ଟିକ୍ ଟାଣେ ହଚ୍ତା ହଃତେକ୍ ଦଃବୁଳ୍ତାର୍
12 ମୁୟ୍ଁ ଜେ ଅଃବେ ସେ ସଃବୁ ହାୟ୍ଆଚି କି ସିଦ୍ ଅୟି ଆଚି, ସେରି ନାୟ୍, ମଃତର୍ କ୍ରିସ୍ଟ ଜିସୁ ମକ୍ କୁଦି ରିଲାକେ ସେତାର୍ ଇନାମ୍ ହାଉଁକେ ଦଃବ୍ଳୁଲେ । 13 ଏ ବାୟ୍ମଃନ୍ ହଃଚାର୍ କଃତା ସଃବୁ ମଃନେହୁଣି ଦୁର୍ କଃରି ଆଗ୍ବାଟାର୍ ବିସୟ୍ମଃନ୍ ମଃନେ ଦଃରି କ୍ରିସ୍ଟ ଜିସୁର୍ତଃୟ୍ ଇସ୍ୱରାର୍ ସଃର୍ଗେ କୁଦ୍ଲାର୍ ହାଣ୍ ହାଉଁକ୍ ସଃରାସଃରି ହଃତେକ୍ ଦଃବ୍ଳୁଲେ 14 ମୁୟ୍ଁ ସଃଳ୍କେ ସଃନ୍ଦିଏ ହଚୁକେ ଦଃବ୍ଳୁଲେ ପୁରିସ୍କାର୍ ହାୟ୍ନ୍ଦ୍ ବଃଲି ଜୁୟ୍ତାର୍ ଗିନେ ମକେ ଇସ୍ୱର୍ ଜିସୁ କ୍ରିସ୍ଟର୍ ଦଃୟି ଜିବନେ କଃରି ଆଚେ ।
15 ତଃବେ, ଆସା, ଅଃମିମଃନ୍ ଜଃତିଲକ୍ ସିଦ୍, ଇହଃର୍କାର୍ ମଃନ୍ବାବ୍ ଦଃରୁଆଁ, ଆର୍ ଜଦି କାୟି ବିସୟେ ତୁମିମଃନାର୍ ମଃନ୍ବାବ୍ ବିନ୍ ରଃକମ୍ ରିଲେକ୍, ତଃବେ ଇରି ହେଁ ଇସ୍ୱର୍ ତୁମିମଃନାର୍ ତଃୟ୍ ଜାଣାୟ୍ଦ୍ ।