44 ମଃତର୍ ଜୁୟି ଲକ୍ମଃନ୍ ବିସ୍ୱାସ୍ କଃଲାୟି ସେମଃନ୍ ସଃବୁ ଗଟେକ୍ ଟାଣେ ରୁଣ୍ଡି ସଃବୁ ରଃକମାର୍ ଦଃନ୍ବିତ୍ ସଃବାର୍ ବଃଲି ବାବ୍ତି ରିଲାୟ୍ । 45 ଆରେକ୍ ସେମଃନ୍ ଅଃହ୍ଣା ଅଃହ୍ଣାର୍ ସଃବୁ ରଃକମାର୍ ଦଃନ୍ସଃପତି ବିକିକଃରି ଜାର୍ ଜଃତେକ୍ ଲଳା ସଃବ୍କେ ବାଟାକଃରୁକ୍ ଦଃର୍ଲାୟ୍ । 46 ଆର୍ ସେମଃନ୍ ଏକ୍ ମଃନ୍ ଅୟି ସଃବୁ ବିନ୍ ମନ୍ଦିରେ ରୁଣ୍ଡିରେତି ରିଲାୟ୍ ଆର୍ ଗଃରେ ଗଃରେ ରୁଟି ବାଙ୍ଗି କଃରି ସଃର୍ଦାୟ୍ ଆର୍ ସୁସାର୍ ମଃନେ କାଉଆ ହିଉଆ କଃର୍ତି ରିଲାୟ୍ ।
47 ଆର୍ ସେମଃନ୍ ଇସ୍ୱରାର୍ ଦଃୟାର୍ ଜଃଜ୍ମାନ୍ କଃର୍ତି ରିଲାୟ୍ ଆର୍ ସଃବୁ ଲକାର୍ ଗଃର୍ ମଃନ୍କେ ଜାତି ରିଲାୟ୍, ଆରେକ୍ ମାପୁର୍ ହାହେ ହୁଣି ମୁକ୍ତି ହାୟ୍ଲା ଲକ୍ମଃନ୍କେ ହଃତିଦିନ୍ ସେମଃନାର୍ ଦଃଳେ ମିସାଉତି ରିଲାୟ୍ ।