1 "ସଃର୍ଗ୍ ରାଇଜ୍ ଇବାନ୍ୟା ଗଟେକ୍ ସାଉକାର୍ ହର୍, ସଃକାଳ୍ ଅୟ୍ଲା ଦାହ୍ରେ ତାର୍ ଅଙ୍ଗୁର୍ ବାଳେ ବୁତି ଲାଗାଉଁକେ ଲକ୍ମଃନ୍କେ ଲଳୁକ୍ ବାରାୟ୍ ଗଃଲା । 2 ସେ ବୁତିକଃରୁ ଲକ୍ମଃନ୍କେ ଦିନେକେ ଗଟେକ୍ ରୁହା ଟଃକା ବୁତି ଦେଉଁକେ ଚିଡାୟ୍କଃରି ଅଙ୍ଗୁର୍ ବାଳେ ହଃଟାୟ୍ଲା । 3 ଆରେକ୍ ନଅଃ ଗଃଟା ବେଳାୟ୍ ସେ ବାରାୟ୍ ଗଃଲା ଆର୍ ବଃଜାରେ ବିନ୍ ଲକ୍ମଃନ୍ ହାୟ୍ଟି ନୟ୍ଲାକ୍ ଅଃଳ୍ସିଆ ଅୟି ଟିଆ ଅୟ୍ରିଲାର୍ ଦଃକ୍ଲା ଆର୍ ସେମଃନ୍କେ କୟ୍ଲା, 4 ‘ତୁମିମଃନ୍ ହେଁ ମର୍ ଅଙ୍ଗୁର୍ ବାଳେ ଜାହା, ଆର୍ ତୁମିକେ ଜାୟ୍ରି ଦେତାର୍ ଟିକ୍ ସଃତେକ୍ ତୁମିକେ ଦଃୟ୍ନ୍ଦ୍ ।’ 5 ଆର୍ ସେମଃନ୍ ଗଃଲାୟି । ତାର୍ହଃଚେ ସେ ବାର ଗଃଟା ଆର୍ ତିନିଗଃଟା ବେଳାୟ୍ ବାରାୟ୍ ଗଃଲା ଆର୍ ସେହର୍ ଲକ୍ମଃନ୍କେ ଅଙ୍ଗୁର୍ ବାଳେ ହଃଟାୟ୍ଲା । 6 ଆରେକ୍ ହାଁଚ୍ ଗଃଟା ବେଳାୟ୍ ବାରାୟ୍ ଗଃଲା ଆର୍ କଃତି ଲକ୍କେ ଅଃଳ୍ସିଆ ଅୟି ଟିଆ ଅୟ୍ରିଲାର୍ ଦଃକି ହଃଚାର୍ଲା, ‘ତୁମିମଃନ୍ କାୟିତାକ୍ ହାୟ୍ଟି ନଃକେରି ବେଳ୍ ବୁଡାଉଁଲାସ୍ ?’ 7 ସେମଃନ୍ ତାକ୍ କୟ୍ଲାୟ୍, ‘ବଃଲେକ୍ ଅଃମିକ୍ କେଏ ବୁତି ନଃଲାଗାଉତି ।’"
ସେ ସେମଃନ୍କେ କୟ୍ଲା, "ତୁମିମଃନ୍ ହେଁ ମର୍ ଅଙ୍ଗୁର୍ ବାଳେ ଜାହା ।"
8 "ହଃଚେ ବେଳ୍ ବୁଡ୍ତା ବଃଳ୍ ଅଙ୍ଗୁର୍ ବାଳାର୍ ସାଉକାର୍ ତାର୍ ଗୁମୁସ୍ତାକ୍ କୟ୍ଲା, ‘ବୁତି କଃଲା ଲକ୍ମଃନ୍କେ କୁଦି ହଃଚେ ଆୟ୍ଲା ଲକ୍ମଃନ୍ ତଃୟ୍ହୁଣି ଆରୁମ୍ କଃରି ହଃର୍ତୁର୍ ଲକ୍ମଃନ୍କେ ବୁତି ଡାବୁ ଦେସ୍ ।’ 9 ଜୁୟି ଲକ୍ମଃନ୍ ହାଁଚ୍ ଗଃଟା ବଃଳ୍ ଆସି ବୁତି କଃରି ରିଲାୟ୍, ସେମଃନ୍ ଗଟେକ୍ ଲେକା ରୁହା ଟଃକା ବୁତି ଡାବୁ ହାୟ୍ଲାୟ୍ । 10 ଆରେକ୍ ହଃର୍ତୁମ୍ହୁଣି ବୁତି କଃଲା ଲକ୍ ଅଃଦିକ୍ ହାଉନ୍ଦ୍ ବଃଲି ମଃନେ ବାବ୍ତି ରିଲାୟ୍, ମଃତର୍ ସେମଃନ୍ ହେଁ ଗଟେକ୍ ଲେକା ରୁହା ଟଃକା ହାୟ୍ଲାୟ୍ । 