1 ଇସ୍ୱର୍ ହୁର୍ବ୍ କାଳେ ବିନ୍ବିନ୍ ବେଳାୟ୍ ଆର୍ ବିନ୍ବିନ୍ ରଃକମେ ବାବ୍ବାଦିମଃନାର୍ ଦଃୟି ଦାଦିବାବୁମଃନ୍କେ କଃତା କୟ୍, 2 ଇ ସେସ୍ କାଳେ ହୟ୍ସିର୍ ଦଃୟି ଅଃମିମଃନ୍କେ କଃତା କୟ୍ଆଚେ; ତାକେ ସେ ସଃବୁ ବିସୟାର୍ ଅଃଦିକାରି କଃରି ବାଚ୍ଲା, ତାର୍ ଦଃୟି ହେଁ ସଃବୁ ଜଃଗତାର୍ ଉବ୍ଜାୟ୍ଲା; 3 ସେ ତାର୍ ଜଃଜ୍ମାନାର୍ ଉଜାଳ୍ ଆର୍ ତାର୍ ଗ୍ୟାନାର୍ ମୁର୍ତି, ସେ ଅଃହ୍ଣାର୍ ସଃକାତ୍ ହୁର୍ନ୍ କଃତା ଦଃୟି ସଃବୁ ବିସୟ୍ ଦଃରେଦ୍, ଆରେକ୍ ହାହ୍ କେମା କଃଲା ହଃଚେ ସଃର୍ଗାର୍ ଇସ୍ୱରାର୍ କାତା କୁଚି ବାଟ୍ୟା ବଃସିଆଚେ ।
4 ସେ ଜୁୟି ଇସାବେ ସଃର୍ଗ୍ ଦୁତ୍ମଃନାର୍ ତଃୟ୍ହୁଣି ଅଃଦିକ୍ ବଃଡ୍ ନାଉଁଆର୍ ଅଃଦିକାରି ଅୟିଆଚେ, ସେ ଇସାବେ ସେ ସେମଃନାର୍ ତଃୟ୍ହୁଣି ଅଃଦିକ୍ ବଃଡ୍ ଅୟିଆଚେ । 5 କାୟିତାକ୍ବଃଲେକ୍ ଇସ୍ୱର୍ ଦୁତ୍ମଃନାର୍ ବିତ୍ରେ କାକେ କଃବେ ଇରି ନଃକୟ୍ଁ,
"ତୁୟ୍ ମର୍ ହଅ,
ଆଜି ମୁୟ୍ଁ ତକ୍ ଜଃଲମ୍ ଦଃୟି ଆଚି ।"
ଇସ୍ୱର୍ ହେଁ କୟ୍ଲା,
"ମୁୟ୍ଁ ତାର୍ ଉବାସି ଅୟ୍ନ୍ଦ୍,
ଆର୍ ସେ ମର୍ ହଅ ଅୟ୍ଦ୍ ।"
6 ଆରେକ୍ ଜୁୟି ବେଳାୟ୍ ସେ ହଃର୍ତୁ ଜଃଲମ୍ ଅୟ୍ଲା ହୟ୍ସିକ୍ ଆରେକ୍ ଗଟ୍ତର୍ ଜଃଗତ୍ ବିତ୍ରେ ହଃଟାୟ୍ଦ୍, ସେ ବେଳାକ୍ ଦଃକି ସେ କଃଉଁଲା,
"ଇସ୍ୱରାର୍ ସଃବୁ ଦୁତ୍ ତାକେ ଜୁଆର୍ କଃରତ୍ ।"
7 ଆର୍ ଇସ୍ୱର୍ ଦୁତ୍ମଃନାର୍ ବିସୟେ କଃଉଁଲା,
"ସେ ଅଃହ୍ଣାର୍ ଦୁତ୍ମଃନ୍କେ ବାଉ ହର୍ କଃରେଦ୍,
