ଜିସୁ ଚେଲା ମଃନାର୍ ହାଦ୍ ଦୟ୍ଲା
1 ମୁକ୍ଳାଉଁଣି ହଃର୍ବ୍ ଅଃଉତା ଆଗ୍ତୁ ଜିସୁ ଇ ଜଃଗତେ ହୁଣି ଉବାସିର୍ ହାକ୍ ତାର୍ ଜାତା ବେଳା ହଚିଆଚେ ବଃଲି ଜାଣି ଜଃଗତେ ରିଲା ନିଜାର୍ ଜୁୟି ଲକ୍ମଃନ୍କେ ସେ ଲାଡ୍ କଃରି ଆସ୍ତି ରିଲା, ସେମଃନ୍କେ ତାର୍ ଜିବନାର୍ ସଃରାସଃରି ଲାଡ୍ କଃଲା ।
2 ଆରେକ୍ ରାତି ବଜି ବଃଳ୍ ଜଃଡେବଃଳ୍ ସିମନାର୍ ହୟିସି ଇସ୍କାରିଅତ୍ ଜିଉଦାର୍ ମଃନ୍ ବିତ୍ରେ ଜିସୁକେ ସଃତ୍ରୁ ଆତେ ଦଃରାୟ୍ ଦେଉଁକ୍ ସୟ୍ତାନ୍ ଉସ୍କାୟ୍ ରିଲି, 3 ସଃଡେବଃଳ୍ ଉବା ଜେ ତାର୍ ଆତେ ସଃବୁ ଅଃଦିକାର୍ ସଃହ୍ରି ଦଃୟି ଆଚେ ଆର୍ ସେ ଜେ ଇସ୍ୱରାର୍ ଲଃଗେହୁଣି ଆସି ଆଚେ, ଆରେକ୍ ଇସ୍ୱରାର୍ ହାକ୍ ବାଉଳି ଜାୟ୍ଦ୍ । 4 ତଃବେ ଜିସୁ କାତା ବାଟାୟ୍ ହୁଣି ଉଟି ନିଜାର୍ ଉହ୍ରେ ହିନ୍ଦିରିଲା ବଃସ୍ତର୍ କାଡି ଦଃୟି ଗଟେକ୍ ତୁଆଲ୍ ସଃଙ୍ଗ୍ ନିଜାର୍ ଅଃଟାୟି ବାନ୍ଦ୍ଲା, 5 ତାର୍ହଃଚେ ଜିସୁ ତାବ୍ଲାୟ୍ ହାଣି ଡାଳ୍ଲା, ଆରେକ୍ ଚେଲାମଃନାର୍ ହାଦ୍ ଦଃୟି ଦଃୟି ନିଜାର୍ ଅଃଟାୟି ବାନ୍ଦି ରିଲା ତୁଆଲ୍ ସଃଙ୍ଗ୍ ହୁଚୁକ୍ ଦଃର୍ଲା । 6 ଜଃଡେବଃଳ୍ ଜିସୁ ସିମନ୍ ପିତର୍ ହାକ୍ ଆୟ୍ଲା; ପିତର୍ ତାକ୍ କୟ୍ଲା, "ମାପୁର୍ ତୁୟ୍ କାୟି କଃରୁକ୍ ମର୍ ଗଡ୍ ଦଃୟି ଦେଉଁଲିସ୍ ?"