11 ମଃତର୍ ସେରି ହାୟ୍ଁ ସାଉକାର୍କେ ରିସା ଅୟି ଉଳୁକ୍ ଦଃର୍ଲାୟ୍ ଆର୍ କୟ୍ଲାୟ୍, 12 ‘ଇ ହଃଚାର୍ ଲକ୍ମଃନ୍ ଗଟେକ୍ ଗଃଟା ମଃତର୍ ହାୟ୍ଟି କଃଲାୟି, ଆରେକ୍ ଅଃମିମଃନ୍ ଦିନ୍ ସଃରା କଃରାୟ୍ ହାୟ୍ଟି କଃଲୁ, ମଃତର୍ ତୁୟ୍ ସେମଃନ୍କେ ଅଃମାର୍ ସଃମାନ୍ କଃଲିସ୍ ।’"
13 "ମଃତର୍ ସେମଃନାର୍ ବିତ୍ରେ ଗଟେକ୍ ଲକ୍କେ ସାଉକାର୍ କୟ୍ଲା, ‘ବାୟ୍, ତକେ ମୁଁୟ୍ ଅଃନ୍ୟାୟ୍ ନଃକେରି, ତୁୟ୍ କାୟି ମର୍ ସଃଙ୍ଗ୍ ଗଟେକ୍ ଲେକା ରୁହା ଟଃକାର୍ ଗିନେ ରାଜି ଅୟ୍ନଃରିଲିସ୍ ? 14 ଜାୟ୍ରି ହାୟ୍ଁ ଆଚ୍ସି, ସେରି ଦଃରି ବାରାୟ୍ ଜାଆ, ମଃତର୍ ଇ ହଃଚାର୍ ଗଟ୍ ଗଃଟା ହାୟ୍ଟି କଃଲା ଲକ୍କେ ହେଁ ତର୍ ହର୍ ଦେଉଁକେ ମର୍ ମଃନ୍ । 15 ଅଃହ୍ଣାର୍ ଦଃନ୍କେ ନିଜାର୍ ମଃନ୍ ଇଚାୟ୍ ଦେଉଁକେ କାୟି ମର୍ ଅଃଦିକାର୍ ନାୟ୍ ? କି ମୁଁୟ୍ ସଃତ୍ କାମ୍ କଃଲାକ୍ ଡାରା ଅଃଉଁଲାସ୍ ?’"
16 "ସେରଃକମ୍ ହଃଚେ ରିଲା ଲକ୍ ହଃର୍ତୁ ଅଃଉତି ଆର୍ ହଃର୍ତୁ ରିଲା ଲକ୍ ହଃଚେ ଅଃଉତି ।"
17 ଜିସୁ ଜିରୁସାଲମ୍ ଜଃଉଁକେ ବାରାଉତା ବଃଳ୍ ବାର ଗଟ୍ ଚେଲାମଃନ୍କେ ଅଃଲ୍ଗା କଃରି ବାଟେ ସେମଃନ୍କେ କୟ୍ଲା, 18 "ଦଃକା, ଅଃମିମଃନ୍ ଜିରୁସାଲମେ ଜଃଉଁଲୁ, ବଃଡ୍ ଜାଜକ୍ ଆର୍ ଦଃର୍ମ୍ଗୁରୁ ଆତେ ନଃରାର୍ ହୟିସି ସଃହ୍ରି ଅୟ୍ଦ୍ । ଆର୍ ସେମଃନ୍ ତାକ୍ ମଃର୍ନ୍ ଡଃଣ୍ଡାର୍ ଦସି କଃର୍ତି । 19 ଆର୍ ଟାହ୍ରା କଃରୁକେ, ସାଟ୍ଣି ମାରୁକ୍ ଆର୍ କ୍ରୁସ୍ ଉହ୍ରେ ଅଃତ୍ୟା କଃରୁକେ ଅଜିଉଦି ଲକ୍ମଃନାର୍ ଆତେ ସଃହ୍ରି ଦେତି; ଆର୍ ତିନିଦିନାର୍ ହଃଚେ ସେ ଉଟେଦ୍ ।"
20 ସଃଡେବଃଳ୍ ଜେବଦିର୍ ଡକୁର୍ସି ଅଃହ୍ଣାର୍ ହୟ୍ସିମଃନ୍କେ ଦଃରି ଜିସୁର୍ ଚଃମେ ଆୟ୍ଲି ଆର୍ ଜୁଆର୍ କଃରି ଦଃୟା କଃରୁକେ କୟ୍ଲି ।
21 ଜିସୁ ତାକ୍ ହଃଚାର୍ଲା, "ତୁୟ୍ କାୟିରି ମଃନ୍ କଃରୁଲିସ୍ ?"