ଆରେକ୍ ଅଃହ୍ଣାର୍ ସେବା କଃରୁମଃନ୍କେ ଜୟ୍ଉଳା ହର୍ କଃରେଦ୍ ।"
8 ମଃତର୍ ବିନ୍ ବାଟ୍ ସେ ହୟ୍ସିର୍ ବିସୟେ କଃଉଁଲା, ଏ ଇସ୍ୱର୍,
"ତର୍ ରାଇଜ୍ ଜୁଗେଜୁଗେ ରେତାର୍,
ଆରେକ୍ ତୁୟ୍ ନ୍ୟାୟ୍ ସଃଙ୍ଗ୍ ତର୍ ଲକ୍ମଃନ୍କେ ସାସନ୍ କଃର୍ସି ।"
9 "ତୁୟ୍ ଦଃର୍ମ୍ କଃତାକ୍ ଲାଡ୍ କଃରୁଲିସ୍ ଆର୍ ଅଃଦଃର୍ମ୍ କଃତାର୍ ଗିଣ୍ କଃରୁଲିସ୍,
ସେତାକ୍ ଏ ଇସ୍ୱର୍, ତର୍ ଇସ୍ୱର୍ ତକେ ବାଚିଆଚେ,
ତର୍ ସଃଙ୍ଗୁଆଳି ମଃନାର୍ ତଃୟ୍ହୁଣି ତକ୍ ଅଃଦିକ୍ ସଃର୍ଦାର୍ ଜିତ୍ଚିକଣ୍ ଅବିସେକ୍ କଃରିଆଚେ ।"
10 ଆରେକ୍ କଃଉଁଲା,
"ଏ ମାପୁର୍, ତୁୟ୍ ଆରୁମେ ହୁର୍ତିବିର୍ କୁନାଦି ତିଆର୍ କଃରି ଆଚ୍ସି,
ଆରେକ୍ ଅଃଗାସ୍ ତର୍ ଆତେ କଃଲା କାମ୍ ।
11 ସେସଃବୁ ନାସ୍ ଅୟ୍ଦ୍, ମଃତର୍ ତୁୟ୍ ସଃବୁ ଦିନ୍ ରେସି;
ସେ ସଃବୁ ବଃସ୍ତର୍ ହର୍ ଚିରି ଅୟ୍ଦ୍,"
12 ଆରେକ୍ ତୁୟ୍ ହଃଚ୍ୟା ହର୍,
ହିଁ ବଃସ୍ତର୍ ହର୍ ସେ ସଃବୁ ଦୁଣା କଃର୍ସି,
ଆର୍ ସେସଃବୁ ବାଦ୍ଲେଦ୍ ।
ମଃତର୍ ତୁୟ୍ ସଃବୁବଃଳ୍ ସଃମାନ୍,
ଆରେକ୍ ତର୍ ବଃର୍ସ୍ମଃନ୍ ସେସ୍ ନୟେ ।
13 ଆର୍ ମୁୟ୍ଁ ଜଃବେ ହଃତେକ୍ ତର୍ ସଃତ୍ରୁମଃନ୍କେ ତର୍ ହାଦ୍ ତଃଳେ ନଃକେରି ଆଚି,
ସେ ହଃତେକ୍ ମର୍ କାତା ବାଟ୍ୟା ବଃସି ରେ,
ଇରି ସେ ଦୁତ୍ମଃନାର୍ ବିତ୍ରେ କାକେ କଃବେ ନଃକୟ୍ ।
14 ତଃବେ ସଃର୍ଗଦୁତ୍ ମଃନ୍ କେଏ ? ଇମଃନ୍ ଇସ୍ୱରାର୍ ସେବାକଃର୍ତା ଆତ୍ମା । ଆରେକ୍ ମୁକ୍ତିର୍ ଅଃଦିକାରି ଅଃଉତା ଲକାର୍ ସେବା କଃରୁକେ ଇସ୍ୱର୍ ହଃଟାୟ୍ଲା ଆତ୍ମାମଃନ୍ ।