5 ୮:୫ ଗଟ୍ମୁଳ୍ ଗଃଳ୍, କଃତିଗଟ୍ ହର୍ନା ଲେକାୟ୍ମଃନ୍ ଗଃଳ୍ ବଃଲି ଆଚେ ।ଆରେକ୍ ପିଲିପ୍ ସମିରଣକେ ଜାୟ୍ ବଃଡ୍ ବଃଡ୍ ଗଃଳାର୍ ଲକ୍ମଃନ୍କେ କ୍ରିସ୍ଟର୍ କଃତା ପର୍ଚାର୍ କଃରୁକେ ଦଃର୍ଲାୟ୍ । 6 ଆର୍ ଲକ୍ମଃନ୍ ପିଲିପାର୍ କଃତା ସୁଣି ଆର୍ ସେ କଃଲା କାବା ଅଃଉତା କାମ୍ ଦଃକି ଗଟେମଃନେ ତାର୍ କଃତାକ୍ ଦଃର୍ଲାୟ୍ । 7 କାୟିତାକ୍ବଃଲେକ୍ ବିଟାଳ୍ ଆତ୍ମାମଃନ୍ ଲକ୍ମଃନାର୍ ତଃୟ୍ହୁଣି କିର୍କିରି କଃରି ବାରାୟ୍ ଆସୁକ୍ ଦଃର୍ଲାୟ୍ ଆରେକ୍ ଗାଦେକ୍ ଏକ୍ଅଃଙ୍ଗି ଆର୍ ଚଟାମଃନ୍ ଉଜ୍ ଅଃଉଁକ୍ ଦଃର୍ଲାୟ୍ । 8 ସେତାକ୍ ସେ ଗଃଳେ ବଃଡେ ସଃର୍ଦା ଅୟ୍ଲି ।