ଜଃଗତାର୍ ବିରଦ୍
18 ଜଦି ଜଃଗତ୍ ତୁମିମଃନ୍କେ ବିରଦ୍ କଃରେଦ୍, ତଃବେ ତୁମିମଃନ୍କେ ବିରଦ୍ କଃର୍ତା ଆଗ୍ତୁ, ସେରି ଜେ ମକ୍ ଗିଣ୍ କଃରି ଆଚେ, ଇରି ଜାଣା । 19 ଜଦି ତୁମିମଃନ୍ ଜଃଗତାର୍ ଅୟ୍ରିଲେକ୍, ଜଃଗତ୍ ତୁମିମଃନ୍କେ ନିଜାର୍ ଲକ୍ ବଃଲି ଲାଡ୍ କଃଲିହୁଣି, ମଃତର୍ ତୁମିମଃନ୍ ଜଃଗତାର୍ ନାୟ୍, ମଃତର୍ ମୁୟ୍ ତୁମିମଃନ୍କେ ଜଃଗତ୍ ବିତ୍ରେହୁଣି ବାଚି ଆଚି, ଇତାର୍ ଗିନେ ଜଃଗତ୍ ତୁମିକେ ବିରଦ୍ କଃରେଦ୍ ।