16 ଆରେକ୍ ମୁୟ୍ ଉବାକ୍ ଗଃଉଆରି କଃରିନ୍ଦ୍ ଆର୍ ତୁମାର୍ ସଃଙ୍ଗ୍ ସଃବୁ ଦିନ୍ ରେଉଁକେ ସେ ତୁମିକେ ଆରେକ୍ ଗଟ୍ ଉହ୍କାର୍ କାରିକେ ହଃଟାୟ୍ଦ୍ । 17 ବଃଲେକ୍ ସେ ସଃତ୍ ଆତ୍ମା ଦଃୟ୍ଦ୍ । ଜଃଗତ୍ ତାକ୍ ଦଃରୁକ୍ ନାହାରେ, ବଃଲେକ୍ ଜଃଗତ୍ ତାକ୍ ନଃଦେକେ କି ନଃଜାଣେ; ମଃତର୍ ତୁମିମଃନ୍ ତାକ୍ ଜାଣିଆଚାସ୍, ବଃଲେକ୍ ସେ ତୁମିମଃନାର୍ ସଃଙ୍ଗ୍ ରଃୟ୍ଦ୍, ଆରେକ୍ ସେ ତୁମାର୍ ମଃନ୍ ବିତ୍ରେ ରଃୟ୍ଦ୍ ।
18 "ମୁୟ୍ ଗଃଲା ହଃଚେ, ତୁମିମଃନ୍କେ ଟୁରାହିଲା କଃରି ଚାଡି ନଃଜାୟ୍ଁ, ମୁୟ୍ ତୁମାର୍ ହାକ୍ ବାଉଳି ଆସିନ୍ଦ୍ ।