ସେ ଜିସୁକେ କୟ୍ଲି, "ତୁୟ୍ ଅଃହ୍ଣାର୍ ରାଇଜେ ରଃଜା ଅୟି ଆୟ୍ଲେକ୍, ମର୍ ଇ ଜଳେକ୍ ହଅର୍ ବିତ୍ରେ ଗଟେକ୍ ତର୍ କାତା ବାଟ୍ୟା ଆରେକ୍ ଗଟେକ୍ ତର୍ ଡେବ୍ରି ବାଟ୍ୟା ବଃସୁକେ ଅଃଦିକାର୍ ଦେ ।"
22 ମଃତର୍ ଜିସୁ ଜେବଦିର୍ ଜୁଳେକ୍ ହୟ୍ସିକ୍ କୟ୍ଲା, "ତୁମି କାୟିରି ମାଗୁଲାସ୍ ସେରି ଜାଣୁ ନଃହାରୁଲାସ୍ । ମୁଁୟ୍ ଜୁୟି ଦୁକାର୍ କପାୟ୍ ସୁରୁକ୍ ଜଃଉଁଲେ, ସେତି କାୟି ତୁମି ସୁରୁକ୍ ହାରାସ୍ ?"
ସେମଃନ୍ ତାକ୍ କୟ୍ଲାୟ୍, "ହାରୁନ୍ଦ୍ ।"
23 ଜିସୁ ସେମଃନ୍କେ କୟ୍ଲା, "ତୁମିମଃନ୍ ମର୍ ଦୁକାର୍ କପାୟ୍ ସୁରୁକ୍ ହାରାସ୍ ସଃତ୍, ମଃତର୍ ମର୍ କାତା ବାଟ୍ୟା ଆର୍ ଡେବ୍ରି ବାଟ୍ୟା କାକେ ବଃସୁକେ ଦେତାର୍ ମର୍ ଅଃଦିକାର୍ ନାୟ୍ । ମଃତର୍ ଜୁୟି ଲକ୍ମଃନାର୍ ଗିନେ ମର୍ ଉବା ଟାଣ୍ ବାଚି ଆଚେ, ସେମଃନ୍ ହଃକା ବଃସ୍ତି ।"
24 ଜଃଡେବଃଳ୍ ବିନ୍ ଦଃସ୍ଗଟ୍ ଚେଲା ଇରି ସୁଣି ସେ ଦୁୟ୍ ବାୟ୍ର୍ ଉହ୍ରେ ରିସା ଅୟ୍ଲାୟ୍ । 25 ମଃତର୍ ଜିସୁ ସେମଃନ୍କେ ତାର୍ ଚଃମେ କୁଦି କୟ୍ଲା, "ଇ ଅଜିଉଦି ଲକ୍ମଃନାର୍ ରଃଜାମଃନ୍ ବିନ୍ ଲକ୍ମଃନାର୍ ଉହ୍ରେ ରାଜ୍ କଃର୍ତି ଆର୍ ବଃଡ୍ ବଃଡ୍ ଲକ୍ମଃନ୍ ସେମଃନାର୍ ଉହ୍ରେ ଅଃଦିକାର୍ ଦଃକାଉତି, ଇରି ତୁମି ଜାଣାସ୍ । 26 ତୁମାର୍ ବିତ୍ରେ ସେନ୍କାର୍ ନାୟ୍, ମଃତର୍ ତୁମାର୍ ବିତ୍ରେ ଜେ ବଃଡ୍ ଅଃଉଁକେ ମଃନ୍ କଃରେଦ୍, ସେ ବିନ୍ ଲକାର୍ ସେବାକାରି ହର୍ ଅଃଉଅ । 