ପିତରାର୍ ପର୍ଚାର୍
14 ମଃତର୍ ପିତର୍ ଏଗାର୍ଗଟ୍ ସଃଙ୍ଗ୍ ଟିଆଅୟ୍ ବଃଡ୍ ଟଣ୍ଡ୍କଃରି ସେମଃନାର୍ ଚଃମେ କଃତା କଃଉଁକ୍ ଦଃର୍ଲା, "ଆର୍ ଏ ଜିଉଦି ଲକ୍ମଃନ୍ ଆର୍ ଜିରୁସାଲମାର୍ ସଃବୁ ଲକ୍ ତୁମିମଃନ୍ ଇରି ସୁଣା ଆର୍ ମର୍ କଃତାର୍ ଅଃର୍ତ୍ ବୁଜାୟ୍ କଃଉଁଲେ ଜାଣା । 15 କାୟିତାକ୍ବଃଲେକ୍ ତୁମିମଃନ୍ ଜଃନ୍କଃରି ମଃନେ ବାବୁଲାସ୍ ଇମଃନ୍ ସେମଃନାର୍ ହର୍ ମାତୁଆଳି ନାୟ୍, ବଃଲେକ୍ ଅଃବେ ସଃକାଳ୍ ନଅଃ ଗଃଟା ଅୟିଆଚେ । 16 ମଃତର୍ ଜୟେଲ୍ ବାବ୍ବାଦି ଜାୟ୍ରି କୟ୍ଆଚେ, ଇରି ସେ ଗଃଟ୍ଣା ।"
17 "ଇସ୍ୱର୍ କୟ୍ଆଚେ ସେସ୍ କାଳେ ଅଃନ୍କାର୍ ଇରି ମୁୟ୍ଁ କଃରିନ୍ଦ୍ ।
ମୁୟ୍ଁ ସଃବୁ ଲକାର୍ ଉହ୍ରେ ନିଜାର୍ ଆତ୍ମା ବଃର୍ସାଇନ୍ଦ୍
ସେତାକ୍ ମର୍ କବୁର୍ କଃଉତି ହୟ୍ଦି ଜିଦିମଃନ୍ ବାବ୍ବାଣି କଃଉତି;
ଆର୍ ତୁମିମଃନାର୍ ବେଣ୍ଡ୍ୟାମଃନ୍ ନିକ କଃତାମଃନ୍ ଦଃକ୍ତି,
ଆରେକ୍ ତୁମାର୍ ପାରାଚିନ୍ମଃନ୍ ଚଃହୁନ୍ ଦଃକ୍ତି ।