ଜିସୁ ମୁଳ୍ ଜାଜକ୍
14 ତଃବେ ଅଃମି ଦଃର୍ମ ବିସ୍ୱାସ୍ କେଏ ମାନୁଲୁ ସେରି ଅଃଟୁଆ କଃରି ଦଃରିରିଆ; ତଃବେ ସଃର୍ଗେ ସଃବୁହାକ୍ ବୁଲିଆଚେ ଜେ ଇସ୍ୱରାର୍ ହୟିସି ଜିସୁ, ସେ ଅଃମିମଃନାର୍ ମୁଳ୍ ଜାଜକ୍ ଅୟ୍ଲାକ୍ ଆସା, ଅଃମିମଃନ୍ ଅଃମିମଃନାର୍ ବିସ୍ୱାସ୍ କଃତାକ୍ ଅଃଟୁଆ ବାବେ ଦଃରୁଆଁ । 15 କାୟିତାକ୍ବଃଲେକ୍ ଜେ ଅଃମିମଃନାର୍ ନିଗାଳ୍ତଃୟ୍ ଅଃମିମଃନ୍କେ ଦଃୟା ଦଃକାଉଁକ୍ ଜୟ୍ଗ୍, ଅଃମିମଃନାର୍ ଇବାନ୍ୟା ମୁଳ୍ ଜାଜକ୍ ନାୟ୍, ମଃତର୍ ସେ ହାହ୍ ନୟ୍ଲା ଲକ୍ ଅୟି ଅଃମିମଃନାର୍ ହର୍ ସଃବୁ ରଃକମେ ପରିକ୍ୟା କଃରାୟ୍ ଅୟ୍ଲା ।