1 ଜିସୁ ସେଦିନ୍ ଗଃରେହୁଣି ବାରାୟ୍ ଜାୟ୍ ସଃମଃନ୍ଦ୍ କଃଣ୍ଡାୟ୍ ଗଃଲା ଆର୍ ସେତି ସିକ୍ୟା ଦେଉଁକେ ବଃସ୍ଲା । 2 ସେତାକ୍ ତାର୍ ଚଃମେ ଗାଦେକ୍ ଲକ୍ ଆସି ରୁଣ୍ଡ୍ଲାକ୍, ସେ ଜାୟ୍ ଗଟେକ୍ ଡଙ୍ଗାୟ୍ ବଃସ୍ଲା, ଆର୍ ଲକ୍ମଃନ୍ କଃଣ୍ଡାୟ୍ ଟିଆଅୟ୍ ତାର୍ ସିକ୍ୟା ସୁଣ୍ଲାୟ୍ । 3 ତାର୍ହଃଚେ ସେ କଃତେକ୍ କଃତାମଃନ୍ କୟ୍ ସେମଃନ୍କେ କଃଉଁକେ ଦଃର୍ଲା, "ଦଃକା, ବୁଣ୍ତା ଗଟେକ୍ ମାନାୟ୍ ବିଆନ୍ ବୁଣୁକ୍ ବାରାୟ୍ଲା । 4 ବିଆନ୍ ବୁଣୁ ବୁଣୁ କଃତେକ୍ ବିଆନ୍ ବାଟେ ଅଦୁର୍ଲି, ଆର୍ ଚେଳେମଃନ୍ ଆସି ସେରିସଃବୁ ବେଟି କାୟ୍ଲାୟ୍ । 5 ଆରେକ୍ କଃତେକ୍ ବିଆନ୍ ଅଃଳକ୍ ମାଟି ରିଲା ଚଃଚ୍ରା ବୁୟେଁ ଅଦୁର୍ଲି ଆର୍ ବୁତେକ୍ ମାଟି ନଃରିଲାକ୍ ବେଗି ଗଃଜା ଅୟ୍ଲି; 6 ମଃତର୍ ବେଳ୍ ଉଦ୍ଲାକ୍ ସେରିମଃନ୍ କଃରାକେ ହଡି କମ୍ଜି ଗଃଲି, ଆର୍ ତାର୍ ଚେର୍ ନଃରିଲାକ୍ ସୁକି ଗଃଲି । 7 ଆର୍ କଃତେକ୍ ବିଆନ୍ କାଟା ବୁଟା ବିତ୍ରେ ଅଦୁର୍ଲି, ଆର୍ କାଟାବୁଟାମଃନ୍ ବାଡିକଃରି ସେସଃବୁକେ ଚାହି ହଃକାୟ୍ଲି । 8 ମଃତର୍ ବିନ୍ କଃତେକ୍ ବିଆନ୍ ନିକ ମାଟାୟ୍ ଅଦୁର୍ଲି ଆର୍ ହଃଳ୍ ହଃଳ୍ଲି, କଃତେକ୍ ସଏ ଗୁଣ୍, କଃତେକ୍ ସାଟେ ଗୁଣ୍, ଆରେକ୍ କଃତେକ୍ ତିରିସ୍ ଗୁଣ୍ ଅଃଦିକ୍ ହଃଳ୍ ହଃଳ୍ଲି ।" 9 ଜିସୁ ତାର୍ କଃତା ସଃରାୟ୍କଃରି କୟ୍ଲା, "ଜାର୍ ସୁଣୁକ୍ କାନ୍ ଆଚେ ସେ ସୁଣ ।" ଜିସୁ ସଃମ୍ନ୍ଦ୍ କଃଣ୍ଡାୟ୍ ଲକ୍ମଃନ୍କେ ସିକ୍ୟା ଦେଉଁଲା
10 ଇତାର୍ହଃଚ ଚେଲାମଃନ୍ ଜିସୁର୍ ଲଃଗେ ଆସି ହଃଚାର୍ଲାୟ୍, "ତୁୟ୍ ଲକ୍ମଃନ୍କେ କାୟିତାକ୍ କଃତାମଃନ୍ କୟ୍ ବୁଜାଉଁଲିସ୍ ?"
