ଜିସୁ ଆର୍ ତମା
24 ମଃତର୍ ଜିସୁ ଜଃଡେବଃଳ୍ ଆସିରିଲା, ସଃଡେବଃଳ୍ ବାର ଲକାର୍ ବିତ୍ରେ ତମା ନାଉଁଆର୍ ଗଟ୍ଲକ୍, ଜାକେ ଦିଦୁମ୍ ବଃଲି କଃଉତି, ସେ ସେମଃନାର୍ ସଃଙ୍ଗ୍ ନଃରିଲା । 25 ତଃବେ ବିନ୍ ଚେଲାମଃନ୍ ତାକ୍ କୟ୍ଲାୟ୍, "ଅଃମିମଃନ୍ ମାପୁର୍କେ ଦଃକି ଆଚୁ ।"
ମଃତର୍ ତମା ସେମଃନ୍କେ କୟ୍ଲା, "ତାର୍ ଆତେ କୁଟି ମାର୍ଲା ଚିନା ସଃବୁ ନଃଦେକ୍ଲେକ୍, ଆର୍ ସେ ସଃବୁ ଜଃଗା ଲଃଗେ ମର୍ ଆଙ୍ଗଟି ସଃଙ୍ଗ୍ ନଃଚୁୟ୍ଲେକ୍ ଆର୍ ତାର୍ କୁଚାୟ୍ ମର୍ ଆତ୍ ନଃଚୁୟ୍ଲେକ୍ ମୁୟ୍ କଃବେ ହେଁ ବିସ୍ୱାସ୍ ନଃକେରି ।"
26 ଆଟ୍ ବିନ୍ ହଃଚେ ଜିସୁର୍ ଚେଲାମଃନ୍ ଆରେକ୍ ଗଃର୍ ବିତ୍ରେ ରିଲାୟ୍ ଆର୍ ତମା ହେଁ ସେମଃନାର୍ ସଃଙ୍ଗ୍ ରିଲା । ଆର୍ ଦୁଆର୍ ସଃବୁ ଡାହି ଅୟ୍ରିଲାବଃଳ୍ ଜିସୁ ଆସି ମଃଜାୟ୍ ଟିଆ ଅୟି କୟ୍ଲା, "ତୁମିମଃନାର୍ ସୁସ୍ତା ଅଃଉଅ ।" 27 ହଃଚେ ସେ ତମାକ୍ କୟ୍ଲା, "ଇହାକ୍ ତର୍ ଆଙ୍ଗଟି ଆଣି ମର୍ ଆତ୍ ଦଃକ୍ ଆର୍ ଆତ୍ ଲାମାୟ୍ ମର୍ କୁଚାୟ୍ ଚିଉ; ଅବିସ୍ୱାସି ନୟ୍କଃରି ସଃତ୍କଃର୍ ।"
28 ତମା ଜିସୁକେ କୟ୍ଲା, "ମର୍ ମାପୁର୍, ମର୍ ଇସ୍ୱର୍ ।"
29 ଜିସୁ ତାକ୍ କୟ୍ଲା, "ତୁୟ୍ କାୟି ମକ୍ ଦଃକ୍ଲାକ୍ ବିସ୍ୱାସ୍ କଃଲିସ୍ ? ଜୁୟି ଲକ୍ମଃନ୍ ନଃଦେକି ବିସ୍ୱାସ୍ କଃରି ଆଚ୍ତି, ସେମଃନାର୍ ବାୟ୍ଗ୍ ।"