2 ମଃତର୍ ଜେ ଦୁଆର୍ ବାଟ୍ ଅୟି ହୁରେଦ୍, ସେ ମେଣ୍ଡା ମଃନ୍ଦାର୍ ଗଃଉଳିଆ । 3 ଜାଗୁଆଳି ତାର୍ ଗିନେ ଦୁଆର୍ ଉଗାଳି ଦଃୟ୍ଦ୍, ଆର୍ ସେ ନିଜାର୍ ମେଣ୍ଡାମଃନ୍କେ ନାଉ ଦଃରି କୁଦ୍ଲେକ୍ ସେମଃନ୍ ତାର୍ କଃତା ସୁଣ୍ତି, ଆର୍ ସେ ମେଣ୍ଡାମଃନ୍କେ ହଃଦାୟି ବାଟ୍ କାଡାୟ୍ ନଃୟ୍ଦ୍ । 4 ମେଣ୍ଡାମଃନ୍କେ ହଃଦାୟି ଆଣ୍ତା ବଃଳ୍ ଆଗେ ଆଗେ ଗଃଉଳିଆ ଇଣ୍ଡେଦ୍ ଆର୍ ମେଣ୍ଡାମଃନ୍ ତାର୍ ହଃଚେ ହଃଚେ ଇଣ୍ଡ୍ତି, କାୟିତାକ୍ବଃଲେକ୍ ସେମଃନ୍ ତାର୍ କୁଦ୍ତାର୍ ଚିନ୍ତି ।