11 ଜିସୁ ସେମଃନ୍କେ କୟ୍ଲା, "କାୟିତାକ୍ବଃଲେକ୍ ସଃର୍ଗ୍ ରାଇଜାର୍ ବିତ୍ରି କଃତା ଜାଣୁକେ ତୁମିମଃନ୍କେ ବୁଦି ଦିଆଅୟ୍ ଆଚେ, ମଃତର୍ ସେମଃନ୍କେ ଦିଆ ନହୟେ । 12 ତଃବେ ଜାର୍ ଆଚେ ତାକ୍ ଦିଆ ଅୟ୍ଦ୍, ଆର୍ ତାର୍ ବୁତେକ୍ ଅୟ୍ଦ୍; ମଃତର୍ ଜାର୍ ନାୟ୍, ତାର୍ ତଃୟ୍ ଜାୟ୍ରି ଆଚେ, ସେସଃବୁ ହେଁ ତାର୍ ତଃୟ୍ହୁଣି ନିଆ ଅୟ୍ଦ୍ । 13 ସେମଃନ୍ ଦଃକି ଦଃକି ନଃଦେକ୍ତି ଆର୍ ସୁଣୁ ସୁଣୁ ନଃସୁଣ୍ତି କି ନଃବୁଜ୍ତି; ଇତାର୍ ଗିନେ ସେମଃନ୍କେ ମୁଁୟ୍ କଃତାମଃନ୍ କୟ୍ ବୁଜାଉଁଲେ । 14 ଆର୍ ଜିସାୟ୍ ବାବ୍ବାଦିର୍ ଇ ବାବ୍ବାଣି ସେମଃନାର୍ ଗିନେ ହୁରୁଣ୍ ଅୟ୍ଲି
‘ଇ ଲକ୍ମଃନ୍ ସୁଣୁ ସୁଣୁ ସୁଣ୍ତି, ମଃତର୍ କଃନ୍କଃରି ହେଁ ବୁଜୁ ନଃହାର୍ତି;
ଆରେକ୍ ଦଃକୁ ଦଃକୁ ଦଃକ୍ତି, ମଃତର୍ କଃନ୍କଃରି ହେଁ ଜାଣୁ ନଃହାର୍ତି ।
15 କାୟିତାକ୍ବଃଲେକ୍ ଇ ଲକ୍ମଃନାର୍ ମଃନ୍ ଅଃଟୁଆ ଅୟ୍ଲି,
ସେମଃନ୍ କାନେ ବଃଡେ କଃସ୍ଟେ ସୁଣ୍ଲାୟ୍,
ଆର୍ ଅଃହ୍ଣା ଅଃହ୍ଣାର୍ ଆକି ଲୁମ୍ଲାୟ୍ ।
ଜଃନ୍କଃରି ସେମଃନ୍ ଆକାୟ୍ ନଃଦେକ୍ତି,
ଆର୍ କାନେ ନଃସୁଣ୍ତି,
ଆର୍ ମଃନେ ନଃବୁଜ୍ତି,
ଆର୍ ବାଉଳି ନାସ୍ତି,
ଆର୍ ଅଃମି ସେମଃନ୍କେ ଉଜ୍ ନଃକେରୁ ।’"
16 "ମଃତର୍ ବାୟ୍ଗ୍ ତୁମିମଃନାର୍ ଆକି, ଜଃନ୍ ସେରି ଦଃକେଦ୍, ବାୟ୍ଗ୍ ତୁମିମଃନାର୍ କାନ୍, ଜଃନ୍ ସେରି ସୁଣେଦ୍ । 17 କାୟିତାକ୍ବଃଲେକ୍ ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ତୁମିମଃନ୍ ଜାୟ୍ ଜାୟ୍ରି ଦଃକୁଲାସ୍, ସେରି ସଃବୁ କଃତେକ୍ ବାବ୍ବାଦି ଆର୍ ଦଃର୍ମି ଲକ୍ମଃନ୍ ଦଃକୁକେ ମଃନ୍ କଃଲାୟି, ମଃତର୍ ଦଃକୁକେ ନଃହାୟ୍ଲାୟ୍; ଆରେକ୍ ତୁମିମଃନ୍ ଜାୟ୍ ଜାୟ୍ରି ସୁଣୁଲାସ୍, ସେରି ସଃବୁ ସେମଃନ୍ ସୁଣୁକ୍ ମଃନ୍ କଃଲାୟି, ମଃତର୍ ନଃସୁଣ୍ଲାୟ୍ ।"