27 ଆରେକ୍ ଆର୍ ତୁମାର୍ ବିତ୍ରେ ଜେ ସଃବ୍କେ ବଃଡ୍ ଅଃଉଁକେ ମଃନ୍ କଃରେଦ୍, ତଃବେ ସେ ଗତିଦଃଙ୍ଗ୍ଳା ହର୍ ସଃବ୍କାର୍ ସେବା କଃର । 28 ଜଃନ୍କଃରି ନଃରାର୍ ହୟିସି ହେଁ ସେବା ହାଉଁକ୍ ନାସେ, ମଃତର୍ ସେବା କଃରୁକେ ଆର୍ ଗାଦେକ୍ ଲକାର୍ ଗିନେ ମୁକ୍ଳାଉତା ମଲ୍ ହର୍ ଅଃହ୍ଣାର୍ ଜିବନ୍ ଦେଉଁକେ ଆସି ଆଚେ ।"
29 ଜିସୁ ଆର୍ ତାର୍ ଚେଲାମଃନ୍ ଜିରିହ ଗଃଳେହୁଣି ବାରାୟ୍ ଗଃଲା ବଃଳ୍, ଗାଦେକ୍ ଲକ୍ମଃନ୍ ତାର୍ ହଃଚେ ହଃଚେ ଗଃଲାୟି । 30 ଆର୍ ବାଟ୍ ଲଃଗେ ବଃସିରିଲା ଜଳେକ୍ କାଣା ଜିସୁ ସେବାଟ୍ ଅୟି ଜଃଉଁଲା ବଃଲି ସୁଣ୍ଲାୟ୍ ଆର୍ ଉଲ୍ଗାଟ୍ ଅୟି କୟ୍ଲାୟ୍, "ଏ ମାପୁର୍, ଦାଉଦାର୍ ହୟିସି, ଅଃମିକ୍ ଦଃୟା କଃର୍ ।"
31 ମଃତର୍ ଲକ୍ମଃନ୍ ସେମଃନ୍କେ ତୁନ୍ହାଳୁକେ ଦଃକା ଦିଲାୟ୍, ମଃତର୍ ସେମଃନ୍ ଆରେକ୍ ଉଲ୍ଗାଟ୍ ଅୟି କୟ୍ଲାୟ୍, "ଏ ମାପୁର୍, ଦାଉଦାର୍ ହୟିସି, ଅଃମିକ୍ ଦଃୟା କଃର୍ ।"
32 ତାର୍ହଃଚେ ଜିସୁ ଟିଆ ଅୟି ସେମଃନ୍କେ କୁଦି ହଃଚାର୍ଲା, "ମୁଁୟ୍ ତୁମାର୍ ଗିନେ କାୟିରି କଃରିନ୍ଦ୍ ବଃଲି ତୁମି ମଃନ୍ କଃରୁଲାସ୍ ?"
33 ସେମଃନ୍ ତାକ୍ କୟ୍ଲାୟ୍, "ଏ ମାପୁର୍, ଜଃନ୍କଃରି ଅଃମାର୍ ଆକି ଉଗାଳି ଅଃଉଅ ଆର୍ ଅଃମି ଦଃକୁ ହାରୁନ୍ଦ୍ ।"
34 ଆର୍ ଜିସୁ ଦଃୟା କଃରୁକେ ମଃନ୍ କଃଲା, ଆର୍ ସେମଃନାର୍ ଆକି ଚୁୟ୍ଲା, ତଃବେ ସେଦାହ୍ରେ ସେମଃନ୍ ଦଃକୁକେ ହାର୍ଲାୟ୍ ଆର୍ ଜିସୁର୍ ହଃଚେ ହଃଚେ ଇଣ୍ଡୁକ୍ ଦଃର୍ଲାୟ୍ ।