣିବାର୍ ଦିନ୍ ଗଃଳ୍ ଦୁଆରେ ହୁଣି ବାରାୟ୍ ଗାଡ୍କଃଣ୍ଡାୟ୍ ଗଃଲୁ, ସେତି ପାର୍ତ୍ନା କଃର୍ତା ଟାଣ୍ ଆଚେ ବଃଲି ଆମିମଃନ୍ ମଃନେ ବାବ୍ତି ରିଲୁ ଆର୍ ଅଃମିମଃନ୍ ବଃସି ରୁଣ୍ଡିରିଲା ମାୟ୍ଜିମଃନ୍କେ କଃତା ଅଃଉଁକେ ଦଃର୍ଲୁ । 14 ଆରେକ୍ ତୁୟତିରା ଗଃଳାର୍ କଃଚା ହଃତ୍ରିଆ ବଃସ୍ତର୍ ବିକ୍ତା ଲୁଦିଆ ନାଉଁଆର୍ ଗଟେକ୍ ମାୟ୍ଜି ସେ ଇସ୍ୱର୍କେ ମାନ୍ତି ରିଲି, ସେ ଅଃମାର୍ କଃତା ସୁଣ୍ତି ରିଲି । ସେ ଜଃନ୍କଃରି ପାଉଲାର୍ କୟ୍ଲା କଃତାମଃନ୍ ଦିଆନ୍ ଦେତିରିଲି ଇତାର୍ ଗିନେ ମାପୁର୍ ତାର୍ ମଃନ୍ ଉଗାଳ୍ଲା । 15 ଆରେକ୍ ସେ ଆର୍ ତାର୍ ଗଃର୍କୁଟୁମ୍ ବାପ୍ତିସମ୍ ନିଲା ହଃଚେ, ସେମଃନଃକେ ଗଃଉଆରି କଃରି କୟ୍ଲି, ତୁମିମଃନ୍ ଜଦି ମକ୍ ମାପୁରାର୍ ବିସ୍ୱାସି ଲକ୍ ବଃଲି ବିଚାର୍ କଃରୁଲାସ୍, "ତଃବେ ମର୍ ଗଃରେ ଆସି ରିଆ ବଃଲି ସେ ଆମିମଃନ୍କେ କଃଉଁକେ ଦଃର୍ଲି ।"
ପିଲିପାର୍ ଜଃଇଲେ ପାଉଲ୍ ଆର୍ ସିଲା
16 ଗଟ୍ଦିନ୍ ଆମିମଃନ୍ ପାର୍ତ୍ନା ଟାଣେ ଜଃଉଁଜଃଉଁ ସୟ୍ତାନ୍ ସଃକ୍ତି ରିଲା ଗଟେକ୍ ଗତିଦଃଙ୍ଗ୍ଳି ଆମିମଃନ୍କେ ବେଟ୍ ଅୟ୍ଲି । ସେ ଲକ୍ମଃନାର୍ ହାଞ୍ଜି ଦଃକ୍ତି ରିଲି । ସେତାକ୍ ତାର୍ ସାଉକାରାର୍ ବଃଡେ ଲାବ୍ ହାଉତିରିଲା । 17 ସେ ପାଉଲ୍ ଆର୍ ଅଃମାର୍ ହଃଚେ ହଃଚେ ଆସି ଉଲ୍ଗାଟ୍ ଅୟି କଃଉଁକେ ଦଃର୍ଲି "ଇ ଲକଃମଃନ୍ ସଃବ୍କେ ବଃଡ୍ ଇସ୍ୱରାର୍ ଗତିଦଃଙ୍ଗ୍ଳାମଃନ୍, ସେମଃନ୍ ତୁମିମଃନ୍କେ ମୁକ୍ଳାଉତା ବାଟ୍ ଦଃକାଉଁଲାୟ୍ ।"