18 "ତଃବେ ତୁମିମଃନ୍ ବିଆନ୍ ବୁଣ୍ତା ଲକାର୍ କଃତାର୍ ବାବ୍ ସୁଣା, 19 ଜେ ସଃର୍ଗ୍ ରାଇଜାର୍ ବଃଚନ୍ ସୁଣି ସେରି ନଃବୁଜେ, ସେ ବାଟ ଲଃଗେ ଅଦ୍ରି ରିଲା ବିଆନ୍ ହର୍, ସୟ୍ତାନ୍ ଆସି ତାର୍ ମଃନ୍ ବିତ୍ରେ ଜାୟ୍ରି ବୁଣା ଜାୟ୍ରିଲି, ଦୁସ୍ଟ୍ ସେରି ଚରି ନଃୟ୍ଦ୍ । ବାଟ ଲଃଗେ ଅଦ୍ରି ରିଲା ବିଆନାର୍ ବାବ୍ ଅଃଉଁଲି ଇରି । 20 ଜେ ଇସ୍ୱରାର୍ ବଃଚନ୍ ସୁଣ୍ଲା ଦାହ୍ରେ ସଃର୍ଦାୟ୍ ସେରି ମଃନେ ଦଃରେଦ୍, ସେ ଚଃଚ୍ରା ବୁୟେଁ ଅଦ୍ରି ରିଲା ବିଆନ୍ ହର୍, 21 ମଃତର୍ ସେମଃନାର୍ ଚେର୍ ବିତ୍ରେ ଜାୟ୍ ନଃରିଲାକ୍, ସେମଃନ୍ ବୁତେକ୍ ଗଃଳି ଦଃରି ରେଉଁ ନଃହାର୍ତି, ହଃଚେ ଇସ୍ୱରାର୍ ବଃଚନ୍ ଗିନେ କାୟି ଜଃଞ୍ଜାଳ୍ କି ଦୁକ୍ କଃସ୍ଟ ଆୟ୍ଲେକ୍, ସେମଃନ୍ ସେଦାହ୍ରେ ସେରି ଚାଡିଦେତି । 22 ଜେ ବଃଚନ୍ ସୁଣେଦ୍, ମଃତର୍ ଜଃଗତାର୍ ଚିତା ଆର୍ ଦଃନାର୍ ଲଃବ୍ ତାକ୍ ଚାହି ହଃକାୟ୍ଦ୍, ସେ ଆର୍ ହଃଳ୍ ହଃଳୁ ନାହାରେ, ସେରି କାଟା ବୁଟାୟ୍ ଅଦ୍ରି ରିଲା ବିଆନ୍ ହର୍, ସେମଃନ୍ କାୟି ହେଁ ତାସ୍ ନଃହାଉତି । 23 ମଃତର୍ ଜେ ବଃଚନ୍ ସୁଣି ବୁଜେଦ୍, ସେ ନିକ ମାଟାୟ୍ ଅଦ୍ରି ରିଲା ବିଆନ୍ ହର୍, ସେମଃନ୍ ନିକ ତାସ୍ ଲାବ୍ କଃର୍ତି, କେଏ ସଏ ଗୁଣ୍ ଅଃଦିକ୍ ହାଉତି, କେଏ ସାଟେ ଗୁଣ୍ ଅଃଦିକ୍ ହାଉତି, ହିଁ ତିରିସ୍ ଗୁଣ୍ ଅଃଦିକ୍ ହାଉତି ।"
