9 ୩:୯ ଏପି ୪:୨୨.ଏକ୍ ଆରେକ୍ ମିଚ୍ କଃଉଆ ନାୟ୍; ତୁମିମଃନ୍ ତ ହର୍ନା ଚାଲ୍ଚାଲ୍ତି ଆର୍ 10 ୩:୧୦ ଏପି ୪:୨୪.ସେତିର୍ ସଃବୁ କାମ୍ ଚାଡିକଃରି ନଃଉଆଁ ଗୁଣ୍ ଦଃରି ଆଚାସ୍ ସେ ନଃଉଆଁ ଗୁଣ୍ ନିଜାର ଉବ୍ଜାଣ୍କାରି ରୁହ୍ ହଃର୍କାରେ ହୁର୍ନ୍ ଗିଆନ୍ ହାଉଁକେ ନଃଉଆଁ ଅୟି ଆଚାସ୍ । 11 ଇତାର୍ ଗିନେ ଅଜିଉଦି ଆର୍ ଜିଉଦି ସୁନତ୍ ଆର୍ ଅସୁନତ୍ ନିଜାର୍ ବଃର୍ନ୍, ବିନ୍ବଃର୍ନ୍, ଗତିଦଃଙ୍ଗ୍ଳା କି ହଃଦାସେ ରିଲାର୍ ଇ ଲକାର୍ ବିତ୍ରେ କେହେଁ ବିନ୍ ନାୟ୍, ମଃତର୍ କ୍ରିସ୍ଟ ସଃବୁ ତଃୟ୍ଁ ସଃବୁର୍, ଆରେକ୍ ସଃବ୍କାର୍ ତଃୟ୍ ବାସାକଃରୁଲା ।