7 ଜିସୁ ତାକ୍ ଉତୁର୍ ଦିଲା, "ମୁୟ୍ ଜାୟ୍ରି କଃରୁଲେ ସେରି ତୁମି ଅଃବେ ନଃଜାଣୁଲାସ୍, ମଃତର୍ ହଃଚେ ବୁଜାସ୍ ।"
8 ପିତର୍ ମଃନାକଃରି ଜିସୁକେ କୟ୍ଲା, "ତୁୟ୍ କଃବେ ହେଁ ମର୍ ଗଡ୍ ଦଃୟି ଦେନାୟ୍ ।"
ଜିସୁ ତାକ୍ କୟ୍ଲା, "ଜଦି ମୁୟ୍ ତର୍ ହାଦ୍ ଦଃୟି ନଃଦେୟ୍ଁ, ତଃବେ ତୁୟ୍ ମର୍ ଚେଲା ଅଃଉଁ ନାହାର୍ସି ।"
9 ସିମନ୍ ପିତର୍ ଜିସୁକେ କୟ୍ଲା, "ମାପୁର୍, ତଃନ୍ଅଲେ ମର୍ ହାଦ୍ ନାୟ୍, ମଃତର୍ ମର୍ ଆତ୍ ଆର୍ ମୁଣ୍ଡ୍ ହେଁ ଦଃୟି ଦେ ।"
10 ଜିସୁ ତାକ୍ କୟ୍ଲା, "ଜେ ଗଃଦାୟ୍ ଆଚେ ତାର୍ ଗଡ୍ ଦଃଉତା ଦଃର୍କାର୍ ଆର୍ କାୟିରି କଃରୁକେ ଲଳା ନାୟ୍, ସେ ଲକ୍ ସଃତ୍କଃରି ନିର୍ମୁଳ୍, ତୁମିମଃନ୍ ସଃବୁ ଲକ୍ ନିର୍ମୁଳ୍ ଆଚାସ୍, ମଃତର୍ ଏକ୍ଲା ନାୟ୍ ।" 11 କାୟିତାକ୍ବଃଲେକ୍ ଜେ ତାକ୍ ସଃତ୍ରୁ ଆତେ ସଃହ୍ରି ଦଃୟ୍ଦ୍ ସେ ତାକ୍ ଜାଣିରିଲା; ସେତାର୍ଗିନେ ସେ କୟ୍ଲା, "ଏକ୍ଲାକେ ଚାଡି ତୁମିମଃନ୍ ସଃବୁଲକ୍ ନିର୍ମୁଳ୍ ଅୟି ଆଚାସ୍ ।"
12 ୧୩:୧୨ ଲୁକ ୨୨:୨୭. ତାର୍ହଃଚେ ଜିସୁ ଚେଲାମଃନାର୍ ହାଦ୍ ଦୟ୍ଦଃୟ୍ ଅଃହ୍ଣାର୍ ବଃସ୍ତର୍ ହିନ୍ଦି ଅଃହ୍ଣାର୍ ଜଃଗାୟ୍ ବଃସ୍ଲା ହଃଚେ ସେ ସେମଃନ୍କେ ହଃଚାର୍ଲା, "ମୁୟ୍ ତୁମାର୍ ଗିନେ କାୟିରି କଃରି ଆଚି, ସେରି କାୟି ତୁମିମଃନ୍ ବୁଜୁ ହାର୍ଲାସ୍ ? 13 ତୁମିମଃନ୍ ମକ୍ ଗୁରୁ ଆର୍ ମାପୁର୍ ବଃଲି କଃଉଁଲାସ୍, ଇରି ଟିକ୍ କଃତା, ବଃଲେକ୍ ମୁୟ୍ ତ ସେ । 14 ତଃବେ ତୁମାର୍ ଗୁରୁ ଆର୍ ମାପୁର୍ ଅୟି ମୁୟ୍ ଜଦି ତୁମାର୍ ହାଦ୍ ଦୟ୍ଦିଲେ ଆଚି, ତଃବେ ତୁମିମଃନ୍ ହେଁ ସେବାନ୍ୟା ତୁମାର୍ ବିତ୍ରେ ହେଁ ବାୟ୍ଦ୍ରେ ଦଃଉଆଦଇ ଅଃଉଆ । 15 ତୁମିମଃନ୍କେ ମୁୟ୍ ଜଃନ୍କାର୍ କଃରିଆଚି, ତୁମିମଃନ୍ ହେଁ ଜେ ସେରଃକମ୍ କଃରା ଇତାର୍ ଗିନେ ମୁୟ୍ ତୁମିମଃନ୍କେ ଗଟେକ୍ ନିକ କାମ୍ କଃରି ଦଃକାୟ୍ ଆଚି । 16 ୧୩:୧୬ ମାତି ୧୦:୨୪; ଲୁକ ୬:୪୦; ଜହ ୧୫:୨୦.ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଗଟେକ୍ ଗତିଦଃଙ୍ଗ୍ଳା ଅଃହ୍ଣାର୍ ସାଉକାର୍ ତଃୟ୍ହୁଣି ବଃଡ୍ ନାୟ୍, କି ଗଟେକ୍ କବୁର୍କାରିଆ ଅଃହ୍ଣାର୍ କବୁର୍ହଃଟାଉ ତଃୟ୍ହୁଣି ବଃଡ୍ ନାୟ୍ । 17 ଜଦି ତୁମିମଃନ୍ ଇ ସଃବୁ ଜାଣାସ୍, ତଃବେ ସେବାନ୍ୟା କଃଲେକ୍ ତୁମିମଃନାର୍ ବାୟ୍ଗ୍ ।