24 ଜିସୁ ଆରେକ୍ ଗଟ୍ କଃତା କୟ୍ ସେମଃନ୍କେ ବୁଜାୟ୍ଲା, "ସଃର୍ଗ୍ ରାଇଜ୍ ଅଃନ୍କାର୍ ଗଟ୍ ମାନାୟ୍ହର୍, ସେ ଅଃହ୍ଣାର୍ ହଃଦାୟି ନିକ ବିଆନ୍ ବୁଣି ରିଲା, 25 ମଃତର୍ ଲକ୍ମଃନ୍ ସୟ୍ରିଲା ବଃଳ୍, ତାର୍ ସଃତ୍ରୁ ଆସି ସେ ଗଅଁ ବିଆନ୍ ବିତ୍ରେ କଃଦଟଳା ମୁଞ୍ଜି ବୁଣି ବାରାୟ୍ ଗଃଲା । 26 ତାର୍ହଃଚେ ଜଃଡେବଃଳ୍ ମୁଞ୍ଜି ଗଃଜା ଅୟି ହଃତାର୍ ବାରାୟ୍ ହଃଳ୍ ହଃଳୁକ୍ ଦଃର୍ଲି, ସଃଡେବଃଳ୍ କଃଦଟଳା ହେଁ ଡିସ୍ଲି । 27 ସେତାକ୍ ଗଃରାର୍ ଗତିଦଃଙ୍ଗ୍ଳାମଃନ୍ ଆସି ସାଉକାର୍କେ କୟ୍ଲାୟ୍, ‘ଏ ସାଉକାର୍, ତୁୟ୍ କାୟି ତର୍ ହଃଦାୟି ନିକ ବିଆନ୍ ବୁଣି ନଃରିଲିସ୍ ? ତଃବେ କୁୟ୍ତିର୍ କଃଦଟଳା ରଃନ୍ ଉଟ୍ଲି ?’ 28 ସେ ସେମଃନ୍କେ କୟ୍ଲା, ‘କୁୟି ଅଲେ ସଃତ୍ରୁ ଇରି କଃରିଆଚେ ।’ ଆରେକ୍ ଗତିଦଃଙ୍ଗ୍ଳାମଃନ୍ କୟ୍ଲାୟ୍, ‘ଅଃମିମଃନ୍ ଜାୟ୍ ସେରି ଜିକି ହଃବ୍ଳାଉନ୍ଦ୍ ବଃଲି କାୟି ତର୍ ମଃନ୍ ?’ 29 ମଃତର୍ ସାଉକାର୍ କୟ୍ଲା, ‘ନାୟ୍, ତୁମିମଃନ୍ କଃଦଟଳା ଜିକ୍ତା ବଃଳ୍ କେଜାଣ୍ ତାର୍ ସଃଙ୍ଗ୍ ଗଅଁ ହେଁ ଜିକି ହଃବ୍ଳାଉଆସ୍ । 30 ସେତାକ୍ ତାସ୍ କାଟ୍ତା ହଃତେକ୍ କଃଦଟଳାକ୍ ହେଁ ବାଡୁକେ ଦିଆସ୍, ହଃଚେ କାଟ୍ତା ବଃଳ୍ କାଟ୍ତା ଲକ୍କେ କୟ୍ଦ୍, ତୁମିମଃନ୍ ହଃର୍ତୁ କଃଦଟଳା ସଃବୁ ଗଟେ ଟାଣେ କଃରି ଜୟେ ହଡାଉଁକ୍ ହଃଣ୍ଡା ବାନ୍ଦା, ଆର୍ ଗଅଁ ସଃବୁ ମର୍ ଗଃଦ୍ୟାୟ୍ ସଃଙ୍ଗାଉଆ ।’"
31 ଜିସୁ ଆରେକ୍ ଗଟେକ୍ କଃତା କୟ୍ ସେମଃନ୍କେ କୟ୍ଲା, "ସଃର୍ଗ୍ ରାଇଜ୍ ଅଃନ୍କାର୍ ଗଟେକ୍ ସଃର୍ସୁ ମୁଞ୍ଜି ହର୍, ଜୁୟ୍ରି ନଃୟ୍ ଗଟ୍ ଲକ୍ ଅଃହ୍ଣାର୍ ବାଳେ ବୁଣ୍ଲା । 32 ସଃର୍ସୁ ମୁଞ୍ଜି ସଃବ୍କେ ସାନ୍ ବିଆନ୍, ମଃତର୍ ସେରି ବାଡ୍ଲେକ୍, ସଃବୁ ସାଗ୍ ଗଃଚ୍ ତଃୟ୍ହୁଣି ବଃଡ୍ ଅୟି ଇବାନ୍ୟା ବାଡେଦ୍ ଜେ, ଅଃଗାସ୍ ଉହ୍ରାର୍ ଚେଳେମଃନ୍ ଆସି ତାର୍ ଡାଳ୍ବିତ୍ରେ ଗୁଡା ଗାଲି ବାସା କଃର୍ତି ।"
