5 ଆର୍ ହିଲାମଃନାର୍ ହର୍ ତୁମିମଃନାର୍ ଗିନେ ଲେକା ଅୟ୍ଲା ଇ ସଃର୍ଦାର୍ କଃତା ହାସ୍ରି ଆଚାସ୍,
"ଏ ମର୍ ହଅ, ମାପୁରାର୍ ସାସନ୍କେ ଉସାସେ ନେ ନାୟ୍,
କି ତାର୍ ତଃୟ୍ହୁଣି ଉଣା ସୁଣ୍ଲେକ୍ ତାକା ନାୟ୍ ।
6 କାୟିତାକ୍ବଃଲେକ୍ ମାପୁର୍ ଜାକେ ଲାଡ୍ କଃରେଦ୍, ତାକେ ସାସନ୍ କଃରେଦ୍,
ଆରେକ୍ ଜୁୟି ହିଲାକ୍ ନିଜାର୍ ବଃଲେଦ୍, ତାକେ ଡଃଣ୍ଡ୍ ଦଃୟ୍ଦ୍ ।"
7 ସାସନାର୍ ଗିନେ ତ ତୁମିମଃନ୍ ଦୁକ୍ ସଃମ୍ବାଳୁଲାସ୍; ଇସ୍ୱର୍ ତୁମିମଃନାର୍ ସଃଙ୍ଗ୍ ହଅ ହର୍ ବେବାର୍ କଃରୁଲା, କାୟିତାକ୍ବଃଲେକ୍ ଉବା ଜାକେ ସାସନ୍ ନଃକେରେ, ଇବାନ୍ୟା ହଅ କେଏ ଆଚେ ? 8 ମଃତର୍ ଜୁୟି ସାସନାର୍ ସଃବୁ ବାଗ୍ହାୟ୍ଲାର୍, ଜଦି ତୁମିମଃନ୍ ସେତିର୍ ବାଗି ନାୟ୍, ତଃବେ ତୁମିମଃନ୍ ହଅ ନାୟ୍, ବିନ୍ ଅଃଣ୍ଡ୍ରା ତଃୟ୍ହୁଣି ଜଃଲମ୍ ଅୟ୍ଲା ହିଲା । 9 ଆରେକ୍ ହେଁ, ଅଃମିମଃନାର୍ ସାସନ୍କାରି ଅଃମିମଃନାର୍ ଗଃଗାଳାର୍ ଉବାମଃନ୍କେ ଅଃମିମଃନ୍ ମାନ୍ତି କଃରୁଲୁ; ତଃବେ ଆତ୍ମିକ୍ ଉବାର୍ କଃତେକ୍ ଅଃଦିକ୍ କଃରି ତାର୍ ତଃଳେ ରଃୟ୍ ଜିବନ୍ ନଃହାଉଁ ?