17 "ଇସ୍ୱର୍ କୟ୍ଆଚେ ସେସ୍ କାଳେ ଅଃନ୍କାର୍ ଇରି ମୁୟ୍ଁ କଃରିନ୍ଦ୍ ।
ମୁୟ୍ଁ ସଃବୁ ଲକାର୍ ଉହ୍ରେ ନିଜାର୍ ଆତ୍ମା ବଃର୍ସାଇନ୍ଦ୍
ସେତାକ୍ ମର୍ କବୁର୍ କଃଉତି ହୟ୍ଦି ଜିଦିମଃନ୍ ବାବ୍ବାଣି କଃଉତି;
ଆର୍ ତୁମିମଃନାର୍ ବେଣ୍ଡ୍ୟାମଃନ୍ ନିକ କଃତାମଃନ୍ ଦଃକ୍ତି,
ଆରେକ୍ ତୁମାର୍ ପାରାଚିନ୍ମଃନ୍ ଚଃହୁନ୍ ଦଃକ୍ତି ।
18 ହେଁ ସେ କାଳେ ମୁୟ୍ଁ ମର୍ ଗତିଦଃଙ୍ଗ୍ଳାମଃନାର୍ ଉହ୍ରେ ମର୍ ଆତ୍ମା ହଃଟାୟ୍ନ୍ଦ୍,
ସେତାକ୍ ସେମଃନ୍ ବାବ୍ବାଣି କଃଉତି ।
19 ମୁୟ୍ଁ ଅଃଗାସ୍ ଉହ୍ରେ କାବା ଅଃଉତା କାମ୍
ଆରେକ୍ ଅଃଗାସ୍ ତଃଳାର୍ ହୁର୍ତିବି ତଃୟ୍ ବିନ୍ ବିନ୍ ଚିନା, ବଃନି, ଜୟ୍,
ଆର୍ କଃଳିଆ ଦୁଆଁ ଦଃକାୟ୍ନ୍ଦ୍ ।
20 ମାପୁରାର୍ ବଃଡ୍ ଆର୍
ଜଃଜ୍ମାନାର୍ ଦିନ୍ ଆସ୍ତା ଆଗ୍ତୁ ବେଳ୍ ଅଃନ୍ଦାର୍,
ଆର୍ ଜଃନ୍ ବଃନି ହର୍ ଅୟ୍ଦ୍ ।
21 ଆର୍ ଅଃନ୍କାର୍ ଗଃଟେଦ୍ ଜେ, ଜଃଡେବଃଳ୍ ମାପୁରାର୍ ନାଉଁଏ ପାର୍ତ୍ନା କଃରେଦ୍, ସେ ମୁକ୍ତି ହାୟ୍ଦ୍ ।"