33 ଜିସୁ ସେମଃନ୍କେ ଆରେକ୍ ଗଟ୍ କଃତା କୟ୍ ସେମଃନ୍କେ କୟ୍ଲା, "ସଃର୍ଗ୍ ରାଇଜ୍ କମିର୍ ହର୍, ଗଟେକ୍ ମାୟ୍ଜି ସେରି ନଃୟ୍କଃରି ମାଣେକ୍ ଗମ୍ଗୁଣ୍ଡ୍ ସଃଙ୍ଗ୍ ମିସାୟ୍ କଃରି ଚଃଟ୍କ୍ଲି, ଆର୍ ହଃଚେ ସେ ସଃବୁ କମିର୍ ହର୍ ଅୟ୍ଲି ।"
34 ଜିସୁ କଃତାମଃନ୍ କୟ୍ ଲକ୍ମଃନ୍କେ ସିକ୍ୟା ଦେତିରିଲା, ଅଃନ୍କଃରି କଃତାମଃନ୍ ନଃକୟ୍କଃରି କାୟି ସିକ୍ୟା ହେଁ ନଃଦେତି ରିଲା, 35 ଇତାର୍ ଗିନେ ବାବ୍ବାଦିମଃନାର୍ ଇ ବାବ୍ବାଣି ହୁରୁଣ୍ ଅୟ୍ଲି,
"ଅଃମି କଃତାମଃନ୍ କୟ୍ ସିକ୍ୟା ଦେଉଁନ୍ଦ୍;
ଜଃଗତ୍ ଉବ୍ଜାଣ୍ ଅଃଉତା ଆଗ୍ତୁର୍ ଲୁକିରିଲା କଃତାସଃବୁ କଃଉନ୍ଦ୍ ।"
36 ହଃଚେ ଜିସୁ ସେ ଲକ୍ମଃନ୍କେ ଚାଡି ଗଃରେ ହୁର୍ଲା, ତାର୍ହଃଚେ ତାର୍ ଚେଲାମଃନ୍ ଜିସୁର୍ ଚଃମେ ଆସି ହଃଚାର୍ଲାୟ୍, "ବାଳାର୍ କଃଦଟଳା କଃତାର୍ ବାବ୍ ନିକକଃରି ବୁଜାଉ ।"
37 ଜିସୁ କୟ୍ଲା, "ନିକ ବିଆନ୍ ଜେ ବୁଣେଦ୍, ସେ ନଃରାର୍ ହୟିସି । 38 ତାସ୍ ହଃଦା ଅଃଉଁଲି ଜଃଗତ୍, ଜୁୟି ଲକ୍ମଃନ୍ ସଃର୍ଗ୍ ରାଇଜେ ବାସା କଃର୍ତି, ସେମଃନ୍ ନିକ ବିଆନ୍, କଃଦଟଳା ରଃନ୍ ହାହ୍ ଆତ୍ମାର୍ ଲକ୍ମଃନ୍ । 39 ଜୁୟି ସଃତ୍ରୁ ସେରି ବୁଣ୍ଲି, ସେ ସୟ୍ତାନ୍, କାଟାବେଟା ବେଳା ଅୟ୍ଲି ଜୁଗ୍ ସେସ୍ ଦିନ୍, ଆର୍ କାଟ୍ତା ଲକ୍ସଃବୁ ସଃର୍ଗ୍ ଦୁତ୍ମଃନ୍ । 40 ବଃଲେକ୍ କଃଦଟଳା ଜଃନ୍କଃରି ଗଟେ ଟାଣେ ଗାଦା କଃରି ଜୟେ ହଡାଉଁକ୍ ଅୟ୍ଦ୍, ଜୁଗ୍ ସେସ୍ ଦିନ୍ ସେରକମ୍ ଅୟ୍ଦ୍ । 41 ନଃରାର୍ ହୟିସି ଅଃହ୍ଣାର୍ ଦୁତ୍ମଃନ୍କେ ହଃଟାୟ୍ଦ୍ ଆର୍ ସେମଃନ୍ ତାର୍ ରାଇଜାର୍ ସଃବୁ ବାଦା ଅଃଉତା ଲକ୍ମଃନ୍କେ ଆର୍ ଅଃଦଃର୍ମି ଲକ୍ମଃନ୍କେ ରୁଣ୍ଡାଉତି । 