16 ଗଟ୍ ଗଜାଲେକା କାମେ ଲାଗାଉଁକେ ଗଜା କଃଲାର୍ ଲକ୍ ମଃଲାର୍ ହଃର୍ମାଣ୍ ଦଃର୍କାର୍ । 17 ଜୁୟ୍ତାର୍ ଗିନେ ମଃଲେକ୍ ଗଜା ଅଃଦିକ୍ ମଲ୍ ଅୟ୍ଦ୍, ବଃଲେକ୍ ଗଃଜା କଃରିରିଲା ଲକ୍ ଜିବନ୍ ରେତା ହଃତେକ୍ ସେରି କଃବେ ହେଁ କାମେ ନଃଲାଗେ । 18 ଇତାର୍ ଗିନେ ହଃର୍ତୁର୍ ନିୟମ୍ ହେଁ ବଃନି ସଃଙ୍ଗ୍ ତିର୍ ଅୟ୍ରିଲି । 19 ହଃର୍ତୁ ମସା ଲକ୍ମଃନ୍କେ ବିଦିଏ ଲେକାଅୟ୍ଲା ଆଦେସ୍ ଲକ୍ମଃନ୍କେ ଜାଣାୟ୍ଲା । ହଃଚେ ହାଣି, ମେଣ୍ଡାରମ୍ ଆର୍ ଏସବ୍ ହଃତାର୍ ସଃଙ୍ଗ୍ ହସୁ ଆର୍ ଚେଳିର୍ ବଃନି ନଃୟ୍ ନିୟମ୍ ପୁସ୍ତକ୍ ଆର୍ ସଃବୁ ଲକ୍ମଃନାର୍ ଉହ୍ରେ ଚିଚ୍ଲା, 20 ଆର୍ ସେ କୟ୍ଲା "ଇସ୍ୱର୍ ତୁମିମଃନାର୍ ବିସୟେ ନିୟମ୍ କଃରିଆଚେ, ସେ ନିଅମାର୍ ବଃନି ଇରି ।"
Publicidade
Publicidade