16 ଆରେକ୍ ମୁୟ୍ ଉବାକ୍ ଗଃଉଆରି କଃରିନ୍ଦ୍ ଆର୍ ତୁମାର୍ ସଃଙ୍ଗ୍ ସଃବୁ ଦିନ୍ ରେଉଁକେ ସେ ତୁମିକେ ଆରେକ୍ ଗଟ୍ ଉହ୍କାର୍ କାରିକେ ହଃଟାୟ୍ଦ୍ । 17 ବଃଲେକ୍ ସେ ସଃତ୍ ଆତ୍ମା ଦଃୟ୍ଦ୍ । ଜଃଗତ୍ ତାକ୍ ଦଃରୁକ୍ ନାହାରେ, ବଃଲେକ୍ ଜଃଗତ୍ ତାକ୍ ନଃଦେକେ କି ନଃଜାଣେ; ମଃତର୍ ତୁମିମଃନ୍ ତାକ୍ ଜାଣିଆଚାସ୍, ବଃଲେକ୍ ସେ ତୁମିମଃନାର୍ ସଃଙ୍ଗ୍ ରଃୟ୍ଦ୍, ଆରେକ୍ ସେ ତୁମାର୍ ମଃନ୍ ବିତ୍ରେ ରଃୟ୍ଦ୍ ।
18 "ମୁୟ୍ ଗଃଲା ହଃଚେ, ତୁମିମଃନ୍କେ ଟୁରାହିଲା କଃରି ଚାଡି ନଃଜାୟ୍ଁ, ମୁୟ୍ ତୁମାର୍ ହାକ୍ ବାଉଳି ଆସିନ୍ଦ୍ । 19 ଅଃଳକ୍ ମଃତର୍ ବେଳ୍ ଆଚେ, ଜଃଗତ୍ ମକ୍ ଆରେକ୍ ଦଃକୁ ନାହାରେ; ମଃତର୍ ତୁମିମଃନ୍ ମକ୍ ଦଃକାସ୍, ବଃଲେକ୍ ମୁୟ୍ ଜିବନ୍, ଆର୍ ତୁମିମଃନ୍ ହେଁ ଜିବନ୍ ରିଆସ୍ । 20 ମୁୟ୍ ଜେ ମର୍ ଉବାର୍ ତଃୟ୍, ଆରେକ୍ ତୁମିମଃନ୍ ମର୍ତଃୟ୍ ଆର୍ ମୁୟ୍ ତୁମାର୍ ତଃୟ୍ ଆଚି । ଇରି ସେଦିନ୍ ଆୟ୍ଲେକ୍, ତୁମିମଃନ୍ ଜାଣାସ୍ ।"
21 "ଜେ ମର୍ ଆଦେସ୍ ସଃବୁ ହାୟ୍ଁ କଃରି ମାନେଦ୍ ସେ ତ ମକ୍ ଲାଡ୍ କଃରେଦ୍ ଆରେକ୍ ଜେ ମକ୍ ଲାଡ୍ କଃରେଦ୍, ମର୍ ଉବା ତାକ୍ ଲାଡ୍ କଃରେଦ୍, ଆର୍ ମୁୟ୍ ତାକ୍ ଲାଡ୍ କଃରିନ୍ଦ୍ ଆର୍ ତାର୍ ତଃୟ୍ ମୁୟ୍ ନିଜେ ଦଃକାୟ୍ ଅୟ୍ନ୍ଦ୍ ।"
22 ଜିଉଦା, ଜେ ଇସ୍କାରିଅତ୍ ଜିଉଦା ନାୟ୍, ସେ ଜିସୁକେ କୟ୍ଲା, "ଏ ମାପୁର୍, ଇରି କଃନ୍କଃରି ଅୟ୍ଦ୍ ? ତୁୟ୍ ଜଃଗତ୍କେ ନିଜ୍କେ ନଃଦେକାୟ୍, ଅଃମାର୍ ତଃୟ୍ କଃନ୍କଃରି ଅଃହ୍ଣାକ୍ ଜାଣାଉଁସି ?"
23 ଜିସୁ ତାକ୍ କୟ୍ଲା, "ଜଦି କେଏ ମକ୍ ଲାଡ୍ କଃରେଦ୍, ତଃନ୍ଅୟ୍ଲେକ୍ ସେ ମର୍ କଃତା ମାନେଦ୍, ଆରେକ୍ ମର୍ ଉବା ତାକ୍ ଲାଡ୍ କଃରେଦ୍, ଆରେକ୍ ଉବା ଆର୍ ମୁୟ୍ ଆସି ତାର୍ତଃୟ୍ ବାସା କଃରୁନ୍ଦ୍ । 24 ଜେ ମକ୍ ଲାଡ୍ ନଃକେରେ, ସେ ମର୍ ବଃଚନ୍ ନଃମାନେ । ଆର୍ ଜୁୟି କଃତା ତୁମିମଃନ୍ ସୁଣୁଲାସ୍, ସେରି ମର୍ ନିଜାର୍ ନାୟ୍, ମଃତର୍ ମକେ ଜେ ହଃଟାୟ୍ ଆଚେ ସେ ଉବାର୍ ।"
25 ମୁୟ୍ ତୁମାର୍ ସଃଙ୍ଗ୍ ରେଉଁ ରେଉଁ ତୁମିମଃନ୍କେ ଇ ସଃବୁ କଃତା କଃଉଁଲେ । 26 ମଃତର୍ ସେ ଉହ୍କାର୍କାରି, ବଃଲେକ୍ ଜୁୟି ପବିତ୍ର ଆତ୍ମାକେ ଉବା ମର୍ ନାଉଁଏ ହଃଟାୟ୍ଦ୍, ସେ ତୁମିମଃନ୍କେ ସଃବୁ ବିସୟେ ସିକ୍ୟା ଦଃୟ୍ଦ୍ ଆର୍ ମୁୟ୍ ତୁମିମଃନ୍କେ ଜାୟ୍ ଜାୟ୍ରି କୟ୍ ଆଚି, ସେରିସଃବୁ ତୁମିମଃନ୍କେ ଏତୁ କଃରାୟ୍ ଦଃୟ୍ଦ୍ ।