42 ଆର୍ ସେମଃନ୍କେ ଜୟ୍କୁଣ୍ଡେ ହଃବ୍ଳାଉତି, ସେ ବିତ୍ରେ କାନ୍ଦ୍ତାର୍ ଆର୍ ଦାତାର୍ କିଳିମିଳି ଅୟ୍ଦ୍ । 43 ସଃଡେବଃଳ୍ ଇସ୍ୱରାର୍ ଦଃର୍ମି ଲକ୍ମଃନ୍ ସେମଃନାର୍ ସଃର୍ଗାର୍ ଉବାସିର୍ ରାଇଜେ ବେଳ୍ ହର୍ ଜିକ୍ଜିକା ଡିସ୍ତି । ଜାର୍ ସୁଣୁକ୍ କାନ୍ ଆଚେ ସେ ସୁଣ ।"
44 "ସଃର୍ଗ୍ ରାଇଜ୍ ଗଟ୍ ହଃଦାୟି ଲୁକ୍ଣେ ରିଲା ଦଃନ୍ ହର୍ । ଗଟ୍ ମାନାୟ୍ ସେରି ଦଃକି ସେ କଃତାକ୍ ଲୁକାୟ୍ଲା, ଆର୍ ସଃର୍ଦା ଅୟି ଜାୟ୍ ଅଃହ୍ଣାର୍ ସଃର୍ନେ ବିକିକଃରି ସେ ହଃଦାକେ ଗେନ୍ଲା ।"
45 "ଆରେକ୍ ସଃର୍ଗ୍ ରାଇଜ୍ ଇବାନ୍ୟା ଗଟେକ୍ ନିକ ନିକ ମୁକ୍ତା ଲଳ୍ତିରିଲା ବେବାରି ହର୍ । 46 ଗଟେକ୍ ବଃଡେ ମଲାର୍ ମୁକ୍ତା ଦଃକି ସେ ଜାୟ୍ ତାର୍ ଗଃରେ ରିଲାର୍ ସଃବୁ ବିକିକଃରି ସେ ମୁକ୍ତାକେ ଗେନ୍ଲା ।"
47 "ଆରେକ୍ ସଃର୍ଗ୍ ରାଇଜ୍ ସଃମ୍ନ୍ଦେ ହଃକାୟ୍ଲା ସଃବୁ ରଃକମାର୍ ମାଚ୍ ରୁଣ୍ଡାଉତା ଗଟେକ୍ ମାଚ୍ଜାଲ୍ ହର୍ । 48 ସେରି ବଃର୍ତି ଅୟ୍ଲାକ୍ ଲକ୍ମଃନ୍ କଃଣ୍ଡାୟ୍ ଜିକି ଆଣ୍ଲାୟି, ଆର୍ ବଃସି ନିକନିକରି ଡଙ୍ଗାୟ୍ ଗଟେଟାଣେ କଃଲାୟି, ମଃତର୍ ବାନ୍ୟାରିମଃନ୍ ହଃଦାୟି ହଃବ୍ଳାୟ୍ଲାୟ୍ । 49 ଜୁଗ୍ ସେସ୍ ଦିନ୍ ସେରଃକମ୍ ଅୟ୍ଦ୍, ଦୁତ୍ମଃନ୍ ବାରାୟ୍ ଆସି ଦଃର୍ମିମଃନାର୍ ବିତ୍ରେ ଦୁସ୍ଟ୍ମଃନ୍କେ ବିନେ କଃର୍ତି । 50 ଆରେକ୍ ସେମଃନ୍କେ ବଃଟିର୍ ଜୟ୍କୁଣ୍ଡେ ହଃକାଉତି, ସେତି ସେମଃନ୍ କାନ୍ଦି କାନ୍ଦି ଦାତ୍ ଚାବି ଅଃଉତି ।"
51 ଜିସୁ ସେମଃନ୍କେ ହଃଚାର୍ଲା, "ତୁମିମଃନ୍ କାୟି ଇ ସଃବୁ କଃତା ବୁଜ୍ଲାସ୍ ?"
