ଜିସୁ ତାର୍ ଚେଲାମଃନ୍କେ ଦଃକାୟ୍ ଅୟ୍ଲା
19 ସେଦିନ୍, ବଃଲେକ୍, ରୟ୍ବାର୍ ଦିନ୍ ସଃଞ୍ଜ୍ବେଳ୍ୟା ଜଃଡେବଃଳ୍ ଚେଲାମଃନ୍ ଜୁୟି ଗଃରେ ରିଲାୟ୍, ସେତିର୍ ଜିଉଦି ଅଃଦିକାରି ମଃନ୍କେ ଡିରିକଃରି ଦୁଆର୍ ଡାହି ଅୟି ରେତିରିଲାୟ୍, ସଃଡେବଃଳ୍ ଜିସୁ ଆସି ମଃଜି ଟାଣେ ଟିଆ ଅୟି ସେମଃନ୍କେ କୟ୍ଲା, "ତୁମିମଃନାର୍ ସୁସ୍ତା ଅଃଉଅ ।" 20 ଆରେକ୍, ଇରି କୟ୍ ସେ ସେମଃନ୍କେ ଅଃହ୍ଣାର୍ ଆତ୍ ଆର୍ କୁଚି ଦଃକାୟ୍ଲା । ସେତାକ୍ ଚେଲାମଃନ୍ ମାପୁର୍କେ ଦଃକି ସଃର୍ଦା ଅୟ୍ଲାୟ୍ । 21 ଜିସୁ ସେମଃନ୍କେ ଆରେକ୍ କୟ୍ଲା, "ତୁମିମଃନାର୍ ସୁସ୍ତା ଅଃଉଅ; ଉବା ଜଃନ୍କଃରି ମକ୍ ହଃଟାୟ୍ ଆଚେ, ମୁୟ୍ ହେଁ ସେବାନ୍ୟା ତୁମିମଃନ୍କେ ହଃଟାଉଁଲେ ।" 22 ସେ ଇରି କୟ୍ ସେମଃନାର୍ ଉହ୍ରେ ହୁଣ୍ଡାଣ୍ ଚାଡି ସେମଃନ୍କେ କୟ୍ଲା, "ପବିତ୍ର ଆତ୍ମାକେ ହାଉଆ । 23 ୨୦:୨୩ ମାତି ୧୬:୧୯; ୧୮:୧୮.ତୁମିମଃନ୍ ଜଦି କାର୍ ହାହ୍ କେମା କଃରାସ୍, ତାର୍ ହାହ୍ କେମା ଅୟ୍ଦ୍; ଆରେକ୍, ଜଦି କାର୍ ହାହ୍ କେମା ନଃକେରାସ୍, ତାର୍ ହାହ୍ କେମା ନୟ୍ ।"