18 ପେରିତ୍ମଃନାର୍ ଆତ୍ ସଃଙ୍ଗାୟ୍ଲାକ୍ ଆତ୍ମା ଦିଆ ଅଃଉଁଲି ଇରି ଦଃକି ସିମନ୍ ସେମ୍ନଃକେ ଟଃକା ଜାଚି କୟ୍ଲା, 19 "ମକ୍ ହେଁ ଇ ଅଃଦିକାର୍ ଦିଆ, ମୁୟ୍ଁ ଜୁୟି ଲକାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଦ୍ ସେ ପବିତ୍ର ଆତ୍ମା ହାଉଅ ।"
20 ମଃତର୍ ପିତର୍ ତାକେ କୟ୍ଲା, "ତର୍ ଟଃକା ତର୍ ସଃଙ୍ଗ୍ ନଃସ୍ଟ୍ ଅଃଉଅ, କାୟିତାକ୍ ବଃଲେକ୍ ଇସ୍ୱରାର୍ ଦାନ୍କେ ଗେନୁକ୍ ବାବଃଲିସ୍ । 21 ଇ କଃତାୟ୍ ତର୍ ବାଗ୍ ନାୟ୍, କି ଅଃଦିକାର୍ ନାୟ୍, କାୟିତାକ୍ବଃଲେକ୍ ଇସ୍ୱରାର୍ ଚଃମେ ତର୍ ମଃନାର୍ ବାବ୍ନା ନିକ ନାୟ୍ । 22 ତଃବେ ତର୍ ଦୁସ୍ଟ୍ ଚାଡି ମଃନ୍ ବାଦ୍ଲାୟ୍ ମାପୁରାର୍ ତଃୟ୍ ପାର୍ତ୍ନା କଃର୍, କେଜାଣ୍ ତର୍ ମଃନାର୍ ବାବ୍ନା କେମା ଅଃଉଁ ହାରେ । 23 କାୟିତାକ୍ ବଃଲେକ୍ ତୁୟ୍ ଡାରା କଃତାୟ୍ ହୁର୍ନ୍ ଅୟି ହାହ୍ ବାନ୍ଦୁଣେ ବାନ୍ଦାୟ୍ ଅୟି ଆଚ୍ସି ବଃଲି ମୁୟ୍ଁ ଜାଣୁଲେ ।"
24 ସେତାକ୍ ସିମନ୍ ପିତର୍ ଆର୍ ଜହନ୍କେ କୟ୍ଲା, "ତୁମିମଃନ୍ ଜାୟ୍ଜାୟ୍ରି କଃଉଁଲାସ୍ ସେତିର୍ କାୟି କଃତା ହେଁ ମକ୍ ନଃଉଅ, ଇତାକ୍ ତୁମିମଃନ୍ ମର୍ ଗିନେ ମାପୁର୍ ତଃୟ୍ ପାର୍ତ୍ନା କଃରା ।"