8 ପିଲିପ୍ ଜିସୁକେ କୟ୍ଲା, "ମାପୁର୍ ଅଃମିମଃନ୍କେ ଉବାକ୍ ଦଃକାଉ, ସଃତେକ୍ ଅଃମାର୍ ଗିନେ ସଃରି ।"
9 ଜିସୁ ତାକ୍ କୟ୍ଲା, "ପିଲିପ୍, ଅଃତେକ୍ କାଳ୍ ଦଃରି ମୁୟ୍ ତୁମାର୍ ସଃଙ୍ଗ୍ ଆଚି, ଆର୍ ଆଜି ହଃତେକ୍ ତୁୟ୍ କାୟି ମକ୍ ଚିନୁ ନଃହାର୍ଲିସ୍ ? ଜେ ମକ୍ ଦଃକି ଆଚେ ସେ ମର୍ ଉବାକ୍ ଦଃକି ଆଚେ; ଅଃମିମଃନ୍କେ ଉବାକ୍ ଦଃକାଉ ବଃଲି ତୁୟ୍ କଃନ୍କଃରି କଃଉଁଲିସ୍ ?