ସେମଃନ୍ ତାକ୍ କୟ୍ଲାୟ୍, "ହେଁ ମାପୁର୍, ବୁଜ୍ଲୁ ।"
52 ସେତାକ୍ ଜିସୁ ସେମଃନ୍କେ କୟ୍ଲା, "ତଃବେ ଜୁୟି ଗଃରାର୍ ମୁଳିକା ଅଃହ୍ଣାର୍ ଗଃଦିଆ ବିତ୍ରାର୍ ରିଲା ନଃଉଆଁ ଆର୍ ହଃର୍ନା ତାସ୍ ବାର୍ କଃରେଦ୍, ସଃର୍ଗ୍ ରାଇଜାର୍ ଚେଲା ଅୟ୍ଲା ସଃବୁ ଦର୍ମ୍ ଗୁରୁ ତାର୍ ହର୍ ।"
53 ଜିସୁ ଇ ସଃବୁ କଃତାମଃନ୍ କୟ୍ଲା ହଃଚେ, ସେଟାଣେ ହୁଣି ବାରାୟ୍ ଗଃଲା । 54 ଆର୍ ସେ ନିଜାର୍ ଦାଦିବାବୁର୍ ଗଃଳେ ଆସି ଲକ୍ମଃନ୍କେ ସେମଃନାର୍ ପାର୍ତ୍ନା ଗଃରେ ଇ ରଃକମ୍ ସିକ୍ୟା ଦିଲା ଜେ, ସେମଃନ୍ କାବା ଅୟ୍କଃରି କୟ୍ଲାୟ୍, "ଇଲକାର୍ ଇ ରଃକମ୍ ବୁଦି ଆର୍ ସଃକ୍ତିର୍ କାମ୍ କୁୟ୍ତି ହୁଣି ଆୟ୍ଲି ? 55 ଇ ମାନାୟ୍ କି ସେ ବାଡାୟ୍ର୍ ହୟିସି ନୟ୍ ? ଇତାର୍ ଆୟ୍ସି କାୟି ମରିୟମ୍ ନୟ୍ ? ଆର୍ ଇତାର୍ ବାୟ୍ସିମଃନାର୍ ନାଉ କାୟି ଜାକୁବକ୍, ଜସେପ୍, ସିମନ୍ ଆର୍ ଜିଉଦା ନୟ୍ ? 56 ଆର୍ ଇତାର୍ ବେଣିମଃନ୍ କାୟି ସଃବୁ ଅଃମାର୍ ସଃଙ୍ଗ୍ ନଃରେଉଁଲାୟ୍ ? ତଃବେ ସେ ଇ ସଃବୁ ଗ୍ୟାନ୍ ଆର୍ ସଃକ୍ତି କୁୟ୍ତି ହୁଣି ହାୟ୍ଲା ?" 57 ଆର୍ ସେମଃନ୍ ତାକେ ନଃମାନ୍ଲାୟ୍ ।
ମଃତର୍ ଜିସୁ ସେମଃନ୍କେ କୟ୍ଲା, "ବାବ୍ବାଦି ନିଜାର୍ ଦାଦିବାବୁ ଗଃଳେ ଆର୍ ନିଜାର୍ ଗଃର୍କୁଟୁମ୍କେ ଚାଡି ବିନ୍ ସଃବୁ ଟାଣେ ମାନ୍ତି ହାୟ୍ଦ୍ ।" 58 ଆର୍ ଜିସୁ ସେ ଲକ୍ମଃନାର୍ ଅବିସ୍ୱାସ୍ ଗିନେ ସେତି ବୁତେକ୍ ସଃକ୍ତିର୍ କାମ୍ ନଃକେଲା ।